Biblia Todo Logo
Bib sou entènèt

- Piblisite -




ପ୍ରେରିତ 13:5 - ପବିତ୍ର ବାଇବଲ (CL) NT (BSI)

5 ସାଲାମି ସହରରେ ପହଞ୍ôଚ ଇହୁଦୀ ଉପାସନା ଗୃହମାନଙ୍କରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କଲେ। ଯୋହନ ମାର୍କ ସେମାନଙ୍କ ସଙ୍ଗରେ ରହି ସାହାଯ୍ୟ କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେମାନେ ସାଲାମିରେ ପହଞ୍ଚିଲା ଉତ୍ତାରେ ଯିହୁଦୀମାନଙ୍କ ସମସ୍ତ ସମାଜଗୃହରେ ଈଶ୍ଵରଙ୍କ ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ଆଉ, ଯୋହନ ମଧ୍ୟ ପରିଚାରକ ସ୍ଵରୂପେ ସେମାନଙ୍କ ସହିତ ଥିଲେ।

Gade chapit la Kopi

ଓଡିଆ ବାଇବେଲ

5 ସେମାନେ ସାଲାମିରେ ପହଞ୍ଚିଲା ଉତ୍ତାରେ ଯିହୂଦୀମାନଙ୍କ ସମସ୍ତ ସମାଜଗୃହରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ଆଉ ଯୋହନ ମଧ୍ୟ ପରିଚାରକସ୍ୱରୂପେ ସେମାନଙ୍କ ସହିତ ଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେମାନେ ସାଲାମି ସହରରେ ପହଞ୍ଚିଲା ଉତ୍ତାରେ ଯିହୁଦୀମାନଙ୍କ ସମସ୍ତ ସମାଜଗୃହରେ ଈଶ୍ବରଙ୍କ ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ଆଉ ଯୋହନ ମଧ୍ୟ ପରିଚାରକସ୍ୱରୂପେ ସେମାନଙ୍କ ସହିତ ଥିଲେ।

Gade chapit la Kopi

ପବିତ୍ର ବାଇବଲ

5 ସେମାନେ ସାଲାମି ନଗରରେ ପହଞ୍ଚି ଯିହୂଦୀମାନଙ୍କର ସମାଜଗୃହଗୁଡ଼ିକରେ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କଲେ। ଯୋହନ ମାର୍କ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଥିଲେ।

Gade chapit la Kopi




ପ୍ରେରିତ 13:5
20 Referans Kwoze  

ସେମାନେ ପର୍ଗାରୁ ଯାଇ ପିସିଦଆର ଆଣ୍ଟିୟୋଖରେ ପହଞ୍ôଚଲେ ଓ ବିଶ୍ରାମବାର ଦିନ ଉପାସନା ଗୃହରେ ଯାଇ ବସିଲେ।


କିନ୍ତୁ ପାଉଲ ଓ ବର୍ଣ୍ଣବା ଆହୁରି ଦୃଢ଼ ଭାବରେ କହିଲେ, ‘ତୁମ୍ଭମାନଙ୍କ ନିକଟରେ ପ୍ରଥମେ ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହେବା ଆବଶ୍ୟକ ଥିଲା। କିନ୍ତୁ ତୁମେ ଅନନ୍ତ ଜୀବନ ପାଇବା ପାଇଁ ନିଜକୁ ଅଯୋଗ୍ୟ ଭାବି ଏହାକୁ ଅଗ୍ରାହ୍ୟ କରିଥିବାରୁ, ଆମେ ତୁମକୁ ପରିତ୍ୟାଗ କରି ଅଣଇହୁଦୀମାନଙ୍କ ନିକଟକୁ ଯିବା।


ତା’ପରେ ପାଉଲ ତିନି ମାସ ପର୍ଯ୍ୟନ୍ତ ସମାଜ ଗୃହରେ ନିର୍ଭୀକ ଭାବରେ ଆଲୋଚନା କରି ଈଶ୍ୱରଙ୍କ ରାଜ୍ୟ ବିଷୟରେ ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଚେଷ୍ଟା କଲେ।


ଇହୁଦୀ ତଥା ଗ୍ରୀକ୍ମାନଙ୍କ ମନରେ ପ୍ରଭୁଙ୍କ ପ୍ରତି ବିଶ୍ୱାସ ଜନ୍ମାଇବା ନିମନ୍ତେ ପ୍ରତ୍ୟେକ ବିଶ୍ରାମବାର ଦିନ ସେ ସମାଜ ଗୃହରେ ଆଲୋଚନା କରୁଥିଲେ।


ତେଣୁ ସେ ସମାଜ ଗୃହରେ ଇହୁଦୀମାନଙ୍କ ସହିତ ଈଶ୍ୱରଙ୍କର ଉପାସନାକାରୀ ଅଣଇହୁଦୀମାନଙ୍କ ସହିତ ଏ ବିଷୟରେ ପ୍ରତିଦିନ ଆଲୋଚନା କରିବାକୁ ଲାଗିଲେ। ସହରର ଛକ ସ୍ଥାନମାନଙ୍କରେ ଯାତାୟାତ କରୁଥିବା ଲୋକମାନଙ୍କ ସହିତ ସେହି ବିଷୟରେ ଆଲୋଚନା କଲେ।


ଇକନିୟରେ ସେହି ଘଟଣାର ପୁନରାବୃତ୍ତି ହେଲା: ପାଉଲ ଓ ବର୍ଣ୍ଣବା ଉପାସନା ଗୃହକୁ ଯାଇ ଏପରିଭାବେ ପ୍ରଚାର କଲେ ଯେ ବହୁସଂଖ୍ୟକ ଇହୁଦୀ ଓ ଅଣଇହୁଦୀମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ।


ନିଜର ପରିସ୍ଥିତି ସମ୍ପର୍କରେ ସଚେତନ ହୋଇ ସେ ଯୋହନ ଓ ମାର୍କଙ୍କ ମାତା ମରିୟମଙ୍କ ଗୃହକୁ ଗଲେ। ସେଠାରେ ଅନେକ ଲୋକ ଏକତ୍ରିତ ହୋଇ ପ୍ରାର୍ଥନା କରୁଥିଲେ।


ସେ ସିଧାସଳଖ ଉପାସନା ମନ୍ଦିରଗୁଡ଼ିକୁ ଯାଇ, ଯୀଶୁ ଯେ ଈଶ୍ୱରଙ୍କ ପୁତ୍ର, ଏ କଥା ପ୍ରଚାର କରିବାକୁ ଲାଗିଲେ।


କେବଳ ଲୂକ ମୋ’ ନିକଟରେ ଅଛନ୍ତି। ତୁମେ ସାଙ୍ଗରେ ମାର୍କକୁ ନେଇ ଆସିବ; ସେ ମୋତେ ମୋ’ କାର୍ଯ୍ୟରେ ସାହାଯ୍ୟ କରିପାରିବେ।


ମୋର ସହବନ୍ଦୀ ଆରିସ୍ତାର୍ଖ ଓ ତାଙ୍କ ସହିତ ବର୍ଣ୍ଣବାଙ୍କ ଆତ୍ମୀୟ ମାର୍କ ମଧ୍ୟ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ମାର୍କ ତୁମ ପାଖକୁ ଗଲେ ତାଙ୍କୁ ସ୍ୱାଗତ କର। ଏହି ନିର୍ଦ୍ଦେଶ ତୁମ୍ଭମାନଙ୍କୁ ପୂର୍ବରୁ ଦିଆଯାଇଛି।


ବର୍ଣ୍ଣବା ସେମାନଙ୍କ ସାଙ୍ଗରେ ଯୋହନ ନାମରେ ପରିଚିତ ମାର୍କଙ୍କୁ ନେବା ପାଇଁ ଇଚ୍ଛା କରିଥିଲେ,


ବର୍ଣ୍ଣବା ଓ ଶାଉଳ ଯିରୂଶାଲମରେ ସେବାକାର୍ଯ୍ୟ ଶେଷ କରି ଯୋହନ (ଓରଫ ମାର୍କ)ଙ୍କୁ ସଙ୍ଗରେ ନେଇ ଯିରୂଶାଲମରୁ ଆଣ୍ଟିୟୋଖକୁ ଫେରିଲେ।


କିନ୍ତୁ ତୁମେ ଏହି ନୀତି ଅନୁସରଣ କରିବ ନାହିଁ।


ତେଣୁ ସେ ତାଙ୍କର ଦୁଇ ସହକାରୀ ତୀମଥି ଓ ଏରାସ୍ତସ୍ଙ୍କୁ ମାସିଦୋନିଆକୁ ପଠାଇଲେ, କିନ୍ତୁ ନିଜେ ଏସିଆ ଦେଶରେ ଆଉ କିଛି ସମୟ ଅତିବାହିତ କଲେ।


ଏହି ଗଣ୍ଡଗୋଳ ସମୁଦାୟ ନଗରରେ ବ୍ୟାପିଗଲା। ଉଚ୍ଛୃଙ୍ଖଳ ଜନତା ପାଉଲଙ୍କ ସହଯାତ୍ରୀ ମାସିଦୋନିଆର ଗାୟସ୍ ଓ ଆରିଷ୍ଟାର୍ଖସ୍ଙ୍କୁ ଧରି ସେମାନଙ୍କ ରଙ୍ଗଭୂମିକୁ ଭିଡ଼ି ନେଲେ।


Swiv nou:

Piblisite


Piblisite