Biblia Todo Logo
Bib sou entènèt

- Piblisite -




ପ୍ରେରିତ 13:6 - ପବିତ୍ର ବାଇବଲ (CL) NT (BSI)

6 ସେମାନେ ସାଇପ୍ରସ୍ ଦ୍ୱୀପ ଅତିକ୍ରମ କରି ପାଫୋକୁ ଗଲେ। ସେଠାରେ ସେମାନେ ବାର - ଯୀଶୁ ନାମକ ଏକ ଇହୁଦୀ ଗୁଣିଆକୁ ଭେଟିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପୁଣି, ସେମାନେ ସମସ୍ତ ଦ୍ଵୀପ ପରିଭ୍ରମଣ କରି ପାଫକୁ ଆସି ଜଣେ ମାୟାବୀ ଭଣ୍ତ ଭାବବାଦୀକି ଦେଖିଲେ; ସେ ଜଣେ ଯିହୁଦୀ, ଆଉ ତାʼର ନାମ ବର୍ଯୀଶୁ।

Gade chapit la Kopi

ଓଡିଆ ବାଇବେଲ

6 ପୁଣି, ସେମାନେ ସମସ୍ତ ଦ୍ୱୀପ ପରିଭ୍ରମଣ କରି ପାଫକୁ ଆସି ଜଣେ ମାୟାବୀ ଭଣ୍ଡ ଭାବବାଦୀକୁ ଦେଖିଲେ; ସେ ଜଣେ ଯିହୂଦୀ, ଆଉ ତାହାର ନାମ ବର୍ଯୀଶୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପୁଣି, ସେମାନେ ସମସ୍ତ ଦ୍ୱୀପ ପରିଭ୍ରମଣ କରି ପାଫ ସହରକୁ ଆସି ଜଣେ ମାୟାବୀ ଭଣ୍ଡ ଭାବବାଦୀଙ୍କୁ ଦେଖିଲେ; ସେ ଜଣେ ଯିହୁଦୀ, ଆଉ ତାହାର ନାମ ବର୍ଯୀଶୁ।

Gade chapit la Kopi

ପବିତ୍ର ବାଇବଲ

6 ସେମାନେ ଉପଦ୍ୱୀପରେ ସର୍ବତ୍ର ବୁଲି ବୁଲି ପାଫ ନଗରରେ ପହଞ୍ଚିଲେ। ସେଠାରେ ସେମାନେ ବର୍ଯୀଶୁ ନାମକ ଜଣେ ଯିହୂଦୀ ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାକୁ ଦେଖିଲେ। ସେ ଲୋକମାନଙ୍କ ନିକଟରେ ଯାଦୁକର୍ମ ଦ୍ୱାରା ନାନା କାର୍ଯ୍ୟ ଦେଖାଉଥିଲା।

Gade chapit la Kopi




ପ୍ରେରିତ 13:6
24 Referans Kwoze  

ଭଣ୍ଡା ଭାବବାଦୀମାନଙ୍କ ପ୍ରତି ସାବଧାନ! ସେମାନେ ବାହାରକୁ ମେଣ୍ଢା ପରି ଦେଖାଯାଆନ୍ତି, କିନ୍ତୁ ପ୍ରକୃତରେ ସେମାନେ ଗୋଟିଏ ହେଟା ବାଘ।


ପ୍ରିୟ ବନ୍ଧୁଗଣ! ଈଶ୍ୱରଙ୍କ ଆତ୍ମା ପ୍ରାପ୍ତ ହୋଇଛନ୍ତି ବୋଲି ଯେଉଁମାନେ କହନ୍ତି, ସେ ସମସ୍ତଙ୍କୁ ବିଶ୍ୱାସ କର ନାହିଁ; ସେମାନେ ପାଇଥିବା ଆତ୍ମଶ, ବାସ୍ତବରେ ଈଶ୍ୱରଙ୍କଠାରୁ ଆଗତ କି ନୁହେଁ, ପ୍ରଥମେ ପରୀକ୍ଷା କରି ଦେଖ। କାରଣ ଏବେ ଅନେକ ଭଣ୍ଡ ଭାବବାଦୀ ସର୍ବତ୍ର ବିଚରଣ କରୁଛନ୍ତି।


ସେମାନେ ପ୍ରକୃତ ଶିଷ୍ୟ ନୁହଁନ୍ତି, ସେମାନେ ସମସ୍ତେ ଶଠ। ସେମାନେ ନିଚ କାର୍ଯ୍ୟ ବିଷୟରେ ମିଥ୍ୟା କହନ୍ତି ଏବଂ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପରି ଦେଖାଯିବା ନିମନ୍ତେ ଛଦ୍ମବେଶ ପରିଧାନ କରନ୍ତି।


ଯୀଶୁ ଆଉ ତାଙ୍କ ଶିଷ୍ୟମାନେ ଯିରିହୋକୁ ଆସିଲେ। ସେମାନେ ସେହି ସହର ଛାଡ଼ି ଯିବାବେଳେ ଅନେକ ଲୋକ ତାଙ୍କ ପଛେ ପଛେ ଗଲେ। ଟିମୟର ପୁତ୍ର ବାର୍ଟିମୟ ନାମକ ଗୋଟିଏ ଅନ୍ଧ ଭିକାରୀ ରାସ୍ତା କଡ଼ରେ ବସିଥିଲା।


କାରଣ ନିଜକୁ ମସୀହ ବା ଭାବବାଦୀ ବୋଲାଉଥିବା ପ୍ରଚାରକମାନେ ସେତେବେଳେ ଦେଖାଦେବେ। ସେମାନେ ଅଲୌକିକ ଓ ବିସ୍ମୟଜନକ କାର୍ଯ୍ୟ ଦେଖାଇ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ଭଣ୍ଡାଇବେ।


ଯୀଶୁ କହିଲେ, “ଧନ୍ୟ ତୁମେ ଯୂନସଙ୍କ ପୁତ୍ର, ପିତର! ଏହି ସତ୍ୟ ତୁମେ କୌଣସି ମନୁଷ୍ୟଠାରୁ ପାଇ ନାହିଁ। ମୋର ସ୍ୱର୍ଗସ୍ଥ ପିତା ନିଜେ ଏହା ତୁମଠାରେ ପ୍ରକାଶ କରିଛନ୍ତି।


ସେହି ଯୁଦ୍ଧରେ ପଶୁ ଓ ତା’ ସମ୍ମୁଖରେ ଅଲୌକିକ କାର୍ଯ୍ୟ କରୁଥିବା ସେହି ଭଣ୍ଡ ଭାବବାଦୀ ଧରାପଡ଼ି ବନ୍ଦୀ ହେଲେ। ଯେଉଁମାନଙ୍କଠାରେ ପଶୁ-ଚିହ୍ନ ଥିଲା ଓ ଯେଉଁମାନେ ତା’ର ପ୍ରତିମୂର୍ତ୍ତିକୁ ପୂଜା କରୁଥିଲେ, ପଶୁ ତା’ର ଅଲୌକିକ କାର୍ଯ୍ୟ ଦ୍ୱାରା ସେମାନଙ୍କୁ ପ୍ରତାରିତ କରିଥିଲା। ପଶୁ ଓ ଉକ୍ତ ଭଣ୍ଡ ଭାବବାଦୀ ଗନ୍ଧକ ଜଳୁଥିବା ଅଗ୍ନି ହ୍ରଦରେ ଜୀଅନ୍ତା ନିକ୍ଷିପ୍ତ ହେଲେ।


ଯନ୍ନୀସ ଓ ସମ୍ବ୍ରୀସ୍ ଯେପରି ମୋଶାଙ୍କ ବିରୁଦ୍ଧାଚରଣ କରିଥିଲେ, ସେହିପରି ଅନ୍ତିମ କାଳରେ ଏହି ଦୁରାଚାରୀମାନେ ସତ୍ୟର ବିରୋଧ କରିବେ - ସେମାନଙ୍କ ମସ୍ତିଷ୍କ-ବିକୃତି ଘଟିଛି ଏବଂ ସେମାନଙ୍କର ଧର୍ମବିଶ୍ୱାସ ବିଫଳ ହୋଇଛି।


କିନ୍ତୁ ଗୁଣିଆ ଏଲୀମାସ (ଏହା ତାହାର ଗ୍ରୀକ୍ ନାମ) ସେମାନଙ୍କୁ ବାଧା ଦେଲା, କାରଣ ସେ ଶାସନକର୍ତ୍ତାଙ୍କୁ ଖ୍ରୀଷ୍ଟ ବିଶ୍ୱାସ ପ୍ରତି ବିମୁଖ କରି ରଖିବାକୁ ଚାହୁଁଥିଲା।


ପାଉଲ ଓ ତାଙ୍କର ସହଯାତ୍ରୀମାନେ ପାଫୋରୁ ଜଳଯାତ୍ରା କରି ପାମ୍ପିଲିଆର ପର୍ଗା ନାମକ ଏକ ନଗରରେ ପହଞ୍ଚିଲେ। ଯୋହନ ନାମରେ ପରିଚିତ ମାର୍କ ସେମାନଙ୍କୁ ଏହିଠାରେ ପରିତ୍ୟାଗ କରି ଯିରୂଶାଲମକୁ ଫେରିଗଲେ।


Swiv nou:

Piblisite


Piblisite