Biblia Todo Logo
Bib sou entènèt

- Piblisite -




୨ ତୀମଥି 3:5 - ପବିତ୍ର ବାଇବଲ (CL) NT (BSI)

5 ଧର୍ମର ପ୍ରକୃତ ଶକ୍ତିକୁ ଅସ୍ୱୀକାର କରି ସେମାନେ ବାହ୍ୟିକ ଧର୍ମକର୍ମକୁ ସର୍ବସ୍ୱ ମନେ କରିବେ। ଏମାନଙ୍କଠାରୁ ତୁମେ ନିଜକୁ ଦୂରେଇ ରଖ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେମାନେ ଭକ୍ତିର ଭେଖ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ଵୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ।

Gade chapit la Kopi

ଓଡିଆ ବାଇବେଲ

5 ସେମାନେ ଭକ୍ତିର ବେଶ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେମାନେ ଭକ୍ତିର ବେଶ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ।

Gade chapit la Kopi

ପବିତ୍ର ବାଇବଲ

5 ସେମାନେ ପରମେଶ୍ୱରଙ୍କ ସେବକ ହେବାର ଛଳନା କରିବେ। କିନ୍ତୁ ତାଙ୍କ ଜୀବନପଦ୍ଧତି ଦ୍ୱାରା ଜଣା ପଡ଼ିବ ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କ ସେବା କରୁ ନାହାନ୍ତି। ତୀମଥି, ତୁମ୍ଭେ ସେହି ଲୋକମାନଙ୍କଠାରୁ ଦୂରରେ ରୁହ।

Gade chapit la Kopi




୨ ତୀମଥି 3:5
20 Referans Kwoze  

ସେମାନେ ଈଶ୍ୱରଙ୍କୁ ଜାଣିଛନ୍ତି ବୋଲି ଜୋର କରି କହନ୍ତି, କିନ୍ତୁ କାର୍ଯ୍ୟତଃ ସେମାନେ ଏ କଥା ଅସ୍ୱୀକାର କରନ୍ତି। ସେମାନେ ବିଦ୍ୱେଷପୂର୍ଣ୍ଣ ଏବଂ ଦୁର୍ଦ୍ଦାନ୍ତ - କୌଣସି ସତ୍କାର୍ଯ୍ୟ ସାଧନ କରିବାକୁ ସେମାନେ ଯୋଗ୍ୟ ନୁହନ୍ତି।


ଯେଉଁ ବ୍ୟକ୍ତି ତା’ର ଆତ୍ମୀୟ ସ୍ୱଜନ ତଥା ନିଜ କୁଟୁମ୍ବର ଯତ୍ନ ନିଏ ନାହିଁ, ସେ ଆମ ଧର୍ମବିଶ୍ୱାସକୁ ପ୍ରତ୍ୟାଖ୍ୟାନ କରୁଛି - ଅବିଶ୍ୱାସୀମାନଙ୍କଠାରୁ ସେ ଅଧିକ ନିନ୍ଦନୀୟ।


ଭଣ୍ଡା ଭାବବାଦୀମାନଙ୍କ ପ୍ରତି ସାବଧାନ! ସେମାନେ ବାହାରକୁ ମେଣ୍ଢା ପରି ଦେଖାଯାଆନ୍ତି, କିନ୍ତୁ ପ୍ରକୃତରେ ସେମାନେ ଗୋଟିଏ ହେଟା ବାଘ।


ବିଭେଦ ସୃଷ୍ଟି କରୁଥିବା ବ୍ୟକ୍ତିକୁ ଦୁଇ ଥର ସତର୍କବାଣୀ ଶୁଣାଇ ଦିଅ। ତେବେ ସୁଦ୍ଧା ସେ ଯଦି ନ ଶୁଣେ, ତା’ ସହିତ ସମ୍ପର୍କ ତୁଟାଇ ଦିଅ।


ଯେଉଁ ଧର୍ମଭାବଶୂନ୍ୟ ନିର୍ବୋଧ ବାକ୍ୟାଳାପ ମନୁଷ୍ୟକୁ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ କରେ, ସେ ସବୁଠାରୁ ତୁମେ ଦୂରରେ ରୁହ।


ଆଉ ଥରେ କହି ରଖୁଛି, ଅବାନ୍ତର ଓ ନିର୍ବୋଧ ଯୁକ୍ତିତର୍କରୁ ଦୂରରେ ରୁହ। ତୁମେ ଜାଣ, ଏ ସବୁର ପରିଣତି କେବଳ କଳହ।


ସେମାନେ ବିଚାରଶୂନ୍ୟ ହୋଇ ଅଯଥା ଯୁକ୍ତିତର୍କ ଦ୍ୱାରା ସତ୍ୟର ଅପଳାପ କରନ୍ତି। ଧର୍ମବିଶ୍ୱାସକୁ କେବଳ ଧନୀ ହେବାର ଏକ ପନ୍ଥା ବୋଲି ସେମାନେ ମନେ କରନ୍ତି।


ପବନର ଗତିରେ ଓ ତରଙ୍ଗର ଧକ୍କାରେ ଇତସ୍ତତଃ ହେଉଥିବା ଶିଶୁମାନଙ୍କ ପରି ଆମ୍ଭେମାନେ ଆଉ ଅସ୍ଥିର ହେବା ନାହିଁ। ଅନ୍ୟମାନଙ୍କୁ ବିପଥଗାମୀ କରାଉଥିବା ପ୍ରତାରକମାନଙ୍କର କୌଶଳପୂର୍ଣ୍ଣ ଶିକ୍ଷାରେ ଆମେ ବିଚଳିତ ହେବ ନାହିଁ।


ହେ ଭାଇମାନେ, ଯେଉଁମାନେ ଅଳସ ଜୀବନ ଯାପନ କରନ୍ତି ଏବଂ ଆମଠାରୁ ପ୍ରାପ୍ତ ଶିକ୍ଷା ଅନୁସାରେ ଆଚରଣ କରନ୍ତି ନାହିଁ; ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭମାନଙ୍କୁ ଆଜ୍ଞା ଦେଉଛୁ, ସେହି ଭାଇମାନଙ୍କଠାରୁ ଦୂରେଇ ରୁହ।


ଏହି ପତ୍ରରେ ତୁମ୍ଭମାନଙ୍କୁ ଯେଉଁ ବାର୍ତ୍ତା ପଠାଉଛୁ, ହୁଏତ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହା ପାଳନ କରିବାକୁ ଅନିଚ୍ଛୁକ ହେବ। ସେହିପରି ବ୍ୟକ୍ତିକୁ ଚିହ୍ନି ରଖ ଓ ତାହା ସହିତ ତୁମର ସମ୍ପର୍କ ତୁଟାଇ ଦିଅ।


ଈଶ୍ୱରଙ୍କୁ ଅପମାନିତ କରୁଥିବା ମୂଲ୍ୟହୀନ କିମ୍ବଦନ୍ତୀଗୁଡ଼ିକୁ ପରିହାର କରି, ତୁମ ଧର୍ମ ଜୀବନକୁ ବଳିଷ୍ଠ କରିବାକୁ ଅଭ୍ୟାସ କର।


ଶାରୀରିକ ବ୍ୟାୟାମର ଆବଶ୍ୟକତା ରହିଛି। କିନ୍ତୁ ଆଧ୍ୟାତ୍ମିକ ସାଧନା ସର୍ବତୋଭାବେ ଉପାଦେୟ, କାରଣ ଏଥିଦ୍ୱାରା ମନୁଷ୍ୟ ଉଭୟ ଇହଲୋକ ଓ ପରଲୋକରେ ଜୀବନ୍ତ ହୋଇ ରହିବ ବୋଲି ପ୍ରତିଶ୍ରୁତି ପାଇଛି।


Swiv nou:

Piblisite


Piblisite