Biblia Todo Logo
Bib sou entènèt

- Piblisite -




ପ୍ରେରିତ 14:2 - ପବିତ୍ର ବାଇବଲ (CL) NT (BSI)

2 କିନ୍ତୁ ଅବିଶ୍ୱାସୀ ଇହୁଦୀମାନେ ଅଣଇହୁଦୀମାନଙ୍କୁ ବିଭ୍ରାନ୍ତ କରି ସେମାନଙ୍କୁ ବିଶ୍ୱାସୀମାନଙ୍କ ବିରୁଦ୍ଧରେ ମତାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 କିନ୍ତୁ ଯେଉଁ ଯିହୁଦୀମାନେ ବିଶ୍ଵାସ କଲେ ନାହିଁ, ସେମାନେ ବିଜାତିମାନଙ୍କର ମନକୁ ଉତ୍ତେଜିତ କରି ଭାଇମାନଙ୍କ ବିରୁଦ୍ଧରେ ମନ୍ଦ ଭାବ ଜନ୍ମାଇଦେଲେ।

Gade chapit la Kopi

ଓଡିଆ ବାଇବେଲ

2 କିନ୍ତୁ ଯେଉଁ ଯିହୂଦୀମାନେ ବିଶ୍ୱାସ କଲେ ନାହିଁ, ସେମାନେ ଅଣଯିହୂଦୀମାନଙ୍କର ମନକୁ ଉତ୍ତେଜିତ କରି ଭାଇମାନଙ୍କ ବିରୁଦ୍ଧରେ ମନ୍ଦ ଭାବ ଜନ୍ମାଇଦେଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 କିନ୍ତୁ ଯେଉଁ ଯିହୁଦୀମାନେ ବିଶ୍ୱାସ କଲେ ନାହିଁ, ସେମାନେ ଅଣଯିହୁଦୀମାନଙ୍କର ମନକୁ ଉତ୍ତେଜିତ କରି ଭାଇମାନଙ୍କ ବିରୁଦ୍ଧରେ ମନ୍ଦ ଭାବ ଜନ୍ମାଇଦେଲେ।

Gade chapit la Kopi

ପବିତ୍ର ବାଇବଲ

2 ମାତ୍ର ଯେଉଁ ଯିହୂଦୀମାନେ ଅବିଶ୍ୱାସ କରୁଥିଲେ, ସେମାନେ ଅନ୍ୟ ଜାତୀୟ ଲୋକମାନଙ୍କ ମନରେ ଭାଇମାନଙ୍କ ବିରୁଦ୍ଧରେ ଖରାପ ଧାରଣା ଜନ୍ମାଇଲେ।

Gade chapit la Kopi




ପ୍ରେରିତ 14:2
14 Referans Kwoze  

କିନ୍ତୁ ଇହୁଦୀମାନେ ନଗରର ନେତୃସ୍ଥାନୀୟ ଲୋକମାନଙ୍କୁ ପ୍ରରୋଚିତ କରି ପାଉଲ ଓ ବର୍ଣ୍ଣବାଙ୍କ ଉପରେ ଉତ୍ପୀଡ଼ନ କରିବାକୁ ଲାଗିଲେ ଏବଂ ସେହି ଅଞ୍ଚଳକୁ ସେମାନଙ୍କୁ ବାହାର କରିଦେଲେ।


କିନ୍ତୁ ଇହୁଦୀମାନେ ଈର୍ଷାତୁର ହେଲେ ଓ କେତେକ ଦୁଷ୍ଟ ପ୍ରକୃତିର ଲୋକମାନଙ୍କୁ ଠୁଳ କରି ସମଗ୍ର ନଗରରେ ଉତ୍ତେଜନା ସୃଷ୍ଟି କଲେ। ସେମାନେ ପାଉଲ ଓ ଶୀଲାଙ୍କୁ ଖୋଜି ଲୋକମାନଙ୍କ ନିକଟକୁ ଆଣିବା ପାଇଁ ଯେସନ୍ ନାମକ ଜଣେ ଲୋକର ଘରକୁ ଆକ୍ରମଣ କଲେ।


ପିସିଦିଆର ଆଣ୍ଟିୟୋଖ ଓ ଇକନିୟରୁ କେତେକ ଇହୁଦୀ ଆସିଥିଲେ, ସେମାନେ ଜନତାକୁ ମତାଇ ପାଉଲଙ୍କୁ ପ୍ରସ୍ତରାଘାତ କଲେ ଓ ତାଙ୍କୁ ମୃତ ବୋଲି ଭାବି ସହର ବାହାରକୁ ଘୋଷାରି ନେଲେ।


ଜନଗହଳି ଦେଖି ଇହୁଦୀମାନେ ଈର୍ଷାନ୍ୱିତ ହେଲେ ଓ ପାଉଲଙ୍କ କଥାରେ ପ୍ରତିବାଦ କରି ତାଙ୍କୁ ଅପମାନିତ କଲେ।


କିନ୍ତୁ ଯେତେବେଳେ ଥେସଲନିକୀୟ ଇହୁଦୀମାନେ ଶୁଣିଲେ ଯେ ବେରିଆରେ ମଧ୍ୟ ପାଉଲ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଛନ୍ତି, ସେମାନେ ସେଠାକୁ ଆସି ଗଣ୍ଡଗୋଳ କରିବା ପାଇଁ ଲୋକମାନଙ୍କୁ ମତାଇଲେ।


ଗାଲିୟୋ ଆଖାୟାର ରୋମୀୟ ଶାସକ ଥିବା ସମୟରେ, ଇହୁଦୀମାନେ ଏକତ୍ରିତ ହୋଇ ପାଉଲଙ୍କୁ ଧରି ବିଚାରାଳୟକୁ ନେଲେ।


ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ ସ୍ଥାପନ କରେ, ସେ ଅନନ୍ତ ଜୀବନ ପାଇବ; ଯେ କେହି ତାଙ୍କର ଅବାଧ୍ୟ ହୁଏ, ସେ ସେହି ଜୀବନରୁ ବଞ୍ôଚତ ହେବ ଓ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିବ।


କିଛିଦିନ ପରେ ପ୍ରାୟ ଏକଶହ କୋଡ଼ିଏ ଜଣ ବିଶ୍ୱାସୀମାନଙ୍କ ଏକ ସଭାରେ ପିତର ଛିଡ଼ା ହୋଇ କହିଲେ:


ନଗରର ଲୋକମାନେ ଦୁଇ ଦଳରେ ବିଭକ୍ତ ହେଲେ। ସେମାନଙ୍କ ମଧ୍ୟରୁ କେତେ ଜଣ ଇହୁଦୀମାନଙ୍କୁ ଓ ଆଉ କେତେକ ପ୍ରେରିତ ଶିଷ୍ୟମାନଙ୍କୁ ସମର୍ଥନ କଲେ।


ତା’ପରେ କେତେକ ଅଣଇହୁଦୀ ଓ ଇହୁଦୀମାନେ ସେମାନଙ୍କ ନେତାମାନଙ୍କ ସହିତ ଏକଜୁଟ ହୋଇ ପ୍ରେରିତ ଶିଷ୍ୟମାନଙ୍କ ପ୍ରତି ଦୁର୍ବ୍ୟବହାର କରିବା ପାଇଁ ଓ ସେମାନଙ୍କୁ ପ୍ରସ୍ତରାଘାତ କରି ମାରି ଦେବା ପାଇଁ ସ୍ଥିର କଲେ।


ଭାଇମାନେ, ଯିହୁଦା ଦେଶରେ ଥିବା ଈଶ୍ୱରଙ୍କ ମଣ୍ଡଳୀଗୁଡ଼ିକରେ ଓ ସେଠାକାର ଖ୍ରୀଷ୍ଟବିଶ୍ୱାସୀମାନଙ୍କ ପ୍ରତି ଯାହା ଘଟିଥିଲା, ତୁମ୍ଭମାନଙ୍କ ପ୍ରତି ମଧ୍ୟ ତାହା ଘଟିଛି। ସେମାନେ ଇହୁଦୀମାନଙ୍କଠାରୁ ଯେପରି ନିର୍ଯ୍ୟାତନା ଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ନିଜ ଦେଶବାସୀଙ୍କ ଠାରୁ ଅନୁରୂପ ନିର୍ଯ୍ୟାତନା ଭୋଗ କରିଛ।


Swiv nou:

Piblisite


Piblisite