Biblia Todo Logo
Bib sou entènèt

- Piblisite -




ପ୍ରେରିତ 12:10 - ପବିତ୍ର ବାଇବଲ (CL) NT (BSI)

10 ସେମାନେ ପ୍ରହରୀମାନଙ୍କର ପ୍ରଥମ ଓ ଦ୍ୱିତୀୟ ସ୍ଥାନ ପାର ହୋଇ ଶେଷରେ ନଗର ପ୍ରବେଶ ପଥରେ ଥିବା ଲୌହ ଫାଟକ ପାଖକୁ ଆସିଲେ। ସେମାନଙ୍କ ପାଇଁ ଫାଟକଟି ଆପଣା ମନକୁ ଖୋଲିଗଲା ଓ ସେମାନେ ବାହାରି ଚାଲି ଆସିଲେ। ସେମାନେ ରାସ୍ତାରେ ଯାଉ ଯାଉ ହଠାତ୍ ସ୍ୱର୍ଗଦୂତ ପିତରଙ୍କୁ ଛାଡ଼ି ଚାଲିଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଯେତେବେଳେ ସେମାନେ ପ୍ରଥମ ଓ ଦ୍ଵିତୀୟ ପ୍ରହରୀଦଳ ଅତିକ୍ରମ କରି, ଯେଉଁ ଲୌହଦ୍ଵାର ଦେଇ ନଗରକୁ ଯିବାକୁ ହୁଏ, ତାହା ନିକଟକୁ ଆସିଲେ, ସେତେବେଳେ ସେହି ଦ୍ଵାର ଆପଣା ମନକୁ ସେମାନଙ୍କ ନିମନ୍ତେ ମେଲା ହୋଇଗଲା, ଆଉ ସେମାନେ ବାହାରିଯାଇ ଗୋଟିଏ ଦାଣ୍ତର ଶେଷ ମୁଣ୍ତ ଯାଏ ଗଲେ, ପୁଣି ସେହିକ୍ଷଣି ସେହି ଦୂତ ତାଙ୍କଠାରୁ ଅନ୍ତର ହୋଇଗଲେ।

Gade chapit la Kopi

ଓଡିଆ ବାଇବେଲ

10 ଯେତେବେଳେ ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀଦଳ ଅତିକ୍ରମ କରି, ଯେଉଁ ଲୌହଦ୍ୱାର ଦେଇ ନଗରକୁ ଯିବାକୁ ହୁଏ, ତାହା ନିକଟକୁ ଆସିଲେ, ସେତେବେଳେ ସେହି ଦ୍ୱାର ଆପଣା ମନକୁ ସେମାନଙ୍କ ନିମନ୍ତେ ମେଲା ହୋଇଗଲା, ଆଉ ସେମାନେ ବାହାରିଯାଇ ଗୋଟିଏ ଦାଣ୍ଡର ଶେଷ ମୁଣ୍ଡ ଯାଏ ଗଲେ, ପୁଣି, ସେହିକ୍ଷଣି ସେହି ଦୂତ ତାହାଙ୍କଠାରୁ ଅଦୃଶ୍ୟ ହୋଇଗଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଯେତେବେଳେ ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀ-ଦଳ ଅତିକ୍ରମ କରି, ଯେଉଁ ଲୌହଦ୍ୱାର ଦେଇ ନଗରକୁ ଯିବାକୁ ହୁଏ, ତାହା ନିକଟକୁ ଆସିଲେ, ସେତେବେଳେ ସେହି ଦ୍ୱାର ଆପଣା ମନକୁ ସେମାନଙ୍କ ନିମନ୍ତେ ମେଲା ହୋଇଗଲା, ଆଉ ସେମାନେ ବାହାରିଯାଇ ଗୋଟିଏ ଦାଣ୍ଡର ଶେଷ ମୁଣ୍ଡ ଯାଏ ଗଲେ, ପୁଣି, ସେହିକ୍ଷଣି ସେହି ଦୂତ ତାହାଙ୍କଠାରୁ ଅଦୃଶ୍ୟ ହୋଇଗଲେ।

Gade chapit la Kopi

ପବିତ୍ର ବାଇବଲ

10 ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀଙ୍କୁ ଟପି ଗୋଟିଏ ଲୁହା ଫାଟକ ପାଖକୁ ଆସିଲେ। ଏହା କାରାଗାରକୁ ନଗରରୁ ବିଚ୍ଛିନ୍ନ କରୁଥିଲା। ଏହା ଆପେ ଆପେ ଖୋଲିଗଲା ଓ ସେମାନେ ବାହାରକୁ ଗ୍ଭଲିଗଲେ। ସେମାନେ ଗୋଟିଏ ଗଳିର ଶେଷ ଆଡ଼କୁ ଗଲାପରେ ହଠାତ୍ ସ୍ୱର୍ଗଦୂତ ଜଣକ ପିତରଙ୍କୁ ଛାଡ଼ି ଗ୍ଭଲିଗଲେ।

Gade chapit la Kopi




ପ୍ରେରିତ 12:10
11 Referans Kwoze  

କିନ୍ତୁ ସେହି ରାତିରେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ କାରାଗାରର ଦ୍ୱାର ଖୋଲି ଦେଲେ ଓ ପ୍ରେରିତ ଶିଷ୍ୟମାନଙ୍କୁ ମୁକୁଳାଇ ସେମାନଙ୍କୁ କହିଲେ,


ହଠାତ୍ ଭୀଷଣ ଭୂମିକମ୍ପ ହେଲା ଓ କାରାଗାରର ମୂଳଦୁଆକୁ ଦୋହଲାଇ ଦେଲା। ସଙ୍ଗେ ସଙ୍ଗେ ସମସ୍ତ ଦ୍ୱାର ଖୋଲିଗଲା ଓ ସବୁ ବନ୍ଦୀମାନଙ୍କର ଜଞ୍ଜିର ଖସି ପଡ଼ିଲା।


ସେହି ରବିବାର ଦିନ ସନ୍ଧ୍ୟାବେଳେ ଶିଷ୍ୟମାନେ ଇହୁଦୀ କର୍ତ୍ତୃପକ୍ଷମାନଙ୍କ ଭୟରେ ଗୋଟିଏ ରୁଦ୍ଧ କୋଠରୀରେ ଏକତ୍ରିତ ହୋଇଥିଲେ। ହଠାତ୍ ଯୀଶୁ ସେମାନଙ୍କ ମଧ୍ୟରେ ଆସି ଠିଆ ହେଲେ। “ତୁମ୍ଭମାନଙ୍କର ଶାନ୍ତି ହେଉ”,


“ଫିଲାଦେଲ୍ଫିଆରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ: “ଯେ ସର୍ବତୋ ଭାବରେ ପବିତ୍ର ଓ ସତ୍ୟ ସ୍ୱରୂପ, ତାହାଙ୍କଠାରୁ ଏହି ବାର୍ତ୍ତା ଶୁଣ। ତାଙ୍କ ନିକଟରେ ଦାଉଦଙ୍କର ଚାବି ରହିଛି, ସେ ଯେଉଁ ଦ୍ୱାର ଖୋଲନ୍ତି, ଅନ୍ୟ କେହି ତାହା ବନ୍ଦ କରି ପାରିବ ନାହିଁ ଏବଂ ସେ ଯାହା ବନ୍ଦ କରନ୍ତି, ଅନ୍ୟ କେହି ତାହା ଖୋଲି ପାରିବ ନାହିଁ।


ପିତର ବନ୍ଦୀ ହୋଇ କାରାଗାରରେ ନିକ୍ଷିପ୍ତ ହେଲେ ଏବଂ ଚାରି ଚାରି ଜଣ ସୈନ୍ୟଙ୍କୁ ନେଇ ଗଠିତ ଚାରି ଦଳ ସୈନ୍ୟ ତାଙ୍କୁ ଜଗି ରହିଲେ। ନିସ୍ତାର ପର୍ବ ପରେ ସର୍ବସାଧାରଣରେ ତାଙ୍କର ବିଚାର କରିବା ହେରୋଦଙ୍କର ଉଦ୍ଦେଶ୍ୟ ଥିଲା।


ପୁନର୍ବାର ଏହାର ସପ୍ତାହକ ପରେ, ଶିଷ୍ୟମାନେ ଘର ଭିତରେ ଏକାଠି ଥିଲେ ଏବଂ ଥୋମା ସେମାନଙ୍କ ସହିତ ଥିଲେ। କବାଟଗୁଡ଼ିକ ବନ୍ଦ ହୋଇଥିଲା। କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ: “ତୁମ୍ଭମାନଙ୍କର ଶାନ୍ତି ହେଉ।”


Swiv nou:

Piblisite


Piblisite