Biblia Todo Logo
Bib sou entènèt

- Piblisite -




୨ ଥେସଲନୀକୀୟ 2:17 - ପବିତ୍ର ବାଇବଲ (CL) NT (BSI)

17 ସେ ତୁମ୍ଭମାନଙ୍କୁ ସବୁବେଳେ ସତ୍ କାର୍ଯ୍ୟ କରିବାକୁ ଓ ସତ୍ ବାକ୍ୟ କହିବାକୁ ପ୍ରେରଣା ଓ ଶକ୍ତି ପ୍ରଦାନ କରନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ସେ ନିଜେ ତୁମ୍ଭମାନଙ୍କ ହୃଦୟକୁ ସାନ୍ତ୍ଵନା ଦେଇ ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ କର୍ମ ଓ ବାକ୍ୟରେ ସୁସ୍ଥିର କରନ୍ତୁ।

Gade chapit la Kopi

ଓଡିଆ ବାଇବେଲ

17 ସେ ନିଜେ ତୁମ୍ଭମାନଙ୍କ ହୃଦୟକୁ ସାନ୍ତ୍ୱନା ଦେଇ ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ କର୍ମ ଓ ବାକ୍ୟରେ ସୁସ୍ଥିର କରନ୍ତୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ସେ ନିଜେ ତୁମ୍ଭମାନଙ୍କ ହୃଦୟକୁ ସାନ୍ତ୍ୱନା ଦେଇ ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ କର୍ମ ଓ ବାକ୍ୟରେ ସୁସ୍ଥିର କରନ୍ତୁ।

Gade chapit la Kopi




୨ ଥେସଲନୀକୀୟ 2:17
22 Referans Kwoze  

କିନ୍ତୁ ପ୍ରଭୁ ବିଶ୍ୱସ୍ତ! ସେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବେ ଓ ପାପାତ୍ମାଠାରୁ ରକ୍ଷା କରିବେ।


ଏହିପରି ଭାବେ ସେ ତୁମ୍ଭମାନଙ୍କୁ ବଳିଷ୍ଠ କରିବେ। ତାହାହେଲେ, ଆମ ପ୍ରଭୁ ଯୀଶୁ ଯେତେବେଳେ ସ୍ୱର୍ଗଦୂତମାନଙ୍କ ଗହଣରେ ଫେରି ଆସିବେ, ସେତେବେଳେ ତୁମ୍ଭେମାନେ ପିତା ଈଶ୍ୱରଙ୍କ ସମ୍ମୁଖରେ ସିଦ୍ଧ ଓ ପବିତ୍ର ହୋଇପାରିଥିବ।


କିନ୍ତୁ ତୁମକୁ ବଳିଷ୍ଠ କରିବାକୁ ଓ ତୁମର ବିଶ୍ୱାସ ଦୃଢ଼ କରିବା ପାଇଁ ତୁମ ନିକଟକୁ ଆମ ଭାଇ ତୀମଥିଙ୍କୁ ପଠାଇବୁ। ସେ ଆମ ସହିତ ଖ୍ରୀଷ୍ଟଙ୍କ ଶୁଭ ବାର୍ତ୍ତା ପ୍ରଚାର କରି ଈଶ୍ୱରଙ୍କ ସେବା କରୁଛନ୍ତି।


ଯେ ତୁମ୍ଭମାନଙ୍କୁ ପତନରୁ ରକ୍ଷା କରିବାକୁ ଓ ତାଙ୍କ ଗୌରବମୟ ଛାମୁରେ ନିର୍ଦ୍ଦୋଷ ଓ ଉଲ୍ଲେସିତ କରି ଉପସ୍ଥାପିତ କରିବାକୁ ସମର୍ଥ,


ତୁମ୍ଭମାନଙ୍କର ଭିତ୍ତିମୂଳ ତାଙ୍କ ଉପରେ ଦୃଢ଼ ରୂପେ ସ୍ଥାପନ କରି ଜୀବନ ଗଠନ କର ଓ ତୁମେ ପ୍ରାପ୍ତ ହୋଇଥିବା ଶିକ୍ଷାନୁଯାୟୀ ବିଶ୍ୱାସରେ ଅଧିକ ବଳିଷ୍ଠ ହୁଅ। ତୁମ୍ଭମାନଙ୍କର ହୃଦୟ କୃତଜ୍ଞତାରେ ପରିପୂର୍ଣ୍ଣ ହେଉ।


ସେ ମଧ୍ୟ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା କରିବେ। ଫଳରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ “ଦିବସ”ରେ ତୁମ୍ଭେମାନେ ନିର୍ଦ୍ଦୋଷ ବିବେଚିତ ହେବ।


ସମସ୍ତ ଭରସାର ଆଧାର, ଈଶ୍ୱର ତୁମ୍ଭମାନଙ୍କ ବିଶ୍ୱାସ ଯୋଗୁଁ ତୁମ୍ଭମାନଙ୍କୁ ଆନନ୍ଦ ଓ ଶାନ୍ତିରେ ପୂର୍ଣ୍ଣ କରନ୍ତୁ। ପବିତ୍ରଆତ୍ମାଙ୍କ ଶକ୍ତିରେ ତୁମମାନଙ୍କର ଭରସା ବୃଦ୍ଧି ପାଉ।


ପିଲାମାନେ, ଆମର ପ୍ରେମ କେବଳ କଥାରେ ଓ ବାକ୍ୟାଳାପରେ ପ୍ରକାଶ ପାଇଲେ ଯଥେଷ୍ଟ ହେବ ନାହିଁ; ତାହାକୁ କାର୍ଯ୍ୟରେ ଦେଖାଇବାକୁ ହେବ।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କର ଅନନ୍ତ ଗୌରବରେ ଭାଗୀ ହେବା ପାଇଁ, ଦୟାମୟ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ତୁମ୍ଭମାଙ୍କର କ୍ଷଣିକ ଦୁଃଖଭୋଗ ପରେ ସେ ନିଜେ ତୁମ୍ଭମାନଙ୍କୁ ସିଦ୍ଧ, ସୁଦୃଢ଼, ବଳିଷ୍ଠ ଓ ସୁପତିଷ୍ଠିତ କରିବେ।


ନାନାଦି ଭ୍ରାନ୍ତିମୂଳକ ଧର୍ମଶିକ୍ଷା ତୁମ୍ଭମାନଙ୍କୁ ସତ୍ପଥରୁ ବିଚ୍ୟୁତ ନ କରୁ। ଈଶ୍ୱରଙ୍କ ଅନୁଗ୍ରହରୁ ଅନ୍ତରାତ୍ମା ପାଇଁ ଶକ୍ତି ସଂଗ୍ରହ କରିବା ମଙ୍ଗଳ, ଖାଦ୍ୟପେୟ ସମ୍ବନ୍ଧୀୟ ନିୟମ ପାଳନ ଦ୍ୱାରା ଏହା ହୋଇପାରେ ନାହିଁ।ଉକ୍ତ ବାହ୍ୟିକ ବିଧିସବୁ ପାଳନ କରୁଥିବା ଲୋକମାନେ ସେଥିରୁ କୌଣସି ଉପକାର ପାଇ ନାହିଁନ୍ନତି।


ଆମର ଯେଉଁ ପ୍ରଭୁ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଓ ପିତା ଈଶ୍ୱର ଆମକୁ ପ୍ରେମ କରି ତାଙ୍କର ଅନୁଗ୍ରହ ଦ୍ୱାରା ଆମକୁ ଅଦମ୍ୟ ସାହସ ଓ ଦୃଢ଼ ଭରସା ଦାନ କରିଛନ୍ତି,


ସ୍ୱୟଂ ଈଶ୍ୱର ଯୀଶୁ ଖ୍ରୀଷ୍ଟଠାରେ ତୁମ୍ଭମାନଙ୍କର ଓ ଆମ ଜୀବନକୁ ଏକୀଭୂତ କରି ସୁରକ୍ଷା କରିଛନ୍ତି।


ଆସ, ଈଶ୍ୱରଙ୍କୁ ଗୌରବାନ୍ୱିତ କରିବା। ମୁଁ ପ୍ରଚାର କରୁଥିବା ଯୀଶୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ଶୁଭ ବାର୍ତ୍ତା ଓ ଯୁଗ ଯୁଗ ଧରି ଗୁପ୍ତ ରହିଥିବା ନିଗୂଢ଼ ସତ୍ୟ ଅନୁଯାୟୀ ତୁମ୍ଭମାନଙ୍କ ବିଶ୍ୱାସକୁ ଅଟଳ ରଖିବା ପାଇଁ ଈଶ୍ୱର ସମର୍ଥ।


ତୁମ୍ଭମାନଙ୍କ ନିକଟକୁ ଆସି ମୁଁ ପାଇଥିବା ଆଧ୍ୟାତ୍ମିକ ଦାନ ବିଷୟ ତୁମ୍ଭମାନଙ୍କୁ ଜଣାଇବା ଦ୍ୱାରା ତୁମ୍ଭମାନଙ୍କ ବିଶ୍ୱାସକୁ ବଳିଷ୍ଠ କରିବି, ଏହା ମୋର ଏକାନ୍ତ ଇଚ୍ଛା।


Swiv nou:

Piblisite


Piblisite