Biblia Todo Logo
Bib sou entènèt

- Piblisite -




୨ ତୀମଥି 1:13 - ପବିତ୍ର ବାଇବଲ (CL) NT (BSI)

13 ମୁଁ ତୁମକୁ ଶିକ୍ଷା ଦେଇଥିବା ସତ୍ୟଗୁଡ଼ିକୁ ଦୃଢ଼ତା ସହିତ ଧରି ରଖ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ପ୍ରକୃତ ପ୍ରେମ ଓ ଧର୍ମ ବିଶ୍ୱାସରେ ଅବିଚଳିତ ରୁହ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ମୋʼଠାରୁ ଯେଉଁସବୁ ହିତଜନକ ବାକ୍ୟ ଶୁଣିଅଛ, ଖ୍ରୀଷ୍ଟ ଯୀଶୁଙ୍କ ସମ୍ଵନ୍ଧୀୟ ବିଶ୍ଵାସ ଓ ପ୍ରେମରେ ତାହା ଆଦର୍ଶ ରୂପେ ଧରି ରଖ।

Gade chapit la Kopi

ଓଡିଆ ବାଇବେଲ

13 ମୋଠାରୁ ଯେଉଁ ସବୁ ହିତଜନକ ବାକ୍ୟ ଶୁଣିଅଛ, ଖ୍ରୀଷ୍ଟ ଯୀଶୁଙ୍କ ସମ୍ବନ୍ଧୀୟ ବିଶ୍ୱାସ ଓ ପ୍ରେମରେ ତାହା ଆଦର୍ଶରୂପେ ଧରି ରଖ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ମୋʼଠାରୁ ଯେଉଁ ସବୁ ହିତଜନକ ବାକ୍ୟ ଶୁଣିଅଛ, ଖ୍ରୀଷ୍ଟ ଯୀଶୁଙ୍କ ସମ୍ବନ୍ଧୀୟ ବିଶ୍ୱାସ ଓ ପ୍ରେମରେ ତାହା ଆଦର୍ଶରୂପେ ଧରି ରଖ।

Gade chapit la Kopi

ପବିତ୍ର ବାଇବଲ

13 ମୋ'ଠାରୁ ଶୁଣିଥିବା ସ‌‌ତ୍‌‌‌ଶିକ୍ଷାଗୁଡ଼ିକୁ ପାଳନ କର। ସେହି ଶିକ୍ଷାଗୁଡ଼ିକ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଆମ୍ଭର ବିଶ୍ୱାସ ଓ ପ୍ରେମ। ସେହି ଉପଦେଶଗୁଡ଼ିକ ଉଦାହରଣ ସ୍ୱରୂପ ଅଟେ ଓ ତାହା ଦର୍ଶାଏ ଯେ, ତୁମ୍ଭେ କିପରି ଉପଦେଶ ଦେବା ଉଚିତ୍।

Gade chapit la Kopi




୨ ତୀମଥି 1:13
30 Referans Kwoze  

ଆମ ପ୍ରଚାରିତ ଶୁଭ ବାର୍ତ୍ତାରେ ସେ ଦୃଢ଼ତା ସହିତ ବିଶ୍ୱାସ କରୁଥିବେ - ଏହି ବାର୍ତ୍ତା ପ୍ରକୃତ ଧର୍ମତତ୍ତ୍ୱ ଜ୍ଞାନ ଉପରେ ପ୍ରତିଷ୍ଠିତ ଏବଂ ସର୍ବତୋଭାବେ ନିର୍ଭରଯୋଗ୍ୟ। ଏହି ବାର୍ତ୍ତାର ସତ୍ଶିକ୍ଷାରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବାକୁ ଏବଂ ଏହାକୁ ବିରୋଧ କରୁଥିବା ଲୋକମାନଙ୍କ ଭ୍ରାନ୍ତି ଦୂର କରିବାକୁ ତାଙ୍କର ଦକ୍ଷତା ଥିବ।


କିନ୍ତୁ ଯେଉଁ ସବୁ ସତ୍ୟ ଶିକ୍ଷା କରି ଦୃଢ଼ ଭାବରେ ବିଶ୍ୱାସ କରୁଛ, ସେ ସବୁରେ ତୁମେ ଅଟଳ ରୁହ। ତୁମର ଶିକ୍ଷକମାନେ କିଏ, ତୁମେ ଜାଣିଛ।


ମୋର କଥା ଓ କ୍ରିୟାରୁ ଯାହା ଶିଖିଛ ଓ ଗ୍ରହଣ କରିଛ, ତାହାକୁ କାର୍ଯ୍ୟରେ ପରିଣତ କର। ତାହାହେଲେ, ଶାନ୍ତିଦାତା ଈଶ୍ୱର ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ।


କିନ୍ତୁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି, ଯଦିଓ ଦିନେ ତୁମ୍ଭେମାନେ ପାପର ଦାସ ଥିଲ, ତୁମେ ବର୍ତ୍ତମାନ ସୁସମାଚାରରୁ ଶିକ୍ଷା କରିଥିବା ସତ୍ୟଗୁଡ଼ିକୁ ସର୍ବାନ୍ତଃକରଣରେ ପାଳନ କରୁଛ।


ବହୁ ସାକ୍ଷୀଙ୍କ ଉପସ୍ଥିତିରେ ମୁଁ ପ୍ରଚାର କରିଥିବା ବିଷୟଗୁଡ଼ିକ ତୁମେ ଶୁଣିଛ। ଅନ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ଦକ୍ଷ ଓ ବିଶ୍ୱାସଯୋଗ୍ୟ ବ୍ୟକ୍ତିମାନଙ୍କୁ ଏ ସବୁ ବିଷୟ ଅବଗତ କରାଅ।


ମୁଁ ଶୀଘ୍ର ଆସୁଅଛି, ତୁମର ଯାହା ଅଛି, ତାହା ସୁରକ୍ଷା କର, ଯେପରି କେହି ତୁମ ନିକଟରୁ, ତୁମ ବିଜୟ ପୁରସ୍କାର ଅପହରଣ ନ କରେ।


ତୁମକୁ ଯେଉଁ ଶିକ୍ଷା ଦିଆଯାଇଥିଲା ଏବଂ ତୁମେ ଯାହା ଶୁଣିଥିଲ, ତାହା ସ୍ମରଣ କରି ପାଳନ କର ଓ ତୁମ ପାପରୁ ଫେର। ଜାଗ୍ରତ ନ ହେଲେ, ମୁଁ ଚୋର ପରି ଅତର୍କିତ ଭାବରେ ତୁମ ନିକଟକୁ ଆସିବି। କେଉଁ ସମୟରେ ଆସିବି, ତାହା ତୁମେ ଜାଣି ପାରିବ ନାହିଁ।


ଆମ ପ୍ରଭୁଙ୍କ ପ୍ରଚୁର ଅନୁଗ୍ରହରୁ ମୁଁ ତାଙ୍କଠାରେ ବିଶ୍ୱାସ ଓ ଭକ୍ତିରେ ଆବଦ୍ଧ ହୋଇଛି।


ପ୍ରିୟ ବନ୍ଧୁଗଣ, ଆମେ ସମସ୍ତେ ଯେଉଁ ପରିତ୍ରାଣର ଅଂଶୀ, ସେ ବିଷୟରେ ତୁମ୍ଭମାନଙ୍କ ନିକଟକୁ ଲେଖିବାପାଇଁ ମୁଁ ଉତ୍ସୁକ ଥିଲି। କିନ୍ତୁ ଇତିମଧ୍ୟରେ ଈଶ୍ୱର ତାଙ୍କ ଲୋକମାନଙ୍କୁ ଅନନ୍ତ କାଳ ପାଇଁ ପ୍ରଦାନ କରିଥିବା ବଶ୍ୱାସ ସପକ୍ଷରେ ସଂଗ୍ରାମ କରିବା ପାଇଁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ମୁଁ ମନେ କଲି।


ଯେଉଁ ଭରସା ଆମ୍ଭମାନଙ୍କର ଅଛି ବୋଲି ସ୍ୱୀକାର କରୁଛୁ, ସେଥିରେ ଆମେ ଦୃଢ଼ ରହିବା ଉଚିତ, କାରଣ ଆମେ ଈଶ୍ୱରଙ୍କ ପ୍ରତିଶ୍ରୁତି ଉପରେ ଆସ୍ଥା ରଖିପାରୁ।


ଯେଉଁ ମହତ୍ ବିଷୟର ଦାୟିତ୍ୱ ତୁମ ଉପରେ ନ୍ୟସ୍ତ ହୋଇଛି, ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଶକ୍ତିରେ ସେ ସବୁକୁ ଅକ୍ଷୁର୍ଣ୍ଣ ରଖ।


ନିର୍ବୋଧମାନଙ୍କର ଉପଦେଷ୍ଟା, ଅଜ୍ଞମାନଙ୍କର ଶିକ୍ଷକ। ତୁମ୍ଭମାନଙ୍କର ବିଶ୍ୱାସ ଯେ, ବ୍ୟବସ୍ଥାରୁ ତୁମ୍ଭେମାନେ ସମ୍ପୂର୍ଣ୍ଣ ସତ୍ୟ ଓ ଜ୍ଞାନ ଲାଭ କରିଛ।


ଆମ ଧର୍ମତତ୍ତ୍ୱଗୁଡ଼ିକୁ ନିର୍ଭୁଲ ଭାବରେ ଶିକ୍ଷା ଦିଅ।


ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ସହିତ ସାମଞ୍ଜସ୍ୟ ନ ଥିବା ଏବଂ ଆମ ଧର୍ମଶିକ୍ଷାର ବିରୋଧ କରୁଥିବା ଅନ୍ୟ ପ୍ରକାର ମତ ପ୍ରଚାର କରନ୍ତି,


ମୁଁ ତୁମ୍ଭମାନଙ୍କୁ ଦେଖିପା ପାଇଁ ଯିବାକୁ ସମର୍ଥ ହୁଏ ଅବା ନ ହୁଏ, ବର୍ତ୍ତମାନ ପ୍ରଧାନ ବିଷୟ ହେଉଛି, ତୁମ୍ଭମାନଙ୍କର ଜୀବନ ପ୍ରଣାଳୀ ଯେପରି ଖ୍ରୀଷ୍ଟଙ୍କ ସୁସମାଚାରର ଅନୁରୂପ ହେବ - ମୁଁ ଯେପରି ଶୁଣିବି, ତୁମ୍ଭେମାନେ ଏକ ଉଦ୍ଦେଶ୍ୟ ନେଇ ଦୃଢ଼ ରୂପେ ଠିଆ ହୋଇଛ ଓ ଏକ ଆକାଂକ୍ଷା ନେଇ ସୁସମାଚାର ବିଶ୍ୱାସ ନିମନ୍ତେ ଏକକ ସଂଗ୍ରାମ କରୁଛ।


ନରହତ୍ୟା, ଲମ୍ପଟତା, ଅସ୍ୱାଭାବିକ, କାମୁକତା, ମନୁଷ୍ୟ ଅପହରଣ ଓ ମିଥ୍ୟା ସାକ୍ଷ୍ୟ ଦାନରେ ଯେଉଁମାନେ ଅଭ୍ୟସ୍ତ, ସ୍ଥୂଳତଃ ଯେଉଁମାନେ ସମସ୍ତ ସତ୍ଶିକ୍ଷାରେ ବିରୁଦ୍ଧାଚରଣ କରନ୍ତି, ସେମାନଙ୍କ ନିମନ୍ତେ ବ୍ୟବସ୍ଥା ଉଦ୍ଦିଷ୍ଟ।


ମାତ୍ର ମୁଁ ନ ଆସିବା ପର୍ଯ୍ୟନ୍ତ ତୁମର ଯାହା ରହିଛି, ତାହା ଦୃଢ଼ଭାବେ ଧରି ରଖ।


ତେଣୁ ଆମେ ଯେଉଁ ଧର୍ମବିଶ୍ୱାସକୁ ସ୍ୱୀକାର କରୁଛୁ, ତାହା ଦୁଢ଼ଭାବେ ଧରି ରଖିବାକୁ ହେବ; କାରଣ ଆମର ଶ୍ରେଷ୍ଠ ମହାଯାଜକ, ଈଶ୍ୱରତନୟ ଯୀଶୁ, ଈଶ୍ୱରଙ୍କ ଶ୍ରାଛାମୁକୁ ଯାଇଛନ୍ତି।


କିନ୍ତୁ ପୁତ୍ରଭାବେ ଈଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ଖ୍ରୀଷ୍ଟ ବିଶ୍ୱାସ୍ତ ଅଡ଼ନ୍ତି। ଆମେ ଯଦି ସାହାସ ଧରି ପ୍ରତ୍ୟାଶିତ ବିଷୟ ପାଇବୁ ବୋଲି ଆମ ବିଶ୍ୱାସରେ ଦୃଢ଼ ରହୁ, ତେବେ ଆମେ ଗୃହ ସ୍ୱରୂପ ହେବୁ।


ସମସ୍ତ ବିଷୟ ପରୀକ୍ଷା କରି ଦେଖ; ଯାହା ସବୁ ସତ୍, ତାହାକୁ ଗ୍ରହଣ କର;


କାରଣ ଆମେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ ଓ ଈଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣିଛୁ।


ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଈଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ ଆମ୍ଭେମାନେ ଯେଉଁ ଜୀବନ ଲାଭ କରିଛୁ, ତାହା ଘୋଷଣା କରିବାକୁ ଈଶ୍ୱରଙ୍କ ଅଭିମତ ଅନୁଯାୟୀ ମୁଁ ଜଣେ ଶିଷ୍ୟ ରୂପେ ପ୍ରେରିତ ହୋଇଛି।


ଦିନ ଆସିବ, ଯେତେବେଳେ ଲୋକେ ସତ୍ଶିକ୍ଷାକୁ କର୍ଣ୍ଣପାତ କରିବେ ନାହିଁ - ସେମାନେ କେବଳ ନିଜ ନିଜର ଅଭିଳାଷ ଚରିତାର୍ଥ କରିବା ପାଇଁ ଲାଳାୟିତ ହେବେ ଏବଂ ଏ ଦିଗରେ ସେମାନଙ୍କୁ ସମର୍ଥନ କରୁଥିବା ଭଣ୍ଡ ଶିକ୍ଷକମାନଙ୍କୁ ସେମାନେ ସ୍ୱାଗତ କରିବେ।


Swiv nou:

Piblisite


Piblisite