Biblia Todo Logo
Bib sou entènèt

- Piblisite -




୨ ଥେସଲନୀକୀୟ 3:12 - ପବିତ୍ର ବାଇବଲ (CL) NT (BSI)

12 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମେ ସେହି ଲୋକମାନଙ୍କୁ ସତର୍କ କରି ଆଦେଶ ଦେଉଛୁ, ସେମାନେ ଜୀବନରେ ଆଉ ଟିକିଏ ସଂଯତ ହୋଇ ନିଜର ଜୀବିକା ଉପାର୍ଜନ କରନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଏହିପ୍ରକାର ଲୋକମାନଙ୍କୁ ଶା; ଭାବରେ କାର୍ଯ୍ୟ କରି ନିଜ ନିଜର ଅନ୍ନ ଭୋଜନ କରିବାକୁ ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଓ ଚେତନା ଦେଉଅଛୁ।

Gade chapit la Kopi

ଓଡିଆ ବାଇବେଲ

12 ଏହି ପ୍ରକାର ଲୋକମାନଙ୍କୁ ଶାନ୍ତ ଭାବରେ କାର୍ଯ୍ୟ କରି ନିଜ ନିଜର ଖାଦ୍ୟ ଖାଇବାକୁ ଆମ୍ଭେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଓ ଚେତନା ଦେଉଅଛୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏହି ପ୍ରକାର ଲୋକମାନଙ୍କୁ ଶାନ୍ତ ଭାବରେ କାର୍ଯ୍ୟ କରି ନିଜ ନିଜର ଖାଦ୍ୟ ଖାଇବାକୁ ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଓ ଚେତନା ଦେଉଅଛୁ।

Gade chapit la Kopi

ପବିତ୍ର ବାଇବଲ

12 ଆମ୍ଭେ ସେମାନଙ୍କୁ ଆଦେଶ ଦେଉଛୁ ଯେ, ସେମାନେ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିବା ଛାଡ଼ିଦିଅନ୍ତୁ। ସେମାନେ କର୍ମ କରି ନିଜର ଖାଦ୍ୟ ପାଇଁ ଉପାର୍ଜନ କରନ୍ତୁ। ଏଭଳି ଲୋକମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେ ଅନୁରୋଧ କରୁଛୁ ଯେ, ସେମାନେ ଏପରି କରନ୍ତୁ।

Gade chapit la Kopi




୨ ଥେସଲନୀକୀୟ 3:12
9 Referans Kwoze  

ଆଗରୁ ଯେପରି କହିଥିଲୁ, ଶାନ୍ତିରେ ଜୀବନ ଯାପନ କରିବା, ନିଜ କାର୍ଯ୍ୟରେ ମନୋନିବେଶ କରିବା ଓ ନିଜ ନିଜର ଜୀବିକା ଉପାର୍ଜନ କରିବା ତୁମ୍ଭମାନଙ୍କର ଲକ୍ଷ୍ୟ ହେଉ।


ଚୋର ଆଉ ଚୋରି ନ କରୁ। ସଦୁପାୟରେ ନିଜର ଜୀବିକା ଉପାର୍ଜନ ପାଇଁ ଓ ଦରିଦ୍ରମାନଙ୍କୁ ସାହାଯ୍ୟ କରିବା ପାଇଁ ସେ କାମ କରୁ।


ବିନାମୂଲ୍ୟରେ ଆମେ କାହାଠାରୁ ଅନ୍ନ ଗ୍ରହଣ କରି ନ ଥିଲୁ। ବରଂ କାହାରି ଉପରେ ବୋଝ ନ ହେବା ପାଇଁ ଆମେ କଷ୍ଟ ସ୍ୱୀକାର କରି ଦିନ ରାତି ପରିଶ୍ରମ କରିଥିଲୁ।


ପରିଶେଷରେ, ଭାଇମାନେ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କିପରି ଜୀବନ ଯାପନ କରିବାକୁ ହେବ, ତାହା ଆମଠାରୁ ଶିକ୍ଷା କରିଛ। ଅବଶ୍ୟ ସେହିପରି ଭାବେ ତୁମ୍ଭେମାନେ ଜୀବନ ଯାପନ କରି ଆସୁଅଛ, କିନ୍ତୁ ଏହାଠାରୁ କିଛି ଅଧିକ କରିବାକୁ ତୁମ୍ଭମାନଙ୍କୁ ଆମେ ଏବେ ପ୍ରଭୁ ଯୀଶୁଙ୍କ ନାମରେ ବିନତି କରୁଛୁ।


ଆମକୁ ଆବଶ୍ୟକୀୟ ଦୈନିକ ଆହାର ଦିଅ।


ଅନ୍ୟାନ୍ୟ ଶାସକବର୍ଗ ତଥା ସର୍ବସାଧାରଣଙ୍କ ନିମନ୍ତେ ଈଶ୍ୱରଙ୍କୁ ପ୍ରାର୍ଥନା, ନିବେଦନ ଓ ଧନ୍ୟବାଦ ଜଣାଇବ - ଆମ୍ଭେମାନେ ଯେପରି ଈଶ୍ୱର ଭକ୍ତିରେ ଅବିଚଳିତ ରହିବୁ ଓ ଅନ୍ୟମାନଙ୍କ ପ୍ରତି ସଦାଚରଣ କରି ସୁଖ ଶାନ୍ତିରେ ଜୀବନ ଯାପନ କରିପାରିବୁ।


Swiv nou:

Piblisite


Piblisite