Biblia Todo Logo
Bib sou entènèt

- Piblisite -




ପ୍ରେରିତ 1:25 - ପବିତ୍ର ବାଇବଲ (CL) NT (BSI)

25 ପ୍ରେରିତ ଶିଷ୍ୟ କାର୍ଯ୍ୟ କରିବ, ତାହା ଆମ୍ଭମାନଙ୍କୁ ଜଣାଅ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ସେହି ପଦ ଗ୍ରହଣ କରିବା ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରୁ ତୁମ୍ଭେ କାହାକୁ ମନୋନୀତ କରିଅଛ, ତାହା ଦେଖାଇଦିଅ।

Gade chapit la Kopi

ଓଡିଆ ବାଇବେଲ

25 ସେହି ପଦ ଗ୍ରହଣ କରିବା ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରୁ ତୁମ୍ଭେ କାହାକୁ ମନୋନୀତ କରିଅଛ, ତାହା ଦେଖାଇଦିଅ ।"

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ସେହି ପ୍ରେରିତପଦ ଗ୍ରହଣ କରିବା ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରୁ ତୁମ୍ଭେ କାହାକୁ ମନୋନୀତ କରିଅଛ, ତାହା ଦେଖାଇଦିଅ।”

Gade chapit la Kopi

ପବିତ୍ର ବାଇବଲ

25 ସେହି ପଦରେ ପ୍ରେରିତ ହେବା ନିମନ୍ତେ ତୁମ୍ଭେ ଏହି ଦୁଇ ଜଣଙ୍କ ମଧ୍ୟରୁ କାହାକୁ ପସନ୍ଦ କରିଛ, ତାହା ଆମ୍ଭମାନଙ୍କୁ ଦେଖାଇଦିଅ।”

Gade chapit la Kopi




ପ୍ରେରିତ 1:25
15 Referans Kwoze  

ଅନ୍ୟମାନେ ମୋତେ ପ୍ରେରିତ ଶିଷ୍ୟ ବୋଲି ଗ୍ରହଣ ନ କଲେ ମଧ୍ୟ ତୁମ୍ଭେମାନେ ଗ୍ରହଣ କରିଛ, କାରଣ ପ୍ରଭୁଙ୍କ ସହିତ ତୁମ ଜୀବନର ମିଳନ ହେତୁ ମୋ’ ପ୍ରେରିତ ଶିଷ୍ୟତ୍ୱର ପ୍ରମାଣ ତୁମେ ପାଇଛ।


ଖ୍ରୀଷ୍ଟଙ୍କ ଲାଗି ଈଶ୍ୱର ମୋତେ ପ୍ରେରିତ ଶିଷ୍ୟରୂପେ ମନୋନୀତ କରି ସବୁ ଜାତିର ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ ସୁଯୋଗ ଦେଇଛନ୍ତି - ଯେପରି ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରି ତାଙ୍କର ଆଜ୍ଞାବହ ହେବେ।


“ସେମାନଙ୍କ ସଙ୍ଗରେ ଥିବାବେଳେ ତୁମ ନାମର ଶକ୍ତିରେ ମୁଁ ସେମାନଙ୍କୁ ରକ୍ଷା କରିଥିଲି। ଶାସ୍ତ୍ର ବାକ୍ୟ ଅନୁଯାୟୀ ସେମାନଙ୍କୁ ରକ୍ଷା କରିଥିଲି। ଶାସ୍ତ୍ର ବାକ୍ୟ ଅନୁଯାୟୀ ସେମାନଙ୍କ ମଧ୍ୟରୁ ଯାହାର ପତନ ଘଟିବାର ଥିଲା, ତା’ ଛଡ଼ା ଆଉ କାହାକୁ ମୁଁ ହରାଇ ନାହିଁ।


କାରଣ ପିତର ଯେପରି ଇହୁଦୀମାନଙ୍କ ନିମନ୍ତେ ପ୍ରେରିତ ଶିଷ୍ୟ ରୂପେ ନିଯୁକ୍ତ ହୋଇଥିଲେ, ମୁଁ ମଧ୍ୟ ଠିକ୍ ସେହିପରି ଈଶ୍ୱରଙ୍କ ଶକ୍ତି ଦ୍ୱାରା ଅଣଇହୁଦୀମାନଙ୍କ ନିମନ୍ତେ ପ୍ରେରିତ ଶିଷ୍ୟ ରୂପେ ନିଯୁକ୍ତ ହୋଇଛି।


ଯିହୁଦା ରୁଟି ଖଣ୍ଡକ ଗ୍ରହଣ କରିବା ସମୟରେ ତା’ ଅନ୍ତରରେ ଶୟତାନ ପ୍ରବେଶ କଲା ଏବଂ ଯୀଶୁ ତାକୁ କହିଲେ: “ଯାହା କରିବାକୁ ଯାଉଛ, ଶୀଘ୍ର କର।”


ଶାସ୍ତ୍ରର ଲେଖା ଅନୁଯାୟୀ ମନୁଷ୍ୟପୁତ୍ର ମୃତ୍ୟୁଭୋଗ କରିବେ, କିନ୍ତୁ ମନୁଷ୍ୟପୁତ୍ରଙ୍କୁ ଯେ ଧରାଇ ଦେବ, ତା’ର ଦଶା କେଡ଼େ ଭୟାବହ। କେବେ ଜନ୍ମ ନ ହୋଇଥିଲେ ତା’ ପକ୍ଷରେ ଭଲ ହୋଇଥାନ୍ତା।”


ଏହି ଲୋକମାନେ ଚିରଦିନ ପାଇଁ ଦଣ୍ଡ ଭୋଗିବେ ଏବଂ ଧାର୍ମିକମାନେ ଅନନ୍ତ ଜୀବନ ଲାଭ କରିବେ।”


“ତା’ପରେ ବାମ ପାଶ୍ୱର୍ରେ ଥିବା ଲୋକମାନଙ୍କୁ ସେ କହିବେ, ‘ଆରେ ଅଭିଶପ୍ତଦଳ! ମୋ’ ସମ୍ମୁଖରୁ ଦୂର ହୁଅ। ଶୟତାନ ଓ ତା’ର ଅନୁଚରମାନଙ୍କ ପାଇଁ ଯେଉଁ ଚିର ଜ୍ୱଳନ୍ତ ଅଗ୍ନି ପ୍ରସ୍ତୁତ ହୋଇ ରହିଛି, ସେଠାକୁ ଯାଅ।


Swiv nou:

Piblisite


Piblisite