Biblia Todo Logo
Bib sou entènèt

- Piblisite -




ପ୍ରେରିତ 11:16 - ପବିତ୍ର ବାଇବଲ (CL) NT (BSI)

16 ତା’ପରେ ମୁଁ ପ୍ରଭୁଙ୍କର ଏହି ବାକ୍ୟ ସ୍ମରଣ କଲି: ‘ଯୋହନ ଜଳଳେ ଦୀକ୍ଷା ଦେଲେ, କିନ୍ତୁ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଦୀକ୍ଷିତ ହେବ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ସେତେବେଳେ ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ମୋହର ସ୍ମରଣରେ ପଡ଼ିଲା, ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ।

Gade chapit la Kopi

ଓଡିଆ ବାଇବେଲ

16 ସେତେବେଳେ ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ମୋହର ସ୍ମରଣରେ ପଡ଼ିଲା, ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ସେତେବେଳେ ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ମୋହର ସ୍ମରଣରେ ପଡ଼ିଲା, “ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ।”

Gade chapit la Kopi

ପବିତ୍ର ବାଇବଲ

16 ସେତେବେଳେ ମୋର ପ୍ରଭୁଙ୍କର କଥା ମନେ ପଡ଼ିଲା। ସେ କହିଥିଲେ, ‘ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ କରାଇଥିଲେ, କିନ୍ତୁ ତୁମ୍ଭେମାନେ ପବିତ୍ରଆତ୍ମାରେ ବାପ୍ତିଜିତ ହେବ।’

Gade chapit la Kopi




ପ୍ରେରିତ 11:16
20 Referans Kwoze  

ଯୋହନ ଜଳରେ ଦୀକ୍ଷିତ କରାଇଲେ, କିନ୍ତୁ ଅଳ୍ପ ଦିନ ମଧ୍ୟରେ ତୁମ୍ଭେମାନେ ପବିତ୍ରଆତ୍ମାରେ ଦୀକ୍ଷିତ ହେବ।”


ମୁଁ ତୁମ୍ଭମାନଙ୍କୁ ଜଳରେ ଦୀକ୍ଷା ଦେଉଛି, କିନ୍ତୁ ସେ ପବିତ୍ର ଆତ୍ମାରେ ଦୀକ୍ଷା ଦେବେ।”


ଯେଉଁ ସହାୟକ ପବିତ୍ରଆତ୍ମାଙ୍କୁ ଈଶ୍ୱର ମୋ’ ସ୍ଥାନରେ ପଠାଇବେ, ସେ ସମସ୍ତ ବିଷୟରେ ତୁମ୍ଭମାନଙ୍କୁ ଶିକ୍ଷା ଦେବେ ଏବଂ ମୁଁ କହିଥିବା ସମସ୍ତ ବିଷୟକୁ ସ୍ମରଣ କରାଇଦେବେ।


କିନ୍ତୁ ଯୋହନ କହିଲେ, “ମୁଁ ତୁମ୍ଭମାନଙ୍କୁ ଜଳରେ ଦୀକ୍ଷା ଦେଉଛି, କିନ୍ତୁ ଜଣେ ଆସୁଛନ୍ତି ଯେ ମୋ’ଠାରୁ ଆହୁରି ମହାନ୍। ଏପରି କି ତାଙ୍କ ପାଦୁକାର ବନ୍ଧନ ଫିଟାଇବା ପାଇଁ ମଧ୍ୟ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ଦୀକ୍ଷିତ କରିବେ।


ତୁମେ ପାପ ପ୍ରତି ବିମୁଖ ହୋଇଛ, ଏହା ଜଣାଇବାକୁ ମୁଁ ତୁମକୁ ଜଳରେ ଦୀକ୍ଷା ଦେଉଛି। କିନ୍ତୁ ମୋ’ ପରେ ଯିଏ ଆସୁଛନ୍ତି, ସେ ତୁମକୁ ପବିତ୍ରଆତ୍ମା ଓ ଅଗ୍ନିରେ ଦୀକ୍ଷା ଦେବେ। ସେ ମୋ’ଠାରୁ ମହୀୟାନ-ତାଙ୍କର ପାଦୁକା ବହନ କରିବାକୁ ମଧ୍ୟ ମୁଁ ଅଯୋଗ୍ୟ।


ସେହିପରି ଇହୁଦୀ, ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ ନିର୍ବିଶେଷରେ ଆମେ ସମସ୍ତେ ଏକ ଆତ୍ମାଙ୍କ କର୍ତ୍ତୃକ ଜଳଦୀକ୍ଷାରେ ଦୀକ୍ଷିତ ହୋଇ ସେହି ଏକ ଶରୀରରେ ଅନ୍ତର୍ଭୁକ୍ତ ହୋଇଅଛୁ, ଏକ ଆତ୍ମାଙ୍କୁ ପାନ କରିଛୁ।


‘ପାଇବାଠାରୁ ଦାନ କରିବାରେ ଅଧିକ ଆନନ୍ଦ ଥାଏ’, ସ୍ୱୟଂ ପ୍ରଭୁ ଯୀଶୁଙ୍କର ଏହି ବାକ୍ୟକୁ ସ୍ମରଣ କରି ଏହି ପ୍ରକାର କଠିଣ ପରିଶ୍ରମ ଦ୍ୱାରା ଆମେ ଦୁର୍ବଳ ଲୋକମାନଙ୍କୁ ସାହାଯ୍ୟ କରିବା ଉଚିତ, ଏ ସମ୍ପର୍କରେ ମୁଁ ସବୁବେଳେ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଛି।”


ତୁମ୍ଭମାନଙ୍କୁ ମୁଁ ଏହି ସବୁ କଥା କହି ରଖିବାର ଉଦ୍ଦେଶ୍ୟ ହେଉଛି, ଏସବୁ ଘଟିଲେ, ତୁମ୍ଭେମାନେ ସ୍ମରଣ କରିବ ଯେ, ମୁଁ ଆଗରୁ ଏ ବିଷୟରେ କହିଥିଲି। “ଆରମ୍ଭରୁ ମୁଁ ତୁମ୍ଭମାନଙ୍କୁ ଏିହ ବିଷୟ କହି ନ ଥିଲି, କାରଣ ମୁଁ ତୁମ ସଙ୍ଗରେ ଥିଲି।


ତଥାପି ଏ ସେହି ବ୍ୟକ୍ତି ବୋଲି ସେତେବେଳେ ମୁଁ ଜାଣି ନ ଥିଲି, କିନ୍ତୁ ଜଳଦୀକ୍ଷା ଦେବା ପାଇଁ ଯେଉଁ ଈଶ୍ୱର ମୋତେ ପଠାଇଛନ୍ତି, ସେ ମୋତେ ଜଣାଇଲେ, ‘ମୋର ଆତ୍ମା ଜଣେ ବ୍ୟକ୍ତିଙ୍କ ଉପରକୁ ଅବତରଣ କରି ଆସି ଅଧିଷ୍ଠାନ କରିବା ତୁମେ ଦେଖିବ। ପବିତ୍ରଆତ୍ମାରେ ଯେ ଦୀକ୍ଷା ଦେବେ, ଏ ହେଉଛନ୍ତି ସେହି ବ୍ୟକ୍ତି।


ଯୋହନ ଉତ୍ତର ଦେଲେ: “ମୁଁ କେବଳ ଜଳଦୀକ୍ଷା ଦେଉଛି। କିନ୍ତୁ ତୁମ ମଧ୍ୟରେ ଏବେ ଜଣେ ବ୍ୟକ୍ତି ବିଦ୍ୟମାନ, ଯାହାଙ୍କୁ ତୁମେ ଚିହ୍ନ ନାହିଁ।


ପ୍ରିୟ ବନ୍ଧୁଗଣ, ତୁମ ପାଖକୁ ଲେଖିବା ଏହି ମୋର ଦ୍ୱିତୀୟ ପତ୍ର। ଉଭୟ ପତ୍ରରେ ଏହିସବୁ ବିଷୟ ସ୍ମରଣ କରାଇ ତୁମ୍ଭମାନଙ୍କ ମନରେ ପବିତ୍ର ଚିନ୍ତା ଉଦ୍ରେକ କରିବା ପାଇଁ ଚେଷ୍ଟା କରିଛି।


ସ୍ତ୍ରୀ ଲୋକମାନେ ସେ କଥା ସ୍ମରଣ କଲେ। ସମାଧିରୁ ଫେରିଯାଇ ଏଗାର ଜଣ ଶିଷ୍ୟ ଓ ଅନ୍ୟମାନଙ୍କୁ ଏ ବିଷୟରେ ଜଣାଇଲେ।


ସେମାନେ ନିଜ ନିଜର ପାପ ସ୍ୱୀକାର କରି ଯୋହନଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ଦୀକ୍ଷିତ ହେଉଥିଲେ।


Swiv nou:

Piblisite


Piblisite