Biblia Todo Logo
Bib sou entènèt

- Piblisite -




ପ୍ରେରିତ 12:5 - ପବିତ୍ର ବାଇବଲ (CL) NT (BSI)

5 ପିତର କାରାଗାରରେ ଥିବାବେଳେ ମଣ୍ଡଳୀର ଲୋକମାନେ ଏକାଗ୍ର ଚିତ୍ତରେ ତାଙ୍କ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଅତଏବ, ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାଙ୍କ ନିମନ୍ତେ ମଣ୍ତଳୀ ଦ୍ଵାରା ଏକାଗ୍ର ଭାବରେ ଈଶ୍ଵରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା।

Gade chapit la Kopi

ଓଡିଆ ବାଇବେଲ

5 ଅତଏବ ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାହାଙ୍କ ନିମନ୍ତେ ମଣ୍ଡଳୀ ଦ୍ୱାରା ଏକାଗ୍ର ଭାବରେ ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଅତଏବ ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାହାଙ୍କ ନିମନ୍ତେ ମଣ୍ଡଳୀ ଦ୍ୱାରା ଏକାଗ୍ରଭାବେ ଈଶ୍ବରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା।

Gade chapit la Kopi

ପବିତ୍ର ବାଇବଲ

5 ତେଣୁ ପିତର କାରାଗାରରେ ବନ୍ଦୀ ହୋଇ ରହିଲେ। ତାହାଙ୍କ ପାଇଁ ମଣ୍ଡଳୀର ସମସ୍ତେ ପରମେଶ୍ୱରଙ୍କ ନିକଟରେ ନୀରବଚ୍ଛିନ୍ନ ଭାବରେ ପ୍ରାର୍ଥନା କଲେ।

Gade chapit la Kopi




ପ୍ରେରିତ 12:5
12 Referans Kwoze  

ଶରୀରର ଗୋଟିଏ ଅଙ୍ଗରେ ଯନ୍ତ୍ରଣା ହେଲେ, ଅନ୍ୟ ସମସ୍ତ ଅଙ୍ଗ ସେହି ଯନ୍ତ୍ରଣା ଅନୁଭବ କରନ୍ତି। ଗୋଟିଏ ଅଙ୍ଗ ଗୌରବାନ୍ୱିତ ହେଲେ, ଅନ୍ୟ ସମସ୍ତ ଅଙ୍ଗ ସେହି ଆନନ୍ଦର ଭାଗୀ ହୁଅନ୍ତି।


ପରସ୍ପର ନିକଟରେ ନିଜ ନିଜ ପାପ ସ୍ୱୀକାର କର ଏବଂ ପରସ୍ପର ନିମନ୍ତେ ପ୍ରାର୍ଥନା କର। ତାହାହେଲେ, ତୁମେ ଆରୋଗ୍ୟ ଲାଭ କରିବ। ଧାର୍ମିକର ପ୍ରାର୍ଥନା, ଶକ୍ତିଶାଳୀ ଓ ଫଳପ୍ରଦ।


ନିରନ୍ତର ପ୍ରାର୍ଥନା କର।


ତୁମ୍ଭେମାନେ ପ୍ରାର୍ଥନା ଦ୍ୱାରା ଆମକୁ ସାହାର୍ଯ୍ୟ କର। ତାହେଲେ, ଆମ ପାଇଁ ଅନେକେ ଈଶ୍ୱରଙ୍କଠାରେ କୃତଜ୍ଞତା ଜ୍ଞାପନ କରିବେ।


“କେବଳ ସେତିକି ନୁହେଁ, ଯେତେବେଳେ ତୁମ ମଧ୍ୟରୁ ଦୁଇଜଣ ଯେ କୌଣସି ବିଷୟରେ ଏକମତ ହୋଇ ସେଥିପାଇଁ ପ୍ରାର୍ଥନା କରିବ, ମୋର ସ୍ୱର୍ଗସ୍ଥ ପିତା ତୁମର ସେହି ଇଚ୍ଛା ପୂରଣ କରିବେ।


କାରାଗାରରେ ଥିବା ଲୋକମାନଙ୍କ ସହିତ ତୁମେ ନିଜେ କାରାବାସ ଭୋଗ କରୁଥିବା ପରି ଭାବି ସେମାନଙ୍କୁ ସ୍ମରଣ କର। ଦୁଃଖ କ୍ଳେଶ ଭୋଗ କରୁଥିବା ଲୋକମାନଙ୍କ ସହିତ ସମଦୁଃଖ ଅନୁଭବ କରି ସେମାନଙ୍କୁ ସ୍ମରଣ କର।


ନିଜର ପରିସ୍ଥିତି ସମ୍ପର୍କରେ ସଚେତନ ହୋଇ ସେ ଯୋହନ ଓ ମାର୍କଙ୍କ ମାତା ମରିୟମଙ୍କ ଗୃହକୁ ଗଲେ। ସେଠାରେ ଅନେକ ଲୋକ ଏକତ୍ରିତ ହୋଇ ପ୍ରାର୍ଥନା କରୁଥିଲେ।


ହତାଶ ନ ହୋଇ ପ୍ରାର୍ଥନାରେ ନିବିଷ୍ଟ ରହିବା ଯେ କର୍ତ୍ତବ୍ୟ, ଏହା ଯୀଶୁ ଶିଷ୍ୟମାନଙ୍କୁ ବୁଝାଇବା ପାଇଁ ଗୋଟିଏ ଦୃଷ୍ଟାନ୍ତ ଦେଲେ।


ପିତର ବନ୍ଦୀ ହୋଇ କାରାଗାରରେ ନିକ୍ଷିପ୍ତ ହେଲେ ଏବଂ ଚାରି ଚାରି ଜଣ ସୈନ୍ୟଙ୍କୁ ନେଇ ଗଠିତ ଚାରି ଦଳ ସୈନ୍ୟ ତାଙ୍କୁ ଜଗି ରହିଲେ। ନିସ୍ତାର ପର୍ବ ପରେ ସର୍ବସାଧାରଣରେ ତାଙ୍କର ବିଚାର କରିବା ହେରୋଦଙ୍କର ଉଦ୍ଦେଶ୍ୟ ଥିଲା।


ଯେଉଁ ଦିନ ହେରୋଦ ପିତରଙ୍କୁ ଲୋକମାନଙ୍କ ସମ୍ମୁଖକୁ ଆଣିବା ପାଇଁ ସଂକଳ୍ପ କରିଥିଲେ, ତା’ର ପୂର୍ବ ରାତ୍ରିରେ ପିତର ଦୁଇ ଜଣ ପ୍ରହରୀଙ୍କ ମଝିରେ ଶୋଇଥିଲେ। ଦୁଇଟି ଜଞ୍ଜିରରେ ତାଙ୍କୁ ବନ୍ଧା ହୋଇଥିଲା ଓ କାରାଗାରର ଦ୍ୱାର ପାଖରେ ପ୍ରହରୀମାନେ ଜଗି ରହିଥିଲେ।


Swiv nou:

Piblisite


Piblisite