Biblia Todo Logo
Bib sou entènèt

- Piblisite -




୨ ଥେସଲନୀକୀୟ 2:1 - ପବିତ୍ର ବାଇବଲ (CL) NT (BSI)

1 ଭାଇମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମ୍ପର୍କରେ ଏବଂ ତାଙ୍କ ନିକଟରେ ଆମେ ସମସ୍ତେ ସମବେତ ହେବା ବିଷୟରେ ତୁମ୍ଭମାନଙ୍କୁ ମୋର ଅନୁରୋଧ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ଓ ତାହାଙ୍କ ନିକଟରେ ଆମ୍ଭମାନଙ୍କ ଏକତ୍ର ହେବା ସମ୍ଵନ୍ଧରେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ,

Gade chapit la Kopi

ଓଡିଆ ବାଇବେଲ

1 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ଓ ତାହାଙ୍କ ନିକଟରେ ଆମ୍ଭମାନଙ୍କ ଏକତ୍ର ହେବା ବିଷୟରେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ଓ ତାହାଙ୍କ ନିକଟରେ ଆମ୍ଭମାନଙ୍କ ଏକତ୍ର ହେବା ବିଷୟରେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ,

Gade chapit la Kopi

ପବିତ୍ର ବାଇବଲ

1 ଭାଇ ଓ ଭଉଣୀମାନେ! ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆସିବା ବିଷୟରେ ଆମ୍ଭର କିଛି କହିବାକୁ ଅଛି। ଯେତେବେଳେ ଆମ୍ଭେ ସମସ୍ତେ ମିଶି ତାହାଙ୍କୁ ଭେଟିବା, ସେହି ସମୟ ବିଷୟରେ ଆମ୍ଭେ ତୁମ୍ଭକୁ କହିବାକୁ ଗ୍ଭହୁଁ।

Gade chapit la Kopi




୨ ଥେସଲନୀକୀୟ 2:1
14 Referans Kwoze  

ତାଙ୍କର ମନୋନୀତ ଲୋକମାନଙ୍କୁ ଜଗତର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ଯାଏ ଖୋଜି ସଂଗ୍ରହ କରିବା ପାଇଁ ସେ ତାଙ୍କ ସ୍ୱର୍ଗଦୂତମାନଙ୍କୁ ଚତୁର୍ଦ୍ଦିଗ ପଠାଇବେ।


ତୂରୀନାଦ ହେବ ଓ ପୃଥିବୀରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତଯାଏ ତାଙ୍କର ମନୋନୀତ ଲୋକମାନଙ୍କୁ ସଂଗ୍ରହ କରି ଆଣିବା ପାଇଁ ମନୁଷ୍ୟପୁତ୍ର ତାଙ୍କ ଦୂତମାନଙ୍କୁ ପଠାଇବେ।


ଈଶ୍ୱରଙ୍କ ସମ୍ମୁଖରେ ଓ ସମସ୍ତ ଜୀବିତ ଓ ମୃତ ଲୋକମାନଙ୍କ ବିଚାର କରିବାକୁ ଓ ରାଜତ୍ୱ କରିବାକୁ ଆସୁଥିବା ଖ୍ରୀଷ୍ଟ ଯୀଶୁଙ୍କ ଉପସ୍ଥିତିରେ, ତାଙ୍କ ରାଜ୍ୟର ଶୁଭ ବାର୍ତ୍ତା ପ୍ରଚାର କରିବା ପାଇଁ ମୁଁ ତୁମକୁ ଏହି ଦୃଢ଼ ଆହ୍ୱାନ ଦେଉଛି:


ଏହିପରି ଭାବେ ସେ ତୁମ୍ଭମାନଙ୍କୁ ବଳିଷ୍ଠ କରିବେ। ତାହାହେଲେ, ଆମ ପ୍ରଭୁ ଯୀଶୁ ଯେତେବେଳେ ସ୍ୱର୍ଗଦୂତମାନଙ୍କ ଗହଣରେ ଫେରି ଆସିବେ, ସେତେବେଳେ ତୁମ୍ଭେମାନେ ପିତା ଈଶ୍ୱରଙ୍କ ସମ୍ମୁଖରେ ସିଦ୍ଧ ଓ ପବିତ୍ର ହୋଇପାରିଥିବ।


ସେ ଯାହାହେଉ, ମୋର ବିଶ୍ୱାସ, ଆମ ପ୍ରଭୁ ଯୀଶୁଙ୍କ ଆଗମନ ବେଳେ ତାଙ୍କ ସମ୍ମୁଖରେ ଅନ୍ୟମାନଙ୍କ ପରି ତୁମ୍ଭେମାନେ ମଧ୍ୟ ଆମର ଆଶା, ଆନନ୍ଦ ଓ ବିଜୟ ଦର୍ପର କାରଣ ହେବ।


ସବୁ ଜାତିର ଲୋକେ ତାଙ୍କ ସମ୍ମୁଖରେ ଏକତ୍ରିତ ହେବେ। ସେତେବେଳେ ମେଷପାଳକ ଯେପରି ଛେଳି ଓ ମେଣ୍ଢାମାନଙ୍କୁ ଅଲଗା କରିଦିଏ, ମନୁଷ୍ୟପୁତ୍ର ସେପରି ଲୋକମାନଙ୍କୁ ଦୁଇ ଦଳରେ ବିଭକ୍ତ କରିବେ।


ସେହି ପରିକଳ୍ପନା ଅନୁଯାୟୀ ସ୍ୱର୍ଗ ଓ ପୃଥିବୀର ସମସ୍ତ ସୃଷ୍ଟ ବିଷୟ ଏକ ହେବ ଓ ଖ୍ରୀଷ୍ଟଙ୍କ ସେ ସବୁର ମସ୍ତକ ସ୍ୱରୂପ ରହିବେ। ଏହି ପରିକଳ୍ପନା ଈଶ୍ୱର ଉପଯୁକ୍ତ ସମୟରେ ସମ୍ପୂର୍ଣ୍ଣ କରିବେ।


ତେଣୁ ଭାଇମାନେ, ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କ ମହାଅନୁଗ୍ରହ ଯୋଗୁଁ ତୁମ୍ଭମାନଙ୍କୁ ମୁଁ ନିବେଦନ କରୁଛି, ଈଶ୍ୱରଙ୍କଠାରେ ଆପଣାକୁ ପବିତ୍ର ଜୀବନ୍ତ ବଳି ରୂପେ ଉତ୍ସର୍ଗ କର। ତାଙ୍କ ସେବାରେ ନିଜକୁ ନିୟୋଜିତ କରି ତାଙ୍କର ପ୍ରୀତିଭାଜନ ହୁଅ। ଏହା ଈଶ୍ୱରଙ୍କ ପ୍ରକୃତ ଉପାସନା।


ମନିଷ୍ୟ ପୁତ୍ର ପିତା ଈଶ୍ୱରଙ୍କ ଦ୍ୱାରା ଗୌରବାନ୍ୱିତ ହୋଇ ସ୍ୱର୍ଗଦୂତମାନଙ୍କ ସହ ପୁନର୍ବାର ଆସିବେ। ସେତେବେଳେ ସେ ପ୍ରତ୍ୟେକକୁ ତା’ର କୃତକର୍ମ ଅନୁସରେ ଫଳ ଦେବେ।


ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି, ମନୁଷ୍ୟ ପୁତ୍ର ରାଜା ହୋଇ ଆସିବା ପର୍ଯ୍ୟନ୍ତୁ ଏଠାରେ ଉପସ୍ଥିତ ଥିବା କେତେଜଣ ମୃତ୍ୟ ଭୋଗ କରିବେ ନାହିଁ।”


ପରିଶେଷରେ, ଭାଇମାନେ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କିପରି ଜୀବନ ଯାପନ କରିବାକୁ ହେବ, ତାହା ଆମଠାରୁ ଶିକ୍ଷା କରିଛ। ଅବଶ୍ୟ ସେହିପରି ଭାବେ ତୁମ୍ଭେମାନେ ଜୀବନ ଯାପନ କରି ଆସୁଅଛ, କିନ୍ତୁ ଏହାଠାରୁ କିଛି ଅଧିକ କରିବାକୁ ତୁମ୍ଭମାନଙ୍କୁ ଆମେ ଏବେ ପ୍ରଭୁ ଯୀଶୁଙ୍କ ନାମରେ ବିନତି କରୁଛୁ।


ଭାଇମାନେ! ତୁମ ପାଇଁ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମର କର୍ତ୍ତବ୍ୟ। ଆମ ପକ୍ଷରେ ଏହା ଉଚିତ ବୋଲି ଆମେ ମନେ କରୁଛୁ, କାରଣ ତୁମ୍ଭମାନଙ୍କର ବିଶ୍ୱାସ ଉତ୍ତରୋତ୍ତର ବୃଦ୍ଧି ପାଉଛି ଓ ତୁମ୍ଭେମାନେ ପରସ୍ପରକୁ ଅଧିକ ପ୍ରେମ କରୁଛ।


Swiv nou:

Piblisite


Piblisite