Biblia Todo Logo
Bib sou entènèt

- Piblisite -




ପ୍ରେରିତ 15:10 - ପବିତ୍ର ବାଇବଲ (CL) NT (BSI)

10 ତାହାହେଲେ ଯେଉଁ ବୋଝ ବୋହିବା ପାଇଁ ଆମ ପୂର୍ବପୁରୁଷ ଓ ଆମେ ସମର୍ଥ ହୋଇପାରିଲୁ ନାହିଁ, ତୁମେ ବର୍ତ୍ତମାନ ବିଶ୍ୱାସୀମାନଙ୍କ ପିଠିରେ ତାହା ଲଦି ଦେଇ କାହିଁକି ଈଶ୍ୱରଙ୍କୁ ପରୀକ୍ଷା କରିବାକୁ ଚାହୁଁଛ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଏଣୁ ଯେଉଁ ଯୁଆଳି ଆମ୍ଭମାନଙ୍କ ପିତୃପୁରୁଷ ଓ ଆମ୍ଭେମାନେ ବହିବାକୁ ଅକ୍ଷମ ହେଲୁ, ସେହି ଯୁଆଳି ଶିଷ୍ୟମାନଙ୍କ କାନ୍ଧରେ ଦେଇ କାହିଁକି ଆପଣମାନେ ଈଶ୍ଵରଙ୍କୁ ପରୀକ୍ଷା କରୁଅଛନ୍ତି?

Gade chapit la Kopi

ଓଡିଆ ବାଇବେଲ

10 ଏଣୁ ଯେଉଁ ଯୁଆଳି ଆମ୍ଭମାନଙ୍କ ପିତୃପୁରୁଷ ଓ ଆମ୍ଭେମାନେ ବହିବାକୁ ଅକ୍ଷମ ହେଲୁ, ସେହି ଜୁଆଳି ଶିଷ୍ୟମାନଙ୍କ କାନ୍ଧରେ ଦେଇ କାହିଁକି ଆପଣମାନେ ଈଶ୍ୱରଙ୍କ ପରୀକ୍ଷା କରୁଅଛନ୍ତି ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏଣୁ ଯେଉଁ ଯୁଆଳି ଆମ୍ଭମାନଙ୍କ ପିତୃ-ପୁରୁଷ ଓ ଆମ୍ଭେମାନେ ବହିବାକୁ ଅକ୍ଷମ ହେଲୁ, ସେହି ଜୁଆଳି ଶିଷ୍ୟମାନଙ୍କ କାନ୍ଧରେ ଦେଇ କାହିଁକି ଆପଣମାନେ ଈଶ୍ବରଙ୍କ ପରୀକ୍ଷା କରୁଅଛନ୍ତି?

Gade chapit la Kopi

ପବିତ୍ର ବାଇବଲ

10 ତେଣୁ, ତୁମ୍ଭେମାନେ କାହିଁକି ଶିଷ୍ୟମାନଙ୍କ କାନ୍ଧରେ ଯୁଆଳି ରଖି ପରମେଶ୍ୱରଙ୍କୁ ପରୀକ୍ଷା କରୁଛ? ଆମ୍ଭେମାନେ କିମ୍ବା ଆମ୍ଭର ପୂର୍ବପୁରୁଷମାନେ ତ ଏହି ଯୁଆଳି ଭାର ସହି ପାରିଲେ ନାହିଁ।

Gade chapit la Kopi




ପ୍ରେରିତ 15:10
11 Referans Kwoze  

ଆମେ ସ୍ୱାଧୀନ। ଖ୍ରୀଷ୍ଟ ଆମକୁ ସ୍ୱାଧୀନ କରି ଅଛନ୍ତି। ତେଣୁ ତୁମ୍ଭେମାନେ ସ୍ୱାଧୀନତାରେ ଅଟଳ ରୁହ। ପୁନର୍ବାର ଦାସତ୍ୱ ବନ୍ଧନରେ ଆବଦ୍ଧ ହେବା ପାଇଁ ନିଜକୁ ପ୍ରଶ୍ରୟ ଦିଅ ନାହିଁ।


ସେମାନେ ଲୋକମାନଙ୍କ ପିଠି ଉପରେ ଦୁର୍ବହ ବୋଝ ଲଦି ଦିଅନ୍ତି, କିନ୍ତୁ ସେସବୁ ବୋଝ ବହନ କରିବା ପାଇଁ ନିଜର ଅଙ୍ଗୁଳି ଦ୍ୱାରା ମଧ୍ୟ ଟିକିଏ ହେଲେ ସାହାଯ୍ୟ କରନ୍ତି ନାହିଁ।


କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ଈଶ୍ୱରଙ୍କୁ ଜାଣି ଅଛ, ଅଥବା ମୁଁ କହିବି, ବର୍ତ୍ତମାନ ଈଶ୍ୱର ତୁମ୍ଭମାନଙ୍କୁ ଜାଣିଛନ୍ତି। ତେବେ ଏହା କିପରି ସମ୍ଭବ ଯେ, ତୁମ୍ଭେମାନେ ପୁଣି ଥରେ ସେହି ହୀନବଳ, ଦୟନୀୟ ଦେବଦେବୀମାନଙ୍କ ନିକଟକୁ ଫେରି ଯିବାକୁ ଚାହୁଁଛ? ତୁମ୍ଭେମାନେ କାହିଁକି ପୁନର୍ବାର ସେମାନଙ୍କ ଦାସ ହେବାକୁ ଇଚ୍ଛା କରୁଛ?


ବିର୍ତ୍ତମାନ କାଳକୁ ଲକ୍ଷ୍ୟ କରି ଏହା ଏକ ଦୃଷ୍ଟାନ୍ତ ସ୍ୱରୂପ। ଏହାର ଅର୍ଥ ହେଉଛି, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ନୈବେଦ୍ୟ ଏବଂ ପଶୁବଳି ଉପାସକର ହୃଦୟକୁ ସିଦ୍ଧ କରିପାରେ ନାହିଁ।


ଈଶ୍ୱର କହନ୍ତି, ସେଠାରେ ସେମାନେ ମୋର ଶକ୍ତି ଓ ଧୈର୍ଯ୍ୟ ପରୀକ୍ଷା କଲେ, ଅଥଚ ଚାଲିଷ ବର୍ଷ ପର୍ଯ୍ୟନ୍ତ ମୁଁ ଯେଉଁସବୁ କାର୍ଯ୍ୟ କରିଥିଲି, ତାହା ସେମାନେ ଦେଖିଥିଲେ।


ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖାଅଛି, ତୁମ ପ୍ରଭୁ ଈଶ୍ୱରଙ୍କୁ ପରୀକ୍ଷା କର ନାହିଁ।”


ପିତର ତାଙ୍କୁ କହିଲେ, “ପରମାତ୍ମାଙ୍କୁ ପରୀକ୍ଷା କରିବା ପାଇଁ ତୁମେ ଓ ତୁମର ସ୍ୱାମୀ କାହିଁକି ସ୍ଥିର କଲ? ଯେଉଁମାନେ ତୁମର ସ୍ୱାମୀଙ୍କୁ ସମାଧିସ୍ଥ କଲେ, ସେମାନେ ବର୍ତ୍ତମାନ ଦ୍ୱାର ନିକଟରେ, ସେମାନେ ତୁମକୁ ମଧ୍ୟ ବୋହି ନେଇଯିବେ।”


Swiv nou:

Piblisite


Piblisite