Biblia Todo Logo
Bib sou entènèt

- Piblisite -




୨ ତୀମଥି 2:14 - ପବିତ୍ର ବାଇବଲ (CL) NT (BSI)

14 ତୁମ ମଣ୍ଡଳୀର ଲୋକମାନଙ୍କୁ ଏହି ସବୁ ବିଷୟ ସ୍ମରଣ କରାଇ ଦିଅ ଏବଂ ଶାସ୍ତ୍ରର ଶବ୍ଦାର୍ଥ ବିଷୟରେ ବୃଥା ବାଗ୍ୟୁଦ୍ଧ ନ କରିବାକୁ ସେମାନଙ୍କୁ ସତର୍କ କରିଦିଅ। ଏଭଳି ବାଗ୍ୟୁଦ୍ଧ କାହାରି କିଛି ମଙ୍ଗଳ କରେ ନାହିଁ - ବରଂ ଯେଉଁମାନେ ସେଥିରେ କର୍ଣ୍ଣପାତ କରନ୍ତି, ସେମାନଙ୍କର ସର୍ବନାଶ ହୁଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଏହି ସମସ୍ତ କଥା ସ୍ମରଣ କରାଇ ଶ୍ରୋତାମାନଙ୍କର ଅହିତକର ଓ ବିନାଶଜନକ ବାଗ୍ଯୁଦ୍ଧ ନ କରିବାକୁ ସେମାନଙ୍କୁ ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ ରୂପେ ଆଜ୍ଞା ଦିଅ।

Gade chapit la Kopi

ଓଡିଆ ବାଇବେଲ

14 ଏହି ସମସ୍ତ କଥା ସ୍ମରଣ କରାଇ ଶ୍ରୋତାମାନଙ୍କର ଅହିତକର ଓ ବିନାଶଜନକ ବାଦାନୁବାଦ ନ କରିବାକୁ ସେମାନଙ୍କୁ ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ରୂପେ ଆଦେଶ ଦିଅ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏହି ସମସ୍ତ କଥା ସ୍ମରଣ କରାଇ ଶ୍ରୋତାମାନଙ୍କର ଅହିତକର ଓ ବିନାଶଜନକ ବାଦାନୁବାଦ ନ କରିବାକୁ ସେମାନଙ୍କୁ ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ରୂପେ ଆଦେଶ ଦିଅ।

Gade chapit la Kopi

ପବିତ୍ର ବାଇବଲ

14 ଉକ୍ତ କଥାଗୁଡ଼ିକୁ ଲୋକମାନଙ୍କୁ ସର୍ବଦା କୁହ। ପରମେଶ୍ୱରଙ୍କ ଆଗରେ ସତର୍କ କରିଦିଅ ଯେ, ସେମାନେ ଅଯଥା ବାଦାନୁବାଦ କରନ୍ତୁ ନାହିଁ। ଯୁକ୍ତିତର୍କ କରିବା ଦ୍ୱାରା କାହାରିକୁ ଲାଭ ହୁଏ ନାହିଁ। ଯେଉଁମାନେ ଏହା ଶୁଣନ୍ତି, ସେମାନଙ୍କୁ ତାହା ନଷ୍ଟ କରିଦିଏ।

Gade chapit la Kopi




୨ ତୀମଥି 2:14
30 Referans Kwoze  

ଆଉ ଥରେ କହି ରଖୁଛି, ଅବାନ୍ତର ଓ ନିର୍ବୋଧ ଯୁକ୍ତିତର୍କରୁ ଦୂରରେ ରୁହ। ତୁମେ ଜାଣ, ଏ ସବୁର ପରିଣତି କେବଳ କଳହ।


ଈଶ୍ୱରଙ୍କ ସମ୍ମୁଖରେ ଓ ସମସ୍ତ ଜୀବିତ ଓ ମୃତ ଲୋକମାନଙ୍କ ବିଚାର କରିବାକୁ ଓ ରାଜତ୍ୱ କରିବାକୁ ଆସୁଥିବା ଖ୍ରୀଷ୍ଟ ଯୀଶୁଙ୍କ ଉପସ୍ଥିତିରେ, ତାଙ୍କ ରାଜ୍ୟର ଶୁଭ ବାର୍ତ୍ତା ପ୍ରଚାର କରିବା ପାଇଁ ମୁଁ ତୁମକୁ ଏହି ଦୃଢ଼ ଆହ୍ୱାନ ଦେଉଛି:


ଦୁର୍ବଳ ବିଶ୍ୱାସୀକୁ ମଧ୍ୟ ଗ୍ରହଣ କର, କିନ୍ତୁ ତା’ର ବ୍ୟକ୍ତିଗତ ମତ ବିଷୟରେ ତର୍କ କର ନାହିଁ।


ନାନାଦି ଭ୍ରାନ୍ତିମୂଳକ ଧର୍ମଶିକ୍ଷା ତୁମ୍ଭମାନଙ୍କୁ ସତ୍ପଥରୁ ବିଚ୍ୟୁତ ନ କରୁ। ଈଶ୍ୱରଙ୍କ ଅନୁଗ୍ରହରୁ ଅନ୍ତରାତ୍ମା ପାଇଁ ଶକ୍ତି ସଂଗ୍ରହ କରିବା ମଙ୍ଗଳ, ଖାଦ୍ୟପେୟ ସମ୍ବନ୍ଧୀୟ ନିୟମ ପାଳନ ଦ୍ୱାରା ଏହା ହୋଇପାରେ ନାହିଁ।ଉକ୍ତ ବାହ୍ୟିକ ବିଧିସବୁ ପାଳନ କରୁଥିବା ଲୋକମାନେ ସେଥିରୁ କୌଣସି ଉପକାର ପାଇ ନାହିଁନ୍ନତି।


ପ୍ରଭୁ ଯୀଶୁ ଖ୍ରୀଷ୍ଟ, ସ୍ୱର୍ଗଦୂତ ଓ ସ୍ୱୟଂ ଈଶ୍ୱରଙ୍କୁ ସାକ୍ଷୀ ରଖି, ଏହି ସବୁ ନିର୍ଦ୍ଦେଶ ପାଳନ କରିବାକୁ ମୁଁ ତୁମକୁ ଏକାନ୍ତ ଅନୁରୋଧ କରୁଛି। କାହା ବିରୁଦ୍ଧରେ ପକ୍ଷପାତିତା ବା ଆକ୍ରୋଶମୂଳକ ଭାବରେ କୌଣସି କାର୍ଯ୍ୟାନୁଷ୍ଠାନ କର ନାହିଁ।


ଆମ୍ଭେମାନେ ଶୁଣୁଛୁ ଯେ, ଆମ ଦଳରୁ କେତେକ ଲୋକ ତୁମ ନିକଟକୁ ଯାଇ ଯାହା କହିଛନ୍ତି, ତଦ୍ଦ୍ୱାରା ସେମାନେ ତୁମ୍ଭମାନଙ୍କୁ ବିଚିତ୍ର ଓ ବିଚଳିତ କରିଛନ୍ତି। କିନ୍ତୁ ଏ ବିଷୟରେ ଆମେ ସେମାନଙ୍କୁ କୌଣସି ନିର୍ଦ୍ଦେଶ ଦେଇ ନାହୁଁ।


ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ଏହିସବୁ ବିଷୟ ପ୍ରତି ତୁମ୍ଭମାନଙ୍କୁ ସଚେତନ କରାଇବା ମୋର କର୍ତ୍ତବ୍ୟ ବୋଲି ମୁଁ ଭାବେ।


ସମସ୍ତ ପ୍ରାଣୀଙ୍କ ଜୀବନଦାତା ଈଶ୍ୱରଙ୍କ ସାକ୍ଷାତରେ ଓ ପନ୍ତିଅସ୍ ପୀଲାତଙ୍କ ସମ୍ମୁଖରେ ଦୃଢ଼ ବିଶ୍ୱାସର ପରିଚୟ ଦେଇଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମକୁ ଆଦେଶ ଦେଇ କହୁଛି:


ହେ ଭାଇମାନେ, ଯେଉଁମାନେ ଅଳସ ଜୀବନ ଯାପନ କରନ୍ତି ଏବଂ ଆମଠାରୁ ପ୍ରାପ୍ତ ଶିକ୍ଷା ଅନୁସାରେ ଆଚରଣ କରନ୍ତି ନାହିଁ; ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭମାନଙ୍କୁ ଆଜ୍ଞା ଦେଉଛୁ, ସେହି ଭାଇମାନଙ୍କଠାରୁ ଦୂରେଇ ରୁହ।


ଯେଉଁ ଧର୍ମଭାବଶୂନ୍ୟ ନିର୍ବୋଧ ବାକ୍ୟାଳାପ ମନୁଷ୍ୟକୁ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ କରେ, ସେ ସବୁଠାରୁ ତୁମେ ଦୂରରେ ରୁହ।


ଶାରୀରିକ ବ୍ୟାୟାମର ଆବଶ୍ୟକତା ରହିଛି। କିନ୍ତୁ ଆଧ୍ୟାତ୍ମିକ ସାଧନା ସର୍ବତୋଭାବେ ଉପାଦେୟ, କାରଣ ଏଥିଦ୍ୱାରା ମନୁଷ୍ୟ ଉଭୟ ଇହଲୋକ ଓ ପରଲୋକରେ ଜୀବନ୍ତ ହୋଇ ରହିବ ବୋଲି ପ୍ରତିଶ୍ରୁତି ପାଇଛି।


ତେଣୁ ପ୍ରଭୁଙ୍କ ନାମରେ ମୁଁ ତୁମ୍ଭମାନଙ୍କୁ ସତର୍କ କରି ଦେଉଛି। ବିଧର୍ମୀମାନଙ୍କ ପରି ଆଉ ଜୀବନ ଯାପନ କର ନାହିଁ। ସେମାନଙ୍କର ଚିନ୍ତା ଅସାର


ପ୍ରକୃତରେ ‘ଅନ୍ୟ କୌଣସି ସୁସମାଚାର’ ନାହିଁ। କିନ୍ତୁ ମୁଁ ଏପରି କହୁଛି, କାରଣ କେତେକ ଖ୍ରୀଷ୍ଟଙ୍କ ସୁସମାଚାରକୁ ଅନ୍ୟ ରୂପ ଦେଇ, ତୁମ୍ଭମାନଙ୍କୁ ବିଚଳିତ କରିବାକୁ ଚେଷ୍ଟା କରୁଛନ୍ତି।


“ହେ ଶୟତାନର ପୁତ୍ର! ତୁ ସମସ୍ତ ଉତ୍ତମ ବିଷୟର ଶତ୍ରୁ। ତୁ ସବୁପ୍ରକାର ଖଳ କୌଶଳରେ ପରିପୂର୍ଣ୍ଣ ଓ ସବୁବେଳେ ଈଶ୍ୱରଙ୍କ ସତ୍ୟକୁ ମିଥ୍ୟା ବୋଲି ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଛୁ।


ଯଦି କେହି ସମଗ୍ର ଜଗତକୁ ଜୟ କରେ, କିନ୍ତୁ ନିଜ ଜୀବନକୁ ହରାଇଦିଏ, ତାହାର କି ଲାଭ ହେବ? ଜୀବନକୁ ଫେରି ପାଇବା ପାଇଁ ସେ ଆଉ କିଛି ଦେଇ ପାିରବ ନାହିଁ।


ମୁଁ ତୁମ ଉପରେ ହସ୍ତାର୍ପଣ କଲାବେଳେ ତୁମେ ଈଶ୍ୱରଙ୍କଠାରୁ ଯେଉଁ ଶକ୍ତି ପାଇଥିଲ, ତାକୁ ସଜୀବ ରଖିବାକୁ ମୁଁ ତୁମକୁ ସ୍ମରଣ କରାଇ ଦେଇଛି।


କେତେକ ଏହି ମୁଖ୍ୟ ବିଷୟଗୁଡ଼ିକୁ ଭୁଲିଯାଇ ବୃଥା ଯୁକ୍ତି ତର୍କରେ ପଥଚ୍ୟୁତ ହୋଇଛନ୍ତି।


ସେମାନେ କାଳ୍ପନିକ ଗଳ୍ପ ଓ ପୂର୍ବପୁରୁଷମାନଙ୍କର ଦୀର୍ଘ ବଂଶାବଳୀ ତିଆରି କରିବାରେ ଲାଗିଛନ୍ତି। ସେ ସବୁ ଛାଡ଼ିବାକୁ ସେମାନଙ୍କୁ ଶିକ୍ଷା ଦିଅ, କାରଣ ତାହା କେବଳ ଅନର୍ଥକ ବାକ୍ବିତଣ୍ଡା ସୃଷ୍ଟି କରେ। ଯେଉଁ ସରଳ ବିଶ୍ୱାସରେ ଈଶ୍ୱରଙ୍କ ଇଚ୍ଛା ଜାଣି ହୁଏ, ଏ ସବୁ ତାକୁ ବାଧା ଦିଏ।


ପରିଶେଷରେ, ଭାଇମାନେ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କିପରି ଜୀବନ ଯାପନ କରିବାକୁ ହେବ, ତାହା ଆମଠାରୁ ଶିକ୍ଷା କରିଛ। ଅବଶ୍ୟ ସେହିପରି ଭାବେ ତୁମ୍ଭେମାନେ ଜୀବନ ଯାପନ କରି ଆସୁଅଛ, କିନ୍ତୁ ଏହାଠାରୁ କିଛି ଅଧିକ କରିବାକୁ ତୁମ୍ଭମାନଙ୍କୁ ଆମେ ଏବେ ପ୍ରଭୁ ଯୀଶୁଙ୍କ ନାମରେ ବିନତି କରୁଛୁ।


ଶାସକ ଓ କର୍ତ୍ତୃପକ୍ଷମାନଙ୍କର ବଶୀଭୂତ ହୋଇ ସେମାନଙ୍କ ଆଦେଶ ପାଳନ କରିବାକୁ ଓ ସମସ୍ତ ସତ୍କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିବାକୁ ମଣ୍ଡଳୀର ସଭ୍ୟମାନଙ୍କୁ ସ୍ମରଣ କରାଇଦିଅ।


Swiv nou:

Piblisite


Piblisite