Biblia Todo Logo
Bib sou entènèt

- Piblisite -




ପ୍ରେରିତ 15:3 - ପବିତ୍ର ବାଇବଲ (CL) NT (BSI)

3 ମଣ୍ଡଳୀ ସେମାନଙ୍କ ଯାତ୍ରାର ସୁବିଧା କରିଦେଇ ପଠାଇଲା ଏବଂ ସେମାନେ ଫିନିସିଆ ଓ ଶମିରୋଣ ଦେଇ ଯିବା ସମୟରେ ଅଣଇହୁଦୀମାନେ କିପରି ମନ ପରିବର୍ତ୍ତନ କରି ଈଶ୍ୱରପରାୟଣ ହୋଇଛନ୍ତି, ସେ ବିଷୟ ଜଣାଇଲେ; ଏହି ସମ୍ବାଦ ଶୁଣି ବିଶ୍ୱାସୀମାନେ ଅତ୍ୟନ୍ତ ଆନନ୍ଦିତ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଅତଏବ, ମଣ୍ତଳୀ ସେମାନଙ୍କୁ ବାଟ ବଳାଇ ବିଦାୟ ଦେଲା ଉତ୍ତାରେ ସେମାନେ ଫୈନୀକିଆ ଓ ଶମିରୋଣ ଦେଇ ଯାଉ ଯାଉ ବିଜାତିମାନଙ୍କ ମନ ପରିବର୍ତ୍ତନ ବିଷୟ ବର୍ଣ୍ଣନା କରି ସମସ୍ତ ଭାଇମାନଙ୍କର ମହାନନ୍ଦ ଜନ୍ମାଇଲେ।

Gade chapit la Kopi

ଓଡିଆ ବାଇବେଲ

3 ଅତଏବ ମଣ୍ଡଳୀ ସେମାନଙ୍କୁ ବାଟ ବଳାଇ ବିଦାୟ ଦେଲା ଉତ୍ତାରେ ସେମାନେ ଫୖେନୀକିଆ ଓ ଶମିରୋଣ ଦେଇ ଯାଉ ଯାଉ ଅଣଯିହୂଦୀମାନଙ୍କ ମନ ପରିବର୍ତ୍ତନ ବିଷୟ ବର୍ଣ୍ଣନା କରି ସମସ୍ତ ଭାଇମାନଙ୍କର ମହାନନ୍ଦ ଜନ୍ମାଇଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଅତଏବ ମଣ୍ଡଳୀ ସେମାନଙ୍କୁ ବାଟ ବଳାଇ ବିଦାୟ ଦେଲା ଉତ୍ତାରେ ସେମାନେ ଫୈନୀକିଆ ଓ ଶମିରୋଣ ଦେଇ ଯାଉ ଯାଉ ଅଣଯିହୁଦୀମାନଙ୍କ ମନ-ପରିବର୍ତ୍ତନ ବିଷୟ ବର୍ଣ୍ଣନା କରି ସମସ୍ତ ଭାଇମାନଙ୍କର ମହାନନ୍ଦ ଜନ୍ମାଇଲେ।

Gade chapit la Kopi

ପବିତ୍ର ବାଇବଲ

3 ଖ୍ରୀଷ୍ଟିୟ ମଣ୍ଡଳୀ ଦ୍ୱାରା ସେମାନଙ୍କୁ ପଠାଗଲା। ସେମାନେ ଫୈନୀକିଆ ଓ ଶମିରୋଣ ଦେଇ ଗଲେ। ଅନ୍ୟ ଜାତୀୟ ଲୋକମାନେ କିପରି ପରମେଶ୍ୱରଙ୍କ ପ୍ରତି ମନ ଫେରାଇଛନ୍ତି, ଏହା ସେମାନେ ସେଠାରେ କହିଲେ। ଏହା ଶୁଣି ଭାଇମାନେ ବହୁତ ଖୁସୀ ହେଲେ।

Gade chapit la Kopi




ପ୍ରେରିତ 15:3
27 Referans Kwoze  

ସେମାନେ ଆଣ୍ଟିୟୋଖରେ ପହଞ୍ଚି ମଣ୍ଡଳୀର ଲୋକମାନଙ୍କୁ ଏକତ୍ରିତ କଲେ। ଈଶ୍ୱର ସେମାନଙ୍କ ପ୍ରତି ଯାହାସବୁ କରିଥିଲେ ଓ ଅଣଇହୁଦୀମାନଙ୍କ ବିଶ୍ୱାସ ପାଇଁ କିପରି ପଥ ଉନ୍ମୁକ୍ତ କରିଥିଲେ, ସେସବୁ ସେମାନଙ୍କୁ ଜଣାଇଲେ।


କିନ୍ତୁ ସେମାନଙ୍କ ସହିତ ଏକ ସପ୍ତାହ ଅତିବାହିତ କରିବା ପରେ ଆମେ ସେମାନଙ୍କୁ ଛାଡ଼ି ନିଜ ବାଟରେ ଯାତ୍ରା କଲୁ। ଆମକୁ ବିଦାୟ ଦେବା ପାଇଁ ସେମାନେ ସମସ୍ତେ ନିଜ ସ୍ତ୍ରୀ ଓ ପିଲାମାନଙ୍କ ସହିତ ନଗର ବାହାରେ ଥିବା ସମୁଦ୍ରକୂଳ ପର୍ଯ୍ୟନ୍ତ ଆସିଲେ। ସେଠାରେ ଆମେ ସମସ୍ତେ ଆଣ୍ଠୋଇ ପଡ଼ି ପ୍ରାର୍ଥନା କଲୁ।


ଶାସ୍ତ୍ରଗୁରୁ ଜୀନା ଓ ଆପୋଲୋଭ୍କ ପର୍ଯ୍ୟଟନ ପାଇଁ ଯାହା ଯାହା ଆବଶ୍ୟକ, ସବୁ ଯୋଗାଇ ଦେଇ, ଯାତ୍ରାରମ୍ଭ କରିବାକୁ ସେମାନଙ୍କୁ ସାହାଯ୍ୟ କର।


କେହି ତାଙ୍କୁ ତୁଚ୍ଛ ଜ୍ଞାନ ନ କରନ୍ତୁ। ଶାନ୍ତିରେ ଯାତ୍ରା କରିବା ପାଇଁ ତୁମ୍ଭେମାନେ ତାଙ୍କୁ ନିଶ୍ଚୟ ସାହାଯ୍ୟ କରିବ। ତାହାହେଲେ, ସେ ଭାଇମାନଙ୍କ ସହିତ ମୋ’ ନିକଟକୁ ଫେରି ଆସିବେ। ସେମାନଙ୍କ ଅପେକ୍ଷାରେ ମୁଁ ରହିଛି।


ମୁଁ ବୋଧହୁଏ, ତୁମ୍ଭମାନଙ୍କ ସହିତ କିଛି ଦିନ ରହିବି, ହୁଏତ ଶୀତ କାଳ କଟାଇବି। ତା’ପରେ ଯେଉଁଠିକୁ ଯିବା ପାଇଁ ଚାହିଁବି, ତୁମ୍ଭେମାନେ ମୋତେ ସେଠାକୁ ଯିବା ପାଇଁ ସାହାଯ୍ୟ କରି ପାରିବ।


ସ୍ପେନ୍ ଯିବା ବାଟରେ ତୁମ୍ଭମାନଙ୍କୁ ଦେଖି ଆସିବି ବୋଲି ଭାବିଛି। ତୁମ୍ଭମାନଙ୍କ ନିକଟରେ କିଛି ସମୟ ଅତିବାହିତ କରିବା ପରେ ତୁମ୍ଭମାନଙ୍କ ସାହାଯ୍ୟରେ ସ୍ପେନ୍ ଚାଲିଯିବ।


ପାଉଲ ଓ ବର୍ଣ୍ଣବାଙ୍କ ଦ୍ୱାରା ଅଣଇହୁଦୀମାନଙ୍କ ମଧ୍ୟରେ ଈଶ୍ୱର ଯେଉଁ ସବୁ ଅଲୌକିକ କାର୍ଯ୍ୟ ଓ ଆଶ୍ଚର୍ଯ୍ୟ ବିଷୟ ସାଧନ କରିଥିଲେ, ସେମାନଙ୍କଠାରୁ ତାହାର ବିବରଣୀ ଶୁଣି ଦଳର ସମସ୍ତେ ନୀରବ ରହିବେ।


ମାସିଦୋନିଆ ଯିବାବେଳେ ଓ ସେଠାରୁ ଫେରିବାବେଳେ ତୁମ୍ଭମନଙ୍କ ନିକଟରେ କିଛି ଦିନ ରହିବାକୁ ମୋର କାର୍ଯ୍ୟକ୍ରମ ଥିଲା, କାରଣ ଯିହୁଦା ପ୍ରଦେଶକୁ ଯାତ୍ରା କରିବା ପାଇଁ ମୁଁ ତୁମ୍ଭମାନଙ୍କର ସାହାର୍ଯ୍ୟ ଦରକାର କୁଥିଲି।


ଆମ୍ଭମାନଙ୍କର ଖବର ପାଇ ରୋମର ବିଶ୍ୱାସୀମାନେ ଆମକୁ ଭେଟିବା ପାଇଁ “ଆପୀୟ ହାଟ” ଓ “ତିନି ସରାଇ” ନାମକ ସହରମାନଙ୍କୁ ଆସିଲେ। ସେମାନଙ୍କୁ ଦେଖି ପାଉଲ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ବିଶେଷ ଉତ୍ସାହିତ ହେଲେ।


ଆଣ୍ଟିୟୋଖର ବିଶ୍ୱାସୀମାନେ ପବିତ୍ରଆତ୍ମା ଓ ଆନନ୍ଦରେ ପରିପୂର୍ଣ୍ଣ ହେଲେ।


ଅଣଇହୁଦୀମାନେ ଏହା ଶୁଣି ଆନନ୍ଦିତ ହେଲେ ଓ ପ୍ରଭୁଙ୍କର ବାର୍ତ୍ତା ପାଇଁ ଧନ୍ୟବାଦ ଦେଲେ। ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହୋଇଥିଲେ, ସେମାନେ ସେହି ବାର୍ତ୍ତାରେ ବିଶ୍ୱାସ କଲେ।


ଶମିରୋଣର ଲୋକମାନେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି ବୋଲି ଯିରୂଶାଲମରେ ଥିବା ପ୍ରେରିତ ଶିଷ୍ୟମାନେ ଶୁଣି, ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପଠାଇଲେ।


ତୋ’ ଭାଇଟି ମରି ଯାଇଥିଲା, କିନ୍ତୁ ଏବେ ବଞ୍ଚିଲା। ସେ ହଜି ଯାଇଥିଲା, ଏବେ ମିଳିଲା। ଏଥିପାଇଁ ଆମେ ଆନନ୍ଦ ଉତ୍ସବ କରୁଛୁ’।”


କିଛିଦିନ ପରେ ପ୍ରାୟ ଏକଶହ କୋଡ଼ିଏ ଜଣ ବିଶ୍ୱାସୀମାନଙ୍କ ଏକ ସଭାରେ ପିତର ଛିଡ଼ା ହୋଇ କହିଲେ:


ଯିହୁଦାରୁ କେତେକ ଲୋକ ଆଣ୍ଟିୟୋଖକୁ ଆସି, ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେମାନେ ସୁନ୍ନତ ନ ହେଲେ ପରିତ୍ରାଣ ପାଇ ପାରିବେ ନାହିଁ ବୋଲି ବିଶ୍ୱାସୀମାନଙ୍କୁ ଶିକ୍ଷା ଦେଲେ।


ସେମାନେ ଯିରୂଶାଲମରେ ପହଞ୍ଚିବା ପରେ ମଣ୍ଡଳୀ, ପ୍ରେରିତ ଶିଷ୍ୟ ଓ ମଣ୍ଡଳୀର ନେତାମାନେ ସେମାନଙ୍କୁ ସ୍ୱାଗତ କଲେ। ଈଶ୍ୱର ସେମାନଙ୍କ ଦ୍ୱାରା କରିଥିବା କାର୍ଯ୍ୟ ସମ୍ପର୍କରେ ପାଉଲ ଓ ବର୍ଣ୍ଣବା ସେମାନଙ୍କୁ ଜଣାଇଲେ।


ପରେ ପ୍ରେରିତ ଶିଷ୍ୟ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନେ, ତଥା ମଣ୍ଡଳୀର ସମସ୍ତେ, ଦଳର କେତେକ ଲୋକଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବାଙ୍କ ସହିତ ସେମାନଙ୍କୁ ଆଣ୍ଟିୟୋଖକୁ ପଠାଇବା ପାଇଁ ସ୍ଥିର କଲେ। ବର୍ଶବା ନାମରେ ପରିଚିତ ଯିହୁଦା ଓ ଶୀଲା ବିଶ୍ୱାସୀମାନଙ୍କ ମଧ୍ୟରେ ବିଶେଷ ସମ୍ମାନିତ ଥିଲେ।


ଯିହୁଦା ଓ ଶୀଲା ନିଜେ ଭାବବାଦୀ ଥିଲେ ଏବଂ ସେମାନେ ଆଣ୍ଟିୟୋଖର ବିଶ୍ୱାସୀମାନଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ଉଦ୍ବୋଧନ ଦେଇ ସେମାନଙ୍କ ବିଶ୍ୱାସକୁ ଦୃଢ଼ କଲେ।


ପାଉଲଙ୍କୁ ନେଇ ଯାଉଥିବା ଲୋକମାନେ ତାଙ୍କ ସହିତ ଆଥେନ୍ସ୍ ପର୍ଯ୍ୟନ୍ତ ଗଲେ। ସେଠାରୁ ସେମାନେ ବେରିଆକୁ ଫେରି ଆସି ଶୀଲା ଓ ତୀମଥିଙ୍କୁ କହିଲେ, ସେମାନେ ଶୀଘ୍ର ପାଉଲଙ୍କ ସହିତ ଯୋଗ ଦିଅନ୍ତୁ ବୋଲି ପାଉଲ ନିର୍ଦ୍ଦେଶ ଦେଇଛନ୍ତି।


ସେମାନେ ତାଙ୍କୁ ଆଉ ଦେଖି ପାରିବେ ନାହିଁ ବୋଲି ସେ କହିଥିବାରୁ ସେମାନେ ଅତ୍ୟନ୍ତ ଶୋକାତୁର ହୋଇ ପଡ଼ିଥିଲେ। ସେମାନେ ତାଙ୍କୁ ବିଦାୟ ଦେବା ପାଇଁ ଜାହାଜ ନିକଟକୁ ଗଲେ।


Swiv nou:

Piblisite


Piblisite