Biblia Todo Logo
Bib sou entènèt

- Piblisite -




ପ୍ରେରିତ 12:11 - ପବିତ୍ର ବାଇବଲ (CL) NT (BSI)

11 ତା’ପରେ, ଯାହା ଘଟିଥିଲା, ପିତର ତାହା ଜାଣିପାରି କହିଲେ, “ଏହା ପ୍ରକୃତରେ ସତ୍ୟ ବୋଲି ମୁଁ ଜାଣିପାରୁଛି। ହେରୋଦର କବଳରୁ ଓ ଇହୁଦୀ ଲୋକମାନେ ଯାହା ଘଟିବ ବୋଲି ଆଶା କରିଥିଲେ, ତହିଁରୁ ମୋତେ ରକ୍ଷା କରିବା ପାଇଁ ପ୍ରଭୁ ସ୍ୱର୍ଗଦୂତଙ୍କୁ ପଠାଇଥିଲେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେତେବେଳେ ପିତର ସଚେତନ ହୋଇ କହିଲେ, ପ୍ରଭୁ ଯେ ଆପଣା ଦୂତଙ୍କୁ ପଠାଇ ହେରୋଦଙ୍କ ହସ୍ତରୁ ଓ ଯିହୁଦୀ ଲୋକମାନଙ୍କ ସମସ୍ତ ଆକାଂକ୍ଷାରୁ ମୋତେ ଉଦ୍ଧାର କରିଅଛନ୍ତି, ଏହା ମୁଁ ଏବେ ନିଶ୍ଚୟ ଜାଣିଲି।

Gade chapit la Kopi

ଓଡିଆ ବାଇବେଲ

11 ସେତେବେଳେ ପିତର ସଚେତନ ହୋଇ କହିଲେ, ପ୍ରଭୁ ଯେ ଆପଣା ଦୂତଙ୍କୁ ପଠାଇ ହେରୋଦଙ୍କ ହସ୍ତରୁ ଓ ଯିହୂଦୀ ଲୋକମାନଙ୍କ ସମସ୍ତ ଆକାଂକ୍ଷାରୁ ମୋତେ ଉଦ୍ଧାର କରିଅଛନ୍ତି, ଏହା ମୁଁ ଏବେ ନିଶ୍ଚୟ ଜାଣିଲି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେତେବେଳେ ପିତର ସଚେତନ ହୋଇ କହିଲେ, ପ୍ରଭୁ ଯେ ଆପଣା ଦୂତଙ୍କୁ ପଠାଇ ହେରୋଦଙ୍କ ହସ୍ତରୁ ଓ ଯିହୁଦୀ ଲୋକମାନଙ୍କ ସମସ୍ତ ଆକାଂକ୍ଷାରୁ ମୋତେ ଉଦ୍ଧାର କରିଅଛନ୍ତି, ଏହା ମୁଁ ଏବେ ନିଶ୍ଚୟ ଜାଣିଲି।

Gade chapit la Kopi

ପବିତ୍ର ବାଇବଲ

11 ତା'ପରେ ପିତର ଜାଣି ପାରିଲେ ତାହାଙ୍କୁ ଯାହାସବୁ ଘଟିଗଲା ଏବଂ କହିଲେ, “ମୁଁ ବର୍ତ୍ତମାନ ଜାଣିଲି, ଏହା ପ୍ରକୃତରେ ସତ୍ୟ ଅଟେ। ପ୍ରଭୁ ପ୍ରକୃତରେ ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇ ହେରୋଦଙ୍କ କବଳରୁ ମୋତେ ଉଦ୍ଧାର କଲେ ଓ ଯିହୂଦୀୟମାନଙ୍କ ସମସ୍ତ ମନ୍ଦ ଆଶାକୁ ବ୍ୟର୍ଥ କଲେ।”

Gade chapit la Kopi




ପ୍ରେରିତ 12:11
27 Referans Kwoze  

ପ୍ରଭୁ ଜାଣନ୍ତି, କିପରି ଧାର୍ମିକ ଲୋକମାନଙ୍କୁ ସେମାନଙ୍କ ପରୀକ୍ଷାରୁ ରକ୍ଷା କରିବାକୁ ହେବ। ପୁଣି ଦୁଷ୍କର୍ମକାରୀମାନଙ୍କୁ,


କିନ୍ତୁ ସେହି ରାତିରେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ କାରାଗାରର ଦ୍ୱାର ଖୋଲି ଦେଲେ ଓ ପ୍ରେରିତ ଶିଷ୍ୟମାନଙ୍କୁ ମୁକୁଳାଇ ସେମାନଙ୍କୁ କହିଲେ,


ଶେଷରେ ତା’ର ଚେତନା ପଶିଲା ଓ ସେ ଭାବିଲା, ‘ମୋ’ ବାପାଙ୍କ ମୂଲିଆମାନେ ଯଥେଷ୍ଟ ଖାଇ ସାରିବା ପରେ ଖାଦ୍ୟ ବଳି ପଡ଼ୁଛି, ଅଥଚ ମୁଁ ଏଠାରେ ଭୋକରେ ମରୁଛି!


ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ଠିଆ ହେଲେ ଓ କୋଠରୀଟି ଆଲୋକରେ ଉଦ୍ଭାସିତ ହେଲା। ସ୍ୱର୍ଗଦୂତ ପିତରଙ୍କ କାନ୍ଧକୁ ହଲାଇ ତାଙ୍କୁ ନିଦରୁ ଉଠାଇ କହିଲେ, “ଶୀଘ୍ର ଉଠ!” ସଙ୍ଗେ ସଙ୍ଗେ ପିତରଙ୍କ ହାତରେ ବନ୍ଧା ଯାଇଥିବା ଜଞ୍ଜିର ଖସି ପଡ଼ିଲା।


ତେବେ ସ୍ୱର୍ଗଦୂତମାନେ କିଏ? ସେମାନେ ହେଉଛନ୍ତି ଈଶ୍ୱରଙ୍କ ସେବକ, ପରିତ୍ରାଣପ୍ରାର୍ଥୀ ମନୁଷ୍ୟମାନଙ୍କର ସାହାଯ୍ୟ ପାଇଁ ଈଶ୍ବରଙ୍କ ଦ୍ୱାରା ପ୍ରେରିତ ଆତ୍ମାଗଣ।


ଏହିପରି ଦୁଇବର୍ଷ ଅତିବାହିତ ହେବା ପରେ ପୋର୍କିୟସ ଫେଷ୍ଟସ୍ ଫେଲିକ୍ସ୍ଙ୍କ ସ୍ଥାନରେ ରାଜ୍ୟପାଳ ରୂପେ ନିଯୁକ୍ତ ହେଲେ। ଫେଲିକ୍ସ୍ ଇହୁଦୀମାନଙ୍କର ପ୍ରିୟ ପାତ୍ର ହେବା ପାଇଁ ଲାଳାୟିତ ଥିବାରୁ ପାଉଲଙ୍କୁ ମୁକ୍ତ ନ କରି କାରାଗାରରେ ଛାଡ଼ି ଚାଲିଗଲେ।


କିନ୍ତୁ ଫେଷ୍ଟସ୍ ଇହୁଦୀମାନଙ୍କର ପ୍ରିୟପାତ୍ର ହେବାକୁ ଚାହିଁ ପାଉଲଙ୍କୁ ପଚାରିଲେ, “ଯିରୂଶାଲମକୁ ଯିବା ପାଇଁ ଓ ସେଠାରେ ମୋ’ ସମ୍ମୁଖରେ ଏହିସବୁ ଅଭିଯୋଗରେ ବିଚାରିତ ହେବା ପାଇଁ ତୁମେ କ’ଣ ରାଜି ହେବ?”


Swiv nou:

Piblisite


Piblisite