Biblia Todo Logo
Bib sou entènèt

- Piblisite -




୨ ଥେସଲନୀକୀୟ 3:3 - ପବିତ୍ର ବାଇବଲ (CL) NT (BSI)

3 କିନ୍ତୁ ପ୍ରଭୁ ବିଶ୍ୱସ୍ତ! ସେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବେ ଓ ପାପାତ୍ମାଠାରୁ ରକ୍ଷା କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କିନ୍ତୁ ପ୍ରଭୁ ବିଶ୍ଵସ୍ତ, ସେ ତୁମ୍ଭମାନଙ୍କୁ ସ୍ଥିର କରି ମନ୍ଦରୁ ରକ୍ଷା କରିବେ।

Gade chapit la Kopi

ଓଡିଆ ବାଇବେଲ

3 କିନ୍ତୁ ପ୍ରଭୁ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସ୍ଥିର କରି ମନ୍ଦରୁ ରକ୍ଷା କରିବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କିନ୍ତୁ ପ୍ରଭୁ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସ୍ଥିର କରି ମନ୍ଦରୁ ରକ୍ଷା କରିବେ।

Gade chapit la Kopi

ପବିତ୍ର ବାଇବଲ

3 ପରମେଶ୍ୱର ହେଉଛନ୍ତି ବିଶ୍ୱସନୀୟ। ସେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ ଓ ସେହି ଦୁଷ୍ଟାତ୍ମାଠାରୁ ରକ୍ଷା କରିବେ।

Gade chapit la Kopi




୨ ଥେସଲନୀକୀୟ 3:3
16 Referans Kwoze  

ମୋର ବିଶ୍ୱାସ, ପ୍ରଭୁ ମୋତେ ସମସ୍ତ ବିପଦରୁ ରକ୍ଷା କରି ଶେଷରେ ତାଙ୍କ ସ୍ୱର୍ଗରାଜ୍ୟକୁ ନିରାପଦରେ ନେଇଯିବେ। ସେ ଯୁଗେ ଯୁଗେ ଗୌରବାନ୍ୱିତ ହୁଅନ୍ତୁ। ଆମେନ୍।


ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ସେ ତାହା କରିବେ, କାରଣ ସେ ବିଶ୍ୱସ୍ତ।


ତୁମେ ଯେଉଁ ସକଳ ପରୀକ୍ଷାର ସମ୍ମୁଖୀନ ହୋଇଛ, ଲୋକେ ସାଧାରଣତଃ ସେହି ପ୍ରକାର ପରୀକ୍ଷାର ସମ୍ମୁଖୀନ ହୋଇଥାନ୍ତି, କିନ୍ତୁ ଈଶ୍ୱର ତାଙ୍କ ପ୍ରତିଜ୍ଞା ରକ୍ଷାରେ ବିଶ୍ୱସ୍ତ। ସେ ତୁମ୍ଭମାନଙ୍କୁ ତୁମ ଶକ୍ତିର ବାହାରେ ପରୀକ୍ଷିତ ହେବାକୁ ଦେବେ ନାହିଁ। ତୁମେ ପରୀକ୍ଷିତ ହେବାବେଳେ, ସହ୍ୟ କରିବା ପାଇଁ ଈଶ୍ୱର ତୁମକୁ ଶକ୍ତି ଯୋଗାଇ ଦେବେ ଓ ଉଦ୍ଧାରର ପଥ ଦେଖାଇ ଦେବେ।


ଯେଉଁ ଈଶ୍ୱର ତାଙ୍କ ପୁତ୍ର ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସାହଚର୍ଯ୍ୟ ପାଇବା ପାଇଁ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ସେ ସଦା ବିଶ୍ୱସ୍ତ।


ସେମାନଙ୍କୁ ଜଗତରୁ ବାହାର କରି ନେବା ପାଇଁ ମୁଁ କହୁ ନାହିଁ; କିନ୍ତୁ ନିବେଦନ କରୁଛି, ଶୟତାନ କବଳରୁ ସେମାନଙ୍କୁ ରକ୍ଷା କର।


ଯେ ତୁମ୍ଭମାନଙ୍କୁ ପତନରୁ ରକ୍ଷା କରିବାକୁ ଓ ତାଙ୍କ ଗୌରବମୟ ଛାମୁରେ ନିର୍ଦ୍ଦୋଷ ଓ ଉଲ୍ଲେସିତ କରି ଉପସ୍ଥାପିତ କରିବାକୁ ସମର୍ଥ,


ଆମକୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ଦିଅ ନାହିଁ। ମନ୍ଦ ଶକ୍ତିର କବଳରୁ ଆମକୁ ରକ୍ଷା କର। (କାରଣ ରାଜତ୍ୱ, ପରାକ୍ରମ, ଗୌରବ ଯୁଗେ ଯୁଗେ ତୁମର, ଆମେନ୍।)


ପ୍ରଭୁ ଜାଣନ୍ତି, କିପରି ଧାର୍ମିକ ଲୋକମାନଙ୍କୁ ସେମାନଙ୍କ ପରୀକ୍ଷାରୁ ରକ୍ଷା କରିବାକୁ ହେବ। ପୁଣି ଦୁଷ୍କର୍ମକାରୀମାନଙ୍କୁ,


ସେ ତୁମ୍ଭମାନଙ୍କୁ ସବୁବେଳେ ସତ୍ କାର୍ଯ୍ୟ କରିବାକୁ ଓ ସତ୍ ବାକ୍ୟ କହିବାକୁ ପ୍ରେରଣା ଓ ଶକ୍ତି ପ୍ରଦାନ କରନ୍ତୁ।


ଆମ ପାପ ସବୁ କ୍ଷମା କର, କାରଣ ଆମ ବିରୁଦ୍ଧରେ ଦୋଷ କରିଥିବା ପ୍ରତ୍ୟେକଙ୍କୁ ଆମେ କ୍ଷମା କରୁ। ଆମକୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ଦିଅ ନାହିଁ’।”


“ତୁମେ ରାଣ ନିୟମ ନ ପକାଇ କେବଳ ‘ହଁ’ କିମ୍ବା ‘ନାହିଁ’ କୁହ। ଏହାଠାରୁ ଅଧିକ କଥା କହି ପ୍ରତିଜ୍ଞା କରିବା ଶୟତାନର ପ୍ରରୋଚନାରୁ ହୁଏ।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କର ଅନନ୍ତ ଗୌରବରେ ଭାଗୀ ହେବା ପାଇଁ, ଦୟାମୟ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ତୁମ୍ଭମାଙ୍କର କ୍ଷଣିକ ଦୁଃଖଭୋଗ ପରେ ସେ ନିଜେ ତୁମ୍ଭମାନଙ୍କୁ ସିଦ୍ଧ, ସୁଦୃଢ଼, ବଳିଷ୍ଠ ଓ ସୁପତିଷ୍ଠିତ କରିବେ।


Swiv nou:

Piblisite


Piblisite