Biblia Todo Logo
Bib sou entènèt

- Piblisite -




୨ ତୀମଥି 2:23 - ପବିତ୍ର ବାଇବଲ (CL) NT (BSI)

23 ଆଉ ଥରେ କହି ରଖୁଛି, ଅବାନ୍ତର ଓ ନିର୍ବୋଧ ଯୁକ୍ତିତର୍କରୁ ଦୂରରେ ରୁହ। ତୁମେ ଜାଣ, ଏ ସବୁର ପରିଣତି କେବଳ କଳହ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ନିର୍ବୋଧ ଓ ବିତଣ୍ତା ବାଦାନୁବାଦ ଯେ ବିରୋଧ ଜନ୍ମାଏ, ଏହା ଜାଣି ସେହିସବୁ ଅଗ୍ରାହ୍ୟ କର।

Gade chapit la Kopi

ଓଡିଆ ବାଇବେଲ

23 ଅଜ୍ଞାନୀ ଓ ମୁର୍ଖ ମାନଙ୍କର ଯୁକ୍ତିତର୍କ ଯେ ବିରୋଧ ଜନ୍ମାଏ, ଏହା ଜାଣି ସେହି ସବୁ ଅଗ୍ରାହ୍ୟ କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଅଜ୍ଞାନୀ ଓ ମୂର୍ଖମାନଙ୍କର ଯୁକ୍ତିତର୍କ ଯେ ବିରୋଧ ଜନ୍ମାଏ, ଏହା ଜାଣି ସେହିସବୁ ଅଗ୍ରାହ୍ୟ କର।

Gade chapit la Kopi

ପବିତ୍ର ବାଇବଲ

23 ମୂର୍ଖ ଓ ଅର୍ଥହୀନ ତର୍କବିତର୍କରୁ ଦୂରରେ ରୁହ। ତୁମ୍ଭେ ଜାଣ ଯେ ସେହି ଯୁକ୍ତିତର୍କଗୁଡ଼ିକ ବଢ଼ିଯାଇ ବଡ଼ ବିବାଦ ସୃଷ୍ଟି କରେ।

Gade chapit la Kopi




୨ ତୀମଥି 2:23
7 Referans Kwoze  

ତୁମ ମଣ୍ଡଳୀର ଲୋକମାନଙ୍କୁ ଏହି ସବୁ ବିଷୟ ସ୍ମରଣ କରାଇ ଦିଅ ଏବଂ ଶାସ୍ତ୍ରର ଶବ୍ଦାର୍ଥ ବିଷୟରେ ବୃଥା ବାଗ୍ୟୁଦ୍ଧ ନ କରିବାକୁ ସେମାନଙ୍କୁ ସତର୍କ କରିଦିଅ। ଏଭଳି ବାଗ୍ୟୁଦ୍ଧ କାହାରି କିଛି ମଙ୍ଗଳ କରେ ନାହିଁ - ବରଂ ଯେଉଁମାନେ ସେଥିରେ କର୍ଣ୍ଣପାତ କରନ୍ତି, ସେମାନଙ୍କର ସର୍ବନାଶ ହୁଏ।


ଅବାନ୍ତର ଯୁକ୍ତିତର୍କ, ପୂର୍ବପୁରୁଷମାନଙ୍କର ଦୀର୍ଘ ନାମ ତାଲିକା ଓ ଶାସ୍ତ୍ରାର୍ଥ ନେଇ ଅଯଥା ବାକ୍ବିତଣ୍ଡା, କଳହ ଓ ବିବାଦ ସବୁ ପରିହାର କର। ଏହା ମୂଲ୍ୟହୀନ ଓ ନିରର୍ଥକ।


ଯେଉଁ ଧର୍ମଭାବଶୂନ୍ୟ ନିର୍ବୋଧ ବାକ୍ୟାଳାପ ମନୁଷ୍ୟକୁ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ କରେ, ସେ ସବୁଠାରୁ ତୁମେ ଦୂରରେ ରୁହ।


ଈଶ୍ୱରଙ୍କୁ ଅପମାନିତ କରୁଥିବା ମୂଲ୍ୟହୀନ କିମ୍ବଦନ୍ତୀଗୁଡ଼ିକୁ ପରିହାର କରି, ତୁମ ଧର୍ମ ଜୀବନକୁ ବଳିଷ୍ଠ କରିବାକୁ ଅଭ୍ୟାସ କର।


ସେମାନେ କାଳ୍ପନିକ ଗଳ୍ପ ଓ ପୂର୍ବପୁରୁଷମାନଙ୍କର ଦୀର୍ଘ ବଂଶାବଳୀ ତିଆରି କରିବାରେ ଲାଗିଛନ୍ତି। ସେ ସବୁ ଛାଡ଼ିବାକୁ ସେମାନଙ୍କୁ ଶିକ୍ଷା ଦିଅ, କାରଣ ତାହା କେବଳ ଅନର୍ଥକ ବାକ୍ବିତଣ୍ଡା ସୃଷ୍ଟି କରେ। ଯେଉଁ ସରଳ ବିଶ୍ୱାସରେ ଈଶ୍ୱରଙ୍କ ଇଚ୍ଛା ଜାଣି ହୁଏ, ଏ ସବୁ ତାକୁ ବାଧା ଦିଏ।


ତୁମ୍ଭମାନଙ୍କ ମଧ୍ୟରେ ସଂଘର୍ଷ ଓ କଳହ କାହିଁକତ ହୁଏ? ତୁମ ଅନ୍ତରରେ ଲାଗି ରହିଥିବା ଭୋଗ ବିଳାସର କାମନା ହିଁ ଏହାର କାରଣ।


Swiv nou:

Piblisite


Piblisite