Biblia Todo Logo
Bib sou entènèt

- Piblisite -




ପ୍ରେରିତ 15:2 - ପବିତ୍ର ବାଇବଲ (CL) NT (BSI)

2 ଏ ବିଷୟରେ ସେମାନଙ୍କ ସହିତ ପାଉଲ ଓ ବର୍ଣ୍ଣବାଙ୍କର ପ୍ରଚଣ୍ଡ ଯୁକ୍ତିତର୍କ ହେବାରୁ, ଏହା ସ୍ଥିର ହେଲା ଯେ, ପାଉଲ, ବର୍ଣ୍ଣବା ଓ ଆଣ୍ଟିୟୋଖର ଆଉ କେତେ ଜଣ ଯିରୂଶାଲମକୁ ଯାଇ ପ୍ରେରିତ ଶିଷ୍ୟ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନଙ୍କ ସହିତ ଏ ବିଷୟରେ ପରାମର୍ଶ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଏଥିରେ ପାଉଲ ବର୍ଣ୍ଣବ୍ବାଙ୍କର ସେମାନଙ୍କ ସାଙ୍ଗରେ ଅନେକ ବାଗ୍ଯୁଦ୍ଧ ଓ ବାଦାନୁବାଦ ହେବାରୁ ଭାଇମାନେ ପାଉଲ, ବର୍ଣ୍ଣବ୍ବା ଓ ଆପଣାମାନଙ୍କ ମଧ୍ୟରୁ ଆଉ କେତେକ ଜଣ ଏହି ପ୍ରଶ୍ନ ଘେନି ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନ-ମାନଙ୍କ ନିକଟକୁ ଯାଆନ୍ତୁ ବୋଲି ସ୍ଥିର କଲେ।

Gade chapit la Kopi

ଓଡିଆ ବାଇବେଲ

2 ଏଥିରେ ପାଉଲ ଓ ବର୍ଣ୍ଣବ୍ବାଙ୍କର ସେମାନଙ୍କ ସାଙ୍ଗରେ ଅନେକ ବାଗ୍‌ଯୁଦ୍ଧ ଓ ବାଦାନୁବାଦ ହେବାରୁ ଭାଇମାନେ ପାଉଲ, ବର୍ଣ୍ଣବ୍ବା ଓ ଆପଣାମାନଙ୍କ ମଧ୍ୟରୁ ଆଉ କେତେକ ଜଣ ଏହି ପ୍ରଶ୍ନ ଘେନି ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ନିକଟକୁ ଯାଆନ୍ତୁ ବୋଲି ସ୍ଥିର କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଏଥିରେ ପାଉଲ ଓ ବର୍ଣ୍ଣବ୍ବାଙ୍କର ସେମାନଙ୍କ ସାଙ୍ଗରେ ଅନେକ ବାଗ୍‌ଯୁଦ୍ଧ ଓ ବାଦାନୁବାଦ ହେବାରୁ ଭାଇମାନେ ପାଉଲ, ବର୍ଣ୍ଣବ୍ବା ଓ ଆପଣାମାନଙ୍କ ମଧ୍ୟରୁ ଆଉ କେତେକ ଜଣ ଏହି ପ୍ରଶ୍ନ ଘେନି ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ନିକଟକୁ ଯାଆନ୍ତୁ ବୋଲି ସ୍ଥିର କଲେ।

Gade chapit la Kopi

ପବିତ୍ର ବାଇବଲ

2 ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କ ସହିତ ରାଜି ନହୋଇ ବହୁତ ଯୁକ୍ତି କଲେ। ଏହି ପ୍ରଶ୍ନ ଉପରେ ବିଗ୍ଭର ଆଲୋଚନା ଲାଗି ପାଉଲ, ବର୍ଣ୍ଣ‌ବ୍‌‌ବା ଓ ଅନ୍ୟ କେତେକଙ୍କୁ ଯିରୁଶାଲମରେ ପ୍ରେରିତ ଓ ପ୍ରାଚୀନମାନଙ୍କ ପାଖକୁ ଯିବା ପାଇଁ ନିଯୁକ୍ତି ଦିଆଗଲା।

Gade chapit la Kopi




ପ୍ରେରିତ 15:2
20 Referans Kwoze  

କିନ୍ତୁ ତୁମ୍ଭମାନଙ୍କ ପାଇଁ ସୁସମାଚାରର ସତ୍ୟକୁ ବଜାୟ ରଖିବା ପାଇଁ ଆମେ ସେହି ପ୍ରଚାରକମାନଙ୍କୁ କ୍ଷଣେ ହେଲେ ପ୍ରଶ୍ରୟ ଦେଇ ନ ଥିଲୁ।


ତୁମ୍ଭମାନଙ୍କର ସେହି ବିଶିଷ୍ଟ ପ୍ରେରିତ ଶିଷ୍ୟମାନଙ୍କଠାରୁ ମୁଁ କୌଣସି ଗୁଣରେ ନିକୃଷ୍ଟ ବୋଲି ଭାବୁ ନାହିଁ।


ସେମାନେ ଯିରୂଶାଲମରେ ପହଞ୍ଚିବା ପରେ ମଣ୍ଡଳୀ, ପ୍ରେରିତ ଶିଷ୍ୟ ଓ ମଣ୍ଡଳୀର ନେତାମାନେ ସେମାନଙ୍କୁ ସ୍ୱାଗତ କଲେ। ଈଶ୍ୱର ସେମାନଙ୍କ ଦ୍ୱାରା କରିଥିବା କାର୍ଯ୍ୟ ସମ୍ପର୍କରେ ପାଉଲ ଓ ବର୍ଣ୍ଣବା ସେମାନଙ୍କୁ ଜଣାଇଲେ।


ସେମାନେ ଅର୍ଥ ସଂଗ୍ରହ କରି ବର୍ଣ୍ଣବା ଓ ଶାଉଲଙ୍କ ହାତରେ ମଣ୍ଡଳୀର ସେବକମାନଙ୍କ ନିକଟକୁ ତାହା ପଠାଇ ଦେଲେ।


ପ୍ରିୟ ବନ୍ଧୁଗଣ, ଆମେ ସମସ୍ତେ ଯେଉଁ ପରିତ୍ରାଣର ଅଂଶୀ, ସେ ବିଷୟରେ ତୁମ୍ଭମାନଙ୍କ ନିକଟକୁ ଲେଖିବାପାଇଁ ମୁଁ ଉତ୍ସୁକ ଥିଲି। କିନ୍ତୁ ଇତିମଧ୍ୟରେ ଈଶ୍ୱର ତାଙ୍କ ଲୋକମାନଙ୍କୁ ଅନନ୍ତ କାଳ ପାଇଁ ପ୍ରଦାନ କରିଥିବା ବଶ୍ୱାସ ସପକ୍ଷରେ ସଂଗ୍ରାମ କରିବା ପାଇଁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ମୁଁ ମନେ କଲି।


ଈଶ୍ୱରଙ୍କ ଇଚ୍ଛାନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କ ପ୍ରେରିତ ଶିଷ୍ୟ ରୂପେ ଆହୂତ ପାଉଲ ଓ ଆମ ଭ୍ରାତା ସୋସ୍ଥିନା -


ତହିଁ ଆରଦିନ ପାଉଲ ଆମ ସହିତ ଯାକୁବଙ୍କୁ ଦେଖିବା ପାଇଁ ଗଲେ; ମଣ୍ଡଳୀର ସମସ୍ତ ନେତା ସେଠାରେ ଉପସ୍ଥିତ ଥିଲେ।


ବିଭିନ୍ନ ସହର ମଧ୍ୟଦେଇ ଯିବା ସମୟରେ ସେମାନେ ବିଶ୍ୱାସୀମାନଙ୍କୁ ଯିରୂଶାଲମସ୍ଥ ପ୍ରେରିତ ଶିଷ୍ୟ ଓ ବୟୋଜ୍ୟେଷ୍ଠ ନେତାମାନଙ୍କ ଦ୍ୱାରା ପ୍ରଣୀତ ନୀତି ନିୟମ ସବୁ ବୁଝାଇ, ସେସବୁ ପାଳନ କରିବା ପାଇଁ କହୁଥିଲେ।


ଆମେ ଯିହୁଦା ଓ ଶୀଲାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଉଛୁ। ଆମେ ଯାହା ଲେଖୁଛୁ, ସେମାନେ ବ୍ୟକ୍ତିଗତଭାବେ ତାହା ତୁମ୍ଭମାନଙ୍କୁ କହିବେ।


ତେଣୁ ଆମେ ସମସ୍ତେ ଏକ ମତ ହୋଇ କେତେ ଜଣ ସମ୍ବାଦ ବାହାକଙ୍କୁ ମନୋନୀତ କରି ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ସ୍ଥିର କରିଛୁ। ସେମାନେ ଆମ ପ୍ରିୟ ବନ୍ଧୁ ବର୍ଣ୍ଣବା ଓ ପାଉଲଙ୍କ ସହିତ ଯିବେ।


ବିନା ଦ୍ୱିଧାରେ ସେମାନଙ୍କ ସହିତ ଯିବା ପାଇଁ ପବିତ୍ରଆତ୍ମା ମୋତେ ନିର୍ଦ୍ଦେଶ ଦେଲେ। ଯୋପ୍ପାରେ ଏହି ଛଅ ଜଣ ବିଶ୍ୱାସୀ ଭାଇ ମୋ’ ସହିତ ସିସେରିଆକୁ ଗଲେ ଓ ଆମେ ସମସ୍ତେ କର୍ଣ୍ଣୀଲିୟଙ୍କ ଘରେ ପହଞ୍ଚିଲୁ।


ପିତର ସେମାନଙ୍କୁ ଭିତରକୁ ଡାକି ନେଇ ସେହି ରାତ୍ରିଟି ସେଠାରେ କଟାଇବା ପାଇଁ ଅନୁରୋଧ କଲେ। ତହିଁ ଆରଦିନ ସେ ପ୍ରସ୍ତୁତ ହୋଇ ସେମାନଙ୍କ ସହିତ ଗଲେ। ଯୋପ୍ପାର କେତେ ଜଣ ବିଶ୍ୱାସୀ ମଧ୍ୟ ସେମାନଙ୍କ ସଙ୍ଗରେ ଗଲେ।


Swiv nou:

Piblisite


Piblisite