Biblia Todo Logo
Bib sou entènèt

- Piblisite -




ପ୍ରେରିତ 11:1 - ପବିତ୍ର ବାଇବଲ (CL) NT (BSI)

1 ଅଣଇହୁଦୀମାନେ ମଧ୍ୟ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି ବୋଲି ପ୍ରେରିତ ଶିଷ୍ୟମାନେ ଓ ଯିହୁଦା ପ୍ରଦେଶସ୍ଥ ଅନ୍ୟ ବିଶ୍ୱାସୀମାନେ ଶୁଣିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ବିଜାତିମାନେ ମଧ୍ୟ ଯେ ଈଶ୍ଵରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି, ଏହା ପ୍ରେରିତମାନେ ଓ ଯିହୁଦା ପ୍ରଦେଶରେ ଥିବା ଭାଇମାନେ ଶୁଣିଲେ।

Gade chapit la Kopi

ଓଡିଆ ବାଇବେଲ

1 ଅଣଯିହୂଦୀମାନେ ମଧ୍ୟ ଯେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି, ଏହା ପ୍ରେରିତମାନେ ଓ ଯିହୂଦା ପ୍ରଦେଶରେ ଥିବା ଭାଇମାନେ ଶୁଣିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଅଣଯିହୁଦୀମାନେ ମଧ୍ୟ ଯେ ଈଶ୍ବରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି, ଏହା ପ୍ରେରିତମାନେ ଓ ଯିହୂଦିୟା ପ୍ରଦେଶରେ ଥିବା ଭାଇମାନେ ଶୁଣିଲେ।

Gade chapit la Kopi

ପବିତ୍ର ବାଇବଲ

1 ଯିହୂଦାରେ ପ୍ରେରିତମାନେ ଓ ଭାଇମାନେ ଶୁଣିବାକୁ ପାଇଲେ ଯେ, ଅଣଯିହୂଦୀ ଲୋକମାନେ ମଧ୍ୟ ପରମେଶ୍ୱରଙ୍କ ସୁସମାଗ୍ଭର ଗ୍ରହଣ କରିଛନ୍ତି।

Gade chapit la Kopi




ପ୍ରେରିତ 11:1
34 Referans Kwoze  

ମଣ୍ଡଳୀ ସେମାନଙ୍କ ଯାତ୍ରାର ସୁବିଧା କରିଦେଇ ପଠାଇଲା ଏବଂ ସେମାନେ ଫିନିସିଆ ଓ ଶମିରୋଣ ଦେଇ ଯିବା ସମୟରେ ଅଣଇହୁଦୀମାନେ କିପରି ମନ ପରିବର୍ତ୍ତନ କରି ଈଶ୍ୱରପରାୟଣ ହୋଇଛନ୍ତି, ସେ ବିଷୟ ଜଣାଇଲେ; ଏହି ସମ୍ବାଦ ଶୁଣି ବିଶ୍ୱାସୀମାନେ ଅତ୍ୟନ୍ତ ଆନନ୍ଦିତ ହେଲେ।


ସେମାନେ ଆଣ୍ଟିୟୋଖରେ ପହଞ୍ଚି ମଣ୍ଡଳୀର ଲୋକମାନଙ୍କୁ ଏକତ୍ରିତ କଲେ। ଈଶ୍ୱର ସେମାନଙ୍କ ପ୍ରତି ଯାହାସବୁ କରିଥିଲେ ଓ ଅଣଇହୁଦୀମାନଙ୍କ ବିଶ୍ୱାସ ପାଇଁ କିପରି ପଥ ଉନ୍ମୁକ୍ତ କରିଥିଲେ, ସେସବୁ ସେମାନଙ୍କୁ ଜଣାଇଲେ।


ଏକ ଜ୍ୟୋତି ପ୍ରଦାନ କରିଛ ଅଣଇହୁଦୀମାନଙ୍କ ନିକଟରେ ତୁମ ଇଚ୍ଛା ପ୍ରକାଶ କରିବା ପାଇଁ ଏବଂ ତୁମର ଇଶ୍ରାୟେଲୀୟ ଲୋକମାନଙ୍କୁ ଗୌରବାନ୍ୱିତ କରିବା ପାଇଁ।”


ପୁଣି କବର ଭିତରକୁ ଯାଇ ଦେଖିଲେ ଯେ ସେଠାରେ ଶୁକ୍ଲବସ୍ତ୍ର ପରିହିତ ଜଣେ ଯୁବକ କବରର ଦକ୍ଷିଣ ପାଶ୍ୱର୍ରେ ବସିଛନ୍ତି। ଏସବୁ ଦେଖି ସେମାନେ ଭୟଭୀତ ହେଲେ।


ମନେରଖ, ପୂର୍ବ ଦେଶରୁ ଓ ପଶ୍ଚିମ ଦେଶରୁ ଅନେକେ ଆସି ସ୍ୱର୍ଗରାଜ୍ୟରେ ଅବ୍ରାହାମ, ଇସ୍ହାମ ଓ ଯାକୁବଙ୍କ ସଙ୍ଗରେ ଏକାଠି ଭୋଜନ କରିବାକୁ ବସିବେ।


ହେରୋଦଙ୍କ ରାଜତ୍ୱ ସମୟରେ ଇହୁଦା ପ୍ରଦେଶର ବେଥ୍ଲେହିମ ସହରରେ ଯୀଶୁ ଜନ୍ମ ଗ୍ରହଣ କଲେ। ଏହାର ଅଳ୍ପ ସମୟ ପରେ ପୂର୍ବ ଦେଶରେ କେତେଜଣ ଜ୍ୟୋତିର୍ବିଦ ଯିରୂଶାଲମକୁ ଆସି ପଚାରିଲେ,


କିଛିଦିନ ପରେ ପ୍ରାୟ ଏକଶହ କୋଡ଼ିଏ ଜଣ ବିଶ୍ୱାସୀମାନଙ୍କ ଏକ ସଭାରେ ପିତର ଛିଡ଼ା ହୋଇ କହିଲେ:


ଶିଷ୍ୟମାନେ ଯିହୁଦାରେ ବାସ କରୁଥିବା ବିଶ୍ୱାସୀ ଭାଇମାନଙ୍କ ପାଖକୁ ସେମାନଙ୍କ ସାଧ୍ୟାନୁଯାୟୀ ସାହାଯ୍ୟ ପଠାଇବେ ବୋଲି ସ୍ଥିର କଲେ।


ଆମ୍ଭମାନଙ୍କର ଖବର ପାଇ ରୋମର ବିଶ୍ୱାସୀମାନେ ଆମକୁ ଭେଟିବା ପାଇଁ “ଆପୀୟ ହାଟ” ଓ “ତିନି ସରାଇ” ନାମକ ସହରମାନଙ୍କୁ ଆସିଲେ। ସେମାନଙ୍କୁ ଦେଖି ପାଉଲ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ବିଶେଷ ଉତ୍ସାହିତ ହେଲେ।


Swiv nou:

Piblisite


Piblisite