Biblia Todo Logo
Bib sou entènèt

- Piblisite -




୨ ଥେସଲନୀକୀୟ 3:7 - ପବିତ୍ର ବାଇବଲ (CL) NT (BSI)

7 ଅବଶ୍ୟ ତୁମ୍ଭେମାନେ ଜାଣିଛ, ତୁମ କାର୍ଯ୍ୟକଳାପରେ ଆମକୁ ଅନୁକରଣ କରିବା ଉଚିତ୍। ତୁମ୍ଭମାନଙ୍କ ସହିତ ରହିଥିବା ବେଳେ ଆମେ ଆଳସ୍ୟପରାୟଣ ନ ଥିଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 କାରଣ କିପରି ଆମ୍ଭମାନଙ୍କୁ ଅନୁକରଣ କରିବା ତୁମ୍ଭମାନଙ୍କର ଉଚିତ୍ ତାହା ତୁମ୍ଭେମାନେ ନିଜେ ଜାଣୁଅଛ; ଯେଣୁ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଆଳସ୍ୟ ପରାୟଣ ଆଚରଣ କରି ନ ଥିଲୁ,

Gade chapit la Kopi

ଓଡିଆ ବାଇବେଲ

7 କାରଣ କିପରି ଅାମ୍ଭମାନଙ୍କୁ ଅନୁସରଣ କରିବା ତୁମ୍ଭମାନଙ୍କର ଉଚିତ, ତାହା ତୁମ୍ଭେମାନେ ନିଜେ ଜାଣୁଅଛ; ଯେଣୁ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଆଳସ୍ୟର ଜୀବନ କାଟି ନ ଥିଲୁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 କାରଣ କିପରି ଆମ୍ଭମାନଙ୍କୁ ଅନୁସରଣ କରିବା ତୁମ୍ଭମାନଙ୍କର ଉଚିତ, ତାହା ତୁମ୍ଭେମାନେ ନିଜେ ଜାଣୁଅଛ; ଯେଣୁ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଆଳସ୍ୟର ଜୀବନ କାଟି ନ ଥିଲୁ,

Gade chapit la Kopi

ପବିତ୍ର ବାଇବଲ

7 ତୁମ୍ଭେମାନେ ଜାଣିଛ ଯେ, ଆମ୍ଭ ପରି ତୁମ୍ଭେମାନେ ରହିବା ଉଚିତ୍। ତୁମ୍ଭମାନଙ୍କ ସହିତ ଥିଲାବେଳେ ଆମ୍ଭେ କେବେ ହେଲେ କାମ କରିବା ପାଇଁ ମନା କରି ନ ଥିଲୁ।

Gade chapit la Kopi




୨ ଥେସଲନୀକୀୟ 3:7
13 Referans Kwoze  

ହେ ଭାଇମାନେ, ଯେଉଁମାନେ ଅଳସ ଜୀବନ ଯାପନ କରନ୍ତି ଏବଂ ଆମଠାରୁ ପ୍ରାପ୍ତ ଶିକ୍ଷା ଅନୁସାରେ ଆଚରଣ କରନ୍ତି ନାହିଁ; ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭମାନଙ୍କୁ ଆଜ୍ଞା ଦେଉଛୁ, ସେହି ଭାଇମାନଙ୍କଠାରୁ ଦୂରେଇ ରୁହ।


ନ୍ୟାୟତଃ ଆମେ ଯେ ତୁମଠାରୁ ଅନ୍ନ ଦାବୀ କରିପାରି ନ ଥାଆନ୍ତୁ, ତା’ ନୁହେଁ, କିନ୍ତୁ ଆମେ ଯାହା କରିଛୁ, ତାହା ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇବା ନିମେନ୍ତ।


ସୁତରାଂ ମୋର ଆଦର୍ଶ ଅନୁସରଣ କରିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି।


ମୁଁ ଖ୍ରୀଷ୍ଟଙ୍କୁ ଅନୁକରଣ କଲା ପରି ତୁମ୍ଭେମାନେ ମୋତେ ଅନୁକରଣ କର।


ହେ ଭାଇମାନେ, ମୋତେ ଅନୁକରଣ କର। ଆମେ ରଖିଥିବା ଆଦର୍ଶ ଅନୁଯାୟୀ ଯେଉଁମାନେ ଆଚରଣ କରୁଛନ୍ତି, ସେମାନଙ୍କୁ ଲକ୍ଷ୍ୟ କର।


ସକଳ ବିଷୟରେ ସତ୍କର୍ମ ସାଧନ କରି ତୁମେ ନିଜ ଜୀବନରେ ଆଦର୍ଶ ଦେଖାଅ। ଆନ୍ତରିକତା ଓ ଗାମ୍ଭୀର୍ଯ୍ୟ ସହ ସଂଯତ ଭାଷାରେ ଶିକ୍ଷା ଦାନ କର - ତାହାହେଲେ, କେହି ତୁମକୁ କଟୁ ସମାଲୋଚନା କରିପାରିବେ ନାହିଁ ଏବଂ ତୁମ ଶତ୍ରୁମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଅଯଥା ଅଭିଯୋଗ ଆଣି ନ ପାରି ଲଜ୍ଜିତ ହେବେ।


ତୁମେ ନିଜର କଥାବାର୍ତ୍ତା, ଆଚରଣ, ପ୍ରେମ, ବିଶ୍ୱାସ ଓ ଚରିତ୍ରର ନିର୍ମଳତାରେ ଆଦର୍ଶ ଦେଖାଇ ପାରିଲେ, ଅଳ୍ପ ବୟସ୍କ ହୋଇଥିଲେ ସୁଦ୍ଧା ତୁମକୁ ମଣ୍ଡଳୀରେ କେହି ଅବଜ୍ଞା କରିପାରିବେ ନାହିଁ।


ତୁମ୍ଭେମାନେ ଓ ସ୍ୱୟଂ ଈଶ୍ୱର ଆମର ସାକ୍ଷୀ - ତୁମ ପରି ବିଶ୍ୱାସୀମାନଙ୍କ ନିକଟରେ ଆମର ଆଚରଣ ନିର୍ମଳ, ନ୍ୟାୟସଙ୍ଗତ ଦୋଷଶୂନ୍ୟ ଥିଲା।


ମୋର କଥା ଓ କ୍ରିୟାରୁ ଯାହା ଶିଖିଛ ଓ ଗ୍ରହଣ କରିଛ, ତାହାକୁ କାର୍ଯ୍ୟରେ ପରିଣତ କର। ତାହାହେଲେ, ଶାନ୍ତିଦାତା ଈଶ୍ୱର ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ।


ତୁମେ ଯେଉଁମାନଙ୍କ ଦାୟିତ୍ୱ ନେଇଛ, ସେମାନଙ୍କ ଉପରେ ପ୍ରଭୁତ୍ୱ ନ କରି ସେମାନଙ୍କ ପାଇଁ ନିଜ ଜୀବନରେ ଆଦର୍ଶ ଦେଖାଅ।


ଭାଇମାନେ, ତୁମ୍ଭମାନଙ୍କୁ ଆମର ଅନୁରୋଧ; ନିଷ୍କର୍ମାମାନଙ୍କୁ ସତର୍କ କରିଦିଅ, ଭୀରୁମାନଙ୍କୁ ଉତ୍ସାହିତ କର, ଦୁର୍ବଳମାନଙ୍କୁ ସାହାଯ୍ୟ କର ଓ ସମସ୍ତଙ୍କ ପ୍ରତି ସହନଶୀଳ ହୁଅ।


Swiv nou:

Piblisite


Piblisite