Biblia Todo Logo
Bib sou entènèt

- Piblisite -




୨ ତୀମଥି 4:4 - ପବିତ୍ର ବାଇବଲ (CL) NT (BSI)

4 ସତ୍ୟ ପ୍ରତି ବିମୁଖ ହୋଇ ସେମାନେ ମନଗଢ଼ା ଗଳ୍ପ କିମ୍ବଦନ୍ତୀ ଶୁଣିବାକୁ ବ୍ୟଗ୍ର ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପୁଣି, ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ।

Gade chapit la Kopi

ଓଡିଆ ବାଇବେଲ

4 ପୁଣି, ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପୁଣି, ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ।

Gade chapit la Kopi

ପବିତ୍ର ବାଇବଲ

4 ଲୋକେ ସତକଥା ଶୁଣିବା ବନ୍ଦ କରିଦେବେ। ମିଛ କାହାଣୀର ଶିକ୍ଷାଗୁଡ଼ିକ ଅନୁସରଣ କରିବାକୁ ସେମାନେ ଆରମ୍ଭ କରିବେ।

Gade chapit la Kopi




୨ ତୀମଥି 4:4
13 Referans Kwoze  

ସେମାନେ କାଳ୍ପନିକ ଗଳ୍ପ ଓ ପୂର୍ବପୁରୁଷମାନଙ୍କର ଦୀର୍ଘ ବଂଶାବଳୀ ତିଆରି କରିବାରେ ଲାଗିଛନ୍ତି। ସେ ସବୁ ଛାଡ଼ିବାକୁ ସେମାନଙ୍କୁ ଶିକ୍ଷା ଦିଅ, କାରଣ ତାହା କେବଳ ଅନର୍ଥକ ବାକ୍ବିତଣ୍ଡା ସୃଷ୍ଟି କରେ। ଯେଉଁ ସରଳ ବିଶ୍ୱାସରେ ଈଶ୍ୱରଙ୍କ ଇଚ୍ଛା ଜାଣି ହୁଏ, ଏ ସବୁ ତାକୁ ବାଧା ଦିଏ।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଗୌରବମୟ ପୁନରାଗମନ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଜଣାଇବା ପାଇଁ ଆମେ କାଳ୍ପନିକ ଗଳ୍ପ ଉପରେ ନିର୍ଭର କରିନାହୁଁ। ଆମେ ସ୍ୱଚକ୍ଷୁରେ ତାଙ୍କ ମହିମା ଅବଲୋକନ କରିଛୁ।


ଈଶ୍ୱରଙ୍କୁ ଅପମାନିତ କରୁଥିବା ମୂଲ୍ୟହୀନ କିମ୍ବଦନ୍ତୀଗୁଡ଼ିକୁ ପରିହାର କରି, ତୁମ ଧର୍ମ ଜୀବନକୁ ବଳିଷ୍ଠ କରିବାକୁ ଅଭ୍ୟାସ କର।


ଚିକ୍ରାର କରି ମହାସଭାର ସଦସ୍ୟମାନେ ଏହି କଥା ନ ଶୁଣିବାକୁ କାନରେ ହାତ ଦେଲେ। ତା’ପରେ ସେମାନେ ଏକଜୁଟ ହୋଇ ତାଙ୍କ ଆଡ଼କୁ ମାଡ଼ି ଆସିଲେ।


ସତ୍ୟକୁ ପ୍ରତ୍ୟାଖ୍ୟାନ କରୁଥିବା ମନୁଷ୍ୟର ବିଧିବିଧାନ ଓ ଇହୁଦୀମାନଙ୍କର କପୋଳକଳ୍ପିତ କିମ୍ବଦନ୍ତୀଗୁଡ଼ିକୁ ବର୍ଜନ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ।


ତୁମେ ଜାଣ ଫୁଗେଲ ଓ ହର୍ମଗେନା ସମେତ ଏସିଆ ପ୍ରଦେଶର ସମସ୍ତେ ମୋତେ ପରିତ୍ୟାଗ କରିଛନ୍ତି।


ବତ୍ସ ତୀମଥି, ତୁମ ଉପରେ ନ୍ୟସ୍ତ ହୋଇଥିବା ଦାୟିତ୍ୱ ବିଶ୍ୱସ୍ତ ଭାବରେ ପାଳନ କର। କେହି କେହି ଧର୍ମଭାବଶୂନ୍ୟ ନିର୍ବୋଧ ବାକ୍ଚାତୁରୀକୁ “ଜ୍ଞାନ” ବୋଲି ମନେକରି ପ୍ରକୃତ ଧର୍ମବିଶ୍ୱାସରୁ ସ୍ଖଳିତ ହେଉଛନ୍ତି - ଏ ସମସ୍ତରୁ ତୁମେ ଦୂରେଇ ରୁହ। ପ୍ରଭୁ ତୁମ ସମସ୍ତଙ୍କୁ ତାଙ୍କର ଅନୁଗ୍ରହ ପ୍ରଦାନ କରନ୍ତୁ।


ତୁମ ସମସ୍ତଙ୍କ ନିକଟରେ ଈଶ୍ୱରଙ୍କ ଅନୁଗ୍ରହ ବିରାଜମାନ ହେଉ।


କାରଣ ସେମାନେ ସ୍ଥଳ ବୁଦ୍ଧି। ସେମାନେ କାନ ବନ୍ଦ କରି ଦେଇଛନ୍ତି ଓ ଆଖି ବୁଜି ଦେଇଛନ୍ତି। ତା’ନ ହୋଇଥିଲେ ସେମାନେ ଦେଖି ପାରିଥାନ୍ତେ ଏବଂ ସେମାନେ ମୋ’ ନିକଟକୁ ଫେରି ଯାଆନ୍ତେ ଓ ସେମାନଙ୍କୁ ମୁଁ ସୁସ୍ଥ କରି ଦେଇଥାନ୍ତି। (ଏ କଥା ଈଶ୍ୱର କହିଛନ୍ତି)’


ଯାହା ଅସତ୍ୟ, ସେଥିରେ ସେମାନଙ୍କର ବିଶ୍ୱାସ ଜନ୍ମାଇବା ପାଇଁ ଈଶ୍ୱର ସେମାନଙ୍କୁ ଭ୍ରାନ୍ତି ଉତ୍ପାଦକ ଶକ୍ତିମାନଙ୍କ ହାତରେ ଛାଡ଼ି ଦେବେ।


Swiv nou:

Piblisite


Piblisite