Biblia Todo Logo
Bib sou entènèt

- Piblisite -




୨ ଥେସଲନୀକୀୟ 1:9 - ପବିତ୍ର ବାଇବଲ (CL) NT (BSI)

9 ସେହି ଲୋକମାନେ ପ୍ରଭୁଙ୍କ ସାନ୍ନିଧ୍ୟରୁ ଓ ପରାକ୍ରମର ଗୌରବରୁ ବିଚ୍ଛିନ୍ନ ହୋଇ ଚିରକାଳ ପାଇଁ ବିନଷ୍ଟ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଅର୍ଥାତ୍, ଯେଉଁ ଦିନ ସେ ଆପଣା ସାଧୁମାନଙ୍କ ଦ୍ଵାରା ଗୌରବାନ୍ଵିତ ହେବାକୁ ଓ ବିଶ୍ଵାସ କରିଥିବା ଲୋକ ସମସ୍ତଙ୍କ ଦ୍ଵାରା ଚମତ୍କାରର ଦୃଶ୍ୟ ସ୍ଵରୂପ ହେବାକୁ ଆସିବେ (କାରଣ ତୁମ୍ଭମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ଵାସ କରିଅଛ),

Gade chapit la Kopi

ଓଡିଆ ବାଇବେଲ

9 ଅର୍ଥାତ୍, ଯେଉଁ ଦିନ ସେ ଆପଣା ସାଧୁମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବାକୁ ଓ ବିଶ୍ୱାସ କରିଥିବା ଲୋକସମସ୍ତଙ୍କ ଦ୍ୱାରା ଚମତ୍କାରର ଦୃଶ୍ୟସ୍ୱରୂପ ହେବାକୁ ଆସିବେ (କାରଣ ତୁମ୍ଭମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ୱାସ କରିଅଛ ),

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଅର୍ଥାତ୍‍, ଯେଉଁ ଦିନ ସେ ଆପଣା ସାଧୁମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବାକୁ ଓ ବିଶ୍ୱାସ କରିଥିବା ଲୋକସମସ୍ତଙ୍କ ଦ୍ୱାରା ଚମତ୍କାରର ଦୃଶ୍ୟସ୍ୱରୂପ ହେବାକୁ ଆସିବେ (କାରଣ ତୁମ୍ଭମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ୱାସ କରିଅଛ),

Gade chapit la Kopi

ପବିତ୍ର ବାଇବଲ

9 ସେହି ଲୋକମାନେ ଅନନ୍ତ ବିନାଶ ଦ୍ୱାରା ଦଣ୍ଡିତ ହେବେ। ସେମାନଙ୍କୁ ପ୍ରଭୁଙ୍କ ସହିତ ରହିବାକୁ ଦିଆ ଯିବ ନାହିଁ। ପ୍ରଭୁଙ୍କର ମହାନଶକ୍ତିଠାରୁ ସେମାନଙ୍କୁ ଦୂରରେ ରଖାଯିବ।

Gade chapit la Kopi




୨ ଥେସଲନୀକୀୟ 1:9
38 Referans Kwoze  

“ତା’ପରେ ବାମ ପାଶ୍ୱର୍ରେ ଥିବା ଲୋକମାନଙ୍କୁ ସେ କହିବେ, ‘ଆରେ ଅଭିଶପ୍ତଦଳ! ମୋ’ ସମ୍ମୁଖରୁ ଦୂର ହୁଅ। ଶୟତାନ ଓ ତା’ର ଅନୁଚରମାନଙ୍କ ପାଇଁ ଯେଉଁ ଚିର ଜ୍ୱଳନ୍ତ ଅଗ୍ନି ପ୍ରସ୍ତୁତ ହୋଇ ରହିଛି, ସେଠାକୁ ଯାଅ।


ତା’ପରେ ସେହି ପାପାତ୍ମା ଆବିର୍ଭୂତ ହେବ; କିନ୍ତୁ ଯେତେବେଳେ ପ୍ରଭୁ ଯୀଶୁ ଆସିବେ, ସେ ତାଙ୍କ ମୁଖରେ ନିଶ୍ୱାସରେ ତାକୁ ସଂହାର କରିବେ, ପୁଣି ତାଙ୍କର ଜାଜ୍ୱଲ୍ୟମାନ ଉପସ୍ଥିତିରେ ସେ ଧ୍ୱଂସ ପାଇବ।


ଏହି ଲୋକମାନେ ଚିରଦିନ ପାଇଁ ଦଣ୍ଡ ଭୋଗିବେ ଏବଂ ଧାର୍ମିକମାନେ ଅନନ୍ତ ଜୀବନ ଲାଭ କରିବେ।”


କିନ୍ତୁ କାପୁରୁଷ, ବିଶ୍ୱାସଘାତକ, ବିକୃତଚରିତ୍ର, ନରହନ୍ତା, ଲମ୍ପଟ, ତନ୍ତ୍ରମନ୍ତ୍ରସାଧକ, ପ୍ରତିମାପୂଜକ ଓ ମିଥ୍ୟାବାଦୀ ଆଦି ସମସ୍ତ ଭ୍ରଷ୍ଟାଚାରୀମାନଙ୍କର ନିରୂପିତ ସ୍ଥାନ ହେଉଛି, ଗନ୍ଧକାଗ୍ନି ଜଳୁଥିବା ହ୍ରଦ - ସେଠାରେ ସେମାନେ ଦ୍ୱିତୀୟ ମୃତ୍ୟୁଭୋଗ କରିବେ।”


ନରକରେ ସେମାନଙ୍କ ଜୀବନର ସମାପ୍ତି ଘଟିବାକୁ ଯାଉଛି, କାରଣ ଶାରୀରିକ ଲାଳସା ହିଁ ସେମାନଙ୍କର ଦେବତା। ଯାହା ଲଜ୍ଜାଜନକ, ସେମାନେ ତାହା ଲାଗି ଗର୍ବ କରନ୍ତି; କେବଳ ଜାଗତିକ ବିଷୟବସ୍ତୁ ପାଇଁ ସେମାନେ ଚିନ୍ତା କରନ୍ତି।


ମନିଷ୍ୟ ପୁତ୍ର ପିତା ଈଶ୍ୱରଙ୍କ ଦ୍ୱାରା ଗୌରବାନ୍ୱିତ ହୋଇ ସ୍ୱର୍ଗଦୂତମାନଙ୍କ ସହ ପୁନର୍ବାର ଆସିବେ। ସେତେବେଳେ ସେ ପ୍ରତ୍ୟେକକୁ ତା’ର କୃତକର୍ମ ଅନୁସରେ ଫଳ ଦେବେ।


ସେତେବେଳେ ସେମାନେ ମୁଁ କହିବି, ତୁମ୍ଭମାନଙ୍କୁ ମୁଁ ଜାଣେ ନାହିଁ। ଦୁଗଚାରୀମାନେ, ମୋ ନିକଟରୁ ଦୂର ହୁଅ।


ତାହାପରେ ମୃତ୍ୟୁ ଓ ମୃତ୍ୟୁପୁରୀକୁ ସେହି ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଗଲା। (ଏହି ଅଗ୍ନିମୟ ହ୍ରଦ ହେଉଛି, ଦ୍ୱିତୀୟ ମୃତ୍ୟୁ।)


କିନ୍ତୁ ବର୍ତ୍ତମାନ ଯେଉଁ ଆଶାଶମଣ୍ଡଳ ଓ ପୃଥବୀ ଅଛି, ତାହା ଈଶ୍ୱରଙ୍କ ଅନୁରୂପ ଆଜ୍ଞା ଦ୍ୱାରା ଅଗ୍ନିରେ ଧ୍ୱଂସ ପାଇବା ନିମନ୍ତେ ରଖାଯାଇଛି। ଯେଉଁ ଦିବସରେ ଅଧାର୍ମିକ ଲୋକମାନେ ବିଚରିତ ହୋଇ ବିନଷ୍ଟ ହେବେ, ସେହି ଦିନ ପର୍ଯ୍ୟନ୍ତ ତାହା ସୁରକ୍ଷିତ ହୋଇ ରହିବ।


କିନ୍ତୁ ସେ ପୁଣି କହିବେ, ‘ମୁଁ ଜାଣେ ନାହିଁ, ତୁମ୍ଭେମାନେ କେଉଁଠାରୁ ଆସିଛ; ହେ ଦୁଷ୍ଟ ଲୋକମାନେ, ମୋ’ଠାରୁ ଦୂର ହୁଅ।’


ରାଜା ଚାକରମାନଙ୍କୁ କହିଲେ, ‘ତା’ର ହାତ ପାଦ ବାନ୍ଧ ବାହାରେ ପକାଇ ଦିଅ। ସେଠାରେ ସେ କ୍ରନ୍ଦନ କରି ଦାନ୍ତ ରଗଡ଼ିବ’।”


ଅନନ୍ତର ମୁଁ ଦେଖିଲି, ଶ୍ୱେତବର୍ଣ୍ଣର ଗୋଟିଏ ବୃହତ୍ ସିଂହାସନ ଓ ତାହା ଉପରେ ଜଣେ ଉପବିଷ୍ଟ।


ସେମାନେ ସମୁଦ୍ରର ଉତ୍ତାଳ ତରଙ୍ଗ ତୂଲ୍ୟ। ସେମାନଙ୍କର ର୍ନିର୍ଲ୍ଲଜ୍ଜ କର୍ମମାନ ଫେଣ ପରି ଉପରକୁ ଦେଖାଯାଏ। ସେମାନେ ଲକ୍ଷ୍ୟହୀନ ଭ୍ରମଣକାରୀ ନକ୍ଷତ୍ର ତୂଲ୍ୟ। ଈଶ୍ବର ସେମାନଙ୍କ ପାଇଁ ଅନ୍ଧକାରମୟ ଗହ୍ୱରରେ ସ୍ଥାନ ନିରୂପଣ କରିଛନ୍ତି।


ତାହାହେଲେ, ଯିଏ ଈଶ୍ୱରଙ୍କ ପୁତ୍ରଙ୍କୁ ହେୟ ଜ୍ଞାନ କରେ, ଈଶ୍ୱରଙ୍କ ନୂତନ ନିୟମର ରକ୍ତ ଦ୍ୱାରା ପାପ ମୋଚନ ସୁଯୋଗ ପାଇଥିବା ସତ୍ତେ୍ୱତାକୁ ତୁଚ୍ଛ ମନେ କରେ ଏବଂ ନଅୁଗ୍ରହଦାତା ପବିତ୍ରଆତ୍ମାଙ୍କୁ ଅପମମାନ କରେ, ତାହାର ଦଶା କ’ଣ ନ ହେବ? ଭାବି ଦେଖ, ସେ କେତେ ଅଧିକ ଦଣ୍ଡନୀୟ ହେବ।


ଅକପଟ ଓ ଧାର୍ମିକ ଜୀବନ ଯାପନ କରିବାକୁ ଆମେ ପ୍ରେରଣା ପାଇଛୁ। ମହାନ୍ ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ ପାଇବାକୁ ଯାଉଛି ସେହି ଦିନର ଅପେକ୍ଷାରେ ଆମ୍ଭେମାନେ ରହିଛୁ।


କିନ୍ତୁ ବିକୃତ ଚରିତ୍ର, ତନ୍ତ୍ରମନ୍ତ୍ରସାଧକ, ନରହନ୍ତା, ପ୍ରତିମାପୂଜକ, ମିଥ୍ୟାବାଦୀ, ପ୍ରତାରକ ଆଦି ଭ୍ରଷ୍ଟାଚାରୀମାନେ ସମସ୍ତେ ନଗରୀ ବାହାରେ ରହିବେ।


ଏହି ଶଠ ଶିକ୍ଷକମାନେ ଶୁଷ୍କ ଝରଣା ପରି ଓ ବତାସରେ ଚାଳିତ ମେଘ ସଦୃଶ। ଈଶ୍ୱର ଏମାନଙ୍କ ପାଇଁ ଘୋର ଅନ୍ଧାକାରମୟ ଗହ୍ନରରେ ସ୍ଥାନ ନିରୂପଣ କରିଅଛନ୍ତି।


‘ସମସ୍ତ ଶାନ୍ତି ଓ ନିରାପଦ’ ବୋଲି ଲୋକମାନେ କହି ନିଶ୍ଚିନ୍ତ ଥିବା ସମୟରେ ଅକସ୍ମାତ ସେମାନଙ୍କ ଉପରକୁ ବିପତ୍ତି ମାଡ଼ି ଆସିବ। ଗର୍ଭବତୀ ନାରୀର ପ୍ରସବ ବେଦନା ପରି ତାହା ଅନପେକ୍ଷିତ ଭାବରେ ହଠାତ୍ ଆସି ଉପସ୍ଥିତ ହେବ ଏବଂ କେହି ତା’ ସମ୍ମୁଖରୁ ପଳାଇ ଯାଇ ପାରିବେ ନାହିଁ।


ଏହାପରେ ଯୀଶୁ ତାକୁ ମନ୍ଦିର ଭିତରେ ଦେଖି କହିଲେ: “ଶୁଣ, ତୁମେ ଏବେ ସୁସ୍ଥ ହୋଇଛ, ଆଉ ପାପ କର ନାହିଁ, ନଚେତ୍ ତୁମର ଅଧିକ ଅନିଷ୍ଟ ହୋଇପାରେ।”


ଶାସ୍ତ୍ରର ଲେଖା ଅନୁଯାୟୀ ମନୁଷ୍ୟପୁତ୍ର ମୃତ୍ୟୁଭୋଗ କରିବେ, କିନ୍ତୁ ମନୁଷ୍ୟପୁତ୍ରଙ୍କୁ ଯେ ଧରାଇ ଦେବ, ତା’ର ଦଶା କେଡ଼େ ଭୟାବହ। କେବେ ଜନ୍ମ ନ ହୋଇଥିଲେ ତା’ ପକ୍ଷରେ ଭଲ ହୋଇଥାନ୍ତା।”


ତା’ପରେ ମନୁଷ୍ୟପୁତ୍ରଙ୍କ ସଙ୍କେତ ଆକାଶରେ ଦେଖାଯିବ ଏବଂ ମନୁଷ୍ୟପୁତ୍ର ମେଘମାଳା ମଧ୍ୟରେ ମହା ପରାକ୍ରମ ଓ ଗୌରବ ସହ ଆସୁଥିବା ଦେଖି ସବୁ ଜାତିର ଲୋକେ ବିଳାପ କରିବେ।


Swiv nou:

Piblisite


Piblisite