Biblia Todo Logo
Bib sou entènèt

- Piblisite -




୨ ତୀମଥି 1:18 - ପବିତ୍ର ବାଇବଲ (CL) NT (BSI)

18 ମହାବିଚାର ଦିବସରେ ପ୍ରଭୁ ତାଙ୍କ ପ୍ରତି ସଦୟ ହୁଅନ୍ତୁ। ଏଫିସୀରେ ସେ ମୋର କେତେ ଉପକାର କରିଥିଲେ, ତୁମେ ସେ ସବୁ କଥା ଜାଣ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 (ମହାଦିନରେ ସେ ଯେପରି ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହୁଅନ୍ତି, ଏହା ପ୍ରଭୁ ତାଙ୍କ ପ୍ରତି ଅନୁଗ୍ରହ କରନ୍ତୁ), ଆଉ, ଏଫିସରେ ସେ କିପରି ଅନେକ ସେବା କରିଅଛନ୍ତି, ତାହା ତୁମ୍ଭେ ଉତ୍ତମ ରୂପେ ଜାଣ।

Gade chapit la Kopi

ଓଡିଆ ବାଇବେଲ

18 (ମହାଦିନରେ ସେ ଯେପରି ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହୁଅନ୍ତି, ଏହା ପ୍ରଭୁ ତାହାଙ୍କ ପ୍ରତି ଅନୁଗ୍ରହ କରନ୍ତୁ), ଆଉ ଏଫିସରେ ସେ କିପରି ଅନେକ ସେବା କରିଅଛନ୍ତି, ତାହା ତୁମ୍ଭେ ଉତ୍ତମ ରୂପେ ଜାଣିଅଛ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ମହାଦିନରେ ସେ ଯେପରି ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହୁଅନ୍ତି, ଏହା ପ୍ରଭୁ ତାହାଙ୍କ ପ୍ରତି ଅନୁଗ୍ରହ କରନ୍ତୁ, ଆଉ ଏଫିସରେ ସେ କିପରି ଅନେକ ସେବା କରିଅଛନ୍ତି, ତାହା ତୁମ୍ଭେ ଉତ୍ତମ ରୂପେ ଜାଣିଅଛ।

Gade chapit la Kopi

ପବିତ୍ର ବାଇବଲ

18 ମୁଁ ପ୍ରଭୁଙ୍କଠାରେ ପ୍ରାର୍ଥନା କରେ ଯେ ସେ ସେହି ମହାଦିନରେ ଅନୀସିଫରକୁ ଦୟା ଦାନ କରନ୍ତୁ। ଅନ୍ୟ ସମସ୍ତଙ୍କ ଅପେକ୍ଷା ତୁମ୍ଭେ ଭଲ ଭାବରେ ଜାଣ ଯେ ଏଫିସଠାରେ ଅନେକ ପ୍ରକାରେ ସେ ମୋତେ ସାହାଯ୍ୟ କରିଛନ୍ତି।

Gade chapit la Kopi




୨ ତୀମଥି 1:18
26 Referans Kwoze  

ଈଶ୍ୱର ଅନ୍ୟାୟକରନ୍ତି ନାହିଁ। ତୁମ୍ଭମାନଙ୍କର କାର୍ଯ୍ୟ, ବିଶେଷ କରି ବିଶ୍ୱାସୀମାନଙ୍କୁ ସାହାଯ୍ୟ କରି ଈଶ୍ୱରଙ୍କ ପ୍ରତି ତୁମେ ଯେଉଁ ପ୍ରେମ ପ୍ରକାଶ କରି ଆସିଛ, ତାହା ସେ ଭଳଲିବେ ନାହିଁ।


ସେଥିଯୋଗୁଁ ମୁଁ ଏ ସବୁ ଦୁଃଖଭୋଗ କରୁଛି। ଯାହାଙ୍କୁ ମୁଁ ବିଶ୍ୱାସ କରୁଛି, ମୁଁ ତାଙ୍କର ସ୍ପଷ୍ଟ ପରିଚୟ ପାଇଛି ଏବଂ ସେ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହା ତୁଲାଇବାକୁ ମହାବିଚାର ଦିନ ପର୍ଯ୍ୟନ୍ତ ସେ ମୋତେ ନିରାପଦରେ ରଖିବେ, ଏହା ନିଶ୍ଚିତଭାବେ ଜାଣି ମୁଁ ଏ ପର୍ଯ୍ୟନ୍ତ ପୂରାପୂରି ଆଶାବାଦୀ ହୋଇ ରହିଛି।


କେବଳ ଅନୀସିଫର ବହୁବାର ଆସି ମୋତେ ସାନ୍ତ୍ୱନା ଓ ଉତ୍ସାହ ଦେଇଛନ୍ତି; ମୁଁ ବନ୍ଦୀ ବୋଲି ସେ ଲଜ୍ଜିତ ହୋଇ ନାହାନ୍ତି। ତାଙ୍କ ପରିବାର ପ୍ରତି ଈଶ୍ୱରଙ୍କ କୃପାଶୀଷ ନିବେଦନ କରୁଛି।


ମୁଁ ମାସିଦୋନିଆକୁ ଯିବାବେଳେ ତୁମକୁ କହିଥିବା ଅନୁଯାୟୀ ତୁମେ ଏଫିସୀରେ ଅବସ୍ଥାନ କର। ସେଠାରେ ଯେଉଁମାନେ ଭୁଲ ଶିକ୍ଷା ସବୁ ଦେଉଛନ୍ତି, ସେମାନଙ୍କୁ ସେଥିରୁ ନିବୃତ୍ତ ହେବା ପାଇଁ ଆଦେଶ ଦିଅ।


“ଏଫିସସ୍ ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ: “ଯାହାଙ୍କର ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଓ ଯେ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ବିଚରଣ କରନ୍ତି, ତାଙ୍କର ଏହି ବାର୍ତ୍ତା।


ଏହି ପରିତ୍ରାଣ ସମ୍ବଦ୍ଧରେ ଭାବବାଦୀମାନେ ମନୋଯୋଗନୂର୍ବକ ଅନ୍ୱେଷଣ ଓ ଅନୁସନ୍ଧାନ କରି, ଈଶ୍ୱରଙ୍କ ନିରୂପିତ ଦାନ ବିଷୟରେ ଭବିଷ୍ୟତ୍ବାଣୀ ପ୍ରକାଶ କରିଥିଲେ।


ତିଖିକସଙ୍କୁ ମୁଁ ଏଫିସସ୍ ପଠାଇଛି।


ସେ ଯାହାହେଉ, ମୋର ବିଶ୍ୱାସ, ଆମ ପ୍ରଭୁ ଯୀଶୁଙ୍କ ଆଗମନ ବେଳେ ତାଙ୍କ ସମ୍ମୁଖରେ ଅନ୍ୟମାନଙ୍କ ପରି ତୁମ୍ଭେମାନେ ମଧ୍ୟ ଆମର ଆଶା, ଆନନ୍ଦ ଓ ବିଜୟ ଦର୍ପର କାରଣ ହେବ।


କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଏତେ ପ୍ରଚୁର ଓ ଆମ ପ୍ରତି ତାଙ୍କ ପ୍ରେମ ଏତେ ମହାନ୍ ଯେ, ଆମ ଅବାଧ୍ୟତା ହେତୁ ଆମେ ଆଧ୍ୟାତ୍ମିକ ଭାବେ ମୃତ ଥିବା ସମୟରେ ସେ ଖ୍ରୀଷ୍ଟଙ୍କ ସହିତ ଆମକୁ ସଞ୍ଜୀବିତ କଲେ। ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ହିଁ ତୁମ୍ଭେମାନେ ପରିତ୍ରାଣ ପାଉଛ।


ଯିହୁଦାରେ ଥିବା ଈଶ୍ୱରଙ୍କ ଲୋକମାନଙ୍କ ନିକଟକୁ ସାହାୟ୍ୟ ପଠାଇବା ପାଇଁ ତୁମ୍ଭମାନଙ୍କୁ ଲ୍ବୋର କିଛି ଆବଶ୍ୟକତା ନାହଁ।


କିନ୍ତୁ ପେଣ୍ଟିକଷ୍ଟ ଦିନ ପର୍ଯ୍ୟନ୍ତ ମୁଁ ଏଠାରେ ଏଫିଶୀରେ ରହିବି।


ଆପୋଲ୍ଲୋ କରିନ୍ଥରେ ଥିବାବେଳେ ପାଉଲ ପ୍ରଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ଯାତ୍ରା ଶେଷ କରି ଏଫିସସ୍ରେ ପହଞ୍ଚିଲେ। ସେଠାରେ ସେ କେତେକ ଶିଷ୍ୟଙ୍କ ଦେଖା ପାଇ ପଚାରିଲେ,


ଯୋହାନ୍ନା, ଯାହାଙ୍କ ସ୍ୱାମୀ ଖୁଜା, ହେରୋଦଙ୍କ ରାଜଦରବାରରେ ଜଣେ ବେବର୍ତ୍ତା ଥିଲେ, ସୁଶାନ୍ନା ଓ ଆହୁରି ଅନେକ ସ୍ତ୍ରୀ ଲୋକ; ଏମାନେ ଯୀଶୁଙ୍କୁ ଓ ତାଙ୍କର ଶିଷ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜର ସମ୍ବଳ ବିନିଯୋଗ କରିଥିଲେ।


ଆମ ଈଶ୍ୱର କୃପାବାନ୍ ଓ କୋମଳ ହୃଦୟ, ସେ ଆମ ପାଇଁ ପରିତ୍ରାଣର ସୂର୍ଯ୍ୟୋଦୟ କରାଇବେ।


ସେ କହିଥିଲେ, ଆମ ପୂର୍ବପୁରୁଷମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବେ ଏବଂ ତାଙ୍କ ପବିତ୍ର ନିୟମ ସେ ସଦା ସ୍ମରଣ କରୁଥିବେ।


ସେମାନେ ଏଫିସସ୍ରେ ପହଞ୍ଚିବା ପରେ ପାଉଲ ପ୍ରିସ୍କିଲା ଓ ଆକ୍ୱିଲାଙ୍କୁ ବିଦାୟ ଦେଲେ। ସେ ସେଠାରେ ସମାଜ ଗୃହକୁ ଯାଇ ଇହୁଦୀମାନଙ୍କ ସହିତ ଧର୍ମାଲୋଚନା କଲେ।


ବିଦାୟ ନେବା ସମୟରେ ସେ ସେମାନଙ୍କୁ କହିଲେ, “ଯଦି ଈଶ୍ୱରଙ୍କର ଇଚ୍ଛା ଥାଏ, ମୁଁ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବି।” ତା’ପରେ ସେ ଜାହାଜ ଯୋଗେ ଏଫିସସ୍ ଛାଡ଼ିଲେ।


ସେ ମଧ୍ୟ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା କରିବେ। ଫଳରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ “ଦିବସ”ରେ ତୁମ୍ଭେମାନେ ନିର୍ଦ୍ଦୋଷ ବିବେଚିତ ହେବ।


କିନ୍ତୁ “ଖ୍ରୀଷ୍ଟଙ୍କ ଦିବସରେ” ପ୍ରତ୍ୟେକର କାର୍ଯ୍ୟ ପ୍ରକାଶିତ ହେବ। ସେହି ଦିନ ଅଗ୍ନି ଦ୍ୱାରା ପ୍ରତ୍ୟେକର କାର୍ଯ୍ୟ ପରୀକ୍ଷା କରାଯାଇ ମାନ ନିରୂପଣ କରାଯିବ।


ରୋମ୍ ନଗରୀରେ ପହଞ୍ôଚବାକ୍ଷଣି ସେ ମୋତେ ଅନ୍ୱେଷଣ କରି ମୋ’ ନିକଟକୁ ଆସିଥିଲେ।


ଏବେ ମୋର ଧର୍ମପରାୟଣତା ପାଇଁ ବିଜୟର ପୁରସ୍କାର ଗଚ୍ଛିତ ଅଛି। ନିର୍ଦ୍ଦିଷ୍ଟ ଦିବସରେ ନ୍ୟାୟବାନ ବିଚାରପତି ପ୍ରଭୁ ନିଜେ ମୋତେ ସେହି ପୁରସ୍କାର ପ୍ରଦାନ କରିବେ - କେବଳ ମୋତେ ନୁହେଁ; ପ୍ରେମ ଭକ୍ତି ସହ ଯେଉଁମାନେ ତାଙ୍କ ଆଗମନର ଅପେକ୍ଷା କରନ୍ତି, ସମସ୍ତେ ଏହି ପୁରସ୍କାର ଲାଭ କରିବେ।


Swiv nou:

Piblisite


Piblisite