Biblia Todo Logo
Bib sou entènèt

- Piblisite -




୨ ଥେସଲନୀକୀୟ 2:2 - ପବିତ୍ର ବାଇବଲ (CL) NT (BSI)

2 ପ୍ରଭୁଙ୍କର ଦିନ ଆସି ଯାଇଛି ବୋଲି କାହାଠାରୁ ଶୁଣି ତୁମେ ବିଚଳିତ ବା ବିଭ୍ରାନ୍ତ ହୁଅ ନାହିଁ। ଆମେ ପ୍ରଚାର କରିବା ସମୟରେ ଏଭଳି କିଛି କଥା କହିଛୁ କିମ୍ବା ଏ ସମ୍ପର୍କରେ କିଛି ଲେଖି ଜଣାଇଛୁ ବୋଲି କେତେକଙ୍କର ଧାରଣା ଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ପ୍ରଭୁଙ୍କ ଦିନ ଉପସ୍ଥିତ ହେଲାଣି ବୋଲି ତୁମ୍ଭେମାନେ କୌଣସି ଆତ୍ମା କି ବାକ୍ୟ କି ଆମ୍ଭମାନଙ୍କ ଦ୍ଵାରା ଲିଖିତ ବୋଲି ମନେ କରି କୌଣସି ପତ୍ର ଦ୍ଵାରା ଶୀଘ୍ର ବିଚଳିତ ଓ ଉଦ୍ବିଗ୍ନ ନ ହୁଅ।

Gade chapit la Kopi

ଓଡିଆ ବାଇବେଲ

2 ପ୍ରଭୁଙ୍କ ଦିନ ଉପସ୍ଥିତ ହେଲାଣି ବୋଲି ତୁମ୍ଭେମାନେ କୌଣସି ଆତ୍ମା କି ବାକ୍ୟ କି ଆମ୍ଭମାନଙ୍କ ଦ୍ୱାରା ଲେଖାଯାଇଅଛି ବୋଲି ମନେ କରି କୌଣସି ପତ୍ର ଦ୍ୱାରା ଶୀଘ୍ର ବିଚଳିତ ଓ ଉଦ୍ବିଗ୍ନ ନ ହୁଅ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପ୍ରଭୁଙ୍କ ଆଗମନର ଦିନ ଉପସ୍ଥିତ ହେଲାଣି ବୋଲି ତୁମ୍ଭେମାନେ କୌଣସି ଆତ୍ମା କି ବାକ୍ୟ କି ଆମ୍ଭମାନଙ୍କ ଦ୍ୱାରା ଲେଖାଯାଇଅଛି ବୋଲି ମନେ କରି କୌଣସି ପତ୍ର ଦ୍ୱାରା ଶୀଘ୍ର ବିଚଳିତ ଓ ଉଦ୍‍ବିଗ୍ନ ନ ହୁଅ;

Gade chapit la Kopi

ପବିତ୍ର ବାଇବଲ

2 ଯଦି ତୁମ୍ଭେମାନେ ଶୁଣ ଯେ, ପ୍ରଭୁଙ୍କର ସେହି ଦିନଟି ଆସିଗଲାଣି, ତୁମ୍ଭେମାନେ ଚିନ୍ତାରେ ସହଜରେ ବିବ୍ରତ ହୋଇ ଯାଅ ନାହିଁ କି ଭୟ କର ନାହିଁ। କେତେଜଣ ଏହାକୁ କୌଣସି ଭବିଷ୍ୟ‌‌ଦ୍‌‌‌‌ବାଣୀ ବା କୌଣସି ସମ୍ବାଦ ବୋଲି କହି ପାରନ୍ତି, କିମ୍ବା କେତେକ ଲୋକ ଏହାକୁ ଆମ୍ଭର ଏକ ଚିଠି ବୋଲି କହି ପାରନ୍ତି ଓ ଦାବି କରି ପାରନ୍ତି ଯେ, ଆମ୍ଭମାନଙ୍କ ଦ୍ୱାରା ଏହି ପତ୍ର ଲେଖାଯାଇଅଛି।

Gade chapit la Kopi




୨ ଥେସଲନୀକୀୟ 2:2
27 Referans Kwoze  

ନିକଟବର୍ତ୍ତୀ ଯୁଦ୍ଧର ଶବ୍ଦ ବା ଦୂରବର୍ତ୍ତୀ ଯୁଦ୍ଧର ସମ୍ବାଦ ଶୁଣି ତୁମ୍ଭେମାନେ ଆତଙ୍କିତ ହୁଅ ନାହିଁ। ଏଭଳି ଅନେକ ଘଟଣା ନିଶ୍ଚୟ ଘଟିଯିବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଅନ୍ତିମକାଳ ଉପସ୍ଥିତ।


ପ୍ରଭୁ ତୁମ ସମସ୍ତଙ୍କର ନିକଟରେ ରହନ୍ତୁ। ମୁଁ ନିଜ ହାତରେ ଏହା ଲେଖୁଛି - “ପାଉଲଙ୍କଠାରୁ ଶୁଭେଚ୍ଛା” ମୋର ସମସ୍ତ ପତ୍ର ମୁଁ ଏହିପରିଭାବେ ସ୍ୱାକ୍ଷରିତ କରି ଲେଖିଥାଏ।


ଯୁଦ୍ଧ ଓ ବିପ୍ଲବର କଥା ଶୁଣିଲେ ଭୟ କର ନାହିଁ। ସେସବୁ ଅବଶ୍ୟ ଘଟିବ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଶେଷ ସମୟ ସନ୍ନିକଟ।”


ଆମେ ଏବେ ତୁମ୍ଭମାନଙ୍କୁ ଯେଉଁ ଶିକ୍ଷା ଦେଉଛୁ, ତାହା ପ୍ରଭୁଙ୍କର ଶିକ୍ଷା। ପ୍ରଭୁଙ୍କ ଆଗମନ ସମୟରେ ଆମେ ଯେଉଁମାନେ ଜୀବିତ ଥିବୁ, ପୂର୍ବରୁ ପରଲୋକପ୍ରାପ୍ତ ହୋଇଥିବା ଲୋକଙ୍କଠାରୁ ଆଗୁଆ ହୋଇ ଚାଲିଯିବୁ ନାହିଁ।


ସେ ମଧ୍ୟ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା କରିବେ। ଫଳରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ “ଦିବସ”ରେ ତୁମ୍ଭେମାନେ ନିର୍ଦ୍ଦୋଷ ବିବେଚିତ ହେବ।


ଯୀଶୁ କହିଲେ, “ତୁମ୍ଭେମାନେ ଉଦ୍ବିଗ୍ନ ହୁଅ ନାହିଁ।” ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରୁଛ। ମୋ’ଠାରେ ମଧ୍ୟ ବିଶ୍ୱାସ କର।


ଧୈର୍ଯ୍ୟ ଧରି ଏ ସବୁର ସମ୍ମୁଖୀନ ହୁଅ, ତାହାହେଲେ ତୁମ ଆତ୍ମାର ସୁରକ୍ଷା କରି ପାରିବ।”


କାରଣ ନିଜକୁ ମସୀହ ବା ଭାବବାଦୀ ବୋଲାଉଥିବା ପ୍ରଚାରକମାନେ ସେତେବେଳେ ଦେଖାଦେବେ। ସେମାନେ ଅଲୌକିକ ଓ ବିସ୍ମୟଜନକ କାର୍ଯ୍ୟ ଦେଖାଇ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ଭଣ୍ଡାଇବେ।


ସେହି ଯୁଦ୍ଧରେ ପଶୁ ଓ ତା’ ସମ୍ମୁଖରେ ଅଲୌକିକ କାର୍ଯ୍ୟ କରୁଥିବା ସେହି ଭଣ୍ଡ ଭାବବାଦୀ ଧରାପଡ଼ି ବନ୍ଦୀ ହେଲେ। ଯେଉଁମାନଙ୍କଠାରେ ପଶୁ-ଚିହ୍ନ ଥିଲା ଓ ଯେଉଁମାନେ ତା’ର ପ୍ରତିମୂର୍ତ୍ତିକୁ ପୂଜା କରୁଥିଲେ, ପଶୁ ତା’ର ଅଲୌକିକ କାର୍ଯ୍ୟ ଦ୍ୱାରା ସେମାନଙ୍କୁ ପ୍ରତାରିତ କରିଥିଲା। ପଶୁ ଓ ଉକ୍ତ ଭଣ୍ଡ ଭାବବାଦୀ ଗନ୍ଧକ ଜଳୁଥିବା ଅଗ୍ନି ହ୍ରଦରେ ଜୀଅନ୍ତା ନିକ୍ଷିପ୍ତ ହେଲେ।


ତୁମ୍ଭମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଯୋଗୁଁ କେହି ଯେପରି ପଥଚ୍ୟୁତ ନ ହୁଏ, ଏଥିପାଇଁ ସେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ। ଅବଶ୍ୟ ତୁମ୍ଭେମାନେ ଜାଣ, ଆମେ ଏହିପରି ଭାବରେ ନିର୍ଯ୍ୟାତିତ ହେଉ, ଏହା ଈଶ୍ୱରଙ୍କ ଇଚ୍ଛା।


ନିରର୍ଥକ କଥା କହି କେହି ତୁମକୁ ପ୍ରତାରଣା ନ କରୁ। ଏ ସବୁ କୁକର୍ମ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କରନ୍ତି, ସେମାନଙ୍କ ପ୍ରତି ତାଙ୍କର କ୍ରୋଧ ପ୍ରଜ୍ଜ୍ୱଳିତ ହେବ।


ତେଣୁ ହେ ଭାଇମାନେ, ଆମ ପ୍ରଚାର ଓ ଆମ ପତ୍ରରେ ଆମେ ତୁମ୍ଭମାନଙ୍କ ନିକଟରେ ଯେଉଁ ସତ୍ୟ ପ୍ରକାଶ କରିଛୁ, ତାହାକୁ ଦୃଢ଼ ଭାବରେ ଧରି ରଖ; ସେଥିରେ ଅବିଚଳିତ ରୁହ।


କାରଣ ତୁମ୍ଭେମାନେ ଉତ୍ତମ ରୂପେ ଜାଣ ଯେ, ରାତିରେ ଚୋର ପଶିବା ପରି ପ୍ରଭୁଙ୍କ ଦିନ ଆସି ପହଞ୍ଚିବ।


“ତୁମ୍ଭମାନଙ୍କ ନିକଟରେ ମୁଁ ଗୋଟିଏ ବିଷୟ ଛାଡ଼ି ଯାଉଛି। - ତାହା ହେଉଛି, ଶାନ୍ତି। ମୋ’ ନିଜର ଶାନ୍ତି ମୁଁ ତୁମ୍ଭମାନଙ୍କୁ ଦାନ କରି ଯାଉଛି। ଜଗତ ଦାନ କରୁଥିବା ଶାନ୍ତି ପରି ଏହା ନୁହେଁ। ଚିନ୍ତିତ ବା ବିଚଳିତ ହୁଅ ନାହିଁ। ଭୟବିହ୍ୱଳ ହୁଅ ନାହିଁ।


ଆସନ୍ନ ଦୁର୍ଦ୍ଦଶା ଦୃଷ୍ଟିରୁ ମୁଁ ମନେକରେ; ଜଣେ ବ୍ୟକ୍ତି ଯେପରି ଅଛି, ସେପରି ରହିବା ଆବଶ୍ୟକ।


କିନ୍ତୁ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ଶକ୍ତି ପ୍ରଚାରକର ଆୟତ୍ତାଧୀନ ହେବା ଉଚିତ୍।


Swiv nou:

Piblisite


Piblisite