Biblia Todo Logo
Bib sou entènèt

- Piblisite -




ପ୍ରେରିତ 10:7 - ପବିତ୍ର ବାଇବଲ (CL) NT (BSI)

7 ଏହା କହି ସ୍ୱର୍ଗଦୂତ ଚାଲିଗଲେ। କର୍ଣ୍ଣୀଲିୟ ତାଙ୍କ ଘରର ଦୁଇ ଜଣ ଦାସ ଓ ସୈନିକ ଅନୁଚରମାନଙ୍କ ମଧ୍ୟରୁ ଜଣେ ଧାର୍ମିକ ବ୍ୟକ୍ତିଙ୍କୁ ଡକାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ତାଙ୍କ ସାଙ୍ଗରେ କଥା କହୁଥିବା ଦୂତ ପ୍ରସ୍ଥାନ କଲା ଉତ୍ତାରେ ସେ ଆପଣା ଗୃହର ଦାସମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ, ପୁଣି ତାଙ୍କର ସେବା କରୁଥିବା ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଭକ୍ତ ସୈନ୍ୟକୁ ଡାକିଲେ,

Gade chapit la Kopi

ଓଡିଆ ବାଇବେଲ

7 ତାହାଙ୍କ ସାଙ୍ଗରେ କଥା କହୁଥିବା ଦୂତ ଗଲା ପରେ ସେ ଆପଣା ଗୃହର ଦାସମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ, ପୁଣି, ତାହାଙ୍କର ସେବା କରୁଥିବା ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଭକ୍ତ ସୈନ୍ୟକୁ ଡାକିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତାହାଙ୍କ ସାଙ୍ଗରେ କଥା କହୁଥିବା ଦୂତ ଗଲା ପରେ ସେ ଆପଣା ଗୃହର ଦାସମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ, ପୁଣି, ତାହାଙ୍କର ସେବା କରୁଥିବା ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଭକ୍ତ ସୈନ୍ୟକୁ ଡାକିଲେ,

Gade chapit la Kopi

ପବିତ୍ର ବାଇବଲ

7 ଏହା କହି ସ୍ୱର୍ଗଦୂତ ଗ୍ଭଲିଗଲେ। ଏହା ପରେ କର୍ଣ୍ଣୀଲିୟ ନିଜର ବ୍ୟକ୍ତିଗତ ସହକାରୀ ମଧ୍ୟରୁ ତାହାଙ୍କର ଦୁଇଜଣ ସେବକ ଓ ଜଣେ ନିଷ୍ଠାପର ସୈନିକକୁ ଡାକିଲେ।

Gade chapit la Kopi




ପ୍ରେରିତ 10:7
13 Referans Kwoze  

କିନ୍ତୁ ମନେରଖ, ସେ ଏବେ କେବଳ ଏକ କ୍ରୀତଦାସ ନୁହେଁ। ଖ୍ରୀଷ୍ଟଙ୍କ ବିଶ୍ୱାସୀ ସ୍ୱରୂପେ ସେ ଏବେ ଆମର ଜଣେ ଭାଇ। ମୋ’ ଦୃଷ୍ଟିରେ ବର୍ତ୍ତମାନ ସେ କେଡ଼େ ଉପକାରୀ! ତୁମର ଜଣେ ଦାସ ଓ ଖ୍ରୀଷ୍ଟବିଶ୍ୱାସୀ ଭାଇ ସ୍ୱରୂପେ ସେ ତୁମ ପାଇଁ ଆହୁରି କେଡ଼େ ଉପକାରୀ ନ ହେବ!


କେତେକ ସୈନିକ ମଧ୍ୟ ତାଙ୍କୁ ପଚାରିଲେ, “ଆମର କ’ଣ ହେବ? ଆମେ କ’ଣ କରିବା?” ସେ ସେମାନଙ୍କୁ କହିଲେ, “ବଳପୂର୍ବକ କାହାଠାରୁ ଅର୍ଥ ନିଅ ନାହିଁ, ଅବା କାହା ପ୍ରତି ମିଥ୍ୟା ଦୋଷାରୋପ କର ନାହିଁ। ନିଜ ନିଜ ବେତନରେ ସନ୍ତୁଷ୍ଟ ହୁଅ।”


ଯେଉଁମାନଙ୍କ କର୍ତ୍ତମାନେ ମଧ୍ୟ ଖ୍ରୀଷ୍ଟବିଶ୍ୱାସୀ, ସେମାନେ କର୍ତ୍ତାମାନଙ୍କୁ “ଭାଇ” ମନେ କରି ସେମାନଙ୍କୁ ଯଥୋଚିତ ସମ୍ମାନ ଦେବାରେ ଅବହେଳା କରନ୍ତୁ ନାହିଁ। ବରଂ ଅଧିକ ନିଷ୍ଠାପର ଭାବରେ ସେମାନଙ୍କ ସେବା କରନ୍ତୁ, କାରଣ ସେମାନେ ମଧ୍ୟ ଖ୍ରୀଷ୍ଟବିଶ୍ୱାସୀ ଏବଂ ଅଧିକ ଶ୍ରଦ୍ଧାର ପାତ୍ର। ଏହି ସମସ୍ତ ବିଷୟ ତୁମେ ଶିକ୍ଷା ଦେଇ ପ୍ରଚାର କରିବ।


ସେମାନେ ଚାଲି ଗଲାପରେ ଈଶ୍ୱରଙ୍କ ଦୂତ ଯୋସେଫଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, “ହେରୋଦ ଶିଶୁଙ୍କୁ ହତ୍ୟା କରିବା ପାଇଁ ଅନ୍ୱେଷଣ କରିବ। ତେଣୁ ଉଠ, ଶିଶୁଙ୍କୁ ଓ ତାଙ୍କ ମାତାଙ୍କୁ ନେଇ ମିସର ଦେଶକୁ ପଳାଇ ଯାଅ। ସେ ସ୍ଥାନ ଛାଡ଼ିବାକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ।”


ସେତେବେଳେ ଯିରୁଶାଲମରେ ଶିମିୟୋନ୍ ନାମକ ଜଣେ ଧାର୍ମିକ ଓ ଭକ୍ତ ବାସ କରୁଥିଲେ। ସେ ଇଶ୍ରାୟେଲ ଜାତିର ମୁକ୍ତି ସାଧନ ସମୟକୁ ଅପେକ୍ଷା କରୁଥିଲେ। ତାଙ୍କଠାରେ ପବିତ୍ର ଆତ୍ମା ଅଧିଷ୍ଠାନ କରିଥିଲେ।


ସେ ସମୁଦ୍ର କୂଳରେ ବାସ କରୁଥିବା ଶିମୋନ ନାମକ ଜଣେ ଚର୍ମକାର ଘରେ ରହୁଛନ୍ତି।”


ସେ ସେମାନଙ୍କୁ ସମସ୍ତ ଘଟଣା ଜଣାଇ ଯୋପ୍ପାକୁ ପଠାଇଲେ।


Swiv nou:

Piblisite


Piblisite