Biblia Todo Logo
Bib sou entènèt

- Piblisite -




୨ ଥେସଲନୀକୀୟ 3:13 - ପବିତ୍ର ବାଇବଲ (CL) NT (BSI)

13 ମାତ୍ର ଭାଇମାନେ, ତୁମେ ସତ୍ କର୍ମ କରିବାରେ କ୍ଲାନ୍ତ ହୁଅ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 କିନ୍ତୁ ହେ ଭ୍ରାତୃବୃନ୍ଦ, ସତ୍କର୍ମ କରିବାରେ ତୁମ୍ଭେମାନେ କ୍ଲା; ନ ହୁଅ।

Gade chapit la Kopi

ଓଡିଆ ବାଇବେଲ

13 କିନ୍ତୁ ହେ ଭାଇମାନେ, ସତ୍କର୍ମ କରିବାରେ ତୁମ୍ଭେମାନେ କ୍ଲାନ୍ତ ହୁଅ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 କିନ୍ତୁ ହେ ଭାଇମାନେ, ସତ୍କର୍ମ କରିବାରେ ତୁମ୍ଭେମାନେ କ୍ଳାନ୍ତ ହୁଅ ନାହିଁ।

Gade chapit la Kopi

ପବିତ୍ର ବାଇବଲ

13 ଭାଇ ଓ ଭଉଣୀମାନେ! ଭଲ କାମ କରିବା ପାଇଁ କେବେ ହେଲେ କ୍ଳାନ୍ତ ହୁଅ ନାହିଁ।

Gade chapit la Kopi




୨ ଥେସଲନୀକୀୟ 3:13
17 Referans Kwoze  

ଭାବି ଦେଖ, ସେ କେତେ ଦୁଃଖ ନ ସହିଛନ୍ତି। ସେ ପାପୀମାନଙ୍କଠାରୁ କେତେ ଲାଞ୍ଚନା ସହ୍ୟ ନ କରିଛନ୍ତି। ତେଣୁ ତୁମ୍ଭେମାନେ ନିରୁତ୍ସାହିତ ହୋଇ ଙାଙ୍ଗି ପଡ଼ି ନାହିଁ।


ଈଶ୍ୱର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସେବା କାର୍ଯ୍ୟ ଦେଇ ଥିପବାରୁ ଆମେ ହତୋସାହ ହେବା ନାହିଁ।


ଏଥିପାଇଁ ଆମେ କେବେ ହତୋତ୍ସାହ ହୋଇ ନାହୁଁ। ଆମ ଶରୀର କ୍ରମେ କ୍ଷୀଣ ହେଉଛି। କିନ୍ତୁ ଆମର ଅନ୍ତରାତ୍ମା ଦିନୁଦିନ ସତେଜ ହେଉଛି।


ତୁମେ ଧୈର୍ଯ୍ୟଶୀଳ। ମୋ’ ନିମନ୍ତେ ଦୁଃଖଭୋଗ କରି ମଧ୍ୟ ହତାଶ ହୋଇ ନାହଁ।


ଈଶ୍ୱର ତାଙ୍କ ସନ୍ତାନ ସ୍ୱରୂପେ ତୁମ୍ଭମାନଙ୍କୁ ଯେଉଁ ଉତ୍ସାହବାଣୀ ଶୁଣାଉଛନ୍ତି, ତାହା କ’ଣ ତୁମ୍ଭେମାନେ ଭୁଲି ଯାଇଛ? “ହେ ମୋର ପୁତ୍ର, ଈଶ୍ୱର ତୁମକୁ ଶାସନ କଲାବେଳେ ମନୋଯୋଗୀ ହୁଅ। ସେ ତୁମକୁ ଉର୍ତ୍ସାନାକଲାବେଳେ ନିରୁତ୍ସାହ ହୁଅ ନାହିଁ।


ପରିଶେଷରେ, ଭାଇମାନେ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କିପରି ଜୀବନ ଯାପନ କରିବାକୁ ହେବ, ତାହା ଆମଠାରୁ ଶିକ୍ଷା କରିଛ। ଅବଶ୍ୟ ସେହିପରି ଭାବେ ତୁମ୍ଭେମାନେ ଜୀବନ ଯାପନ କରି ଆସୁଅଛ, କିନ୍ତୁ ଏହାଠାରୁ କିଛି ଅଧିକ କରିବାକୁ ତୁମ୍ଭମାନଙ୍କୁ ଆମେ ଏବେ ପ୍ରଭୁ ଯୀଶୁଙ୍କ ନାମରେ ବିନତି କରୁଛୁ।


ହତାଶ ନ ହୋଇ ପ୍ରାର୍ଥନାରେ ନିବିଷ୍ଟ ରହିବା ଯେ କର୍ତ୍ତବ୍ୟ, ଏହା ଯୀଶୁ ଶିଷ୍ୟମାନଙ୍କୁ ବୁଝାଇବା ପାଇଁ ଗୋଟିଏ ଦୃଷ୍ଟାନ୍ତ ଦେଲେ।


ମୁଁ ପ୍ରାର୍ଥନା କରେ, ଯେପରି ପ୍ରକୃତ ଜ୍ଞାନ ଓ ନ୍ୟାୟ ବିଚାର ସହିତ ତୁମ୍ଭମାନଙ୍କର ପ୍ରେମ ଅଧିକରୁ ଅଧିକତର ବୃଦ୍ଧି ପାଇବ


କେତେ ଜଣ ଗୌରବ, ସମ୍ମାନ ଓ ଅମରତ୍ୱ ପ୍ରାପ୍ତି ଆଶାରେ ଧୈର୍ଯ୍ୟର ସହିତ ସତ୍‍କର୍ମ କରି ଯାଆନ୍ତି, ସେମାନଙ୍କୁ ଈଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ।


ସଚରାଚର ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ଶାସନାଧୀନ ହେବା ପରେ, ସେ ନିଜେ ପିତା ଈଶ୍ୱରଙ୍କ ଅଧୀନ ହେବେ ଏବଂ ସମଗ୍ର ବିଶ୍ୱ ଉପରେ ଈଶ୍ୱରଙ୍କ ରାଜତ୍ୱ ସମ୍ପୂର୍ଣ୍ଣ ହେବ।


ତାହାହେଲେ, ସେ ଲଜ୍ଜିତ ହେବ। କିନ୍ତୁ ତା’ ପ୍ରତି ଶତ୍ରୁତା ଆଚରଣ ନ କରି, ଭାଇ ପରି ତାକୁ ସତର୍କ କରିଦିଅ।


Swiv nou:

Piblisite


Piblisite