Biblia Todo Logo
Bib sou entènèt

- Piblisite -




ପ୍ରେରିତ 10:23 - ପବିତ୍ର ବାଇବଲ (CL) NT (BSI)

23 ପିତର ସେମାନଙ୍କୁ ଭିତରକୁ ଡାକି ନେଇ ସେହି ରାତ୍ରିଟି ସେଠାରେ କଟାଇବା ପାଇଁ ଅନୁରୋଧ କଲେ। ତହିଁ ଆରଦିନ ସେ ପ୍ରସ୍ତୁତ ହୋଇ ସେମାନଙ୍କ ସହିତ ଗଲେ। ଯୋପ୍ପାର କେତେ ଜଣ ବିଶ୍ୱାସୀ ମଧ୍ୟ ସେମାନଙ୍କ ସଙ୍ଗରେ ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ସେଥିରେ ସେ ସେମାନଙ୍କୁ ଭିତରକୁ ଡାକିନେଇ ସେମାନଙ୍କର ଆତିଥ୍ୟ କଲେ। ତହିଁ ଆରଦିନ ସେ ଉଠି ସେମାନଙ୍କ ସହିତ ପ୍ରସ୍ଥାନ କଲେ, ପୁଣି ଯାଫୋ ନିବାସୀ ଭାଇମାନଙ୍କ ମଧ୍ୟରୁ କେତେକ ଜଣ ତାଙ୍କ ସାଙ୍ଗରେ ଗଲେ।

Gade chapit la Kopi

ଓଡିଆ ବାଇବେଲ

23 ସେଥିରେ ସେ ସେମାନଙ୍କୁ ଭିତରକୁ ଡାକି ନେଇ ସେମାନଙ୍କର ଆତିଥ୍ୟ କଲେ । ତହିଁ ଆରଦିନ ସେ ଉଠି ସେମାନଙ୍କ ସହିତ ପ୍ରସ୍ଥାନ କଲେ, ପୁଣି, ଯାଫୋନିବାସୀ ଭାଇମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କ ସାଙ୍ଗରେ ଗଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ସେଥିରେ ସେ ସେମାନଙ୍କୁ ଭିତରକୁ ଡାକି ନେଇ ସେମାନଙ୍କର ଆତିଥ୍ୟ କଲେ। ତହିଁ ଆରଦିନ ସେ ଉଠି ସେମାନଙ୍କ ସହିତ ପ୍ରସ୍ଥାନ କଲେ, ପୁଣି, ଯାଫୋ ସହରନିବାସୀ ଭାଇମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କ ସାଙ୍ଗରେ ଗଲେ।

Gade chapit la Kopi

ପବିତ୍ର ବାଇବଲ

23 ତେଣୁ ପିତର ସେମାନଙ୍କୁ ଭିତରକୁ ଡାକିଲେ ଓ ରାତ୍ରି ଯାପନ କରିବାକୁ ଜାଗାଟିଏ ଦେଲେ। ତହିଁ ଆରଦିନ ସେ ସେମାନଙ୍କ ସହିତ ପ୍ରସ୍ତୁତ ହୋଇ ଗ୍ଭଲିଗଲେ। ଯାଫୋର କେତେକ ଭାଇମାନେ ମଧ୍ୟ ତାହାଙ୍କ ସହିତ ଆସିଥିଲେ।

Gade chapit la Kopi




ପ୍ରେରିତ 10:23
16 Referans Kwoze  

ବିନା ଦ୍ୱିଧାରେ ସେମାନଙ୍କ ସହିତ ଯିବା ପାଇଁ ପବିତ୍ରଆତ୍ମା ମୋତେ ନିର୍ଦ୍ଦେଶ ଦେଲେ। ଯୋପ୍ପାରେ ଏହି ଛଅ ଜଣ ବିଶ୍ୱାସୀ ଭାଇ ମୋ’ ସହିତ ସିସେରିଆକୁ ଗଲେ ଓ ଆମେ ସମସ୍ତେ କର୍ଣ୍ଣୀଲିୟଙ୍କ ଘରେ ପହଞ୍ଚିଲୁ।


ଅଣଇହୁଦୀମାନଙ୍କ ଉପରେ ମଧ୍ୟ ଈଶ୍ୱର ତାଙ୍କର ପବିତ୍ରଆତ୍ମାଙ୍କ ଦାନ ଢାଳି ଦେଇଥିବାର ଦେଖି ପିତରଙ୍କ ସହିତ ଆଗତ ଯୋପ୍ପାର ଇହୁଦୀ ବିଶ୍ୱାସୀମାନେ ଆଶ୍ଚର୍ଯ୍ୟ ହେଲେ।


ଅକୁଣ୍ଠିତ ଚିତ୍ତରେ ପରସ୍ପରର ଆତିଥ୍ୟ କର। ଈଶ୍ୱର ତୁମ ପ୍ରତ୍ୟେକଙ୍କୁ ବିଶେଷ ବିଶେଷ ଦାନ ଦେଇଛନ୍ତି।


ଏହା କରିବା ଦ୍ୱାରା କେହି କେହି ଅଜାଣତରେ ସ୍ୱର୍ଗଦୂତମାନଙ୍କର ଆତିଥ୍ୟ କରିଛନ୍ତି।


କାରଣ କେବଳ ପ୍ରଭୁଙ୍କ ସାକ୍ଷାତରେ ନୁହେଁ, ମାତ୍ର ମନୁଷ୍ୟ ସାକ୍ଷାତରେ ମଧ୍ୟ ସତ୍ ରହିବା ଆମର ଲକ୍ଷ୍ୟ।


ତେଣୁ ସଙ୍ଗେ ସଙ୍ଗେ ମୁଁ ଆପଣଙ୍କୁ ଡକାଇଲି ଓ ଆପଣ ଦୟା କରି ଆସିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ଶୁଣିବାକୁ ଆମେ ସମସ୍ତେ ବର୍ତ୍ତମାନ ଈଶ୍ୱରଙ୍କ ସାନ୍ନିଧ୍ୟରେ ଉପସ୍ଥିତ ଅଛୁ।”


ତେଣୁ ତୁମେ ଯେତେବେଳେ ମୋତେ ଡକାଇଲ, ମୁଁ କୌଣସି ଆପତ୍ତି ନ କରି ଆସିଲି। ମୁଁ ଜାଣିବାକୁ ଚାହେଁ, ତୁମେ କାହିଁକି ମୋତେ ଡକାଇଲ?”


ଏହି ସମ୍ବାଦ ଯୋପ୍ପାର ଚାରିଆଡ଼େ ବ୍ୟାପିଗଲା ଓ ଅନେକ ଲୋକ ପ୍ରଭୁଙ୍କୁ ବିଶ୍ୱାସ କଲେ।


ଯୋପ୍ପା ଲୁଦାଠାରୁ ଦୂରରେ ନ ଥିଲା। ପିତର ଲୁଦାରେ ଅଛନ୍ତି ବୋଲି ଶୁଣି, ଯୋପ୍ପାରେ ଥିବା ବିଶ୍ୱାସୀମାନେ ଦୁଇଜଣ ଲୋକଙ୍କୁ ତାଙ୍କ ନିକଟକୁ କହି ପଠାଇଲେ, “ଦୟା କରି ଶୀଘ୍ର ଆମ ପାଖକୁ ଆସନ୍ତୁ।”


କିଛିଦିନ ପରେ ପ୍ରାୟ ଏକଶହ କୋଡ଼ିଏ ଜଣ ବିଶ୍ୱାସୀମାନଙ୍କ ଏକ ସଭାରେ ପିତର ଛିଡ଼ା ହୋଇ କହିଲେ:


ଯୋପ୍ପାରେ ଟାବିଥା ନାମ୍ନୀ ଜଣେ ବିଶ୍ୱାସିନୀ ମହିଳା ବାସ କରୁଥିଲେ। (ତାଙ୍କର ଗ୍ରୀକ୍ ନାମ ଦର୍କାସ୍ ଅର୍ଥାତ୍ “ହରିଣୀ” ଥିଲା।) ସେ ତାଙ୍କର ସମସ୍ତ ସମୟ ସତ୍ କାର୍ଯ୍ୟରେ ଏବଂ ଦରିଦ୍ର ସେବାରେ ଅତିବାହିତ କରୁଥିଲେ।


ଆମ୍ଭମାନଙ୍କର ଖବର ପାଇ ରୋମର ବିଶ୍ୱାସୀମାନେ ଆମକୁ ଭେଟିବା ପାଇଁ “ଆପୀୟ ହାଟ” ଓ “ତିନି ସରାଇ” ନାମକ ସହରମାନଙ୍କୁ ଆସିଲେ। ସେମାନଙ୍କୁ ଦେଖି ପାଉଲ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ବିଶେଷ ଉତ୍ସାହିତ ହେଲେ।


Swiv nou:

Piblisite


Piblisite