Biblia Todo Logo
Bib sou entènèt

- Piblisite -




୨ ତୀମଥି 2:4 - ପବିତ୍ର ବାଇବଲ (CL) NT (BSI)

4 ଯୁଦ୍ଧ ଅଭିଯାନରେ ନିବିଷ୍ଟ ଥିବାବେଳେ ସୈନିକ କେବଳ ତା’ର ସେନାପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ତତ୍ପର ଥାଏ। ସେତେବେଳେ ସେ କୌଣସି ବେସାମରିକ କାର୍ଯ୍ୟରେ ମନ ଦିଏ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କୌଣସି ଲୋକ ସୈନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୈନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରି ପାରେ।

Gade chapit la Kopi

ଓଡିଆ ବାଇବେଲ

4 କୌଣସି ଲୋକ ସୖେନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୖେନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରି ପାରେ |

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କୌଣସି ଲୋକ ସୈନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୈନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରିପାରେ।

Gade chapit la Kopi

ପବିତ୍ର ବାଇବଲ

4 ଜଣେ ସୈନିକ ତା'ର ନାୟକକୁ ଖୁସୀ କରିବାକୁ ଚେଷ୍ଟା କରେ। ଅତଏବ ଦୈନିକ ଜୀବନର ଘଟଣାରେ ସେ ନିଜର ସମୟ ଅତିବାହିତ କରେ ନାହିଁ।

Gade chapit la Kopi




୨ ତୀମଥି 2:4
11 Referans Kwoze  

କେବଳ ଈଶ୍ୱରଙ୍କ ଇଚ୍ଛାନୁରୂପ କଥା ଆମେ ସବୁବେଳେ କହିଥାଉ; କାରଣ ସେ ଆମକୁ ଯୋଗ୍ୟ ମନେ କରି ଆମ ଉପରେ ସୁସମାଚାର ପ୍ରଚାରର ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଯେଉଁ ଈଶ୍ୱର ଆମ ମନର ଅଭିପ୍ରାୟ ପରୀକ୍ଷା କରି ଦେଖନ୍ତି, କେବଳ ତାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଆମେ ଚେଷ୍ଟା କରିଥାଉ।


ଯେଉଁମାନେ ବାର୍ତ୍ତା ଶୁଣନ୍ତି, କିନ୍ତୁ ସାଂସାରିକ ଚିନ୍ତା, ଧନ ସମ୍ପତ୍ତି ଓ ଭୋଗ ବିଳାସରେ ମଜ୍ଜି ରହନ୍ତି, ସେମାନେ କଣ୍ଟା ବୁଦାରେ ପଡ଼ିଥିବା ବିହନ ପରି। ସେସବୁ ସେମାନଙ୍କ ଜୀବନକୁ ଗ୍ରାସି ପକାଏ ଏବଂ ସେମାନେ ପରିପକ୍ୱ ଫଳ ଉତ୍ପନ୍ନ କରି ପାରନ୍ତି ନାହିଁ।


ଆମ୍ଭମାନଙ୍କର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଜ୍ଞାନ ଲାଭ କରି ଯେଉଁମାନେ ସଂସାରର ବିନାଶକାରୀ ଶକ୍ତିଗୁଡ଼ିକ କବଳରୁ ରକ୍ଷା ପାଇବା ପରେ ପୁନର୍ବାର ସେ ସବୁର ବଶୀଭୂତ ହୁଅନ୍ତି, ସେମାନଙ୍କର ଶେଷ ଦଶା ପ୍ରଥମ ଦଶା ଅନେକ୍ଷା ଅଧିକମ ଶୋଚନୀୟ ହେବ।


ଦୀମା ସାଂସାରିକ ମୋହମାୟାରେ ପଡ଼ି ମୋତେ ପରିତ୍ୟାଗ କରିଛି। ସେ ବର୍ତ୍ତମାନ ଥେସଲନିକାରେ। କ୍ରେସ୍କେନ୍ସ ଗାଲାତିଆକୁ ଓ ତୀତସ ଡଲମାତିଆକୁ ଚାଲିଯାଇଛନ୍ତି।


ସେଥିପାଇଁ ଏଠରେ ସ୍ୱଗୃହରେ ଥଉ କିମ୍ବା ପ୍ରବାସରେ ଥାଉ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ହିଁ ଆମର ଏକାନ୍ତ ଇଚ୍ଛା,


ଆମେ ସ୍ୱାଧୀନ। ଖ୍ରୀଷ୍ଟ ଆମକୁ ସ୍ୱାଧୀନ କରି ଅଛନ୍ତି। ତେଣୁ ତୁମ୍ଭେମାନେ ସ୍ୱାଧୀନତାରେ ଅଟଳ ରୁହ। ପୁନର୍ବାର ଦାସତ୍ୱ ବନ୍ଧନରେ ଆବଦ୍ଧ ହେବା ପାଇଁ ନିଜକୁ ପ୍ରଶ୍ରୟ ଦିଅ ନାହିଁ।


Swiv nou:

Piblisite


Piblisite