Biblia Todo Logo
Bib sou entènèt

- Piblisite -




୨ ତୀମଥି 2:26 - ପବିତ୍ର ବାଇବଲ (CL) NT (BSI)

26 ସେତେବେଳେ ପ୍ରକୃତିସ୍ଥ ହୋଇ ସେମାନଙ୍କୁ ବଶୀଭୂତ କରି ରଖିଥିବା ଶୟତାନ ଫାନ୍ଦରୁ ସେମାନେ ନିଷ୍କୃତି ପାଇବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଆଉ, ଯେଉଁ ଶୟତାନ ସେମାନଙ୍କୁ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି, ସଚେତନ ହୋଇ ତାହାର ଫାନ୍ଦରୁ ମୁକ୍ତ ହେବେ।

Gade chapit la Kopi

ଓଡିଆ ବାଇବେଲ

26 ଆଉ, ଯେଉଁ ଶୟତାନ ସେମାନଙ୍କୁ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି, ସଚେତନ ହୋଇ ତାହାର ଫାନ୍ଦରୁ ମୁକ୍ତ ହେବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଆଉ, ଯେଉଁ ଶୟତାନ ସେମାନଙ୍କୁ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି, ସଚେତନ ହୋଇ ତାହାର ଫାନ୍ଦରୁ ମୁକ୍ତ ହେବେ।

Gade chapit la Kopi

ପବିତ୍ର ବାଇବଲ

26 ଶୟତାନ ସେମାନଙ୍କୁ ଫାନ୍ଦରେ ପକାଇଛି ଓ ତା ଇଚ୍ଛା ଅନୁସାରେ କାମ କରାଉଛି। ହୋଇପାରେ ଯେ ସେମାନେ ସଜାଗ ହେବେ ଓ ଶୟତାନର ସେହି କାର୍ଯ୍ୟ ଦେଖିବେ। ତା'ପରେ ସେମାନେ ଶୟତାନର ଫାନ୍ଦରୁ ମୁକ୍ତ ହେବେ।

Gade chapit la Kopi




୨ ତୀମଥି 2:26
28 Referans Kwoze  

ମଣ୍ଡଳୀ ବାହାରେ ସର୍ବସାଧାରଣରେ ମଧ୍ୟ ସେ ଜଣେ ସମ୍ମାନିତ ବ୍ୟକ୍ତି ଥିବେ, ସହଜରେ ଶୟତାନର ଫାନ୍ଦରେ ପଡ଼ି ସେ ଯେପରି ଅପମାନିତ ନ ହୁଅନ୍ତୁ।


କାରଣ ଆଲୋକ ସମସ୍ତ ବିଷୟର ପ୍ରକାଶକ। ସେଥିପାଇଁ ଏହିପରି ଲେଖାଅଛି: “ହେ ନିଦ୍ରିତ, ଜାଗ୍ରତ ହୁଅ ଓ ମୃତମାନଙ୍କ ମଧ୍ୟରୁ ଉତ୍ôଥତ ହୁଅ! ଖ୍ରୀଷ୍ଟଙ୍କ ଆଲୋକରେ ଉଦ୍ଭାସିତ ହୁଅ।”


ସେହି ସର୍ପ ହେଉଛି, ସପ୍ତମ ଜଗତକୁ ପ୍ରତାରଣା କରିଥିବା ଦ୍ୟାବଳ ଆଦିମ ସର୍ପ, ଶୟତାନ; ତା’ର ଦଳବଳ ସହ ସ୍ୱର୍ଗରୁ ନିକ୍ଷିପ୍ତ ହୋଇ ପୃଥିବୀ ପୃଷ୍ଠରେ ଆସି ପଡ଼ିଲା।


ଏମାନଙ୍କ ମଧ୍ୟରେ ହୁମନାୟ ଓ ଆଲେକ୍ଜାଣ୍ଡେର ଅନ୍ତର୍ଗତ। ଏ ଦୁହିଁଙ୍କୁ ମୁଁ ଶୟତାନ ହାତରେ ଛାଡ଼ିଦେଇ ଉପଯୁକ୍ତ ଦଣ୍ଡ ବିଧାନ କରିଛି - ହୁଏତ ଏଥିଦ୍ୱାରା ସେମାନେ ଈଶ୍ୱର ନିନ୍ଦାରୁ କ୍ଷାନ୍ତ ହେବା ପାଇଁ ଶିକ୍ଷା ପାଇବେ।


ସେ ଅନ୍ଧକାରର ଶକ୍ତିରୁ ଆମକୁ ରକ୍ଷା କରିଛନ୍ତି ଓ ନିରାପଦରେ ଆମ୍ଭମାନଙ୍କୁ ତାଙ୍କ ପ୍ରିୟ ପୁତ୍ରଙ୍କ ରାଜ୍ୟକୁ ଆଣିଛନ୍ତି।


ତେଣୁ ସଂଯତ ହୁଅ, ପାପ କର ନାହିଁ। ତୁମ୍ଭମାନଙ୍କ ପକ୍ଷରେ ଗୋଟିଏ ଲଜ୍ଜାଜନକ ବିଷୟ ଏଠାରେ କହି ରଖୁଛି - ତୁମ୍ଭମାନଙ୍କ ମଧ୍ୟରୁ କେତେକେ ଈଶ୍ୱରଙ୍କୁ ଜାଣି ନାହାନ୍ତି।


ତୁମକୁ ସେମାନଙ୍କର ଚକ୍ଷୁ ଖୋଲି ଦେବାକୁ ପଡ଼ିବ ଓ ସେମାନଙ୍କୁ ଅନ୍ଧାରରୁ ଆଲୋକକୁ ଓ ଶୟତାନର କବଳରୁ ପ୍ରଭୁଙ୍କ ପ୍ରତି ଫେରାଇ ଆଣିବାକୁ ହେବ, ଯେପରି ମୋ’ଠାରେ ବିଶ୍ୱାସ କରିବା ଦ୍ୱାରା ସେମାନଙ୍କର ପାପ କ୍ଷମା ହେବ ଓ ପ୍ରଭୁଙ୍କ ମନୋନୀତ ଲୋକମାନଙ୍କ ମଧ୍ୟରେ ସେମାନେ ସ୍ଥାନ ପାଇବେ’।


ପିତର ତାକୁ କହିଲେ, “ହନନୀୟ, ତୁମେ କାହିଁକି ଶୟତାନର ବଶୀଭୂତ ହୋଇ ଜମି ବିକ୍ରୀ କରି ପାଇଥିବା ଟଙ୍କାର କିଛି ପରିମାଣ ନିଜ ପାଇଁ ରଖି ପବିତ୍ରଆତ୍ମାଙ୍କ ସମ୍ମୁଖରେ ମିଥ୍ୟା କହିଲ? ସମ୍ପତ୍ତି ବିକ୍ରୟ କରିବା ପୂର୍ବରୁ ତାହା ତୁମର ଥିଲା;


ଯିହୁଦା ରୁଟି ଖଣ୍ଡକ ଗ୍ରହଣ କରିବା ସମୟରେ ତା’ ଅନ୍ତରରେ ଶୟତାନ ପ୍ରବେଶ କଲା ଏବଂ ଯୀଶୁ ତାକୁ କହିଲେ: “ଯାହା କରିବାକୁ ଯାଉଛ, ଶୀଘ୍ର କର।”


ସେ ଦିନ ଯୀଶୁ ଓ ତାଙ୍କ ଶିଷ୍ୟମାନେ ରାତ୍ରିଭୋଜନରେ ବସିଥିଲେ। ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବା ପାଇଁ ଶିମୋନର ପୁତ୍ର ଇଷ୍କରିୟୋଥ ଯିହୁଦାକୁ ଶୟତାନ ପ୍ରବର୍ତ୍ତାଇ ଥିଲା।


ଶେଷରେ ତା’ର ଚେତନା ପଶିଲା ଓ ସେ ଭାବିଲା, ‘ମୋ’ ବାପାଙ୍କ ମୂଲିଆମାନେ ଯଥେଷ୍ଟ ଖାଇ ସାରିବା ପରେ ଖାଦ୍ୟ ବଳି ପଡ଼ୁଛି, ଅଥଚ ମୁଁ ଏଠାରେ ଭୋକରେ ମରୁଛି!


“ଯେତେବେଳେ ଜଣେ ବଳିଷ୍ଠ ଲୋକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନିଜ ଘର ଜଗେ, ତା’ର ସମସ୍ତ ସମ୍ପତ୍ତି ସୁରକ୍ଷିତ ଥାଏ।


ତେଣୁ ଶୟତାନ ଆମ ବିରୁଦ୍ଧରେ କୌଣସି କାର୍ଯ୍ୟ କରିବାକୁ ସୁଯୋଗ ପାଏ ନାହିଁ; ତା’ର ସମସ୍ତ ଦୁରଭିସନ୍ଧି ଆମେ ଜାଣୁ।


ଶିମୋନଙ୍କ ସଙ୍ଗୀ ଯାକୁବ ଓ ଯୋହନ ମଧ୍ୟ ସେହିପରି ବିସ୍ମିତ ହେଲେ। ଯୀଶୁ ଶିମୋନଙ୍କୁ କହିଲେ, “ଭୟ କର ନାହିଁ, ବର୍ତ୍ତମାନଠାରୁ ତୁମେ ମନୁଷ୍ୟ ଧରିବ।”


Swiv nou:

Piblisite


Piblisite