Biblia Todo Logo
Bib sou entènèt

- Piblisite -




ପ୍ରେରିତ 12:3 - ପବିତ୍ର ବାଇବଲ (CL) NT (BSI)

3 ଇହୁଦୀମାନେ ଏଥିରେ ସନ୍ତୁଷ୍ଟ ଦେଖି ସେ ପିତରଙ୍କୁ ମଧ୍ୟ ବନ୍ଦୀ କଲେ। (ଏହି ଘଟଣା ତାଡ଼ିଶୂନ୍ୟ ରୋଟୀ ପର୍ବ ସମୟରେ ଘଟିଥିଲା।)

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଆଉ, ଯିହୁଦୀମାନଙ୍କୁ ସେଥିରେ ସନ୍ତୁଷ୍ଟ ହେବାର ଦେଖି ସେ ପିତରଙ୍କୁ ମଧ୍ୟ ଧରିବାକୁ ଅଗ୍ରସର ହେଲେ। ସେହି ସମୟରେ ଖମୀରଶୂନ୍ୟ ରୋଟୀର ପର୍ବ ଥିଲା।

Gade chapit la Kopi

ଓଡିଆ ବାଇବେଲ

3 ଆଉ ଯିହୂଦୀମାନଙ୍କୁ ସେଥିରେ ସନ୍ତୁଷ୍ଟ ହେବାର ଦେଖି ସେ ପିତରଙ୍କୁ ମଧ୍ୟ ଧରିବାକୁ ଅଗ୍ରସର ହେଲେ । ସେହି ସମୟରେ ଖମୀରଶୂନ୍ୟ ରୁଟିର ପର୍ବ ଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଆଉ ଯିହୁଦୀ ନେତାମାନଙ୍କୁ ସେଥିରେ ସନ୍ତୁଷ୍ଟ ହେବାର ଦେଖି ସେ ପିତରଙ୍କୁ ମଧ୍ୟ ଧରିବାକୁ ଅଗ୍ରସର ହେଲେ। ସେହି ସମୟରେ ଖମୀରଶୂନ୍ୟ ରୁଟିର ପର୍ବ ଥିଲା।

Gade chapit la Kopi

ପବିତ୍ର ବାଇବଲ

3 ଯିହୂଦୀମାନଙ୍କୁ ଏ ଘଟଣାରେ ଖୁସୀ ହେବାର ଦେଖି ପିତରଙ୍କୁ ମଧ୍ୟ ବନ୍ଦୀ କରିବା ପାଇଁ ଆଗେଇଲେ। ଏହା ଯିହୂଦୀୟ ନିସ୍ତାରପର୍ବ ଦିନର ଘଟଣା।

Gade chapit la Kopi




ପ୍ରେରିତ 12:3
18 Referans Kwoze  

ଏହିପରି ଦୁଇବର୍ଷ ଅତିବାହିତ ହେବା ପରେ ପୋର୍କିୟସ ଫେଷ୍ଟସ୍ ଫେଲିକ୍ସ୍ଙ୍କ ସ୍ଥାନରେ ରାଜ୍ୟପାଳ ରୂପେ ନିଯୁକ୍ତ ହେଲେ। ଫେଲିକ୍ସ୍ ଇହୁଦୀମାନଙ୍କର ପ୍ରିୟ ପାତ୍ର ହେବା ପାଇଁ ଲାଳାୟିତ ଥିବାରୁ ପାଉଲଙ୍କୁ ମୁକ୍ତ ନ କରି କାରାଗାରରେ ଛାଡ଼ି ଚାଲିଗଲେ।


ସେମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଅପେକ୍ଷା ମନୁଷ୍ୟର ଅନୁମୋଦନକୁ ଅଧିକ ଭଲ ପାଉଥିଲେ।


କିନ୍ତୁ ଫେଷ୍ଟସ୍ ଇହୁଦୀମାନଙ୍କର ପ୍ରିୟପାତ୍ର ହେବାକୁ ଚାହିଁ ପାଉଲଙ୍କୁ ପଚାରିଲେ, “ଯିରୂଶାଲମକୁ ଯିବା ପାଇଁ ଓ ସେଠାରେ ମୋ’ ସମ୍ମୁଖରେ ଏହିସବୁ ଅଭିଯୋଗରେ ବିଚାରିତ ହେବା ପାଇଁ ତୁମେ କ’ଣ ରାଜି ହେବ?”


ଏହା ଶୁଣି ତୁମ୍ଭେମାନେ କ’ଣ ମନେ କରୁଛ ଯେ, ମୁଁ ମନୁଷ୍ୟମାନଙ୍କର ସମର୍ଥନ ଲାଭ କରିବା ପାଇଁ ଚେଷ୍ଟା କରୁଛି? ନା, କଦାପି ନୁହେଁ। ମୁଁ ଚାହେଁ କେବଳ ଈଶ୍ୱରଙ୍କ ସମର୍ଥନ। ମୁଁ କ’ଣ ଲୋକପ୍ରିୟ ହେବା ନିମନ୍ତେ ଇଚ୍ଛା କରୁଛି? ମୁଁ ଯଦି ଏ ପର୍ଯ୍ୟନ୍ତ ଲୋକପ୍ରିୟ ହେବାକୁ ଚେଷ୍ଟା କରୁଥାନ୍ତି, ତେବେ ମୁଁ ଆଜି ଖ୍ରୀଷ୍ଟଙ୍କର ସେବକ ହୋଇ ନ ଥାଆନ୍ତି।


ଖମୀରଶୂନ୍ୟ ରୋଟୀ ପର୍ବ ପରେ ଆମେ ଫିଲିପ୍ପୀରୁ ଜଳଯାତ୍ରା କରି ପାଞ୍ଚ ଦିନ ପରେ ତ୍ରୋୟାରେ ସେମାନଙ୍କ ସହିତ ଯୋଗ ଦେଲୁ ଓ ସେଠାରେ ଏକ ସପ୍ତାହ ଅତିବାହିତ କଲୁ।


କେବଳ ଈଶ୍ୱରଙ୍କ ଇଚ୍ଛାନୁରୂପ କଥା ଆମେ ସବୁବେଳେ କହିଥାଉ; କାରଣ ସେ ଆମକୁ ଯୋଗ୍ୟ ମନେ କରି ଆମ ଉପରେ ସୁସମାଚାର ପ୍ରଚାରର ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଯେଉଁ ଈଶ୍ୱର ଆମ ମନର ଅଭିପ୍ରାୟ ପରୀକ୍ଷା କରି ଦେଖନ୍ତି, କେବଳ ତାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଆମେ ଚେଷ୍ଟା କରିଥାଉ।


ମୁଁ ସତ୍ୟ କହୁଛି, ତୁମେ ଯୁବକ ଥିବା ସମୟରେ ତୁମ ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନକୁ ଅଣ୍ଟା ଭିଡ଼ି ଚାଲି ଯାଉଥିଲ। କିନ୍ତୁ ତୁମେ ବୃଦ୍ଧ ହେଲେ, କେବଳ ହାତ ଟେକିବ ଓ ଅନ୍ୟ ଜଣେ ତୁମର କଟି ବନ୍ଧନ କରି ତୁମ ଇଚ୍ଛା ବିରୁଦ୍ଧରେ କୌଣସି ସ୍ଥାନକୁ ନେଇଯିବ।


ଯୀଶୁ ଉତ୍ତର ଦେଇ କହିଲେ, “ମୋ’ ଉପରେ ତୁମର ସେହି ଅଧିକାର ଅଛି, କାରଣ ତାହା ଈଶ୍ୱର ତୁମକୁ ଦେଇଛନ୍ତି। କିନ୍ତୁ ଯେ ମୋତେ ତୁମ ହାତରେ ସମର୍ପଣ କରିଛି, ତା’ର ପାପ ଅଧିକ ଜଘନ୍ୟ।”


“ତାଡ଼ି ଶୂନ୍ୟ ରୋଟି” ପର୍ବର ପ୍ରଥମ ଦିବସରେ ଶିଷ୍ୟମାନେ ଆସି ଯୀଶୁଙ୍କୁ ପଚାରିଲେ, “ଆମେ କେଉଁଠାରେ ଆପଣଙ୍କ ପାଇଁ ନିସ୍ତାର ପର୍ବ ଭୋଜ ପ୍ରସ୍ତୁତ କରିବୁ?”


ପିତର ଓ ଯୋହନ ଅଶିକ୍ଷିତ ଓ ସାଧାରଣ ଲୋକ ଥିଲେ ବୋଲି ମହାସଭାର ସଦସ୍ୟମାନେ ଜାଣିଥିଲେ। ତେଣୁ ସେହି ଦୁଇ ଶିଷ୍ୟଙ୍କର ସାହସ ଦେଖି ସେମାନେ ଆଚମ୍ବିତ ହେଲେ। ପୁଣି ସେମାନେ ଜାଣିଥିଲେ ଯେ, ସେ ଦୁହେଁ ଯୀଶୁଙ୍କର ସହଚର ଥିଲେ।


ତା’ପରେ ଅନ୍ୟ ଏଗାର ଜଣ ପ୍ରେରିତ ଶିଷ୍ୟମାନଙ୍କ ସହିତ ପିତର ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, “ହେ ଇହୁଦୀ ଭାଇମାନେ ଓ ଯିରୂଶାଲମରେ ବାସ କରୁଥିବା ଭଦ୍ର ମଣ୍ଡଳୀ, ମୋ’ କଥା ଶୁଣ, ମୁଁ ଏହି ବିଷୟରେ ବୁଝାଇ କହିବି।


ପିତର ବନ୍ଦୀ ହୋଇ କାରାଗାରରେ ନିକ୍ଷିପ୍ତ ହେଲେ ଏବଂ ଚାରି ଚାରି ଜଣ ସୈନ୍ୟଙ୍କୁ ନେଇ ଗଠିତ ଚାରି ଦଳ ସୈନ୍ୟ ତାଙ୍କୁ ଜଗି ରହିଲେ। ନିସ୍ତାର ପର୍ବ ପରେ ସର୍ବସାଧାରଣରେ ତାଙ୍କର ବିଚାର କରିବା ହେରୋଦଙ୍କର ଉଦ୍ଦେଶ୍ୟ ଥିଲା।


Swiv nou:

Piblisite


Piblisite