Biblia Todo Logo
Bib sou entènèt

- Piblisite -




୨ ଥେସଲନୀକୀୟ 1:11 - ପବିତ୍ର ବାଇବଲ (CL) NT (BSI)

11 ସେଥିପାଇଁ ଆମେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କୁ ଯେଉଁ ଜୀବନ ଯାପନ କରିବା ନିମନ୍ତେ ଈଶ୍ୱର ଆହ୍ୱାନ କରିଛନ୍ତି, ତାହା କରିବା ପାଇଁ ଆମେ ଈଶ୍ୱରଙ୍କୁ ନିବେଦନ କରୁଛୁ। ତାଙ୍କ ଶକ୍ତିରେ ସେ ତୁମର ସମସ୍ତ ସତ୍ କାମନା ପୂରଣ କରି ତୁମ୍ଭମାନଙ୍କର ବିଶ୍ୱାସକୁ ପରିପକ୍ୱ କରନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଏଣୁ ଆମ୍ଭମାନଙ୍କ ଈଶ୍ଵର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ଵାନର ଯୋଗ୍ୟ ବୋଲି ଗଣନା କରନ୍ତି, ପୁଣି ସମସ୍ତ ସତ୍କାମନା ଓ ବିଶ୍ଵାସର କର୍ମ ଶକ୍ତିରେ ସିଦ୍ଧ କରନ୍ତି, ସେଥିପାଇଁ ମଧ୍ୟ ଆମ୍ଭେମାନେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ;

Gade chapit la Kopi

ଓଡିଆ ବାଇବେଲ

11 ଏଣୁ ଆମ୍ଭମାନଙ୍କ ଈଶ୍ୱର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଗଣନା କରନ୍ତି, ସେଥିପାଇଁ ମଧ୍ୟ ଆମ୍ଭେମାନେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏଣୁ ଆମ୍ଭମାନଙ୍କ ଈଶ୍ବର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଗଣନା କରନ୍ତି, ପୁଣି ସମସ୍ତ ଉତ୍ତମତା ଓ ବିଶ୍ୱାସର କର୍ମ ଶକ୍ତିରେ ସିଦ୍ଧ କରନ୍ତି, ସେଥିପାଇଁ ମଧ୍ୟ ଆମ୍ଭେମାନେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ;

Gade chapit la Kopi

ପବିତ୍ର ବାଇବଲ

11 ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପ୍ରାର୍ଥନା କରୁଛୁ। ପରମେଶ୍ୱର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଭାବିବେ, ସେଭଳି ଧାର୍ମିକ ଭାବରେ ଜୀବନଯାପନ କରିବା ପାଇଁ ଓ ସାହାଯ୍ୟ କରିବା ପାଇଁ, ଆମ୍ଭେ ଆମ୍ଭ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କଠାରେ ଥିବା ଭଲ ବିଷୟ ତୁମ୍ଭକୁ ଭଲ କାମ କରିବା ପାଇଁ ଇଚ୍ଛୁକ କରୁ। ତୁମ୍ଭମାନଙ୍କଠାରେ ଥିବା ବିଶ୍ୱାସ ଦ୍ୱାରା ତୁମ୍ଭେମାନେ କାମ କର। ଉକ୍ତ କାମଗୁଡ଼ିକ ତୁମ୍ଭେ ଅଧିକରୁ ଅଧିକ କର ବୋଲି ପରମେଶ୍ୱର ନିଜ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ଆମ୍ଭେ ପ୍ରାର୍ଥନା କରୁ।

Gade chapit la Kopi




୨ ଥେସଲନୀକୀୟ 1:11
41 Referans Kwoze  

କାରଣ ତୁମ୍ଭମାନଙ୍କୁ ତାଙ୍କର ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ଇଚ୍ଛୁକ ଓ ସମର୍ଥ କରିବାକୁ ସ୍ୱୟଂ ଈଶ୍ୱର ତୁମ ମଧ୍ୟରେ ସଦା କାର୍ଯ୍ୟରତ।


ଆମ୍ଭେମାନେ ପିତା ଈଶ୍ୱରଙ୍କ ନିକଟରେ ସ୍ମରଣ କରିଥାଉ, କିପରି ତୁମ୍ଭେମାନେ ନିଜ ବିଶ୍ୱାସକୁ କାର୍ଯ୍ୟରେ ପରିଣତ କରୁଛ, ପ୍ରେମରେ ଅନୁପ୍ରାଣିତ ହୋଇ କିପରି କଠିନ ପରିଶ୍ରମ କରୁଛ ଏବଂ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଭରସା କିପରି ଦୃଢ଼।


ଏ ସମସ୍ତରୁ ପ୍ରମାଣିତ ହେଉଛି ଯେ, ଈଶ୍ୱରଙ୍କ ବିଚାର ଯଥାର୍ଥ ଏବଂ ତୁମ୍ଭେମାନେ ତାହାଙ୍କ ରାଜ୍ୟର ଯୋଗ୍ୟ ହେବ, କାରଣ ସେହି ରାଜ୍ୟ ନିମନ୍ତେ ତୁମ୍ଭେମାନେ ଉତ୍ପୀଡ଼ିତ ହେଉଛ।


ଯାହାଙ୍କ ଉପରେ ଆମ ନିରବଚ୍ଛିନ୍ନ ବିଶ୍ୱାସ ନିର୍ଭର କରୁଛୁ, ସେହି ଯୀଶୁଙ୍କ ପ୍ରତି ଆମ ଦୃଷ୍ଟି ନିବଦ୍ଧ କରି ରଖିବା। ସେ କ୍ରୁଶ ଭୟରେ ନିଜ କର୍ତ୍ତବ୍ୟରୁ ବିରତ ହୋଇ ନ ଥିଲେ; ବରଂ ଭବିଷ୍ୟତରେ ତାଙ୍କ ପାଇଁ ଗଚ୍ଛିତ ରହିଥିବା ଆନନ୍ଦ ହେତୁ, କ୍ରୁଶୀୟ ମରଣର ଅପମାନକୁ ସେ ତୁଚ୍ଛ ଜ୍ଞାନ କଲେ; ବର୍ତ୍ତମାନ ସେ ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାଶ୍ୱର୍ାରେ ଆସୀନ।


ତୁମ୍ଭମାନଙ୍କ ନିକଟରେ ଆମେ ଯେଉଁ ସୁସମାଚାର ପ୍ରଚାର କରିଛୁ, ତାହା ଦ୍ୱାରା ଈଶ୍ୱର ତୁମ୍ଭମାନଙ୍କୁ ଏଥିପାଇଁ ଆହ୍ୱାନ କରିଛନ୍ତି। ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଗୌରବରେ ଅଂଶୀ କରାଇବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି।


ତାଙ୍କ ପ୍ରେମ ହେତୁ, ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସେ ଆମକୁ ତାଙ୍କର ସନ୍ତାନ ରୂପେ ଗ୍ରହଣ କରିବାକୁ ନିରୂପଣ କରିଥିଲେ; ଏହା ହିଁ ଥିଲା ତାଙ୍କର ଆନନ୍ଦ ଓ ଅଭିପ୍ରାୟ।


ଯେଉଁମାନେ ଏପରି ମନୋନୀତ ହୋଇ ଆହୂତ ହୋଇଛନ୍ତି, ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇ ଗୌରବାନ୍ୱିତ ହୋଇଛନ୍ତି।


“ହେ ଛୋଟ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ତାଙ୍କ ରାଜ୍ୟ ପ୍ରଦାନ କରି ତୁମ ପିତା ଅତୀବ ସନ୍ତୁଷ୍ଟ ହୋଇଛନ୍ତି।


ତେଣୁ ମୁଁ ଏ ବିଷୟରେ ନିଶ୍ଚିତ ଯେ, ଯେଉଁ ପ୍ରଭୁ ତୁମ୍ଭମାନଙ୍କଠାରେ ଏହି ସତ୍କାର୍ଯ୍ୟ ଆରମ୍ଭ କରିଛନ୍ତି, ଖ୍ରୀଷ୍ଟ ଯୀଶୁଙ୍କ ପୁନରାଗମନ ଦିନରେ ଏହା ଶେଷ ହେବା ପର୍ଯ୍ୟନ୍ତ ସେ ତାହା ନିର୍ବାହ କରିବେ।


ପୁଣି ଈଶ୍ୱରଙ୍କର ସେବା କରିବା ନିମନ୍ତେ ସେମାନଙ୍କୁ ଏକ ଯାଜକ ଗୋଷ୍ଠୀରେ ପରିଣତ କରିଅଛ ଏବଂ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ।”


ମାତ୍ର ସାର୍ଦ୍ଦିସ୍ରେ ତୁମମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ସେମାନଙ୍କର ପୋଷାକ ନିର୍ମଳ ରଖିଛନ୍ତି। ସେମାନେ ଶୁକ୍ଲ ବସ୍ତ୍ର ପରିଧାନ କରି ମୋ’ ସଙ୍ଗରେ ଗମନାଗମନ କରିବେ, କାରଣ ଏଥିପାଇଁ ସେମାନଙ୍କର ଯୋଗ୍ୟତା ଅଛି।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କର ଅନନ୍ତ ଗୌରବରେ ଭାଗୀ ହେବା ପାଇଁ, ଦୟାମୟ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ତୁମ୍ଭମାଙ୍କର କ୍ଷଣିକ ଦୁଃଖଭୋଗ ପରେ ସେ ନିଜେ ତୁମ୍ଭମାନଙ୍କୁ ସିଦ୍ଧ, ସୁଦୃଢ଼, ବଳିଷ୍ଠ ଓ ସୁପତିଷ୍ଠିତ କରିବେ।


ଖ୍ରୀଷ୍ଟବିଶ୍ବାସୀ ଭାଇମାନେ, ତୁମ୍ଭେମାନେ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ଆହୂତ! ତୁମ୍ଭେମାନେ ଯୀଶୁଙ୍କୁ ବିଷୟ ଚିନ୍ତା କର, ସେ ଆମ୍ଭମାନଙ୍କର ଧର୍ମବିଶ୍ୱାସର ମହାଯାଜକ ହେବା ନିମନ୍ତେ ଈଶ୍ବରଙ୍କ ଦ୍ୱାରା ପ୍ରେରିତ।


ତେଣୁ ଖ୍ରୀଷ୍ଟ ଯୀଶୁଙ୍କ ସହାୟତାରେ ଯେଉଁ ସ୍ୱର୍ଗୀୟ ଜୀବନ ଲାଭ କରିବା ପାଇଁ ଈଶ୍ୱର ମୋତେ ଆହ୍ୱାନ କରିଛନ୍ତି ସେହି ପୁରସ୍କାର ପ୍ରତି ଦୃଷ୍ଟି ରଖି ମୁଁ ଲକ୍ଷ୍ୟ ସ୍ଥଳଆଡ଼କୁ ଦୌଡ଼ୁଛି।


ଈଶ୍ୱର ତାଙ୍କ ଅସୀମ ଜ୍ଞାନ ଓ ଅନ୍ତର୍ଦୃଷ୍ଟି ଦ୍ୱାରା ଯାହା ସଙ୍କଳ୍ପ କରିଥିଲେ, ତାହା ସାଧନ କରିଛନ୍ତି ଏବଂ ତାହାକୁ ଖ୍ରୀଷ୍ଟଙ୍କ ସାହଚର୍ଯ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସେ ଯେଉଁ ଗୁପ୍ତ ପରିକଳ୍ପନା କରିଥିଲେ, ତାହା ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିଛନ୍ତି।


ସର୍ବାନ୍ତଃକରଣରେ ମୁଁ ଯେଉଁ ଈଶ୍ୱରଙ୍କର ସେବା କରୁଛି ଓ ଯେଉଁ ଈଶ୍ୱରଙ୍କ ପୁତ୍ରଙ୍କ ସମ୍ପର୍କରେ ଶୁଭ ବାର୍ତ୍ତା ପ୍ରଚାର କରୁଛି, ସେହି ଈଶ୍ୱର ମୋର ସାକ୍ଷୀ। ମୁଁ ଯାହା କହୁଛି; ତାହା ସତ୍ୟ,


ଗଛ ବଢ଼ି ଫଳ ଧରିବା ପାଇଁ ମାଟି ହିଁ ସବୁ କିଛି କରେ - ପ୍ରଥମେ ଗଛର ବୀଜପତ୍ର, ତା’ପରେ ଶିଷା ଏବଂ ଶେଷରେ କେଣ୍ଡାରେ ଶସ୍ୟ ଭରିଯାଏ।


ସେ ମଧ୍ୟ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା କରିବେ। ଫଳରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ “ଦିବସ”ରେ ତୁମ୍ଭେମାନେ ନିର୍ଦ୍ଦୋଷ ବିବେଚିତ ହେବ।


ଈଶ୍ୱର ଯେଉଁମାନଙ୍କୁ ମନୋନୀତ କରି ଆଶୀର୍ବାଦ କରନ୍ତି, ସେମାନଙ୍କ ପାଇଁ ତାଙ୍କର ନିଷ୍ପତ୍ତିରେ ସେ ଅଟଳ ରହନ୍ତି।


ଭାଇମାନେ, ମୋର ବିଶ୍ୱାସ, ତୁମ୍ଭେମାନେ ସମସ୍ତ ସଦ୍ଗୁଣ ତଥା ଜ୍ଞାନରେ ପରିପୂର୍ଣ୍ଣ ଓ ପରସ୍ପରକୁ ଶିକ୍ଷା ଦେବା ପାଇଁ ସମର୍ଥ।


Swiv nou:

Piblisite


Piblisite