Biblia Todo Logo
Bib sou entènèt

- Piblisite -




ପ୍ରେରିତ 13:10 - ପବିତ୍ର ବାଇବଲ (CL) NT (BSI)

10 “ହେ ଶୟତାନର ପୁତ୍ର! ତୁ ସମସ୍ତ ଉତ୍ତମ ବିଷୟର ଶତ୍ରୁ। ତୁ ସବୁପ୍ରକାର ଖଳ କୌଶଳରେ ପରିପୂର୍ଣ୍ଣ ଓ ସବୁବେଳେ ଈଶ୍ୱରଙ୍କ ସତ୍ୟକୁ ମିଥ୍ୟା ବୋଲି ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଆରେ ସମସ୍ତ ପ୍ରକାର ଛଳ ଓ ଧୂର୍ତ୍ତତାରେ ପରିପୂର୍ଣ୍ଣ, ଆଉ ସମସ୍ତ ପ୍ରକାର ଧାର୍ମିକତାର ଶତ୍ରୁ, ଶୟତାନର ସନ୍ତାନ, ତୁମ୍ଭେ ପ୍ରଭୁଙ୍କର ସରଳ ପଥକୁ ବକ୍ର କରିବାରୁ କି କ୍ଷା; ହେବ ନାହିଁ?

Gade chapit la Kopi

ଓଡିଆ ବାଇବେଲ

10 ଆରେ ସମସ୍ତ ପ୍ରକାର ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ ଆଉ ସମସ୍ତ ପ୍ରକାର ଧାର୍ମିକତାର ଶତ୍ରୁ, ଶୟତାନର ସନ୍ତାନ, ତୁମ୍ଭେ ପ୍ରଭୁଙ୍କର ସରଳ ପଥକୁ ବକ୍ର କରିବାରୁ କି କ୍ଷାନ୍ତ ହେବ ନାହିଁ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଆରେ ସମସ୍ତ ପ୍ରକାର ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ ଆଉ ସମସ୍ତ ପ୍ରକାର ଧାର୍ମିକତାର ଶତ୍ରୁ, ଶୟତାନର ସନ୍ତାନ, ତୁମ୍ଭେ ପ୍ରଭୁଙ୍କର ସରଳ ପଥକୁ ବକ୍ର କରିବାରୁ କି କ୍ଷାନ୍ତ ହେବ ନାହିଁ?

Gade chapit la Kopi

ପବିତ୍ର ବାଇବଲ

10 ତୁମ୍ଭେ ସବୁ ପ୍ରକାର ମନ୍ଦ କାର୍ଯ୍ୟ ଓ ମିଥ୍ୟାରେ ପରିପୂର୍ଣ୍ଣ ଅଟ। ତୁମ୍ଭେ ସର୍ବଦା ପ୍ରଭୁଙ୍କ ସତ୍ୟକୁ ମିଥ୍ୟାରେ ପରିଣତ କରିବାକୁ ଚେଷ୍ଟା କରିଥାଅ।

Gade chapit la Kopi




ପ୍ରେରିତ 13:10
23 Referans Kwoze  

ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନର ସନ୍ତାନ; ତାହାର ଇଚ୍ଛା ଅନୁସାରେ କାର୍ଯ୍ୟ କରିବାକୁ ଲାଳାୟିତ। ସୃଷ୍ଟିର ଆରମ୍ଭରୁ ସେ ଥିଲା ନରହନ୍ତା। ସେ କେବେ ସତ୍ୟର ପକ୍ଷପାତୀ ନ ଥିଲା କାରଣ ତା’ଠାରେ ଲେଶମାତ୍ର ସତ୍ୟ ନାହିଁ। ମିଥ୍ୟା କହିବା ତା’ ପକ୍ଷରେ ସ୍ୱାଭାବିକ। କାରଣ ସେ ନିଜେ ମିଥ୍ୟାବାଦୀ ଓ ସକଳ ମିଥ୍ୟାର ଜନକ।


ପ୍ରକୃତରେ ‘ଅନ୍ୟ କୌଣସି ସୁସମାଚାର’ ନାହିଁ। କିନ୍ତୁ ମୁଁ ଏପରି କହୁଛି, କାରଣ କେତେକ ଖ୍ରୀଷ୍ଟଙ୍କ ସୁସମାଚାରକୁ ଅନ୍ୟ ରୂପ ଦେଇ, ତୁମ୍ଭମାନଙ୍କୁ ବିଚଳିତ କରିବାକୁ ଚେଷ୍ଟା କରୁଛନ୍ତି।


ମୋତେ ଭୟ ଲାଗୁଛି, ସପର ଧୂର୍ତ୍ତତା ଦ୍ୱାରା ହବା ପ୍ରତାରିତ ହେଲା ପରି ତୁମ୍ଭେମାନେ କାଳେ ଖ୍ରୀଷ୍ଟଙ୍କ ପ୍ରତି ତୁମର ପୂର୍ଣ୍ଣ ଓ ସରଳ ବିଶ୍ୱସ୍ତତାରୁ ବିବ୍ୟୁତ ହେବ।


ଏହି ଜଗତ ହେଉଛି କ୍ଷେତ। ଯେଉଁମାନେ ସ୍ୱର୍ଗରାଜ୍ୟର ଅଧିବାସୀ, ସେମାନେ ଭଲ ବିହନ। ବାଳୁଙ୍ଗାଗୁଡ଼ିକ ଶୟତାନର ଅନୁଚର।


“ହେ ଧର୍ମଗୁରୁମାନେ, ତୁମ ଦଶା କେଡ଼େ ଭୟଙ୍କର ହେବ। ତୁମେ ଜ୍ଞାନରୂପ ଗୃହର ଦ୍ୱାର ଖୋଲିବାକୁ ଚାବି ରଖିଛ; ତୁମେ ନିଜେ ଭିତରକୁ ଯାଉ ନାହଁ ଏବଂ ଯେଉଁମାନେ ଭିତରକୁ ଯିବାକୁ ଚେଷ୍ଟା କରନ୍ତି, ତୁମେ ସେମାନଙ୍କୁ ବାଧା ଦେଉଛ।”


ସେମାନେ ସରଳ ପଥ ପରିତ୍ୟାଗ କରି ବିପଥଗାମୀ ହୋଇ ଅଛନ୍ତି। ବିଓରର ପୁତ୍ର ବାଲାମର ପଥ ସେମାନେ ଅନୁସରଣ କରିଛନ୍ତି। ସେ ଅନ୍ୟାୟ କାର୍ଯ୍ୟ କରି ଅର୍ଥ ଲାଭ କରିବାକୁ ଲାଳାୟିତ ହେବାରୁ,


ସମୟ ଆସିବ, ଯେତେବେଳେ ତୁମ୍ଭମାନଙ୍କ ନିଜ ଦଳର କେତେକ ଲୋକ ବିଶ୍ୱାସୀମାନଙ୍କୁ ମିଥ୍ୟା କହି ବିପଥରେ କଢ଼ାଇ ନେବେ।


“ଆହେ ଧର୍ମଗୁରୁ ଓ ଫାରୁଶୀଗଣ, ତୁମର ଶେଷ ଦଶା କେଡ଼େ ଭୟଙ୍କର! ଆରେ ଛଳ ଧାର୍ମିକଦଳ, ସ୍ୱର୍ଗରାଜ୍ୟର ପ୍ରବେଶ ଦ୍ୱାର ବନ୍ଦ କରି ରଖିଛ। ନିଜେ ସେଥିରେ ପ୍ରବେଶ କରୁ ନାହଁ ଏବଂ ଯେଉଁମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ବାଟ ଛାଡ଼ୁ ନାହଁ।”


କାରଣ ତା’ ହୃଦୟରୁ ଜାତ ଅସତ୍ ଚିନ୍ତା ଦ୍ୱାରା ସେ ନରହତ୍ୟା, ବ୍ୟଭିଚାର, ଲଣ୍ଠନ, ମିଥ୍ୟା ଓ ପର କୁତ୍ସାରଟନା ପରି ନାନା ପ୍ରକାର ନୀତିହୀନ କାର୍ଯ୍ୟ କରିଥାଏ।


ଯେତେବେଳେ ଯୋହନ ଦେଖିଲେ ଅନେକ ଫାରୁଶୀ ଓ ସାଦୁକୀ ଜଳଦୀକ୍ଷା ନେବା ପାଇଁ ଆସୁଛନ୍ତି; ସେମାନଙ୍କୁ ସେ କହିଲେ, “ଆରେ ସର୍ପକୁଳ! ଈଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦଣ୍ଡ ଦେବାକୁ ଯାଉଛନ୍ତି, ସେଥିରୁ ନିସ୍ତାର ପାଇ ପାରିବ ବୋଲି କିଏ ତୁମକୁ କହିଛି?


ଯୋହନ ଭାବବାଦୀ ଯିଶାଇୟଙ୍କ ଉକ୍ତ ଉଦ୍ଧାର କରି କହିଲେ, “ମରୁ ପ୍ରାନ୍ତରରେ ଚିକ୍ରାର କରୁଥିବା ମୁଁ ଗୋଟିଏ କଣ୍ଠ ସ୍ୱର। ମୁଁ କହେ, ‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର’।


ସେଥିପାଇଁ ପ୍ରଭୁ ତାଙ୍କୁ କହିଲେ, “ହେ ଫାରୁଶୀଗଣ, ତୁମ୍ଭେମାନେ ଥାଳୀ ଓ ଗିନାର ବାହାର ପରିଷ୍କାର କରିଥାଅ, କିନ୍ତୁ ତୁମର ଅନ୍ତର ହିଂସା ଓ ଦୁଷ୍ଟତାରେ ପରିପୂର୍ଣ୍ଣ।


ପବନର ଗତିରେ ଓ ତରଙ୍ଗର ଧକ୍କାରେ ଇତସ୍ତତଃ ହେଉଥିବା ଶିଶୁମାନଙ୍କ ପରି ଆମ୍ଭେମାନେ ଆଉ ଅସ୍ଥିର ହେବା ନାହିଁ। ଅନ୍ୟମାନଙ୍କୁ ବିପଥଗାମୀ କରାଉଥିବା ପ୍ରତାରକମାନଙ୍କର କୌଶଳପୂର୍ଣ୍ଣ ଶିକ୍ଷାରେ ଆମେ ବିଚଳିତ ହେବ ନାହିଁ।


Swiv nou:

Piblisite


Piblisite