Biblia Todo Logo
Bib sou entènèt

- Piblisite -




ପ୍ରେରିତ 14:9 - ପବିତ୍ର ବାଇବଲ (CL) NT (BSI)

9 ସେଠାରେ ବସି ସେ ପାଉଲଙ୍କ ଶିକ୍ଷା ଶୁଣୁଥିଲା। ତା’ ମନରେ ବିଶ୍ୱାସ ଜନ୍ମିଛି ଓ ସେ ସୁସ୍ଥ ହୋଇପାରିବ ବୋଲି ପାଉଲ ଜାଣିପାରିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସେହି ଲୋକଟି ପାଉଲଙ୍କ ପ୍ରଚାର ଶୁଣୁଥିଲା। ପାଉଲ ତାକୁ ଏକଦୃଷ୍ଟିରେ ଚାହିଁ ସୁସ୍ଥ ହେବା ପାଇଁ ତାʼର ବିଶ୍ଵାସ ଥିବାର ଦେଖି ଉଚ୍ଚସ୍ଵରରେ କହିଲେ,

Gade chapit la Kopi

ଓଡିଆ ବାଇବେଲ

9 ସେହି ଲୋକଟି ପାଉଲଙ୍କ ପ୍ରଚାର ଶୁଣୁଥିଲା । ପାଉଲ ତାହାକୁ ଏକଦୃଷ୍ଟିରେ ଚାହିଁ ସୁସ୍ଥ ହେବା ପାଇଁ ତାହାର ବିଶ୍ୱାସ ଥିବାର ଦେଖି ଉଚ୍ଚସ୍ୱରରେ କହିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେହି ଲୋକଟି ପାଉଲଙ୍କ ପ୍ରଚାର ଶୁଣୁଥିଲା। ପାଉଲ ତାହାକୁ ଏକଦୃଷ୍ଟିରେ ଚାହିଁ ସୁସ୍ଥ ହେବା ପାଇଁ ତାହାର ବିଶ୍ୱାସ ଥିବାର ଦେଖି ଉଚ୍ଚସ୍ୱରରେ କହିଲେ,

Gade chapit la Kopi

ପବିତ୍ର ବାଇବଲ

9 ସେ ବସି ପାଉଲଙ୍କ କଥା ଶୁଣୁଥିଲା। ପାଉଲ ତାକୁ ସିଧାସଳଖ ଅନାଇ ଦେଖିଲେ ଯେ ସେ ସୁସ୍ଥ ହୋଇପାରିବ ବୋଲି ତା'ର ବିଶ୍ୱାସ ଅଛି।

Gade chapit la Kopi




ପ୍ରେରିତ 14:9
13 Referans Kwoze  

ସେମାନେ ତାହାକୁ ସ୍ଥିର ଦୃଷ୍ଟିରେ ଚାହିଁଲେ ଓ ପିତର କହିଲେ, “ଆମ ଆଡ଼କୁ ଚାହଁ!”


ଯୀଶୁ ତା’ କଥାର ଉତ୍ତର ଦେଇ କହିଲେ, “ତୁମେ ଜଣେ ଦୃଡ଼ ବିଶ୍ୱାସିନୀ। ତୁମ ଇଚ୍ଛା ପୂର୍ଣ୍ଣ ହେବ।” ସେହି ମୁହୂର୍ତ୍ତରେ ତା’ର ଝିଅ ସୁସ୍ଥ ହେଲା।


ଅନ୍ଧ କହିଲା, “ଗୁରୁ! ମୁଁ ଦୃଷ୍ଟିଶକ୍ତି ଫେରି ପାଇବାକୁ ଚାହେଁ।” ଯୀଶୁ ତାକୁ କହିଲେ, “ଯାଅ, ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଛି।” ସଙ୍ଗେ ସଙ୍ଗେ ଅନ୍ଧ ତା’ର ଦୃଷ୍ଟିଶକ୍ତି ଫେରି ପାଇଲା ଏବଂ ସେ ମଧ୍ୟ ଯୀଶୁଙ୍କ ପଛେ ପଛେ ଚାଲିଲା।


ସେହି ଲୋକମାନଙ୍କର ବିଶ୍ୱାସ ଦେଖି ଯୀଶୁ ପକ୍ଷାଘାତ ରୋଗୀକୁ କହିଲେ, “ପୁଅରେ! ତୋର ପାପ ସବୁ କ୍ଷମା ହେଲା।”


ସେମାନେ ତାଙ୍କୁ ବିଶ୍ୱାସ ନ କରିବାରୁ ସେ ସେଠାରେ ତାଙ୍କର ଅଲୌକିକ କାର୍ଯ୍ୟ ଆଉ ଅଧିକ କଲେ ନାହିଁ।


ଯୀଶୁ ବୁଲିବଡ଼ି ତାକୁ ଦେଖିଲେ ଏବଂ ଅଭୟ ଦେଇ କହିଲେ, “ ଝିଅ, ସାହସ ଧର। ତୋ’ ବିଶ୍ୱାସ ତୋତେ ସୁସ୍ଥ କରିଛି।” ସେହି ମୁହୂର୍ତ୍ତରେ ସେହି ସ୍ତ୍ରୀ ଲୋକଟି ସୁସ୍ଥ ହୋଇଗଲା।


ଯୀଶୁ ଏହା ଶୁଣି ଆଶ୍ଚଯ୍ୟ ହେଲେ ଓ ତାଙ୍କ ଅନୁସରଣକାରୀମାନଙ୍କୁ କହିଲେ, “ମୁଁ ସତ କହୁଛି, ଇଶ୍ରାୟେଲର କୌଣସି ଲୋକଠାରେ ଏ ଲୋକ ପରି ବିଶ୍ୱାସ ମୁଁ ଦେଖି ନାହିଁ।


ଯୀଶୁ ଏଥିରେ ଲୋକଟିର ଆଖି ଉପରେ ନିଜ ହାତ ରଖିଲେ ଓ ଲୋକଟି ଭଲ କରି ନିରୀକ୍ଷଣ କଲା। ହଠାତ୍ ତା’ର ଦୃଷ୍ଟିଶକ୍ତି ଫେରି ଆସିଲା ଓ ସେ ସ୍ପଷ୍ଟଭାବେ ଦେଖି ପାରିଲା।


ସେ ଭୟରେ ସ୍ୱର୍ଗଦୂତଙ୍କ ଆଡ଼କୁ ଚାହିଁ କହିଲେ, “ଆଜ୍ଞା କଅଣ କହୁଛନ୍ତି?” ସ୍ୱର୍ଗଦୂତ ଉତ୍ତର ଦେଲେ, “ଈଶ୍ୱର ତୁମର ପ୍ରାର୍ଥନା ଓ ଦାନଶୀଳତାରେ ସନ୍ତୁଷ୍ଟ ଓ ଏହାର ପ୍ରତିଦାନ ଦେବା ପାଇଁ ପ୍ରସ୍ତୁତ।


Swiv nou:

Piblisite


Piblisite