Biblia Todo Logo
Bib sou entènèt

- Piblisite -




୨ ଥେସଲନୀକୀୟ 2:16 - ପବିତ୍ର ବାଇବଲ (CL) NT (BSI)

16 ଆମର ଯେଉଁ ପ୍ରଭୁ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଓ ପିତା ଈଶ୍ୱର ଆମକୁ ପ୍ରେମ କରି ତାଙ୍କର ଅନୁଗ୍ରହ ଦ୍ୱାରା ଆମକୁ ଅଦମ୍ୟ ସାହସ ଓ ଦୃଢ଼ ଭରସା ଦାନ କରିଛନ୍ତି,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ, ଆଉ ଆମ୍ଭମାନଙ୍କ ଯେଉଁ ପିତା ଈଶ୍ଵର ଆମ୍ଭମାନଙ୍କୁ ପ୍ରେମ କରି ଅନୁଗ୍ରହରେ ଆମ୍ଭମାନଙ୍କୁ ଅନ; ସାନ୍ତ୍ଵନା ଓ ଉତ୍ତମ ଭରସା ଦେଇଅଛନ୍ତି,

Gade chapit la Kopi

ଓଡିଆ ବାଇବେଲ

16 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ, ଆଉ ଆମ୍ଭମାନଙ୍କ ଯେଉଁ ପିତା ଈଶ୍ୱର ଆମ୍ଭମାନଙ୍କୁ ପ୍ରେମ କରି ଅନୁଗ୍ରହରେ ଆମ୍ଭମାନଙ୍କୁ ଅନନ୍ତ ସାନ୍ତ୍ୱନା ଓ ଉତ୍ତମ ଭରସା ଦେଇଅଛନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ, ଆଉ ଆମ୍ଭମାନଙ୍କ ଯେଉଁ ପିତା ଈଶ୍ବର ଆମ୍ଭମାନଙ୍କୁ ପ୍ରେମ କରି ଅନୁଗ୍ରହରେ ଆମ୍ଭମାନଙ୍କୁ ଅନନ୍ତ ସାନ୍ତ୍ୱନା ଓ ଉତ୍ତମ ଭରସା ଦେଇଅଛନ୍ତି,

Gade chapit la Kopi

ପବିତ୍ର ବାଇବଲ

16-17 ତୁମ୍ଭମାନଙ୍କ ପାଇଁ ପ୍ରତ୍ୟେକ ଉତ୍ତମ କାର୍ଯ୍ୟ କରିବାକୁ ଓ ପ୍ରତ୍ୟେକ ଉତ୍ତମ କଥା କହିବା ପାଇଁ ସକ୍ଷମ ହେବ। ସେଥିପାଇଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଓ ଆମ୍ଭର ପରମପିତା ଓ ପରମେଶ୍ୱର ତୁମ୍ଭମାନଙ୍କୁ ଉତ୍ସାହ ଓ ଶକ୍ତି ପ୍ରଦାନ କରନ୍ତୁ ଓ ସାନ୍ତ୍ୱନା ଦିଅନ୍ତୁ, ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ। ପରମେଶ୍ୱର ଆମ୍ଭକୁ ପ୍ରେମ କରନ୍ତି। ନିଜ ଅନୁଗ୍ରହ ମାଧ୍ୟମରେ ସେ ଆମ୍ଭକୁ ଅନନ୍ତକାଳସ୍ଥାୟୀ ଉତ୍ସାହ ଓ ଉତ୍ତମ ଭରସା ଦେଇଛନ୍ତି।

Gade chapit la Kopi




୨ ଥେସଲନୀକୀୟ 2:16
46 Referans Kwoze  

ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ନିଜର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ- ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ।


ଆବହମାନ କାଳରୁ ଈଶ୍ୱର ଆମକୁ ଏହି ଜୀବନ ଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି - ଈଶ୍ୱର ମିଥ୍ୟାବାଦୀ ନୁହନ୍ତି।


ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ଆମ ପିତା ଈଶ୍ୱର ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଆମ ପଥ ପ୍ରସ୍ତୁତ କରି ଦିଅନ୍ତୁ।


ଏବଂ ମୃତ୍ୟୁରୁ ପୁନରୁତ୍ôଥତ ସର୍ବପ୍ରଥମ, ବିଶ୍ୱସ୍ତ ସାକ୍ଷ୍ୟଦାତା ଓ ରାଜାଧିରାଜ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭ ପ୍ରତି ହେଉ। ସେ ଆମକୁ ପ୍ରେମ କରନ୍ତି ଓ ତାଙ୍କର ମୃତ୍ୟୁ ଦ୍ୱାରା ଆମକୁ ପାପରୁ ପରିତ୍ରାଣ କରିଅଛନ୍ତି


ତୁମ୍ଭେମାନେ ଏକ ଦୃଢ଼ ଓ ନିଶ୍ଚିତ ମୂଳଦୁଆ ଉପରେ ସଂସ୍ଥାପିତ ହୋଇ ରହିଥାଅ ଓ ସୁସମାଚାର ଶୁଣିବା ସମୟରେ ଯେଉଁ ଭରସା ଲାଭ କରିଥିଲ, ସେଥିରୁ ବିଚଳିତ ହେବା ପାଇଁ ନିଜକୁ ପ୍ରଶ୍ରୟ ଦିଅ ନାହିଁ। ସେହି ସୁସମାଚାର ହିଁ ପୃଥିବୀର ପ୍ରତ୍ୟେକଙ୍କ ନିକଟରେ ପ୍ରଚାରିତ ହେଉଛି ଓ ମୁଁ ପାଉଲ, ତାହାର ଜଣେ ବିଶ୍ୱସ୍ତ ଦାସ।


ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରି, ତା’ ପାଇଁ ନିଜର ପ୍ରାଣ ଦେଲେ, ତୁମ୍ଭେମାନେ ଠିକ୍ ସେହିପରି ନିଜ ନିଜ ସ୍ତ୍ରୀକୁ ପ୍ରେମ କର।


ଖ୍ରୀଷ୍ଟ ଯେପରି ଆମ୍ଭମାନଙ୍କୁ ପ୍ରେମ କଲେ ଓ ଈଶ୍ୱରଙ୍କର ସନ୍ତୋଷ ନିମନ୍ତେ ନିଜ ଜୀବନକୁ ଆମ ପାଇଁ ସୁଗନ୍ଧି ନୈବେଦ୍ୟ ଓ ବଳି ରୂପେ ଉତ୍ସର୍ଗ କଲେ, ତୁମ୍ଭମାନଙ୍କ ଜୀବନ ମଧ୍ୟ ସେହିପରି ପ୍ରେମ ଦ୍ୱାରା ପରିଚାଳିତ ହେଉ।


କିନ୍ତୁ ଆମ୍ଭେମାନେ ପାପୀ ଥିବାବେଳେ ଯୀଶୁ ଆମ ପାଇଁ ନିଜର ପ୍ରାଣ ଦେଲେ। ଏହା ଦ୍ୱାରା ଈଶ୍ୱର ଆମ୍ଭମାନଙ୍କୁ କେତେ ପ୍ରେମ କରନ୍ତି, ତାହା ସେ ପ୍ରକାଶ କରିଛନ୍ତି।


ତେଣୁ ଈଶ୍ୱରଙ୍କ ପ୍ରତିଜ୍ଞା ବିଶ୍ୱାସ ଉପରେ ପ୍ରତିଷ୍ଠିତ। ଯେଉଁମାନେ ବ୍ୟବସ୍ଥା ପାଳନ କରନ୍ତି, କେବଳ ସେମାନଙ୍କ ପାଇଁ ଈଶ୍ୱରଙ୍କ ପ୍ରତିଜ୍ଞା ଉଦ୍ଦିଷ୍ଟ ନୁହେଁ। ଅବ୍ରାହମଙ୍କ ପରି ବିଶ୍ୱାସ କରୁଥିବା ସମସ୍ତଙ୍କ ପାଇଁ ତା’ ଉଦ୍ଦିଷ୍ଟ, କାରଣ ଅବ୍ରାହମ ସେମାନଙ୍କର ଆଧ୍ୟାତ୍ମିକ ପିତା।


ଯେ କାମ କରେ, ମଜୁରୀ ତା’ର ପ୍ରାପ୍ୟ- କାହାଠାରୁ ଦାନ ରୂପେ ସେ ତା’ ପାଏ ନାହିଁ।


ତା’ପରେ ଆପୋଲ୍ଲୋ ଆଖାୟା ପ୍ରଦେଶକୁ ଯିବା ପାଇଁ ସ୍ଥିର କରିବାରୁ, ଏଫିସସ୍ର ବିଶ୍ୱାସୀମାନେ ତାଙ୍କୁ ସାହାଯ୍ୟ କଲେ ଏବଂ ତାଙ୍କୁ ସାଦରେ ଗ୍ରହଣ କରିବା ପାଇଁ ଅନୁରୋଧ ଜଣାଇ ଆଖାୟାର ବିଶ୍ୱାସୀମାନଙ୍କୁ ପତ୍ର ଲେଖିଲେ। ସେ ସେଠାରେ ପହଞ୍ଚି ଈଶ୍ୱରଙ୍କ ଅନୁଗ୍ରହରୁ ବିଶ୍ୱାସ ହୋଇଥିବା ବ୍ୟକ୍ତିମାନଙ୍କୁ ବହୁତ ସାହାଯ୍ୟ କଲେ।


ନା, ଏହା ଠିକ୍ ନୁହେଁ। ସେମାନେ ଯେଉଁ ବିଶ୍ୱାସ କରି ପରିତ୍ରାଣ ପାଇଛନ୍ତି, ଆମେ ମଧ୍ୟ ଠିକ୍ ସେହିପରି ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଦ୍ୱାରା ପରିତ୍ରାଣ ପାଇଅଛୁ।”


ତୁମ୍ଭମାନଙ୍କର ସେହି ଅବସ୍ଥା ଘଟିବ। ଏବେ ତୁମେ ଶୋକାତୁର, କିନ୍ତୁ ଶୀଘ୍ର ମୁଁ ଆଉ ଥରେ ତୁମକୁ ଦେଖିବି ଓ ସେତେବେଳେ ତୁମର ହୃଦୟ ଆନନ୍ଦରେ ଭରିଯିବ। ସେହି ଆନନ୍ଦ ତୁମଠାରୁ କେହି କାଢ଼ି ନେଇ ପାରିବ ନାହିଁ।


ବନ୍ଧୁମାନଙ୍କ ପାଇଁ ନିଜର ପ୍ରାଣ ବିସର୍ଜନ ହିଁ ପ୍ରେମର ଚରମ ନିଦର୍ଶନ।


ମୋତେ ପିତା ଯେପରି ପ୍ରେମ କରନ୍ତି, ତୁମ୍ଭମାନଙ୍କୁ ମୁଁ ଠିକ୍ ସେହିପରି ପ୍ରେମ କରେ। ମୋ’ ପ୍ରେମରେ ତୁମେ ଅବିଚଳିତ ହୋଇ ରହିଥାଅ।


ନିସ୍ତାର ପର୍ବ ପୂର୍ବ ଦିନର ଘଟଣା। ଯୀଶୁ ଜାଣିଥିଲେ, ଏହି ଜଗତ ଛାଡ଼ି ପିତା ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ତାଙ୍କର ସମୟ ଉପସ୍ଥିତ। ଜଗତରେ ଥିବା ତାଙ୍କର ଅନୁଗତ ପ୍ରିୟଜନମାନଙ୍କୁ ସେ ସବୁବେଳେ ପ୍ରେମ କରୁଥିଲେ। ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ସେ ପ୍ରକାଶ କରିଥିଲେ।


କିନ୍ତୁ ମୁଁ ଯେଉଁ ଜଳ ଦିଏ, ତାହା ଯେ ପାନ କରିବ, ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ଦେଉଥିବା ଜଳ ତା’ ଅନ୍ତରରେ ଗୋଟିଏ ଜୀବନ ପ୍ରଦାୟୀ ନିର୍ଝରରେ ପରିଣତ ହେବ। ସେଥିରୁ ପାନ କଲେ, ସେ ଅନନ୍ତ ଜୀବନ ପାଇବ।”


“କିନ୍ତୁ ଅବ୍ରାହମ କହିଲେ, ‘ହେ ମୋର ପୁଅ, ତୁ ଯେ ଜୀବନରେ ସମସ୍ତ ଉକ୍ରୃଷ୍ଟ ବିଷୟ ଭୋଗ କଲୁ, କିନ୍ତୁ ଲାଜାର କେବଳ ନିକୃଷ୍ଟ ବିଷୟ ପାଇଥିଲା, ତାହା ସ୍ମରଣ କର। କିନ୍ତୁ ବର୍ତ୍ତମାନ ସେ ଏଠାରେ ସୁଖ ଭୋଗ କରୁଛି ଓ ତୁ କଷ୍ଟ ଭୋଗ କରୁଛୁ।


ସେଠାରେ ଆଉ ରାତ୍ରି ହେବ ନାହିଁ ଏବଂ ପ୍ରଦୀପ ବା ସୂର୍ଯ୍ୟାଲୋକ ସେମାନଙ୍କର ଆଉ ଆବଶ୍ୟକ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କର ଆଲୋକ ହେବେ ଏବଂ ସେମାନେ ଚିରକାଳ ରାଜତ୍ୱ କରିବେ।


ଶୁଣ! ଯେଉଁ କେତେକ ମିଥ୍ୟାବାଦୀ ନିଜ ନିଜକୁ ଇହୁଦୀ ବୋଲି ଦାବୀ କରନ୍ତି, କିନ୍ତୁ ପ୍ରକୃତରେ ଇହୁଦୀ ନୁହଁନ୍ତି, ଶୟତାନର ସେହି ଲୋକମାନଙ୍କୁ ମୁଁ ତୁମର ପଦାନତ କରିବି। ମୁଁ ତୁମକୁ ପ୍ରେମ କରେ ବୋଲି ସେମାନେ ସମସ୍ତେ ଜାଣିବେ।


ଆମ ପାଇଁ ଖ୍ରୀଷ୍ଟଙ୍କର ଆତ୍ମବଳିଦାନରୁ ଆମ୍ଭେମାନେ ପ୍ରେମ ଶିକ୍ଷା କରିଛୁ। ଭାଇମାନଙ୍କ ପାଇଁ ଆତ୍ମବଳିଦା କରିବାକୁ ଆମେ ମଧ୍ୟ ପ୍ରସ୍ଥୁତ ହୋଇ ରହିବା ଉଚିତ୍।


କାରଣ ମୋଶାପ୍ରଦତ୍ତ ବ୍ୟବସ୍ଥା ଦ୍ୱାରା କୌଣସି ବିଷୟ ପୂର୍ଣ୍ଣତା ଲାଭ କରି ପାରିଲା ନାହିଁ। ବର୍ତ୍ତମାନ ଅମ୍ଭମାନଙ୍କୁ ଏକ ବଳବତ୍ତର ଭରସା ପ୍ରଦତ୍ତ ହୋଇଛି; ସେଥିଦ୍ୱାରା ଆମେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ପାଇଁ ସମର୍ଥ ହୋଇଛୁ।


ଅକପଟ ଓ ଧାର୍ମିକ ଜୀବନ ଯାପନ କରିବାକୁ ଆମେ ପ୍ରେରଣା ପାଇଛୁ। ମହାନ୍ ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ ପାଇବାକୁ ଯାଉଛି ସେହି ଦିନର ଅପେକ୍ଷାରେ ଆମ୍ଭେମାନେ ରହିଛୁ।


ଯେତେବେଳେ ସୁସମାଚାରର ସତ୍ୟ ସମ୍ବାଦ ତୁମ୍ଭମାନଙ୍କ ନିକଟକୁ ପ୍ରଥମେ ଆସିଲା, ତୁମ୍ଭେମାନେ ତାହା ଦ୍ୱାରା ପ୍ରଦତ୍ତ ଭରସାର କଥା ଶୁଣିଥିଲ। ତୁମ୍ଭେମାନେ ଯାହା ଭରସା କର, ଯାହା ତୁମ୍ଭମାନଙ୍କ ପାଇଁ ସ୍ୱର୍ଗରେ ସୁରକ୍ଷିତ, ତାହା ଉପରେ ତୁମ୍ଭମାନଙ୍କର ବିଶ୍ୱାସ ଓ ପ୍ରେମ ପ୍ରତିଷ୍ଠିତ।


ସୁତରାଂ ରୋମର ଯେଉଁମାନଙ୍କୁ ଈଶ୍ୱର ପ୍ରେମ କରନ୍ତି ଓ ତାଙ୍କ ନିଜ ଲୋକ ହେବା ପାଇଁ ଆହ୍ୱାନ କରିଛନ୍ତି, ସେ ସମସ୍ତଙ୍କୁ ମୁଁ ଏ ପତ୍ର ଲେଖୁଛି। ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।


ତେଣୁ ହେ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଉଚିତ୍। କାରଣ ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସତ୍ୟରେ ତୁମ୍ଭମାନଙ୍କର ବିଶ୍ୱାସ ଯୋଗୁଁ ଈଶ୍ୱର ତୁମକୁ ସର୍ବାଗ୍ରେ ମନୋନୀତ କରିଛନ୍ତି - ଯେପରି ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭେମାନେ ପରିତ୍ରାଣ ପାଇବ ଓ ଏକ ପବିତ୍ର ଗୋଷ୍ଠୀ ହେବ।


ଆମ୍ଭେମାନେ ପିତା ଈଶ୍ୱରଙ୍କ ନିକଟରେ ସ୍ମରଣ କରିଥାଉ, କିପରି ତୁମ୍ଭେମାନେ ନିଜ ବିଶ୍ୱାସକୁ କାର୍ଯ୍ୟରେ ପରିଣତ କରୁଛ, ପ୍ରେମରେ ଅନୁପ୍ରାଣିତ ହୋଇ କିପରି କଠିନ ପରିଶ୍ରମ କରୁଛ ଏବଂ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଭରସା କିପରି ଦୃଢ଼।


Swiv nou:

Piblisite


Piblisite