Biblia Todo Logo
Bib sou entènèt

- Piblisite -




୨ ପିତର 3:7 - ପବିତ୍ର ବାଇବଲ (CL) NT (BSI)

7 କିନ୍ତୁ ବର୍ତ୍ତମାନ ଯେଉଁ ଆଶାଶମଣ୍ଡଳ ଓ ପୃଥବୀ ଅଛି, ତାହା ଈଶ୍ୱରଙ୍କ ଅନୁରୂପ ଆଜ୍ଞା ଦ୍ୱାରା ଅଗ୍ନିରେ ଧ୍ୱଂସ ପାଇବା ନିମନ୍ତେ ରଖାଯାଇଛି। ଯେଉଁ ଦିବସରେ ଅଧାର୍ମିକ ଲୋକମାନେ ବିଚରିତ ହୋଇ ବିନଷ୍ଟ ହେବେ, ସେହି ଦିନ ପର୍ଯ୍ୟନ୍ତ ତାହା ସୁରକ୍ଷିତ ହୋଇ ରହିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ପୁଣି, ଏହି ବର୍ତ୍ତମାନ ଆକାଶମଣ୍ତଳ ଓ ପୃଥିବୀ ସେହି ବାକ୍ୟ ଦ୍ଵାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

7 ପୁଣି, ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ପୁଣି, ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି।

Gade chapit la Kopi

ପବିତ୍ର ବାଇବଲ

7 ମାତ୍ର ପରମେଶ୍ୱରଙ୍କ ସେହି ବାକ୍ୟ ଦ୍ୱାରା ଆକାଶମଣ୍ଡଳ ଓ ବର୍ତ୍ତମାନର ଜଗତ ରହିଅଛି। ଆକାଶମଣ୍ଡଳ ଓ ପୃଥିବୀ ଅଗ୍ନି ଦ୍ୱାରା ବିନଷ୍ଟ ହେବା ନିମନ୍ତେ ରକ୍ଷିତ ଅଛି। ପରମେଶ୍ୱରଙ୍କ ସମସ୍ତ ବିରୋଧୀ ଲୋକମାନେ ପୁଣି ଆକାଶମଣ୍ଡଳ ଓ ପୃଥିବୀ ନଷ୍ଟ ହେବା ନିମନ୍ତେ ବିଗ୍ଭର ଦିନ ପର୍ଯ୍ୟନ୍ତ ସୁରକ୍ଷିତ ଥିବେ।

Gade chapit la Kopi




୨ ପିତର 3:7
31 Referans Kwoze  

କିନ୍ତୁ ପ୍ରଭୁଙ୍କର ଦିନ ଚୋର ପରି ଆସିବ। ସେହି ଦିନ ଏକ ତୀବ୍ର ଧ୍ୱନି ଭିତରେ ଆକାଶମଣ୍ଡଳ ବିଲୁପ୍ତ ହେବ। ଆକାଶର ଗ୍ରହ ନକ୍ଷତ୍ରାଦି ପୋଡ଼ି ଜଳି ଧ୍ୱସ ପାଇବେ। ପୃଥିବୀ ତା'ର ସମସ୍ତ ବସ୍ତୁ ସହ ବିଲୀନ ହେବ।


ତୁମ୍ଭେମାନେ ପ୍ରଭୁଙ୍କ ଦିନର ଅପେକ୍ଷା କରି ରହିବା ବେଳେ, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ନିଜକୁ ପ୍ରସ୍ତୁତ କର। ସେହି ଦିନ ଆକାଶମଣ୍ଡଳ ଜଳି ଧ୍ୱଂସ ପାଇବ। ଆକାଶର ଗ୍ରହ ନକ୍ଷତ୍ରାଦି ପ୍ରଚଣ୍ଡ ତାପରେ ତରଳି ଯିବେ।


ପରିଶେଷରେ ମୁଁ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଦେଖିଲି। ପୁରାତନ ଆକାଶ, ପୁରାତନ ପୃଥିବୀ ଓ ସମୁଦ୍ର ଉଭେଇ ଗଲା।


ସ୍ୱର୍ଗ ଓ ପୃଥିବୀର ବିଲୋପ ହେବ; କିନ୍ତୁ ମୋ’ କଥା କେବେ ଲୋପ ପାଇବ ନାହିଁ।


ପ୍ରଭୁ ଜାଣନ୍ତି, କିପରି ଧାର୍ମିକ ଲୋକମାନଙ୍କୁ ସେମାନଙ୍କ ପରୀକ୍ଷାରୁ ରକ୍ଷା କରିବାକୁ ହେବ। ପୁଣି ଦୁଷ୍କର୍ମକାରୀମାନଙ୍କୁ,


“ତା’ପରେ ବାମ ପାଶ୍ୱର୍ରେ ଥିବା ଲୋକମାନଙ୍କୁ ସେ କହିବେ, ‘ଆରେ ଅଭିଶପ୍ତଦଳ! ମୋ’ ସମ୍ମୁଖରୁ ଦୂର ହୁଅ। ଶୟତାନ ଓ ତା’ର ଅନୁଚରମାନଙ୍କ ପାଇଁ ଯେଉଁ ଚିର ଜ୍ୱଳନ୍ତ ଅଗ୍ନି ପ୍ରସ୍ତୁତ ହୋଇ ରହିଛି, ସେଠାକୁ ଯାଅ।


ଅନନ୍ତର ମୁଁ ଦେଖିଲି, ଶ୍ୱେତବର୍ଣ୍ଣର ଗୋଟିଏ ବୃହତ୍ ସିଂହାସନ ଓ ତାହା ଉପରେ ଜଣେ ଉପବିଷ୍ଟ।


“ତୁମେ କହିଥିବା ପ୍ରତ୍ୟେକ ଅସାର କଥା ପାଇଁ ବିଚାର ଦିନରେ ତୁମକୁ କୈଫିୟତ୍ ଦେବାକୁ ପଡ଼ିବ।


ସଦୋମ ଓ ଗମୋର ଏବଂ ତନ୍ନିକଟସ୍ଥ ନଗରୀଗୁଡ଼ିକର ଦଶାସ୍ମରଣ କର। ସେମାନେ ଉକ୍ତ ଦୁତମାନଙ୍କର ଅନୁରୂପ ଆଚରଣ କରି ଇନ୍ଦ୍ରିୟ ଲାଳସା ଓ ଅସ୍ୱାଭାବିକ କାମୁକତାରେ ଲିପ୍ତ ହେଲେ। ଅନ୍ୟମାନଙ୍କୁ ସତର୍କ କରାଇ ଦେବା ନିମେନ୍ତ ସେମାନେ ଅନନ୍ତ ନରକାଗ୍ନିରେ ଦଣ୍ଡଭୋଗ କରୁଛନ୍ତି।


ଧନସମ୍ପତ୍ତିର ଲୋଭ ମନୁଷ୍ୟକୁ ଅନେକ ପରୀକ୍ଷା ଓ କୁଚକ୍ରାନ୍ତ ଭିତରକୁ ଟାଣିନିଏ; ତା’ ମନରେ ବହୁ ତୁଚ୍ଛ ଅନିଷ୍ଟକର ଲାଳସା ଜାଗ୍ରତ କରି ତାକୁ ଧ୍ୱଂସ ଓ ସର୍ବନାଶ ଆଡ଼କୁ କଢ଼ାଇ ନିଏ।


ଶତ୍ରୁମାନଙ୍କୁ ଭୟ କର ନାହିଁ, ସାହସରେ ଅଟଳ ରୁହ। ତାହାହେଲେ, ସେମାନେ ଜାଣି ପାରିବେ ଯେ, ସେମାନଙ୍କର ପରାଜୟ ସୁନିଶ୍ଚିତ ଓ ତୁମ୍ଭେମାନେ ବିଜୟ ଲାଭ କରିବ, କାରଣ ଈଶ୍ୱର ହିଁ ତୁମ୍ଭମାନଙ୍କୁ ଜୟଯୁକ୍ତ କରିବେ।


ଆମ ଜୀବନରେ ଏହି ପ୍ରେମ ସିଦ୍ଧ ହେଲେ, ଆମେ ନିର୍ଭୀକ ଭାବରେ ବିଚାର ଦିନର ସମ୍ମୁଖୀନ ହୋଇ ପାରିବା, କାରଣ ଏହି ଜଗତରେ ଥାଉ ଥାଉ ଆମେ ଖ୍ରଷ୍ଟଙ୍କ ପରି ଜୀବନ ଯାପନ କରୁଛୁ।


ଏହିପରି କହି ତୁମ୍ଭମାନଙ୍କୁ କେହି କୌଣସି ପ୍ରକାରେ ପ୍ରତାରଣା ନ କରୁ। ଈଶ୍ୱରଙ୍କ ବିରୁଦ୍ଧରେ ଅନ୍ତିମ ବିଦ୍ରୋହ ନ ଘଟିବା ପର୍ଯ୍ୟନ୍ତ ଓ ସେହି ନରକଗାମୀ “ପାପାତ୍ମା” ଆତ୍ମପ୍ରକାଶ ନ କରିବା ପର୍ଯ୍ୟନ୍ତ ସେହି ଦିନ ଆସିବ ନାହିଁ।


କିନ୍ତୁ ତୁମେ ଦାମ୍ଭିକ ଓ କଠିନମନା। ତେଣୁ ଶେଷ ଦିନର ବିଚାରବେଳେ ତୁମେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଅଧିକ କଠୋର ଦଣ୍ଡ ପାଇବ।


ଯଦି କୌଣସି ସ୍ଥାନରେ ଲୋକେ ତୁମକୁ ସ୍ୱାଗତ କରନ୍ତି ନାହିଁ ବା ତୁମ କଥା ଶୁଣନ୍ତି ନାହିଁ, ତୁମ ପାଦ ଧୂଳି ଝାଡ଼ିଦେଇ ସେହି ସ୍ଥାନ ଛାଡ଼ି ଚାଲିଯାଅ। ଏହା ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ସ୍ୱରୂପ ହେବ।”


”ଈଶ୍ୱର ବିଚାର ଦିନରେ ତୁମଠାରୁ ସଦୋମ ପ୍ରତି ଅଧିକ ଦୟା ଦେଖାଇବେ।”


“ମୁଁ ନିଶ୍ଚିତଭାବେ କହୁଛି, ଈଶ୍ୱର ବିଚାର ଦିନରେ ତୁମ୍ଭମାଂଙ୍କ ଅପେକ୍ଷା ସୋର ଓ ସିଦୋନର ଲୋକମାନଙ୍କୁ ଅଧିକ ଅନୁଗ୍ରହ ଦେଖାଇବେ।


“ମୁଁ ତୁମକୁ ନିଶ୍ଚିମଭାବେ କହୁଛି, ବିଚାର ଦିନରେ ଏମାନଙ୍କଠରୁ ସଦୋମ ଗମୋଚାର ଲୋକମାନଙ୍କ ପ୍ରତି ଈଶ୍ୱର ଅଧିକ ଅନୁଗ୍ରହ ଦେଖାଇବେ।


ଏବଂ ଯେଉଁ ପଶୁଟି ଦିନେ ବଞ୍ôଚôଥିଲା, କିନ୍ତୁ ଏବେ ଆଉ ନାହିଁ, ସେ ହେଉଛି ଅଷ୍ଟମ ରାଜା; ସେହି ସପ୍ତ ରାଜାଙ୍କ ମଧ୍ୟରୁ ଜଣେ ଓ ସେ ମଧ୍ୟ ଶୀଘ୍ର ବିନଷ୍ଟ ହେବ।


ପଶୁଟି ଦିନେ ବଞ୍ଚିଥିଲା; ଏବେ ଆଉ ବଞ୍ଚି ନାହିଁ, କିନ୍ତୁ ଅତି ଶୀଘ୍ର ପାତାଳପୁରୀରୁ ଉଠି ଆସିବ ଏବଂ ଆଉ ଥରେ ବିନଷ୍ଟ ହେବ। ସୃଷ୍ଟିର ଆଦ୍ୟରୁ ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯାଇ ନାହିଁ, ପୃଥ୍ୱୀବାସୀ ସେହି ସମସ୍ତେ ପଶୁଟିକୁ ଦେଖି ଆଚମ୍ବିତ ହେବେ। ସେ ଦିନେ ଜୀବିତ ଥିଲା, ଏବେ ଆଉ ନାହିଁ, କିନ୍ତୁ ପୁଣି ଥରେ ତା’ର ଆବିର୍ଭାବ ହେବ।


ଯେ ମୋତେ ପ୍ରତ୍ୟାଖ୍ୟାନ କରି ମୋର ବାର୍ତ୍ତା ଗ୍ରହଣ କରେ ନାହିଁ, ମୋ’ ମୁଖର ବାକ୍ୟ ତା’ର ବିଚାରକ ହେବ। ସେହି ବାକ୍ୟ ଅନ୍ତିମ ଦିବସରେ ତା’ର ବିଚାର କରିବ।


କିନ୍ତୁ “ଖ୍ରୀଷ୍ଟଙ୍କ ଦିବସରେ” ପ୍ରତ୍ୟେକର କାର୍ଯ୍ୟ ପ୍ରକାଶିତ ହେବ। ସେହି ଦିନ ଅଗ୍ନି ଦ୍ୱାରା ପ୍ରତ୍ୟେକର କାର୍ଯ୍ୟ ପରୀକ୍ଷା କରାଯାଇ ମାନ ନିରୂପଣ କରାଯିବ।


କାରଣ ପ୍ରକଅିରେ ଆମ୍ଭମାନଙ୍କର ଈଶ୍ୱର ଏକ ଧ୍ୱଂସକାରୀ ଅଗ୍ନି ଅଟନ୍ତି।


Swiv nou:

Piblisite


Piblisite