Biblia Todo Logo
Bib sou entènèt

- Piblisite -




୨ ଥେସଲନୀକୀୟ 3:10 - ପବିତ୍ର ବାଇବଲ (CL) NT (BSI)

10 ତୁମ୍ଭମାନଙ୍କ ସଙ୍ଗରେ ଥିବାବେଳେ ଆମେ ତୁମ୍ଭମାନଙ୍କୁ କହିଥିଲୁ, “ଯେଉଁ ଲୋକ କାର୍ଯ୍ୟ କରେ ନାହିଁ, ସେ ଭୋଜନ ନ କରୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କାରଣ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲୁ, ଯେକେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ।

Gade chapit la Kopi

ଓଡିଆ ବାଇବେଲ

10 କାରଣ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲୁ, ଯେ କେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କାରଣ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲୁ, ଯେ କେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ।

Gade chapit la Kopi

ପବିତ୍ର ବାଇବଲ

10 ତୁମ୍ଭମାନଙ୍କ ସହିତ ଥିଲାବେଳେ ଆମ୍ଭେ ତୁମ୍ଭମାନଙ୍କୁ ଗୋଟିଏ ନିୟମ ଶିଖାଇଥିଲୁ: “ଯଦି ଜଣେ କାମ ନ କରିବ, ତା'ହେଲେ ସେ ଖାଇବ ନାହିଁ।”

Gade chapit la Kopi




୨ ଥେସଲନୀକୀୟ 3:10
11 Referans Kwoze  

ଆଗରୁ ଯେପରି କହିଥିଲୁ, ଶାନ୍ତିରେ ଜୀବନ ଯାପନ କରିବା, ନିଜ କାର୍ଯ୍ୟରେ ମନୋନିବେଶ କରିବା ଓ ନିଜ ନିଜର ଜୀବିକା ଉପାର୍ଜନ କରିବା ତୁମ୍ଭମାନଙ୍କର ଲକ୍ଷ୍ୟ ହେଉ।


ତୁମ୍ଭମାନଙ୍କ ସହିତ ଥିବାବେଳେ, ଆମେ ବହୁ ପୂର୍ବରୁ ଜଣାଇ ଦେଇଥିଲୁ ଯେ, ଆମ୍ଭମାନଙ୍କୁ ନିର୍ଯ୍ୟାତନା ଭୋଗ କରିବାକୁ ହେବ। ଏବେ ତୁମ୍ଭେମାନେ ଜାଣୁଛ ଯେ, ଠିକ୍ ତାହା ହିଁ ଘଟିଲା।


ତୁମ୍ଭମାନଙ୍କୁ ମୁଁ ଏହି ସବୁ କଥା କହି ରଖିବାର ଉଦ୍ଦେଶ୍ୟ ହେଉଛି, ଏସବୁ ଘଟିଲେ, ତୁମ୍ଭେମାନେ ସ୍ମରଣ କରିବ ଯେ, ମୁଁ ଆଗରୁ ଏ ବିଷୟରେ କହିଥିଲି। “ଆରମ୍ଭରୁ ମୁଁ ତୁମ୍ଭମାନଙ୍କୁ ଏିହ ବିଷୟ କହି ନ ଥିଲି, କାରଣ ମୁଁ ତୁମ ସଙ୍ଗରେ ଥିଲି।


ସେମାନେ ଆସି ଉପସ୍ଥିତ ହେବାରୁ ପାଉଲ କହିଲେ, “ଆସିଆ ପ୍ରଦେଶରେ ପହଞ୍ଚିବାର ପ୍ରଥମ ଦିନଠାରୁ ମୁଁ କିପରି ତୁମ୍ଭମାନଙ୍କ ସହିତ ଅଧିକାଂଶ ସମୟ ଅତିବାହିତ କରିଛି, ତାହା ତୁମ୍ଭେମାନେ ଜାଣ।


ତା’ପରେ ସେ ସେମାନଙ୍କୁ କହିଲେ, “ମୁଁ ତୁମ ସଙ୍ଗରେ ଥିବା ସମୟରେ ଠିକ୍ ଏହି କଥା ସବୁ କହିଥିଲି। ମୋଶାଙ୍କ ବ୍ୟବସ୍ଥା, ଭାବବାଦୀ ଗ୍ରନ୍ଥ ଓ ଦାଉଦଙ୍କ ଗୀତଗୁଡ଼ିକରେ ମୋ’ ବିଷୟରେ ଉଲ୍ଲିଖିତ ହୋଇଥିବା ପ୍ରତ୍ୟେକ ବିଷୟ ସଫଳ ହୋଇଛି।”


ତୁମ୍ଭମାନଙ୍କର କ’ଣ ସ୍ମରଣ ନାହିଁ? ମୁଁ ତୁମ ସଙ୍ଗରେ ଥିବାବେଳେ ତୁମ୍ଭମାନଙ୍କୁ ଏ ସବୁ ବିଷୟ କହିଥିଲି।


Swiv nou:

Piblisite


Piblisite