Biblia Todo Logo
Bib sou entènèt

- Piblisite -




ପ୍ରେରିତ 1:13 - ପବିତ୍ର ବାଇବଲ (CL) NT (BSI)

13 ସହରକୁ ଯାଇ ସେମାନେ ରହୁଥିବା କୋଠରୀରେ ପ୍ରବେଶ କଲେ। ସେହି ପ୍ରେରିତ ଶିଷ୍ୟମାନେ ହେଉଛନ୍ତି ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବର୍ଥଲମି, ମାଥିଉ ଓ ଆଲଫିଙ୍କ ପୁତ୍ର ଯାକୁବ, ଦେଶପ୍ରେମୀ ଶିମୋନ ଓ ଯାକୁବଙ୍କ ପୁତ୍ର ଯିହୁଦା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସେମାନେ, ଅର୍ଥାତ୍ ପିତର, ଯୋହନ, ଯାକୁବ, ଆନ୍ଦ୍ରୀୟ, ଫିଲିପ୍ପ, ଥୋମା, ବାର୍ଥଲମୀ, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, ‘ଉଦ୍ଯୋଗୀʼ ଶିମୋନ ଓ ଯାକୁବଙ୍କ ପୁତ୍ର ଯିହୂଦା, ନଗରରେ ପ୍ରବେଶ କରି, ଯେଉଁ ଉପର କୋଠରିରେ ସେମାନେ ବାସ କରୁଥିଲେ, ସେଠାକୁ ଗଲେ।

Gade chapit la Kopi

ଓଡିଆ ବାଇବେଲ

13 ସେମାନେ, ଅର୍ଥାତ୍ ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବାର୍ଥଲମୀ, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, 'ଉଦ୍‌ଯୋଗୀ' ଶିମୋନ ଓ ଯାକୁବଙ୍କ ପୁତ୍ର ଯିହୂଦା, ନଗରରେ ପ୍ରବେଶ କରି, ଯେଉଁ ଉପର କୋଠରୀରେ ସେମାନେ ବାସ କରୁଥିଲେ, ସେଠାକୁ ଗଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସେମାନେ, ଅର୍ଥାତ୍‍ ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବାର୍ଥଲମୀ, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, ଉଦ୍‌ଯୋଗୀ ଶିମୋନ ଓ ଯାକୁବଙ୍କ ପୁତ୍ର ଯିହୂଦା, ନଗରରେ ପ୍ରବେଶ କରି, ଯେଉଁ ଉପର କୋଠରୀରେ ସେମାନେ ବାସ କରୁଥିଲେ, ସେଠାକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ

13 ପ୍ରେରିତମାନେ ସେଠାରେ ପହଞ୍ଚି ଉପର ମହଲାର ଏକ କୋଠରି ଭିତରକୁ ଗଲେ, ସେଠାରେ ସେମାନେ ରହିଲେ। ଏ ପ୍ରେରିତମାନେ ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲି‌ପ୍‌ପ, ଥୋମା, ବାର୍ଥଲମି, ମାଥିଉ, ଆଲଫିର ପୁତ୍ର ଯାକୁବ, ସାହସୀ ଶିମୋନ ଓ ଯାକୁବର ପୁତ୍ର ଯିହୂଦା ଥିଲେ।

Gade chapit la Kopi




ପ୍ରେରିତ 1:13
45 Referans Kwoze  

ଯେଉଁ ଉପର କୋଠରୀରେ ଆମେ ସଭା କରିଥିଲୁ, ସେଠାରେ ଅନେକ ପ୍ରଦୀପ ଜଳୁଥିଲା।


ସେ ତୁମକୁ ଉପର ମହଲାରେ ସଜ୍ଜିତ ଥିବା ଗୋଟିଏ ବଡ଼ କୋଠରୀ ଦେଖାଇବ। ସେଠାରେ ତୁମେ ସମସ୍ତ ବିଷୟ ପ୍ରସ୍ତୁତ ଥିବା ଦେଖିବ।”


ସେ ତୁମକୁ ଉପର ମହଲାରେ ଗୋଟଏ ସୁସଜ୍ଜିତ ପ୍ରଶସ୍ତ କୋଠରୀ ଦେଖାଇବେ। ସେଠାରେ ତୁମେ ଆମ ପାଇଁ ସମସ୍ତ ବିଷୟ ପ୍ରସ୍ତୁତ କରବ।”


ସେ ସେଠାରୁ ଚାଲିଯିବା ବାଟରେ ଆଲଫିଙ୍କ ପୁତ୍ର କରଆଦାୟକାରୀ ଲେବୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ବସିଥିବା ଦେଖିଲେ। ଯୀଶୁ ତାଙ୍କୁ କହିଲେ, “ମୋ’ ପଛେ ପଛେ ଆସ।” ଲେବୀ ଉଠି ତାଙ୍କର ଅନୁଗମନ କଲେ।


ସମଗ୍ର ପୃଥିବୀରେ ଛନ୍ନଭିନ୍ନ ହୋଇ ରହିଥିବା ଈଶ୍ୱରଙ୍କ ଲୋକମାନଙ୍କୁ ଈଶ୍ୱରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦାସ ଯାକୁବ ନମସ୍କାର ଜଣାଇ ଏହି ପିତ୍ର ଲେଖୁଛନ୍ତି।


ସେ ହାତରେ ସଙ୍କେତ ଦେଇ ନୀରବ ରହିବାକୁ କହିଲେ ଓ ପ୍ରଭୁ ତାଙ୍କୁ କିପରି କାରାଗାରରୁ ବାହାର କରି ଆଣିଲେ, ସେ ବିଷୟ ସେମାନଙ୍କ ଆଗରେ ବର୍ଣ୍ଣନା କଲେ। ତା’ପରେ ଏସବୁ କଥା ଯାକୁବ ଓ ଅନ୍ୟ ସମସ୍ତ ବିଶ୍ୱାସୀମାନଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇ ସେ ସେଠାରୁ ଅନ୍ୟ ଆଡ଼େ ଚାଲିଗଲେ।


ପିତର ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ପ୍ରତ୍ୟେକେ ପାପରୁ ବିମୁଖ ହୋଇ ତୁମ ପାପକ୍ଷମା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ଜଳଦୀକ୍ଷା ଗ୍ରହଣ କର; ତାହାହେଲେ ତୁମ୍ଭେମାନେ ଈଶ୍ୱରଙ୍କ ଦାନ ପବିତ୍ରଆତ୍ମାଙ୍କୁ ପାଇବ।


ଯେଉଁମାନେ ଈଶ୍ୱରଙ୍କ ଦ୍ୱାରା ଦ୍ୱାରା ଆହୂତ ଓ ତାଙ୍କର ପ୍ରିୟ ପାତ୍ର ଏବଂ ଯୀଶୁ ଖ୍ରୀଷ୍ଟଙ୍କସେବକ ଓ ଯାକୁବଙ୍କ ଭ୍ରାତା ଯିହୂଦାଙ୍କ ପତ୍ର:-


ନେତା ରୂପେ ବିବେଚିତ ହେଉଥିବା ଯାକୁବ, ପିତର ଓ ଯୋହନ ସ୍ୱୀକାର କରିଥିଲେ ଯେ, ଈଶ୍ୱର ମୋତେ ଏହି ବିଶେଷ କାର୍ଯ୍ୟର ଦାୟିତ୍ୱ ଦେଇଛନ୍ତି। ତେଣୁ ସେମାନେ ମୋତେ ଓ ବର୍ଣ୍ଣବାଙ୍କୁ ସହଯୋଗୀ ରୂପେ ଆଦରରେ ଗ୍ରହଣ କରିଥିଲେ। ବର୍ଣ୍ଣବା ଓ ମୁଁ ଅଣଇହୁଦୀମାନଙ୍କ ମଧ୍ୟରେ ଓ ସେମାନେ ଇହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରିବେ ବୋଲି ଆମେ ଏକମତ ହୋଇଥିଲୁ।


ପ୍ରଭୁଙ୍କର ଭାଇ ଯାକୁବଙ୍କ ବ୍ୟତୀତ ମୋର ଅନ୍ୟ କୌଣସି ପ୍ରେରିତ ଶିଷ୍ୟ ସଙ୍ଗେ ସାକ୍ଷାତ ହୋଇ ନ ଥିଲା।


ସେମାନେ କହି ସାରିବା ପରେ ଯାକୁବ କହିଲେ, “ହେ ଭାଇମାନେ, ମୋ’ କଥା ଶୁଣ!


କିନ୍ତୁ ପିତର ଓ ଯୋହନ ଉତ୍ତର ଦେଇ କହିଲେ, “ଆପଣଙ୍କର ବାଧ୍ୟ ହେବା, ଅବା ଈଶ୍ୱରଙ୍କର ବାଧ୍ୟ ହେବା - କେଉଁ ବିଷୟ ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ, ତାହା ଆପଣମାନେ ବିଚାର କରନ୍ତୁ।


ପିତର ଓ ଯୋହନ ଅଶିକ୍ଷିତ ଓ ସାଧାରଣ ଲୋକ ଥିଲେ ବୋଲି ମହାସଭାର ସଦସ୍ୟମାନେ ଜାଣିଥିଲେ। ତେଣୁ ସେହି ଦୁଇ ଶିଷ୍ୟଙ୍କର ସାହସ ଦେଖି ସେମାନେ ଆଚମ୍ବିତ ହେଲେ। ପୁଣି ସେମାନେ ଜାଣିଥିଲେ ଯେ, ସେ ଦୁହେଁ ଯୀଶୁଙ୍କର ସହଚର ଥିଲେ।


ତା’ପରେ ଅନ୍ୟ ଏଗାର ଜଣ ପ୍ରେରିତ ଶିଷ୍ୟମାନଙ୍କ ସହିତ ପିତର ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, “ହେ ଇହୁଦୀ ଭାଇମାନେ ଓ ଯିରୂଶାଲମରେ ବାସ କରୁଥିବା ଭଦ୍ର ମଣ୍ଡଳୀ, ମୋ’ କଥା ଶୁଣ, ମୁଁ ଏହି ବିଷୟରେ ବୁଝାଇ କହିବି।


ସେତେବେଳେ ସେଠାରେ ଶିମୋନ ପିତର, ଥୋମା (ଯାହାଙ୍କର ଅନ୍ୟ ନାମ ଯମଜ), ଗାଲିଲୀର କାନ୍ନା ସହର ନିବାସୀ ନିଥେନିୟଲ, ଜେବଦୀଙ୍କ ଦୁଇ ପୁତ୍ର, ପୁଣି ଅନ୍ୟ ଦୁଇ ଜଣ ଶିଷ୍ୟ ଉପସ୍ଥିତ ଥିଲେ।


ଫାଟକ ପାଖରେ ଥିବା ସେହି ଦାସୀ ପିତରଙ୍କୁ କହିଲା, “ତୁମେ କ’ଣ ସେହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ?” ପିତର ଅସ୍ୱୀକାର କରି କହିଲେ, “ନା, ମୁଁ ନୁହେଁ।”


ଥୋମା (ଯାହାକୁ ଲୋକେ ଯମଜ ବୋଲି କହନ୍ତି) ଅନ୍ୟ ଶିଷ୍ୟମାନଙ୍କୁ କହିଲେ, “ଚାଲ, ଗୁରୁଙ୍କ ସାଙ୍ଗରେ ଯାଇ ସମସ୍ତେ ତାଙ୍କ ସହିତ ମରିବା।”


ପିତର, ଯାକୁବ ଓ ଯୋହନଙ୍କୁ ସଙ୍ଗରେ ନେଇ ସେ ଆଗକୁ ଗଲେ। ସେ ଗଭୀର ଦୁଃଖ ଯନ୍ତ୍ରଣାରେ ବ୍ୟାକୁଳ ହେଲେ


ଏହାର ଛଅ ଦିନ ପରେ ପିତର, ଯାକୁବ ଓ ଯୋହନଙ୍କୁ ସଙ୍ଗରେ ନେଇ ଯୀଶୁ ଗୋଟିଏ ଉଚ୍ଚ ପର୍ବତ ଆରୋହଣ କଲେ। ସେଠାରେ ଅନ୍ୟ କେହି ନ ଥିଲେ। ଶିଷ୍ୟମାନେ ଚାହୁଁ ଚାହୁଁ ଯୀଶୁଙ୍କର ଗୋଟିଏ ଅପୂର୍ବ ରୂପାନ୍ତର ହେଲା।


ତା’ପରେ ଯାକୁବ, ତାଙ୍କ ଭାଇ ଯୋହନ ଓ ପିତରଙ୍କ ଛଡ଼ା ସାଙ୍ଗରେ ଆଉ କାହାକୁ ନ ନେଇ ଯୀଶୁ ଯାଇରସଙ୍କ ଘରକୁ ଗଲେ।


ଯୀଶୁ ସେଠାରୁ ଚାଲିଯିବାବେଳେ ମାଥିଉ ନାମକ ଜଣେ କରଆଦୟକାରୀକୁ ତା’ର କାର୍ଯ୍ୟଳୟରେ ବସିଥିବା ଦେଖିଲେ ଓ ତାକୁ ଆହ୍ୱାନ କରି କହିଲେ, “ମୋ’ ପଛେ ପଛେ ଆସ।” ମାଥିଉ ଉଠି ତାଙ୍କୁ ଅନୁଦରଣ କଲେ।


ଜଣେ ବୟୋଜ୍ୟେଷ୍କଙ୍କଠାରୁ- ମନୋନୀତା ଭଦ୍ରମହିଳା ଓ ତାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ମୋର ସ୍ନେହ ଜଣାଉ ଅଛି। କେବଳ ମୁଁ କାହିଁକି, ଯେଉଁମାନେ ସତ୍ୟର ସନ୍ଧାନ ପାଇଛନ୍ତି, ସମସ୍ତେ ତୁମ୍ଭମାନଙ୍କୁ ସ୍ନେହ କରନ୍ତି।


ଏହା ପରେ ସେ ଯାକୁବ ଓ ସମସ୍ତ ପ୍ରେରିତ ଶିଷ୍ୟଙ୍କୁ ଦର୍ଶନ ଦେଲେ।


ଯିହୁଦା (ଇଷ୍କରିୟୋଥ ଯିହୁଦା ନୁହେଁ) ପଚାରିଲା- “ଏହା କିପରି ହେବ? ନିଜକୁ ଜଗତ ନିକଟରେ ପ୍ରକାଶ ନ କରି ଆମ ନିକଟରେ କିପରି ପ୍ରକାଶ କରିବେ?”


Swiv nou:

Piblisite


Piblisite