Biblia Todo Logo
Bib sou entènèt

- Piblisite -




ପ୍ରେରିତ 12:9 - ପବିତ୍ର ବାଇବଲ (CL) NT (BSI)

9 ସ୍ୱର୍ଗଦୂତ ଯାହା କରୁଥିଲେ, ତାହା ଏକ ବାସ୍ତବ ଘଟଣା କି ନୁହେଁ, ପିତର ଜାଣିପାରିଲେ ନାହିଁ। ସେ ସ୍ୱପ୍ନ ଦେଖୁଛନ୍ତି ବୋଲି ଭାବିଲେ। ତଥାପି ପିତର କାରାଗାରରୁ ବାହାରି ସ୍ୱର୍ଗଦୂତଙ୍କୁ ଅନୁସରଣ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସେ ବାହାରି ତାହାଙ୍କ ପଛେ ପଛେ ଗଲେ; କିନ୍ତୁ ଦୂତଙ୍କ ଦ୍ଵାରା ଯାହା କରାଗଲା, ତାହା ଯେ ପ୍ରକୃତ, ସେ ତାହା ନ ବୁଝି ଦର୍ଶନ ଦେଖୁଅଛନ୍ତି ବୋଲି ମନେ କରୁଥିଲେ।

Gade chapit la Kopi

ଓଡିଆ ବାଇବେଲ

9 ସେ ବାହାରି ତାହାଙ୍କ ପଛେ ପଛେ ଗଲେ; କିନ୍ତୁ ଦୂତଙ୍କ ଦ୍ୱାରା ଯାହା କରାଗଲା, ତାହା ଯେ ପ୍ରକୃତ, ସେ ତାହା ନ ବୁଝି ଦର୍ଶନ ଦେଖୁଅଛନ୍ତି ବୋଲି ମନେ କରୁଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେ ବାହାରି ତାହାଙ୍କ ପଛେ ପଛେ ଗଲେ; କିନ୍ତୁ ଦୂତଙ୍କ ଦ୍ୱାରା ଯାହା କରାଗଲା, ତାହା ଯେ ପ୍ରକୃତ, ସେ ତାହା ନ ବୁଝି ଦର୍ଶନ ଦେଖୁଅଛନ୍ତି ବୋଲି ମନେ କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ

9 ପିତର ତାହାଙ୍କୁ ଅନୁସରଣ କଲେ। ସ୍ୱର୍ଗଦୂତ ଯେ ପ୍ରକୃତରେ ଏହି ଘଟଣାଟି ଘଟାଉଛନ୍ତି ଏହା ପିତର ଅନୁଭବ କରି ପାରିଲେ ନାହିଁ। ସେ ଭାବୁଥିଲେ ଯେ, ସେ ଏକ ଦର୍ଶନ ଦେଖୁଅଛନ୍ତି।

Gade chapit la Kopi




ପ୍ରେରିତ 12:9
12 Referans Kwoze  

ଈଶ୍ୱର ଅବ୍ରାହାମଙ୍କୁ ଯେଉଁ ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ସେହି ଦେଶକୁ ଯିବା ପାଇଁ ସେ ଯେତେବେଳେ ତାଙ୍କୁ ଆହ୍ୱାନ କଲେ, ସେତେବେଳେ ଅବ୍ରାହାମ ବିଶ୍ୱାସରେ ଈଶ୍ୱରଙ୍କ ଆଜ୍ଞା ପାଳନ କରିଥିଲେ। ସେ କେଉଁଠାକୁ ଯାତ୍ରା କରୁଛନ୍ତି, ତାହା ନ ଜାଣି ସୁଦ୍ଧା ସ୍ୱଦେଶ ପରିତ୍ୟାଗ କରିଥିଲେ।


“ହେ ରାଜା ଆଗ୍ରୀପା, ମୁଁ ସ୍ୱର୍ଗରୁ ଯେଉଁ ଦର୍ଶନ ପାଇଛି, ତାହାର ଅବାଧ୍ୟ ହୋଇ ନାହିଁ।


ଦିନେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ସେ ଏକ ଦର୍ଶନରେ ସ୍ପଷ୍ଟ ଦେଖିଲେ ଯେ ଈଶ୍ୱରଙ୍କ ଦୂତ ଆସି ତାଙ୍କୁ ଡାକୁଛନ୍ତି, “କର୍ଣ୍ଣୀଲିୟ।”


“ମୁଁ ଯୋପ୍ପା ନଗରରେ ପ୍ରାର୍ଥନା କରୁଥିବା ସମୟରେ ଗୋଟିଏ ଦର୍ଶନ ପାଇଲି। ଏକ ବଡ଼ ଚାଦର ଚାରିକୋଣରୁ ଝୁଲା ହୋଇ ଆକାଶରୁ ତଳକୁ ଖସୁଥିବାର ମୁଁ ଦେଖିଲି, ତାହା ମୋ’ ନିକଟରେ ଅଟକିଗଲା।


ପିତର ତାଙ୍କ ଦର୍ଶନର କଥା ଭାବି ଆଶ୍ଚର୍ଯ୍ୟ ହେଲେ। ଏହି ସମୟରେ, କର୍ଣ୍ଣୀଲିୟ ଯେଉଁମାନଙ୍କୁ ପଠାଇଥିଲେ, ସେମାନେ ଶିମୋନଙ୍କ ଘରର ସନ୍ଧାନ ପାଇ ଫାଟକ ପାଖରେ ଠିଆ ହୋଇଥିଲେ।


ଦାମାସ୍କସ୍ରେ ହନନିୟ ନାମକ ଜଣେ ଖ୍ରୀଷ୍ଟିୟାନ ଥିଲେ। ସେ ଏକ ଦର୍ଶନ ପାଇଲେ, ପ୍ରଭୁ ତାଙ୍କୁ କହିଲେ, “ହନନିୟ!” ସେ ଉତ୍ତର ଦେଲେ, “ହେ ପ୍ରଭୁ କହନ୍ତୁ।”


ଯୀଶୁଙ୍କ ମା’ ପରିଚାରକମାନଙ୍କୁ କହିଲେ, “ସେ ଯାହା କହିବେ, ତାହା କର।”


ତା’ପରେ ସ୍ୱର୍ଗଦୂତ କହିଲେ, “କମରପଟି ଭିଡ଼, ପାଦୁକା ପିନ୍ଧ।” ପିତର ତାହା କରିବା ପରେ ସ୍ୱର୍ଗଦୂତ କହିଲେ, “ଦେହରେ ଚାଦର ପକାଇ ମୋ’ ସହିତ ଆସ।”


Swiv nou:

Piblisite


Piblisite