Biblia Todo Logo
Bib sou entènèt

- Piblisite -




ପ୍ରେରିତ 1:19 - ପବିତ୍ର ବାଇବଲ (CL) NT (BSI)

19 ଯିରୁଶାଲମର ଲୋକମାନେ ଏସବୁ ଜାଣିପାରି ସେମାନଙ୍କ ଭାଷାରେ ଉକ୍ତ ଜମିର ନାମ “ଆକେଲ ଦାମା’’ ଅର୍ଥାତ୍ “ରକ୍ତ କ୍ଷେତ୍ର” ବୋଲି ରଖିଛନ୍ତି।)

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଆଉ, ଏହା ଯିରୂଶାଲମ ନିବାସୀସମସ୍ତେ ଜ୍ଞାତ ହେବାରୁ ସେହି କ୍ଷେତ ସେମାନଙ୍କ ନିଜ ଭାଷାରେ ‘ହକଲ୍ଦମାʼ, ଅର୍ଥାତ୍ ରକ୍ତକ୍ଷେତ୍ର ବୋଲି ଖ୍ୟାତ ହେଲା।

Gade chapit la Kopi

ଓଡିଆ ବାଇବେଲ

19 ଆଉ, ଏହା ଯିରୂୂଶାଲମରେ ବାସ କରୁଥିବା ସମସ୍ତ ଲୋକ ଜାଣିବାରୁ, ସେହି କ୍ଷେତ ସେମାନଙ୍କ ନିଜ ଭାଷାରେ 'ହକଲ୍‌ଦମା', ଅର୍ଥାତ୍ ରକ୍ତକ୍ଷେତ୍ର ବୋଲି ଖ୍ୟାତ ହେଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଆଉ, ଏହା ଯିରୂଶାଲମ ସହରରେ ବାସ କରୁଥିବା ସମସ୍ତ ଲୋକ ଜାଣିବାରୁ, ସେହି କ୍ଷେତ ସେମାନଙ୍କ ନିଜ ଭାଷାରେ “ହକଲ୍‌ଦମା”, ଅର୍ଥାତ୍‍ ରକ୍ତକ୍ଷେତ୍ର ବୋଲି ଖ୍ୟାତ ହେଲା।

Gade chapit la Kopi

ପବିତ୍ର ବାଇବଲ

19 ଏହି କଥା ଯିରୁଶାଲମ ବାସିନ୍ଦାମାନେ ସମସ୍ତେ ଜାଣିଲେ। ଏଣୁ ସେମାନେ ତାହାଙ୍କ ନିଜ ଭାଷାରେ ଏହି ଜମିକୁ “ହକ‌ଲ୍‌ଦମା” ଅର୍ଥାତ୍ “ରକ୍ତ କ୍ଷେତ୍ର ବୋଲି କହିଲେ।”

Gade chapit la Kopi




ପ୍ରେରିତ 1:19
6 Referans Kwoze  

ସେନାପତି ତାଙ୍କୁ ଅନୁମତି ଦେବାରୁ ପାଉଲ ପାହାଚ ଉପରେ ଛିଡ଼ା ହୋଇ ଲୋକମାନଙ୍କୁ ନୀରବ ରହିବା ପାଇଁ ହାତଟେକି ସଙ୍କେତ ଦେଲେ। ସେମାନେ ନୀରବ ହେବା ପରେ ପାଉଲ ହିବ୍ରୁ ଭାଷାରେ କହିଲେ:


“ହେ ଇଶ୍ରାଏଲୀୟ ଭାଇମାନେ, ଶୁଣ! ଅନେକ ଅଲୌକିକ କାର୍ଯ୍ୟ ଓ ଅଦ୍ଭୁତ ଲକ୍ଷଣ ଦ୍ୱାରା ନାଜରିତୀୟ ଯୀଶୁ ଯେ ଈଶ୍ୱରପ୍ରେରିତ ଓ ଐଶୀଶକ୍ତି ସମ୍ପନ୍ନ, ଏହା ତୁମ୍ଭମାନଙ୍କ ନିକଟରେ ପ୍ରମାଣିତ ହୋଇଛି। ତୁମ୍ଭମାନଙ୍କ ମଧ୍ୟରେ ଏହି ଅଞ୍ଚଳରେ ଏହି ସବୁ ଘଟଣା ଘଟିଛି, ତେଣୁ ଏ ବିଷୟରେ ତୁମ୍ଭେମାନେ ଭଲଭାବେ ଜାଣିଛ।


ପ୍ରହରୀମାନେ ଟଙ୍କା ନେଇ ସେମାନଙ୍କୁ କୁହାଯାଇଥିବା ଅନୁଯାୟୀ କାର୍ଯ୍ୟ କଲେ। ସେମାନେ ସେତେବେଳେ ଯାହା କହିଲେ, ଇହୁଦୀମାନେ ଆଜି ପର୍ଯ୍ୟନ୍ତ ସେହି କଥା ପ୍ରଚାର କରୁଛନ୍ତି।


ଏହା ବିଦେଶୀମାନଙ୍କ କବର ସ୍ଥାନ ରୂପେ ବ୍ୟବହୃତ ହେଲା। ଆଜି କାଲି ସେହି କ୍ଷେତଟିକୁ ‘ରକ୍ତ କ୍ଷେତ୍ର’ ବୋଲି କୁହାଯାଉଛି।


Swiv nou:

Piblisite


Piblisite