Biblia Todo Logo
Bib sou entènèt

- Piblisite -




୨ ଥେସଲନୀକୀୟ 3:4 - ପବିତ୍ର ବାଇବଲ (CL) NT (BSI)

4 ତୁମ୍ଭମାନଙ୍କ ଉପରେ ଆସ୍ଥା ରଖିବାକୁ ପ୍ରଭୁ ଆମ୍ଭମାନଙ୍କୁ ଭରସା ଦେଇଛନ୍ତି ଓ ଆମେ ଯାହା କହୁଛୁ, ତାହା ତୁମ୍ଭେମାନେ ଯେ କରୁଛ ଓ କରୁଥିବ, ଏ ବିଷୟରେ ଆମ୍ଭେମାନେ ନିଶ୍ଚିତ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆମ୍ଭେମାନେ ଯେଉଁ ସବୁ ଆଦେଶ ଦେଉଅଛୁ, ସେହିସବୁ ଯେ ତୁମ୍ଭେମାନେ କରୁଅଛ ଓ କରିବ, ଏହା ତୁମ୍ଭମାନଙ୍କ ସମ୍ଵନ୍ଧରେ ପ୍ରଭୁଙ୍କଠାରେ ଆମ୍ଭମାନଙ୍କର ଦୃଢ଼ ବିଶ୍ଵାସ।

Gade chapit la Kopi

ଓଡିଆ ବାଇବେଲ

4 ଆମ୍ଭେମାନେ ଯେଉଁ ସବୁ ଆଦେଶ ଦେଉଅଛୁ, ସେହି ସବୁ ଯେ ତୁମ୍ଭେମାନେ କରୁଅଛ ଓ କରିବ, ଏହା ତୁମ୍ଭମାନଙ୍କ ବିଷୟରେ ପ୍ରଭୁଙ୍କଠାରେ ଆମ୍ଭମାନଙ୍କର ଦୃଢ଼ ବିଶ୍ୱାସ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆମ୍ଭେମାନେ ଯେଉଁ ସବୁ ଆଦେଶ ଦେଉଅଛୁ, ସେହିସବୁ ଯେ ତୁମ୍ଭେମାନେ କରୁଅଛ ଓ କରିବ, ଏହା ତୁମ୍ଭମାନଙ୍କ ବିଷୟରେ ପ୍ରଭୁଙ୍କଠାରେ ଆମ୍ଭମାନଙ୍କର ଦୃଢ଼ ବିଶ୍ୱାସ।

Gade chapit la Kopi

ପବିତ୍ର ବାଇବଲ

4 ତୁମ୍ଭମାନଙ୍କୁ କୁହାଯାଇଥିବା କାମସବୁ ତୁମ୍ଭେମାନେ କରୁଛ ବୋଲି ପରମେଶ୍ୱର ଆମ୍ଭକୁ ନିଶ୍ଚିତ ଭାବେ ଉପଲ‌ବ୍‌‌‌‌ଧି କରାଇଛନ୍ତି। ଆମ୍ଭେ ଜାଣିଛୁ ଯେ, ତୁମ୍ଭେମାନେ ଏହି କାମ ସବୁ କରି ଗ୍ଭଲିଥିବ।

Gade chapit la Kopi




୨ ଥେସଲନୀକୀୟ 3:4
18 Referans Kwoze  

ବାସ୍ତବିକ, ସମଗ୍ର ମାସିଦୋନିଆର ଭାଇମାନଙ୍କ ପ୍ରତି ତୁମେ ସେହିପରି ଆଚରଣ କରିଛ। ତେଣୁ ଆହୁରି ଅଧିକ ମାତ୍ରାରେ ତାହା କର, ତୁମ୍ଭମାନଙ୍କୁ ଏତିକି କେବଳ ବିନୀତ ଅନୁରୋଧ।


ତେଣୁ ମୁଁ ଏ ବିଷୟରେ ନିଶ୍ଚିତ ଯେ, ଯେଉଁ ପ୍ରଭୁ ତୁମ୍ଭମାନଙ୍କଠାରେ ଏହି ସତ୍କାର୍ଯ୍ୟ ଆରମ୍ଭ କରିଛନ୍ତି, ଖ୍ରୀଷ୍ଟ ଯୀଶୁଙ୍କ ପୁନରାଗମନ ଦିନରେ ଏହା ଶେଷ ହେବା ପର୍ଯ୍ୟନ୍ତ ସେ ତାହା ନିର୍ବାହ କରିବେ।


ତୁମେ ମୋର ଅନୁରୋଧ ରକ୍ଷା କରିବ ବୋଲି ନିଶ୍ଚିତଭାବେ ଜାଣି, ମୁଁ ଏ ପତ୍ର ଲେଖୁଛି। ବାସ୍ତବିକ ମୁଁ ଜାଣେ, ତୁମଠାରୁ ମୁଁ ଯେତିକି ଅପେକ୍ଷା କରୁଛି, ତୁମେ ମୋ’ ପାଇଁ ତା’ଠାରୁ ଅଧିକ କରିବ।


ତେଣୁ ପ୍ରିୟ ବନ୍ଧୁଗଣ, ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ତୁମ୍ଭେମାନେ ଯେପରି ସବୁବେଳେ ମୋର ଆଜ୍ଞାଧୀନ ଥିଲ, ବର୍ତ୍ତମାନ ମୁଁ ତୁମଠାରୁ ଦୂରରେ ଥିବା ସମୟରେ ଅଧିକ ବିଶ୍ୱସ୍ତ ଭାବରେ ମୋର ବାଧ୍ୟ ହେବା ତୁମ୍ଭମାନଙ୍କର କର୍ତ୍ତବ୍ୟ। ତୁମର ପରିତ୍ରାଣ ସାଧନ ଯେପରି ସମ୍ପୂର୍ଣ୍ଣ ହୁଏ, ଏଥିନିମନ୍ତେ ଭୟ ଓ ପ୍ରକମ୍ପ ସହ କାର୍ଯ୍ୟ କରିଯାଅ।


ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି, ମୁଁ ସେଠାକୁ ଗଲେ; ଯେଉଁମାନଙ୍କ ଏାଗି ମୋର ଆନନ୍ଦ ହୁଅନ୍ତା, ସେମାନଙ୍କ ଦ୍ୱାରା ଯେପରି ମୁଁ ଦୁଃଖ ନ ପାଏ। ବାସ୍ତବିକ ମୋର ଦୁଢ଼ ବିଶ୍ୱାସ ଯେ, ମୋର ଆନନ୍ଦରେ ତୁମ୍ଭମାନଙ୍କ ଆନନ୍ଦ।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମେ ସେହି ଲୋକମାନଙ୍କୁ ସତର୍କ କରି ଆଦେଶ ଦେଉଛୁ, ସେମାନେ ଜୀବନରେ ଆଉ ଟିକିଏ ସଂଯତ ହୋଇ ନିଜର ଜୀବିକା ଉପାର୍ଜନ କରନ୍ତୁ।


ହେ ଭାଇମାନେ, ଯେଉଁମାନେ ଅଳସ ଜୀବନ ଯାପନ କରନ୍ତି ଏବଂ ଆମଠାରୁ ପ୍ରାପ୍ତ ଶିକ୍ଷା ଅନୁସାରେ ଆଚରଣ କରନ୍ତି ନାହିଁ; ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭମାନଙ୍କୁ ଆଜ୍ଞା ଦେଉଛୁ, ସେହି ଭାଇମାନଙ୍କଠାରୁ ଦୂରେଇ ରୁହ।


ଏବଂ ମୁଁ ଯେଉଁସବୁ ଆଜ୍ଞା ଦେଇଛି, ତାହା ପାଳନ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ। ପୁଣି ମନେରଖ, ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ଚିରକାଳ ତୁମ୍ଭମାନଙ୍କ ସଙ୍ଗରେ ରହିବି।”


ସେ ଯାହାହେଉ, ଏ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଉପରେ ମୋର ଆସ୍ଥା ରହିଛି। ଯେହେତୁ ଆମେ ସମସ୍ତେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇଛୁ, ମୋର ଦୃଢ଼ ବିଶ୍ୱାସ, ତୁମ୍ଭେମାନେ ମୋ’ ମତର ବିରୋଧ କରିବ ନାହିଁ। ପୁଣି ଯେଉଁ ଲୋକ ତୁମ୍ଭମାନଙ୍କୁ ବିଭ୍ରାନ୍ତ କରୁଛି, ସେ ଯେ କେହି ହେଉନା କାହିଁକି, ତାକୁ ଈଶ୍ୱର ସମୁଚିତ ଦଣ୍ଡ ଦେବେ।


ତେଣୁ ସେମାନଙ୍କ ସହିତ ଏହି ଭାଇଙ୍କୁ ଆମେ ପଠାଇଛୁ। ତାଙ୍କୁ ବହୁବାର ପରୀକ୍ଷା କରି ତାଙ୍କ ବିଶ୍ୱସ୍ତତାର ପରିଚୟ ପାଇଛୁ। ତୁମ୍ଭମାନଙ୍କ ଉପରେ ତାଙ୍କର ଦୃଢ଼ ଆସ୍ଥା ଥିବାରୁ ସେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଅଧିକ ଉତ୍କଣ୍ଠିତ ହୋଇଛନ୍ତି।


ତୁମ୍ଭେମାନେ ସବୁବେଳେ ମୋର ନିର୍ଦ୍ଧେଶ ପାଳନ କରିବାକୁ ପ୍ରସ୍ତୁତ କି ନୁହଁ, ଜଣିବା ପାଇଁ ମୁଁ ଉପରୋକ୍ତ ସେହି ପତ୍ର ଲେଖିଥିଲି।


ତୁମ୍ଭମାନଙ୍କ ମଧ୍ୟରୁ କେହି ଯଦି ନିଜକୁ ଜଣେ ଭାବବାଦୀ କିମ୍ବା ଆତ୍ମିକ ଦାନପ୍ରାପ୍ତ ବ୍ୟକ୍ତି ବୋଲି ଭାବେ, ସେ ଜାଣୁ ଯେ, ଏଠାରେ ମୁଁ ଯାହାସବୁ ଲେଖିଛି, ତାହା ପ୍ରଭୁଙ୍କ ଆଦେଶ।


ଅସୁନ୍ନତ ଲୋକ ଯଦି ଈଶ୍ୱରଙ୍କ ଆହ୍ୱାନ ପାଏ, ସେ ଆଉ ସୁନ୍ନତ ନ ହେଉ, କାରଣ ସୁନ୍ନତ ହେବା ବା ନ ହେବାରେ କିଛି ମୂଲ୍ୟ ନାହିଁ। ମୁଖ୍ୟ ବିଷୟ ହେଉଛି, ଈଶ୍ୱରଙ୍କ ଆଦେଶ ପାଳନ କରିବା।


ଅଣଇହୁଦୀମାନଙ୍କୁ ଈଶ୍ୱରଙ୍କ ଆଜ୍ଞାବହ କରାଇବା ନିମନ୍ତେ ଖ୍ରୀଷ୍ଟ ମୋ’ ଦ୍ୱାରା କଅଣ ସାଧନ କରିଛନ୍ତି, କେବଳ ଏ କଥା କହିବାକୁ ମୁଁ ସାହସୀ ହୋଇଛି।


ଭାଇମାନେ, ମୋର ବିଶ୍ୱାସ, ତୁମ୍ଭେମାନେ ସମସ୍ତ ସଦ୍ଗୁଣ ତଥା ଜ୍ଞାନରେ ପରିପୂର୍ଣ୍ଣ ଓ ପରସ୍ପରକୁ ଶିକ୍ଷା ଦେବା ପାଇଁ ସମର୍ଥ।


କେତେ ଜଣ ଗୌରବ, ସମ୍ମାନ ଓ ଅମରତ୍ୱ ପ୍ରାପ୍ତି ଆଶାରେ ଧୈର୍ଯ୍ୟର ସହିତ ସତ୍‍କର୍ମ କରି ଯାଆନ୍ତି, ସେମାନଙ୍କୁ ଈଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ।


Swiv nou:

Piblisite


Piblisite