Biblia Todo Logo
Bib sou entènèt

- Piblisite -




ପ୍ରେରିତ 13:12 - ପବିତ୍ର ବାଇବଲ (CL) NT (BSI)

12 ଏହା ଦେଖି ଶାସନକର୍ତ୍ତାଙ୍କର ବିଶ୍ୱାସ ହେଲା, କାରଣ ସେ ପ୍ରଭୁଙ୍କ ଶିକ୍ଷା ଶୁଣି ଚମକ୍ରୃତ ହୋଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ସେହି ଶାସନକର୍ତ୍ତା ଏହି ଘଟଣା ଦେଖି ପ୍ରଭୁଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟ ହୋଇ ବିଶ୍ଵାସ କଲେ।

Gade chapit la Kopi

ଓଡିଆ ବାଇବେଲ

12 ସେହି ଶାସନକର୍ତ୍ତା ଏହି ଘଟଣା ଦେଖି ପ୍ରଭୁଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟ ହୋଇ ବିଶ୍ୱାସ କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ସେହି ଶାସନକର୍ତ୍ତା ଏହି ଘଟଣା ଦେଖି ପ୍ରଭୁଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟ ହୋଇ ବିଶ୍ୱାସ କଲେ।

Gade chapit la Kopi

ପବିତ୍ର ବାଇବଲ

12 ଯେତେବେଳେ ରାଜ୍ୟପାଳ ଏହା ଦେଖି, ସେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ ସେ ପ୍ରଭୁଙ୍କର ଉପଦେଶ ଶୁଣି ବିସ୍ମିତ ହେଲେ।

Gade chapit la Kopi




ପ୍ରେରିତ 13:12
20 Referans Kwoze  

ସେ ସେହି ଦ୍ୱୀପର ଶାସନକର୍ତ୍ତା ସର୍ଗିୟସ ପାଉଲସଙ୍କର ଜଣେ ବନ୍ଧୁ ଥିଲା। ସର୍ଗିୟସ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ। ସେ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କରି ବର୍ଣ୍ଣବା ଓ ଶାଉଲଙ୍କୁ ଡକାଇଲେ।


ଏଥିରେ ସମସ୍ତେ ଚମକ୍ରୃତ ହେଲେ ଓ ତାଙ୍କର ଓଜସ୍ୱିନୀ କଥାରେ ଅଭିଭୂତ ହୋଇ କହିଲେ, “ଏ କ’ଣ ଯୋସେଫର ପୁଅ ନୁହେଁ?”


ସେଠାରୁ ଅଳ୍ପ ଦୂରରେ ଦ୍ୱୀପର ପ୍ରଧାନ ରାଜକର୍ମଚାରୀ ପବ୍ଳିୟସ୍‌ଙ୍କ କ୍ଷେତ ଥିଲା। ସେ ଆମକୁ ସ୍ୱାଗତ କଲେ ଓ ଆମେ ତିନି ଦିନ ପର୍ଯ୍ୟନ୍ତ ତାଙ୍କର ଆତିଥ୍ୟ ଗ୍ରହଣ କଲୁ।


ସେମାନେ ବାର ଜଣ ପୁରୁଷ ଥିଲେ।


ପାଉଲ ଓ ବର୍ଣ୍ଣବା ଆଣ୍ଟିୟୋଖରେ କିଛି କାଳ ଅତିବାହିତ କରି ଅନେକଙ୍କ ସହିତ ମିଳିମିଶି ପ୍ରଭୁଙ୍କ ବାକ୍ୟ ପ୍ରଚାର କଲେ ଓ ଶିକ୍ଷା ଦେଲେ।


ସେହି ଅଞ୍ଚଳର ପ୍ରତ୍ୟେକ ସ୍ଥାନରେ ପ୍ରଭୁଙ୍କ ବାକ୍ୟ ପ୍ରଚାରିତ ହେଲା।


କିନ୍ତୁ ପବିତ୍ରଆତ୍ମା ସ୍ତିଫାନଙ୍କୁ ଏପରି ଆଜ୍ଞା ଦେଲେ ଯେ, କେହି ତାଙ୍କର ଯୁକ୍ତି ଖଣ୍ଡନ କରିପାରିଲେ ନାହିଁ।


ପ୍ରହରୀମାନେ ଉତ୍ତର ଦେଲେ, “ତାଙ୍କ ପରି ଏତେ ଚମକ୍ରାର ଭାବରେ କେହି କେବେ କଥା କହି ନାହାନ୍ତି।”


ସେମାନେ ସମସ୍ତେ ଭୟଭୀତ ହେଲେ ଓ ଈଶ୍ୱରଙ୍କ ପ୍ରଶଂସା କଲେ। ସେମାନେ କହିଲେ, “ଜଣେ ମହାନ୍ ଭାବବାଦୀ ଆମ ମଧ୍ୟରେ ଅବତୀର୍ଣ୍ଣ ହୋଇଛନ୍ତି! ଈଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କରିବା ପାଇଁ ଆସିଛନ୍ତି!”


ଯୀଶୁଙ୍କୁ ଜଗି ରହିଥିବା ସେନାପତି ଓ ସୈନ୍ୟମାନେ ଭୂମିକମ୍ପ ଓ ଅନ୍ୟାନ୍ୟ ଘଟଣା ଦେଖି ଭୟଭୀତ ହେଲେ। ସେମାନେ କହିଲେ, “ଏ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର।”


ସାକ୍ଷ୍ୟଦାନ ଓ ପ୍ରଭୁଙ୍କ ସମ୍ବାଦ ଘୋଷଣା କରିବା ପରେ ପିତର ଓ ଯୋହନ ଯିରୂଶାଲମକୁ ଫେରିଗଲେ। ଫେରିବା ପଥରେ ସେମାନେ ଶମିରୋଣର ଅନେକ ଗ୍ରାମରେ ଶୁଭବାର୍ତ୍ତା ପ୍ରଚାର କଲେ।


କିନ୍ତୁ ଗୁଣିଆ ଏଲୀମାସ (ଏହା ତାହାର ଗ୍ରୀକ୍ ନାମ) ସେମାନଙ୍କୁ ବାଧା ଦେଲା, କାରଣ ସେ ଶାସନକର୍ତ୍ତାଙ୍କୁ ଖ୍ରୀଷ୍ଟ ବିଶ୍ୱାସ ପ୍ରତି ବିମୁଖ କରି ରଖିବାକୁ ଚାହୁଁଥିଲା।


ଅଣଇହୁଦୀମାନେ ଏହା ଶୁଣି ଆନନ୍ଦିତ ହେଲେ ଓ ପ୍ରଭୁଙ୍କର ବାର୍ତ୍ତା ପାଇଁ ଧନ୍ୟବାଦ ଦେଲେ। ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହୋଇଥିଲେ, ସେମାନେ ସେହି ବାର୍ତ୍ତାରେ ବିଶ୍ୱାସ କଲେ।


କିଛିଦିନ ପରେ ପାଉଲ ବର୍ଣ୍ଣବାଙ୍କୁ କହିଲେ, “ଚାଲ, ଆମେ ଫେରିଯିବା, ପ୍ରତି ସହରରେ ଯେଉଁ ଭାଇମାନଙ୍କୁ ପ୍ରଭୁଙ୍କ ବାକ୍ୟ ଶୁଣାଇଥିଲୁ, ସେମାନଙ୍କୁ ଭେଟିବା ଓ ସେମାନେ କିପରି ଅଛନ୍ତି, ବୁଝିବା।


ଗାଲିୟୋ ଆଖାୟାର ରୋମୀୟ ଶାସକ ଥିବା ସମୟରେ, ଇହୁଦୀମାନେ ଏକତ୍ରିତ ହୋଇ ପାଉଲଙ୍କୁ ଧରି ବିଚାରାଳୟକୁ ନେଲେ।


ଦୁଇ ବର୍ଷ ଧରି ଏହା ଚାଲିଲା। ଏସିଆ ଦେଶରେ ବାସ କରୁଥିବା ଅନେକ ଇହୁଦୀ ଓ ଅଣଇହୁଦୀ ପ୍ରଭୁଙ୍କ ବାକ୍ୟ ଶୁଣିଲେ।


ଏହିପରି ଈଶ୍ୱରଙ୍କ ବାକ୍ୟ ପ୍ରବଳ ଭାବରେ ବ୍ୟାପିଗଲା ଓ ଅଧିକ ଶକ୍ତିଶାଳୀ ହେଲା।


ଯଦି ଦୀମିତ୍ରୀୟ ଓ ତା’ର କାରିଗରମାନଙ୍କର କାହା ବିରୁଦ୍ଧରେ କୌଣସି ଅଭିଯୋଗ ଅଛି, ତା’ ବିଚାର କରିବାକୁ ଆମ କର୍ତ୍ତୃପକ୍ଷମାନେ ଅଛନ୍ତି ଓ ବିଚାରାଳୟର ନିର୍ଦ୍ଦିଷ୍ଟ ଦିନ ସବୁ ରହିଛି। ସେଠାରେ ସେହି ଅଭିଯୋଗ ଉପସ୍ଥାପିତ କରାଯାଇପାରିବ।


Swiv nou:

Piblisite


Piblisite