Biblia Todo Logo
Bib sou entènèt

- Piblisite -




୨ ଥେସଲନୀକୀୟ 1:10 - ପବିତ୍ର ବାଇବଲ (CL) NT (BSI)

10 କିନ୍ତୁ ସେହି ଦିନ ସେ ତାଙ୍କ ଲୋକମାନଙ୍କଠାରୁ ଓ ସମସ୍ତ ବିଶ୍ୱାସୀଙ୍କଠାରୁ ସମ୍ମାନ ଓ ଗୌରବ ପାଇବେ। ଏମାନଙ୍କ ମଧ୍ୟରେ ତୁମ୍ଭେମାନେ ମଧ୍ୟ ଅନ୍ତର୍ଭୁକ୍ତ ହେବ, କାରଣ ଆମେ ତୁମକୁ ଯେୁଁ ବାର୍ତ୍ତା ଦେଇଥିଲୁ, ସେଥିରେ ତୁମ୍ଭେମାନେ ବିଶ୍ୱାସ କରିଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସେହିଦିନ ସେମାନେ ଦଣ୍ତ ପାଇବେ, ଅର୍ଥାତ୍, ପ୍ରଭୁଙ୍କ ଛାମୁରୁ ଓ ତାହାଙ୍କ ପରାକ୍ରମର ଗୌରବରୁ ଦୂରୀକୃତ ହୋଇ ଅନ; ବିନାଶ ଭୋଗ କରିବେ।

Gade chapit la Kopi

ଓଡିଆ ବାଇବେଲ

10 ସେହି ଦିନ ସେମାନେ ଦଣ୍ଡ ପାଇବେ, ଅର୍ଥାତ୍ ପ୍ରଭୁଙ୍କ ପାଖରୁ ଓ ତାହାଙ୍କ ପରାକ୍ରମର ଗୌରବରୁ ଦୂରେଇ ଯାଇ ଅନନ୍ତ ବିନାଶ ଭୋଗ କରିବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସେହି ଦିନ ସେମାନେ ଦଣ୍ଡ ପାଇବେ, ଅର୍ଥାତ୍‍ ପ୍ରଭୁଙ୍କ ଛାମୁରୁ ଓ ତାହାଙ୍କ ପରାକ୍ରମର ଗୌରବରୁ ଦୂରେଇ ଯାଇ ଅନନ୍ତ ବିନାଶ ଭୋଗ କରିବେ।

Gade chapit la Kopi

ପବିତ୍ର ବାଇବଲ

10 ପ୍ରଭୁ ଯୀଶୁଙ୍କ ଆସିବା ଦିନର ଏହି ଘଟଣା ଘଟିବ। ନିଜ ପବିତ୍ର ଲୋକଙ୍କ ଗହଣରେ ମହିମା ମଣ୍ଡିତ ହେବା ପାଇଁ ଯୀଶୁ ଆସିବେ। ଯେଉଁମାନେ ସମସ୍ତେ ବିଶ୍ୱାସ କରିଛନ୍ତି, ସେମାନେ ଯୀଶୁଙ୍କୁ ଦେଖି ବିସ୍ମିତ ହେବେ। ଯେହେତୁ ତୁମ୍ଭେମାନେ ଆମ୍ଭେ କହିଥିବା କଥାଗୁଡ଼ିକୁ ବିଶ୍ୱାସ କରିଛ, ସେଥିପାଇଁ ସେହି ବିଶ୍ୱାସୀ ମଣ୍ଡଳୀରେ ତୁମ୍ଭେମାନେ ମଧ୍ୟ ଥିବ।

Gade chapit la Kopi




୨ ଥେସଲନୀକୀୟ 1:10
40 Referans Kwoze  

ଏବେ ମୋର ଧର୍ମପରାୟଣତା ପାଇଁ ବିଜୟର ପୁରସ୍କାର ଗଚ୍ଛିତ ଅଛି। ନିର୍ଦ୍ଦିଷ୍ଟ ଦିବସରେ ନ୍ୟାୟବାନ ବିଚାରପତି ପ୍ରଭୁ ନିଜେ ମୋତେ ସେହି ପୁରସ୍କାର ପ୍ରଦାନ କରିବେ - କେବଳ ମୋତେ ନୁହେଁ; ପ୍ରେମ ଭକ୍ତି ସହ ଯେଉଁମାନେ ତାଙ୍କ ଆଗମନର ଅପେକ୍ଷା କରନ୍ତି, ସମସ୍ତେ ଏହି ପୁରସ୍କାର ଲାଭ କରିବେ।


ମୁଁ ନିବେଦନ କରେ, ଯେପରି ତାଙ୍କର ଆଲୋକ ଦେଖିବା ନିମନ୍ତେ ତୁମ୍ଭମାନଙ୍କର ଅନ୍ତର୍ଦୃଷ୍ଟି ପ୍ରସନ୍ନ ହେବ। ଫଳରେ ଯେଉଁ ଭରସା ନିମନ୍ତେ ତୁମ୍ଭେମାନେ ତାଙ୍କ ଦ୍ୱାରା ଆହୂତ,


କିନ୍ତୁ “ଖ୍ରୀଷ୍ଟଙ୍କ ଦିବସରେ” ପ୍ରତ୍ୟେକର କାର୍ଯ୍ୟ ପ୍ରକାଶିତ ହେବ। ସେହି ଦିନ ଅଗ୍ନି ଦ୍ୱାରା ପ୍ରତ୍ୟେକର କାର୍ଯ୍ୟ ପରୀକ୍ଷା କରାଯାଇ ମାନ ନିରୂପଣ କରାଯିବ।


ମୋର ଯାହା କିଛି ଅଛି, ସବୁ ତୁମର ଓ ତୁମର ଯାହା କିଛି ଅଛି, ସବୁ ମୋର ଏବଂ ଏମାନଙ୍କ ଦ୍ୱାରା ମୁଁ ଗୌରବାନ୍ୱିତ।


ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ଏକ ପବିତ୍ର ଜାତି ଓ ଈଶ୍ୱରଙ୍କ ଆପଣାର ଲୋକ ହୋଇଅଛ। ଈଶ୍ୱର ତୁମ୍ଭମାନଙ୍କୁ ଅନ୍ଧକାର ମଧ୍ୟରୁ ତାଙ୍କର ଅପୂର୍ବ ଆଲୋକକୁ ଆହ୍ୱାନ କରିଛନ୍ତି। ତୁମ୍ଭେମାନ ତାଙ୍କର ବିସ୍ମୟକର କାର୍ଯ୍ୟସବୁ ଘୋଷଣା କରିବା ପାଇଁ ମନୋନୀତ।


ତେଣୁ ହେ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଉଚିତ୍। କାରଣ ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସତ୍ୟରେ ତୁମ୍ଭମାନଙ୍କର ବିଶ୍ୱାସ ଯୋଗୁଁ ଈଶ୍ୱର ତୁମକୁ ସର୍ବାଗ୍ରେ ମନୋନୀତ କରିଛନ୍ତି - ଯେପରି ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭେମାନେ ପରିତ୍ରାଣ ପାଇବ ଓ ଏକ ପବିତ୍ର ଗୋଷ୍ଠୀ ହେବ।


ଖ୍ରୀଷ୍ଟ ସମ୍ପର୍କୀୟ ବାର୍ତ୍ତା ତୁମଠାରେ ଦୃଢ଼ ପ୍ରତିଷ୍ଠିତ ହୋଇଛି।


ମହାବିଚାର ଦିବସରେ ପ୍ରଭୁ ତାଙ୍କ ପ୍ରତି ସଦୟ ହୁଅନ୍ତୁ। ଏଫିସୀରେ ସେ ମୋର କେତେ ଉପକାର କରିଥିଲେ, ତୁମେ ସେ ସବୁ କଥା ଜାଣ।


ସେଥିଯୋଗୁଁ ମୁଁ ଏ ସବୁ ଦୁଃଖଭୋଗ କରୁଛି। ଯାହାଙ୍କୁ ମୁଁ ବିଶ୍ୱାସ କରୁଛି, ମୁଁ ତାଙ୍କର ସ୍ପଷ୍ଟ ପରିଚୟ ପାଇଛି ଏବଂ ସେ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହା ତୁଲାଇବାକୁ ମହାବିଚାର ଦିନ ପର୍ଯ୍ୟନ୍ତ ସେ ମୋତେ ନିରାପଦରେ ରଖିବେ, ଏହା ନିଶ୍ଚିତଭାବେ ଜାଣି ମୁଁ ଏ ପର୍ଯ୍ୟନ୍ତ ପୂରାପୂରି ଆଶାବାଦୀ ହୋଇ ରହିଛି।


ଏହିପରି ଭାବରେ ଆମ ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହରୁ, ତୁମେ ଆମ ପ୍ରଭୁ ଯୀଶୁଙ୍କ ନାମକୁ ଗୌରବାନ୍ୱିତ କରିପାରିବ ଓ ତୁମକୁ ମଧ୍ୟ ସେ ଗୌରବାନ୍ୱିତ କରିବେ।


ଆମେ କାହିଁକି ସର୍ବଦା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥାଉ, ତାହାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ଆମେ ଯେତେବେଳେ ତୁମ୍ଭମାନଙ୍କ ନିକଟକୁ ଈଶ୍ୱରଙ୍କ ବାର୍ତ୍ତା ଆଣିଥିଲୁ, ତୁମ୍ଭେମାନେ ତାହା ମନୁଷ୍ୟର ବାର୍ତ୍ତା ବୋଲି ମନେ ନ କରି, ଈଶ୍ୱରଙ୍କ ବାର୍ତ୍ତା ରୂପେ ଶୁଣିଥିଲ ଓ ଗ୍ରହଣ କରିଥିଲ। ପ୍ରକୃତରେ ତାହା ଈଶ୍ୱରଙ୍କର ବାର୍ତ୍ତା ଓ ତୁମ୍ଭମାନଙ୍କ ପରି ବିଶ୍ୱାସୀମାନଙ୍କ ଅନ୍ତକରଣରେ ତାହା ସକ୍ରିୟ ହୋଇ ରହେ।


ହେ ଆମର ଭାଇମାନେ! ତୁମ୍ଭେମାନେ ନିଜେ ଜାଣ ଯେ, ତୁମ ନିକଟକୁ ଆମର ଆଗମନ ବ୍ୟର୍ଥ ହୋଇ ନାହିଁ।


କାରଣ କେବଳ ବାକ୍ୟରେ ନୁହେଁ, ପବିତ୍ର ଆତ୍ମାଙ୍କ ସହାୟତାରେ ଶକ୍ତିର ସହିତ, ସୁସମାଚାରର ସତ୍ୟତା ସମ୍ପୂର୍ଣ୍ଣଭାବେ ଉପଲବ୍ଧି କରି ଆମେ ତାହା ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ। ତୁମ୍ଭେମାନେ ଜାଣ, ତୁମ ସହିତ ଥିବାବେଳେ ଆମେ କିପରି ଜୀବନ ଯାପନ କରିଥିଲୁ; କିପରି କେବଳ ତୁମ୍ଭମାନଙ୍କର ମଙ୍ଗଳ ଆମ ଜୀବନର ଲକ୍ଷ୍ୟ ଥିଲା।


ମୁଁ ପ୍ରାର୍ଥନା କରେ ଯେପରି ସେ ତାଙ୍କ ଆତ୍ମାଙ୍କ କର୍ତ୍ତୃକ ତାଙ୍କର ଗୌରବର ଭଣ୍ଡାରରୁ ତୁମ ଅନ୍ତରାତ୍ମାକୁ ବଳିଷ୍ଠ କରିବା ପାଇଁ ଶକ୍ତି ଦେବେ।


ଯେପରି ବର୍ତ୍ତମାନ ସମୟରେ ଖ୍ରୀଷ୍ଟୀୟ ମଣ୍ଡଳୀର କାର୍ଯ୍ୟ ଦ୍ୱାରା ସ୍ୱର୍ଗୀୟ ଅଧିପତି ଓ ଶକ୍ତିମାନେ ଈଶ୍ୱରଙ୍କ ବହୁବିଧ ଜ୍ଞାନ ସମ୍ପର୍କରେ ସମୃକ୍ ବୁଝିପାରିବେ।


ଯୀଶୁ ଖ୍ରୀଷ୍ଟଙ୍କଠାରେ ପ୍ରଦର୍ଶିତ ପ୍ରେମରେ ତାଙ୍କ ଅନୁଗ୍ରହର ଅସାଧାରଣ ମହତ୍ତ୍ୱ ଯୁଗେ ଯୁଗେ ପ୍ରତିପାଦିତ କରିବା ପାଇଁ ଈଶ୍ୱର ଏହା କଲେ।


ଈଶ୍ୱର ତାଙ୍କ ଲୋକମାନଙ୍କୁ ଯେଉଁସବୁ ବିଷୟ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି, ସେ ସବୁ ଯେ ଆମେ ପାଇବା, ପବିତ୍ର ଆତ୍ମା ତାହାର ଜାମିନଦାର ସ୍ୱରୂପ। ଈଶ୍ୱର ତାଙ୍କ ଲୋକମାନଙ୍କୁ ସ୍ୱାଧୀନତାର ପରିପୂର୍ଣ୍ଣତା ପ୍ରଦାନ କରିବେ, ଏହି ନିଶ୍ଚିତ ବୋଧ ପାଇ, ଆସ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବା।


ଆସ, ଯେଉଁମାନେ ସର୍ବପ୍ରଥମେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଥିଲୁ, ସମସ୍ତେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବା।


ଈଶ୍ୱରଙ୍କ ଅପୂର୍ବ ଅନୁଗ୍ରହ ନିମନ୍ତେ ଓ ତାଙ୍କ ପ୍ରିୟ ପୁତ୍ରଙ୍କୁ ବିନା ମୂଲ୍ୟରେ ଦାନ ସ୍ୱରୂପେ ପାଇଥିବା ହେତୁ, ଆମେ ଈଶ୍ୱରଙ୍କ ଧନ୍ୟବାଦ କରୁଛୁ।


ସେଥିଯୋଗୁଁ ସେମାନେ ମୋ’ ନିମନ୍ତେ ଈଶ୍ୱରଙ୍କ ପ୍ରଶଂସା କରିଥିଲେ।


ଏ ଖବର ଶୁଣି ଯୀଶୁ କହିଲେ, “ଏ ରୋଗରେ ଲାଜାର ମରିବ ନାହିଁ। କିନ୍ତୁ ଏହା ଦ୍ୱାରା ଈଶ୍ୱର ମହିମାନ୍ୱିତ ହେବେ ଓ ସେଥି ସଙ୍ଗେ ଈଶ୍ୱରଙ୍କ ପୁତ୍ର ମଧ୍ୟ ଗୌରବ ପାଇବେ।”


ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି ଯେ, ବିଚାର ଦିନରେ ଈଶ୍ୱର ସେହି ସହର ଅପେକ୍ଷା ସଦୋମ ପ୍ରତି ଅଧିକ ଦୟା ଦେଖାଇବେ।


“ଯେତେବେଳେ ମନୁଷ୍ୟପୁତ୍ର ରାଜା ହୋଇ ତାଙ୍କର ସ୍ୱର୍ଗଦୂତମାନଙ୍କ ସହିତ ଆସିବେ, ସେ ଗୌରବୋଜ୍ଜ୍ୱଳ ସିଂହାସନରେ ବସିବେ ଏବଂ


“ସେହି ଦିନ, ସେହି ମୁହୂର୍ତ୍ତ କେବେ ଆସିବ, କେହି କହିପାରିବେ ନାହିଁ। ସ୍ୱୟଂ ଈଶ୍ୱରଙ୍କ ପୁତ୍ର କିମ୍ବା ସ୍ୱର୍ଗଦୂତମାନେ ମଧ୍ୟ ସେକଥା ଜାଣନ୍ତି ନାହିଁ, କେବଳ ପିତା ଈଶ୍ୱର ଜାଣନ୍ତି।


ମହାବିଚାର ଦିନ ଉପସ୍ଥିତ ହେଲେ ଅନେକେ ମୋତେ କହିବେ, ପ୍ରଭୁ ତୁମ ନାମରେ ଭୂତ ଛଡ଼ାଇଛୁ ଏବଂ ଅନେକ ଅଲୌକିକ କାର୍ଯ୍ୟ କରିଛୁ।


ମନିଷ୍ୟ ପୁତ୍ର ପିତା ଈଶ୍ୱରଙ୍କ ଦ୍ୱାରା ଗୌରବାନ୍ୱିତ ହୋଇ ସ୍ୱର୍ଗଦୂତମାନଙ୍କ ସହ ପୁନର୍ବାର ଆସିବେ। ସେତେବେଳେ ସେ ପ୍ରତ୍ୟେକକୁ ତା’ର କୃତକର୍ମ ଅନୁସରେ ଫଳ ଦେବେ।


ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି, ମନୁଷ୍ୟ ପୁତ୍ର ରାଜା ହୋଇ ଆସିବା ପର୍ଯ୍ୟନ୍ତୁ ଏଠାରେ ଉପସ୍ଥିତ ଥିବା କେତେଜଣ ମୃତ୍ୟ ଭୋଗ କରିବେ ନାହିଁ।”


ଆମେ ତୁମକୁ ଉତ୍ସାହିତ କରିଥିଲୁ, ସାନ୍ତ୍ୱନା ପ୍ରଦାନ କରିଥିଲୁ, ପୁଣି ତୁମ୍ଭେମାନେ ଯେପରି ଈଶ୍ୱରଙ୍କ ଯୋଗ୍ୟ ଆଚରଣ କରି ତାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହେବା ପାଇଁ ତାଙ୍କର ଆହ୍ୱାନ ଗ୍ରହଣ କରିପାରିବ, ଏଥିନିମନ୍ତେ ଉତ୍ସାହ ଦେଇଥିଲୁ।


ଆମ ଧର୍ମବିଶ୍ୱାସର ଏହି ମହାରହସ୍ୟ କେହି ଅସ୍ୱୀକାର କରିପାରିବେ ନାହିଁ: ମାନବ ଦେହ ଧରି ସେ ଅବତୀର୍ଣ୍ଣ ହେଲେ, ସ୍ୱର୍ଗଦୂତମାନଙ୍କ ସାକ୍ଷାତରେ ପରମାତ୍ମାଙ୍କ ସମର୍ଥନ ଲାଭ କଲେ, ସମସ୍ତ ଜାତିମାନଙ୍କ ମଧ୍ୟରେ ତାଙ୍କ ବାର୍ତ୍ତା ପ୍ରଚାରିତ ହେଲା, ପୃଥିବୀର ସର୍ବତ୍ର ସେ ବିଶ୍ୱାସଭାଜନ ହୋଇ ସଗୌରବେ ସ୍ୱର୍ଗକୁ ଉତ୍ଥାପିତ ହେଲେ।


Swiv nou:

Piblisite


Piblisite