Biblia Todo Logo
Bib sou entènèt

- Piblisite -




ପ୍ରେରିତ 10:11 - ପବିତ୍ର ବାଇବଲ (CL) NT (BSI)

11 ସେ ଦେଖିଲେ, ଆକାଶ ଉନ୍ମୁକ୍ତ ହୋଇଛି ଓ ଗୋଟିଏ ବଡ଼ ଚାଦର ଚାରି କୋଣରୁ ଝୁଲା ହୋଇ ପୃଥିବୀ ଉପରକୁ ଖସି ଆସୁଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆକାଶ ଉନ୍ମୁକ୍ତ ହୋଇଅଛି, ପୁଣି ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇ ଦିଆଯାଉଅଛି;

Gade chapit la Kopi

ଓଡିଆ ବାଇବେଲ

11 ଆକାଶ ଖୋଲା ହୋଇଅଛି, ପୁଣି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇ ଦିଆଯାଉଅଛି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆକାଶ ଖୋଲା ହୋଇଅଛି, ପୁଣି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇ ଦିଆଯାଉଅଛି;

Gade chapit la Kopi

ପବିତ୍ର ବାଇବଲ

11 ସେ ଦେଖିଲେ ଯେ, ସ୍ୱର୍ଗ ଖୋଲିଗଲା ଓ ତା’ ଭିତରୁ ଗୋଟିଏ ଗ୍ଭରି କୋଣ ଧରା ବଡ଼ ଗ୍ଭଦର ଭଳି କିଛି ଗୋଟାଏ ପୃଥିବୀକୁ ଖସୁଛି।

Gade chapit la Kopi




ପ୍ରେରିତ 10:11
28 Referans Kwoze  

ସେହି ନିଗୂଢ଼ ତତ୍ତ୍ୱ ହେଉଛି, ସୁସମାଚାର ଯୋଗୁଁ ଇହୁଦୀମାନଙ୍କ ସହିତ ଅଣଇହୁଦୀମାନେ ମଧ୍ୟ ଈଶ୍ୱରଙ୍କ ଆଶୀର୍ବାଦର ଅଂଶୀ ହୋଇଛନ୍ତି। ସେମାନେ ସେହି ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ସହାୟତାରେ ଈଶ୍ୱର ଦେଇଥିବା ପ୍ରତିଜ୍ଞାର ଅଂଶୀଦାର।


ଯୀଶୁ ପୁଣି କହିଲେ: “ତୁମେ ସ୍ୱର୍ଗଦ୍ୱାର ଉନ୍ମୁକ୍ତ ହେବା ଦେଖିବ। ପୁଣି ଈଶ୍ୱରଙ୍କ ଦୂତମାନେ ମନୁଷ୍ୟପୁତ୍ରଙ୍କ ଉପରେ ଅବତରଣ ଓ ଆରୋହଣ କରିବା ମଧ୍ୟ ଦେଖିବ।”


ତାହାପରେ ମୁଁ ଦେଖିଲି, ସ୍ୱର୍ଗଦ୍ୱାର ଉନ୍ମୁକ୍ତ ଓ ସେଠାରେ ଏକ ଶ୍ୱେତ ବର୍ଣ୍ଣ ଅଶ୍ୱ। ତାହାର ଆରୋହୀ ବିଶ୍ୱସ୍ତ ଓ ସତ୍ୟ ନାମରେ ପରିଚିତ। ତାଙ୍କ ବିଚାର ନ୍ୟାୟପର ଓ ସେ ଧର୍ମଯୁଦ୍ଧରେ ନିୟୋଜିତ।


ସ୍ୱର୍ଗରେ ଥିବା ଈଶ୍ୱରଙ୍କ ମନ୍ଦିର-ଦ୍ୱାର ଖୋଲିଲା ଓ ମନ୍ଦିରରେ ନିୟମ ସିନ୍ଦୁକ ଥିବାର ଦେଖାଗଲା। ତା’ପରେ ବିଜୁଳି ଚମକିଲା, ବଜ୍ରନାଦ, ଭୂମିକମ୍ପ ଓ ପ୍ରବଳ ଶିଳା ବୃଷ୍ଟି ହେଲା।


ଏହି ସମୟରେ ମୁଁ ଆଉ ଗୋଟିଏ ଦୃଶ୍ୟ ଦେଖିଲି। ସ୍ୱର୍ଗରେ ଗୋଟିଏ ଦ୍ୱାର ଖୋଲି ଯାଇଥିଲା ଏବଂ ତୂରୀ ଧ୍ୱନି ପରି ଏକ କଣ୍ଠସ୍ୱରରୁ ମୋତେ ନିର୍ଦ୍ଦେଶ ମିଳିଲା; “ଏଠାକୁ ଉଠି ଆସ। ଏହାପରେ ଯାହାସବୁ ଘଟିବାକୁ ଯାଉଛି, ତାହା ମୁଁ ତୁମକୁ ଦେଖାଇବି।”


ଫଳରେ, ଇହୁଦୀ, ଅଣଇହୁଦୀ, ସୁନ୍ନତ ଓ ଅସୁନ୍ନତ, ମ୍ଲେଚ୍ଛ, ବର୍ବର, କ୍ରୀତଦାସ ବା ସ୍ୱାଧୀନ ବ୍ୟକ୍ତି ମଧ୍ୟରେ ଆଉ କୌଣସି ପ୍ରଭେଦ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କ ମଧ୍ୟରେ ଅଛନ୍ତି ଓ ସେ ହେଉଛନ୍ତି ସର୍ବେସର୍ବା।


ସେହି ପରିକଳ୍ପନା ଅନୁଯାୟୀ ସ୍ୱର୍ଗ ଓ ପୃଥିବୀର ସମସ୍ତ ସୃଷ୍ଟ ବିଷୟ ଏକ ହେବ ଓ ଖ୍ରୀଷ୍ଟଙ୍କ ସେ ସବୁର ମସ୍ତକ ସ୍ୱରୂପ ରହିବେ। ଏହି ପରିକଳ୍ପନା ଈଶ୍ୱର ଉପଯୁକ୍ତ ସମୟରେ ସମ୍ପୂର୍ଣ୍ଣ କରିବେ।


ତେଣୁ ଇହୁଦୀ ଓ ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ, ପୁରୁଷ କିମ୍ବା ସ୍ତ୍ରୀ ମଧ୍ୟରେ ଆଉ କୌଣସି ପାର୍ଥକ୍ୟ ନାହିଁ। ତୁମେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଏକ ହୋଇଅଛ।


ବାସ୍ତବିକ୍ ଆମେ ଜନ୍ମରୁ ଇହୁଦୀ; ତଥାକଥିତ “ପାପୀ ଅଣଇହୁଦୀ” ନୋହୁଁ।


ଈଶ୍ୱର ସେମାନଙ୍କୁ ନିଜର ସନ୍ତାନ ରୂପେ ଗ୍ରହଣ କରି ସେମାନଙ୍କ ନିକଟରେ ନିଜର ମହିମା ପ୍ରକାଶ କରିଥିଲେ; ସେମାନଙ୍କ ସହିତ ଚୁକ୍ତିବଦ୍ଧ ହୋଇ ସେମାନଙ୍କୁ ବ୍ୟବସ୍ଥା ପ୍ରଦାନ କରିଥିଲେ, ସେମାନେ ପ୍ରକୃତ ଉପାସନା କରନ୍ତି; ସେମାନେ ଈଶ୍ୱରଙ୍କଠାରୁ ପ୍ରତିଶ୍ରୁତିମାନ ପାଇଛନ୍ତି,


ସେହି ସୁସମାଚାର ଉପରେ ମୋର ପୂର୍ଣ୍ଣ ଆସ୍ଥା ରହିଛି। ତାହା ପ୍ରଥମତଃ ଇହୁଦୀ ଓ ତା’ପରେ ଅଣଇହୁଦୀ ବିଶ୍ୱାସୀମାନଙ୍କର ପରିତ୍ରାଣ ସାଧନ ପାଇଁ ଈଶ୍ୱରଙ୍କ ମହାଶକ୍ତି ସ୍ୱରୂପ।


ସେ କହିଲେ, “ଦେଖ, ମୁଁ ସ୍ୱର୍ଗ ଉନ୍ମୁକ୍ତ ହେବା ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉଭା ହୋଇଥିବା ଦେଖୁଛି!”


ମୁଁ ଯେତେବେଳେ ଊଦ୍ଧ୍ୱର୍କୁ ଉତ୍ତୋଳିତ ହେବି, ସେତେବେଳେ ସମସ୍ତଙ୍କୁ ଆକର୍ଷଣ କରିବି।” (


ଛିନ୍ନଭିନ୍ନ ହୋଇଥିବା ଈଶ୍ୱରଙ୍କ ଲୋକମାନଙ୍କୁ ଗୋଟିଏ ଗୋଷ୍ଠୀରେ ଏକତ୍ରିତ କରାଇବା ପାଇଁ ଯୀଶୁ ମୃତ୍ୟୁବରଣ କରିବେ।


ଅନ୍ୟ ସମସ୍ତେ ଜଳରେ ଦୀକ୍ଷିତ ହେବା ପରେ ଯୀଶୁ ମଧ୍ୟ ଜଳଦୀକ୍ଷା ଗ୍ରହଣ କଲେ। ସେହି ସମୟରେ ସେ ପ୍ରାର୍ଥନା କରୁଥିବା ବେଳେ ଆକାଶ ଉନ୍ମୁକ୍ତ ହେଲା


ମନେରଖ, ପୂର୍ବ ଦେଶରୁ ଓ ପଶ୍ଚିମ ଦେଶରୁ ଅନେକେ ଆସି ସ୍ୱର୍ଗରାଜ୍ୟରେ ଅବ୍ରାହାମ, ଇସ୍ହାମ ଓ ଯାକୁବଙ୍କ ସଙ୍ଗରେ ଏକାଠି ଭୋଜନ କରିବାକୁ ବସିବେ।


ସେଥିରେ ନାନା ପ୍ରକାର ପଶୁ, ସରୀସୃପ ଓ ବନ୍ୟ ପକ୍ଷୀ ଅଛନ୍ତି।


“ମୁଁ ଯୋପ୍ପା ନଗରରେ ପ୍ରାର୍ଥନା କରୁଥିବା ସମୟରେ ଗୋଟିଏ ଦର୍ଶନ ପାଇଲି। ଏକ ବଡ଼ ଚାଦର ଚାରିକୋଣରୁ ଝୁଲା ହୋଇ ଆକାଶରୁ ତଳକୁ ଖସୁଥିବାର ମୁଁ ଦେଖିଲି, ତାହା ମୋ’ ନିକଟରେ ଅଟକିଗଲା।


Swiv nou:

Piblisite


Piblisite