Biblia Todo Logo
Bib sou entènèt

- Piblisite -




ପ୍ରେରିତ 1:16 - ପବିତ୍ର ବାଇବଲ (CL) NT (BSI)

16 “ଭାଇମାନେ, ଯେଉଁ ଯିହୁଦା ଯୀଶୁଙ୍କୁ ଧରିବା ପାଇଁ ଶତ୍ରୁମାନଙ୍କୁ ବାଟ କଢ଼ାଇ ନେଇଥିଲା, ତା’ ସମ୍ବନ୍ଧରେ ଦାଉଦ ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଭବିଷ୍ୟତ୍ ବାଣୀ ଶୁଣାଇ ଥିଲେ। ଧର୍ମଶାସ୍ତ୍ରରେ ଉଲ୍ଲିଖିତ ସେହି କଥା ସଫଳ ହେବା ନିଶ୍ଚିତ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଭାଇମାନେ, ଯେଉଁ ଯିହୂଦା ଯୀଶୁଙ୍କୁ ଧରିବା ଲୋକମାନଙ୍କୁ ବାଟ ଦେଖାଇଥିଲା, ତାହା ବିଷୟରେ ପବିତ୍ର ଆତ୍ମା ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ, ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା;

Gade chapit la Kopi

ଓଡିଆ ବାଇବେଲ

16 ମୋର ଭାଇମାନେ, ଯେଉଁ ଯିହୂଦା ଯୀଶୁଙ୍କୁ ଧରିବା ଲୋକମାନଙ୍କୁ ବାଟ ଦେଖାଇଥିଲା, ତାହା ବିଷୟରେ ପବିତ୍ର ଆତ୍ମା ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ, ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ମୋହର ଭାଇମାନେ, ଯେଉଁ ଯିହୂଦା ଯୀଶୁଙ୍କୁ ଧରିବା ଲୋକମାନଙ୍କୁ ବାଟ ଦେଖାଇଥିଲା, ତାହା ବିଷୟରେ ପବିତ୍ର ଆତ୍ମା ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ, ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା;

Gade chapit la Kopi

ପବିତ୍ର ବାଇବଲ

16 “ଭାଇମାନେ, ଧର୍ମଶାସ୍ତ୍ରରେ ପବିତ୍ରଆତ୍ମା ଦାଉଦଙ୍କ ମୁଖ ଦ୍ୱାରା କହିଛନ୍ତି ଯେ, କିଛି ଗୋଟିଏ ନିଶ୍ଚୟ ଘଟିବ। ସେ ଏହା ଯିହୂଦାଙ୍କ ବିଷୟରେ କହିଥିଲେ।

Gade chapit la Kopi




ପ୍ରେରିତ 1:16
38 Referans Kwoze  

“ତୁମ ସମସ୍ତଙ୍କର ବିଷୟରେ ମୁଁ ଏ କଥା କହୁ ନାହିଁ। ମୁଁ ଯେଉଁମାନଙ୍କୁ ମନୋନୀତ କରିଛି, ସେମାନଙ୍କୁ ମୁଁ ଜାଣେ। କିନ୍ତୁ ଶାସ୍ତ୍ରର ଏହି ଉକ୍ତି ନିଶ୍ଚୟ ସଫଳ ହେବ - ‘ଯେ ମୋ’ ଅନ୍ନରେ ପ୍ରତିପାଳିତ, ସେ ମୋତେ ପଦାଘାତ କଲା।’


“ଏ ବିଷୟରେ ଗୀତ ସଂହିତାରେ ଲେଖା ଯାଇଛି: ‘ତାହାର ଗୃହ ଜନଶୂନ୍ୟ ହେଉ, ସେଥିରେ କେହି ବାସ ନ କରୁ”, ଆହୁରି ମଧ୍ୟ ଲେଖାଯାଇଛି; ‘ଅନ୍ୟ ଜଣେ ତାହାର କାର୍ଯ୍ୟରେ ନିଯୁକ୍ତ ହେଉ’।


ସେ ଯାହାହେଉ, ଭାବବାଦୀମାନେ ଶାସ୍ତ୍ରରେ ଯାହା ଯାହା ଲେଖିଛନ୍ତି, ସେସବୁ ସଫଳ ହେବା ପାଇଁ ଏହା ଘଟିଛି।” ଏତିକିବେଳେ ଶିଷ୍ୟମାନେ ସମସ୍ତେ ଯୀଶୁଙ୍କୁ ଛାଡ଼ି ପଳାଇ ଗଲେ।


କିନ୍ତୁ ତାହାହେଲେ ଏହିସବୁ ଘଟିବ ବୋଲି ଶାସ୍ତ୍ରରେ ଯାହା ଲେଖାଅଛି, ତାହା ସଫଳ ହେବ କିପରି?”


ଯୀଶୁ ଏହି କଥା କହିବାବେଳେ, ତାଙ୍କର ବାର ଶିଷ୍ୟମାନଙ୍କ ଭିତରୁ ଯିହୁଦା ନାମକ ଶିଷ୍ୟ ଆସି ପହଞ୍ଚିଲା। ତା’ ସହିତ ଖଣ୍ଡା ଓ ଠେଙ୍ଗାବାଡ଼ି ଧରି ଅନେକ ଲୋକ ସେଠାରେ ଜମା ହେଲେ। ସେମାନଙ୍କୁ ମୁଖ୍ୟ ପୁରୋହିତ ଓ ଧର୍ମନେତାମାନେ ପଠାଇଥିଲେ।


ସେହି ଦାନ ତୁମ୍ଭେମାନେ କେବେ ଓ କିପରି ଭାବରେ ପାଇବ, ଜାଣିବା ପାଇଁ ସେମାନେ ଚେଷ୍ଟା କରିଥିଲେ। ଏ ସମ୍ପର୍କରେ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ସେମାନେ ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ପରବର୍ତ୍ତୀ ଗୌରବ ପ୍ରାପ୍ତ ବିଷୟରେ ସୂଚନା ଦେଇଥିଲେ।


ଯୀଶୁ ଏକଥା କହିବାବେଳେ ତାଙ୍କ ଦ୍ୱାଦଶ ଶିଷ୍ୟମାନଙ୍କ ମଧ୍ୟରୁ ଯିହୁଦା ନାମକ ଶିଷ୍ୟ ଆସି ପହଞ୍ଚିଲା। ତା’ ସହିତ ଖଣ୍ଡା, ଠେଙ୍ଗା, ବାଡ଼ି ଧରି ଅନେକ ଲୋକ ଆସିଥିଲେ। ମୁଖ୍ୟ ପୁରୋହିତ, ଧର୍ମଗୁରୁ ଓ ଧର୍ମନେତାମାନେ ସେମାନଙ୍କୁ ପଠାଇଥିଲେ।


ଧର୍ମପଥ ଜ୍ଞାତ ହୋଇ ସେଥିରେ ପ୍ରଦତ୍ତ ପବିତ୍ର ପବିତ୍ର ଶିକ୍ଷାରୁ ବିମୁଖ ହେବା ଅପେକ୍ଷା, ବରଂ ତା’କେବେ ନ ଜାଣିବା ଅଧିକ ଭଲ ହୋଇଥାଆନ୍ତା।


ଇହୁଦୀମାନଙ୍କ ଦଳରେ କେତେକ ଫାରୁଶୀ ଓ ଆଉ କେତେକ ସାଦ୍ଦୁକୀ ଥିବାର ଦେଖି ପାଉଲ ମହାସଭାକୁ ଆହ୍ୱାନ କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ମୁଁ ଜଣେ ଫାରୁଶୀ, ଫାରୁଶୀ ବଂଶରେ ମୋର ଜନ୍ମ। ମୃତମାନଙ୍କ ପୁନରୁତ୍ଥାନରେ ମୁଁ ବିଶ୍ୱାସ କରିବା ହେତୁ ଏଠାରେ ମୋର ବିଚାର କରାଯାଉଛି।”


ପାଉଲ ମହାସଭା ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ! ଆଜି ପର୍ଯ୍ୟନ୍ତ ଈଶ୍ୱରଙ୍କ ସମ୍ମୁଖରେ ମୁଁ କି ପ୍ରକାର ଜୀବନ କାଟିଛି, ସେ ବିଷୟରେ ମୋର ବିବେକ ସଂପୂର୍ଣ୍ଣ ନିର୍ମଳ।”


“ଭ୍ରାତୃ ଓ ପିତୃବୃନ୍ଦ, ଆପଣମାନଙ୍କ ସମ୍ମୁଖରେ ନିଜ ପକ୍ଷରୁ ମୁଁ ଯାହା କହୁଅଛି, ତାହା ଶୁଣନ୍ତୁ!”


ଦୀର୍ଘ ଆଲୋଚନା ପରେ ପିତର ଠିଆ ହୋଇ କହିଲେ, “ଭାଇମାନେ, ତୁମ୍ଭେମାନେ ଜାଣ ଯେ ଅନେକ ଦିନ ପୂର୍ବରୁ ଈଶ୍ୱର ଅଣଇହୁଦୀମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରି ସେଥିପ୍ରତି ସେମାନଙ୍କର ବିଶ୍ୱାସ ଜନ୍ମାଇବା ପାଇଁ ତୁମ ମଧ୍ୟରୁ ମୋତେ ମନୋନୀତ କରିଥିଲେ।


ଭାଇମାନେ, ତୁମେ ସବୁ ନିଶ୍ଚିତଭାବେ ଜାଣି ରଖିବା ଆବଶ୍ୟକ ଯେ କେବଳ ପ୍ରଭୁ ଯୀଶୁଙ୍କ ଦ୍ୱାରା ତୁମ ନିକଟରେ ପାପକ୍ଷମାର ବାର୍ତ୍ତା ପ୍ରଚାରିତ ହୋଇଅଛି। ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ମୁକ୍ତି ପାଇପାରି ନ ଥିବା ପ୍ରତ୍ୟେକେ ସେହି ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ହିଁ ପରିତ୍ରାଣ ପାଇବେ, ଏହା ତୁମ୍ଭେମାନେ ବୁଝିବା ଆବଶ୍ୟକ।


ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଲେଖା ପଠିତ ହେବା ପରେ, ଉପାସନା ଗୃହର କର୍ତ୍ତାମାନେ, ସେମାନଙ୍କ ନିକଟକୁ ଏହି କଥା କହି ପଠାଇଲେ, “ଭାଇମାନେ, ଯଦି ଲୋକଙ୍କୁ ଉତ୍ସାହିତ କରିବା ଭଳି ଆପଣମାନଙ୍କର କିଛି ଉପଦେଶ ଦେବାର ଅଛି, ତେବେ କହନ୍ତୁ।”


ସ୍ତିଫାନ ଉତ୍ତର ଦେଲେ, “ହେ ମୋର ଭାଇ ଓ ଗୁରୁଜନମାନେ, ଦୟାକରି ଶୁଣନ୍ତୁ, ଆମ ପୂର୍ବପୁରୁଷ ଅବ୍ରହାମ ହାରଣରେ ବାସ କରିବାକୁ ଯିବା ପୂର୍ବରୁ ଗୌରବମୟ ଈଶ୍ୱର ମେସୋପଟାମିୟାରେ ଦର୍ଶନ ଦେଇ ତାଙ୍କୁ କହିଲେ,


ଲୋକମାନେ ଏହି କଥାସବୁ ଶୁଣି ଅତ୍ୟନ୍ତ ଉଦ୍ବିଗ୍ନ ହେଲେ ଏବଂ ପିତର ଓ ଅନ୍ୟ ପ୍ରେରିତ ଶିଷ୍ୟମାନଙ୍କୁ ପଚାରିଲେ, “ଭାଇମାନ, ଆମ୍ଭେମାନେ କ’ଣ କରିବା?”


ଈଶ୍ୱର ତାଙ୍କର ଯୋଜନା ଅନୁଯାୟୀ ଯୀଶୁଙ୍କୁ ତୁମ ହସ୍ତରେ ସମର୍ପଣ କରିବାକୁ ସ୍ଥିର କରିଥିଲେ। ପୁଣି ତୁମେ ତାଙ୍କୁ ଦୁଷ୍ଟମାନଙ୍କ ଦ୍ୱାରା କ୍ରୁଶବିଦ୍ଧ କରି ହତ୍ୟା କରିଥିଲ।


ଏହି ଘଟଣା ଦ୍ୱାରା ଶାସ୍ତ୍ରୋକ୍ତ ଭବିଷ୍ୟବାଣୀ ସଫଳ ହେଲା। “ତାଙ୍କର ଗୋଟିଏ ହେଲେ ଅସ୍ଥି ଭଗ୍ନ ହେବ ନାହିଁ।”


ଆମେ ଜାଣୁ, ଶାସ୍ତ୍ର ବାକ୍ୟ ଚିରନ୍ତନ ସତ୍ୟ। ଈଶ୍ୱରଙ୍କ ବାର୍ତ୍ତା ଯେଉଁମାନଙ୍କ ନିକଟରେ ପ୍ରକାଶିତ, ସେମାନଙ୍କୁ ଏଠାରେ ଦେବତା କୁହାଯାଇଛି।


ଯୀଶୁ କଥା କହୁଥିବା ସମୟରେ ଦ୍ୱାଦଶ ଶିଷ୍ୟଙ୍କ ମଧ୍ୟରୁ ଯିହୂଦା ଦଳେ ଲୋକଙ୍କୁ ନେଇ ସେଠାରେ ଆସି ପହଞ୍ଚିଲା। ସେ ଯୀଶୁଙ୍କୁ ଚୁମ୍ବନ ଦେବାକୁ ଆଗେଇ ଆସିଲା।


“ଧର୍ମଗୁରୁମାନେ କାହିଁକି କହନ୍ତି, ମସୀହ ଦାଉଦଙ୍କ ବଂଶଧର ବୋଲି? ପବିତ୍ର ଆତ୍ମାଙ୍କଠାରୁ ପ୍ରେରଣା ପାଇ ଦାଉଦ କହିଛନ୍ତି: ‘ଈଶ୍ୱର ମୋ’ ପ୍ରଭୁଙ୍କୁ କହିଲେ, ଆମେ ତୁମର ସମସ୍ତ ଶତ୍ରୁଙ୍କୁ ତୁମ ପଦାନତ କରିବା ପର୍ଯ୍ୟନ୍ତ, ତୁମେ ଆମର ଦକ୍ଷିଣ ପାଶ୍ୱର୍ରେ ବସିଥାଅ।’


ଏ ବିଷୟରେ ସେମାନଙ୍କ ମଧ୍ୟରେ ପ୍ରବଳ ମତଭେଦ ସୃଷ୍ଟି ହେଲା। ସେମାନେ ଚାଲିଯିବା ପୂର୍ବରୁ ପାଉଲ ଗୋଟିଏ କଥା ଉପରେ ଗୁରୁତ୍ୱ ଦେଇ କହିଲେ: “ପବିତ୍ର ଆତ୍ମା ଆପଣମାନଙ୍କ ପୂର୍ବପୁରୁଷମାନଙ୍କୁ ଭାବବାଦୀ ଯିଶାଇୟଙ୍କ ମୁଖରେ ଯଥାର୍ଥ କଥା କହିଥିଲେ!


ତିନିଦିନ ପରେ ପାଉଲ ସ୍ଥାନୀୟ ଇହୁଦୀ ନେତାମାନଙ୍କୁ ଏକ ସଭାରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କଲେ। ସେମାନେ ଏକତ୍ରିତ ହେବାକୁ ପାଉଲ ସେମାନଙ୍କୁ କହିଲେ: “ଇଶ୍ରାଏଲୀୟ ଭାଇମାନେ, ଆମ ଲୋକମାନଙ୍କ ବିରୁଦ୍ଧରେ କିମ୍ବା ଆମ ପିତୃପୁରୁଷମାନଙ୍କଠାରୁ ଆମେ ପାଇଥିôବା ରୀତିନୀତି ବିରୁଦ୍ଧରେ ମୁଁ କିଛି କରି ନ ଥିଲେ ସୁଦ୍ଧା, ଯିରୂଶାଲମରେ ମୁଁ ବନ୍ଦୀ ହୋଇ ରୋମୀୟମାନଙ୍କ ହାତରେ ସମର୍ପିତ ହୋଇଛି।


ସେମାନେ କହି ସାରିବା ପରେ ଯାକୁବ କହିଲେ, “ହେ ଭାଇମାନେ, ମୋ’ କଥା ଶୁଣ!


ଯୀଶୁଙ୍କ ଦ୍ୱାଦଶ ଶିଷ୍ୟମାନଙ୍କ ମଧ୍ୟରୁ ଇସ୍କାରିୟତ୍ ଯିହୂଦା ନାମରେ ଜଣେ ଶିଷ୍ୟ ମୁଖ୍ୟ ଯାଜକମାନଙ୍କ ନିକଟକୁ ଯାଇ ପଚାରିଲା,


“ସେମାନଙ୍କ ସଙ୍ଗରେ ଥିବାବେଳେ ତୁମ ନାମର ଶକ୍ତିରେ ମୁଁ ସେମାନଙ୍କୁ ରକ୍ଷା କରିଥିଲି। ଶାସ୍ତ୍ର ବାକ୍ୟ ଅନୁଯାୟୀ ସେମାନଙ୍କୁ ରକ୍ଷା କରିଥିଲି। ଶାସ୍ତ୍ର ବାକ୍ୟ ଅନୁଯାୟୀ ସେମାନଙ୍କ ମଧ୍ୟରୁ ଯାହାର ପତନ ଘଟିବାର ଥିଲା, ତା’ ଛଡ଼ା ଆଉ କାହାକୁ ମୁଁ ହରାଇ ନାହିଁ।


ଭାବବାଣୀ କେବଳ ମନୁଷ୍ୟର କଳ୍ପନାପ୍ରସୂତ ନୁହେଁ। ଈଶ୍ୱରଙ୍କ ଭକ୍ତ ଦାସମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଈଶ୍ୱରଙ୍କଠାରୁ ପାଇଥିବା ବାର୍ତ୍ତା ପ୍ରକାଶ କରିଛନ୍ତି।


Swiv nou:

Piblisite


Piblisite