Biblia Todo Logo
Bib sou entènèt

- Piblisite -




୨ ତୀମଥି 1:2 - ପବିତ୍ର ବାଇବଲ (CL) NT (BSI)

2 ମୋର ପ୍ରିୟ ପୁତ୍ର ତୀମଥିଙ୍କୁ ମୁଁ ଏହି ପତ୍ର ଲେଖୁଛି। ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମକୁ ଅନୁଗ୍ରହ, କୃପା ଓ ଶାନ୍ତି ପ୍ରଦାନ କରନ୍ତୁ। ଧନ୍ୟବାଦ ଓ ଉତ୍ସାହବାଣୀ

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ପ୍ରିୟ ପୁତ୍ର ତୀମଥିଙ୍କ ନିକଟକୁ ପତ୍ର ଲେଖୁଅଛି; ପିତା ଈଶ୍ଵର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ।

Gade chapit la Kopi

ଓଡିଆ ବାଇବେଲ

2 ପ୍ରିୟ ପୁତ୍ର ତୀମଥିଙ୍କ ନିକଟକୁ; ପିତା ଈଶ୍ୱର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପ୍ରିୟ ପୁତ୍ର ତୀମଥିଙ୍କ ନିକଟକୁ ପତ୍ର; ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ।

Gade chapit la Kopi

ପବିତ୍ର ବାଇବଲ

2 ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ମୋ’ ପାଇଁ ମୋ’ ପ୍ରିୟ ପୁତ୍ର ଭଳି। ପରମପିତା ପରମେଶ୍ୱରଙ୍କଠାରୁ ଓ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ।

Gade chapit la Kopi




୨ ତୀମଥି 1:2
10 Referans Kwoze  

ମୋର ପ୍ରିୟ ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ତାଙ୍କ ଅନୁଗ୍ରହରୁ ଯେଉଁ ଶକ୍ତି ମିଳେ, ସେଥିରେ ତୁମେ ବଳୀୟାନ ହୁଅ।


ତାଙ୍କ ଧର୍ମପୁତ୍ର ତୀମଥିଙ୍କ ନିକଟକୁ ଲେଖିଥିବା ପତ୍ର:- ପିତା ଈଶ୍ୱର ଓ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁ ତୁମକୁ ଅନୁଗ୍ରହ, କୃପା ଓ ଶାନ୍ତି ପ୍ରଦାନ କରନ୍ତୁ।


ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ଗଲେ। ସେଠାରେ ତୀମଥି ନାମକ ଜଣେ ଖ୍ରୀଷ୍ଟିୟାନ ବାସ କରୁଥିଲେ। ସେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଇହୁଦୀ ମହିଳାର ପୁତ୍ର। କିନ୍ତୁ ତାଙ୍କ ପିତା ଜଣେ ଗ୍ରୀକ୍ ଲୋକ ଥିଲେ।


ପ୍ରିୟ ଭାଇମାନେ, ତୁମ୍ଭମାନଙ୍କୁ ଦେଖିବା ପାଇଁ ମୁଁ କେଡ଼େ ଉକ୍ରଣ୍ଠିତ। ତୁମ୍ଭମାନଙ୍କୁ ନେଇ ମୋର କେତେ ଆନନ୍ଦ। ତୁମ୍ଭମାନଙ୍କ ପାଇଁ ମୋର କେତେ ଗର୍ବ। ଭାଇମାନେ, ମୋର ଶିକ୍ଷା ଅନୁଯାୟୀ ପ୍ରଭୁଙ୍କଠାରେ ସ୍ଥିର ରହି ଜୀବନ ଯାପନ କର।


ବନ୍ଧୁଗଣ, ତୁମେମାନେ ନିଜେ କାହା ବିରୁଦ୍ଧରେ ପ୍ରତିଶୋଧ ନିଅ ନାହିଁ। ଈଶ୍ୱରଙ୍କ କ୍ରୋଧର ପାତ୍ର ହେବାକୁ ତାକୁ ଛାଡ଼ି ଦିଅ। କାରଣ ଶାସ୍ତ୍ରରେ ଲେଖାଅଛି: “ପ୍ରଭୁ କହନ୍ତି, ଆମ୍ଭେ ପ୍ରତିଶୋଧ ନେବା। ଆମ୍ଭେ ପ୍ରତିଫଳ ଦେବା।”


ସୁତରାଂ ରୋମର ଯେଉଁମାନଙ୍କୁ ଈଶ୍ୱର ପ୍ରେମ କରନ୍ତି ଓ ତାଙ୍କ ନିଜ ଲୋକ ହେବା ପାଇଁ ଆହ୍ୱାନ କରିଛନ୍ତି, ସେ ସମସ୍ତଙ୍କୁ ମୁଁ ଏ ପତ୍ର ଲେଖୁଛି। ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।


ଖ୍ରୀଷ୍ଟୀୟ ଜୀବନରେ ମୋର ଅତି ପ୍ରିୟ ଓ ବିଶ୍ୱସ୍ତ ସନ୍ତାନ ତୀମଥିଙ୍କୁ ତୁମ ନିକଟକୁ ପଠାଉଛି। ମୁଁ ଖ୍ରୀଷ୍ଟଙ୍କଠାରେ ରହି ଯେଉଁ ନୂତନ ଜୀବନଯାପନ କରୁଛି ଏବଂ ସର୍ବତ୍ର ସମସ୍ତ ମଣ୍ଡଳୀମାନଙ୍କରେ ଯେଉଁ ସବୁ ଶିକ୍ଷା ଦେଉଛି, ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବେ।


ମୋର ସମବିଶ୍ୱାସୀ ଓ ଏହି ବିଶ୍ୱାସ ଲାଗି ଯଥାର୍ଥରେ ମୋର ପୁତ୍ର ତୀତସଙ୍କ ନିକଟକୁ ମୁଁ ଏହି ପତ୍ର ଲେଖୁଛି: ପିତା ଈଶ୍ୱର ଓ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁ ତୁମକୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।


ଅକପଟ ଓ ଧାର୍ମିକ ଜୀବନ ଯାପନ କରିବାକୁ ଆମେ ପ୍ରେରଣା ପାଇଛୁ। ମହାନ୍ ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ ପାଇବାକୁ ଯାଉଛି ସେହି ଦିନର ଅପେକ୍ଷାରେ ଆମ୍ଭେମାନେ ରହିଛୁ।


ମୋର ପିଲାମାନେ ସତ୍ୟକୁ ଅନୁସରଣ କରି ଜୀବନ ଯାପନ କରୁଛନ୍ତି ବୋଲି ଶୁଣିଲେ, ମୋର ସବୁାଂରୁ ଅଧିକ ଆନନ୍ଦ ହୁଏ।


Swiv nou:

Piblisite


Piblisite