Biblia Todo Logo
Bib sou entènèt

- Piblisite -




୨ ପିତର 3:2 - ପବିତ୍ର ବାଇବଲ (CL) NT (BSI)

2 ବହୁ ପୂର୍ବେ ପବିତ୍ର ଭାବବାଦୀମାନେ ଯେଉଁସବୁ ଭାବବାଣୀ ପ୍ରକାଶ କରିଥିଲେ ଏବଂ ତ୍ରାଣକର୍ତ୍ତା ପ୍ରଭୁଙ୍କର ଯେଉଁସବୁ ଆଜ୍ଞା ତୁମ୍ଭମାନଙ୍କୁ ପ୍ରେତରିତ ଶିଷ୍ୟମାନେ ପ୍ରଦାନ କରିଛନ୍ତି, ତାହା ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ମୁଁ ଚାହେଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତୁମ୍ଭେମାନେ ଯେପରି ପବିତ୍ର ଭାବବାଦୀମାନଙ୍କ ଦ୍ଵାରା ପୂର୍ବକାଳରେ ଉକ୍ତ ବାକ୍ୟସବୁ ପୁଣି ତୁମ୍ଭମାନଙ୍କ ପ୍ରେରିତ-ମାନଙ୍କ ଦ୍ଵାରା କଥିତ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କର ଆଜ୍ଞାଗୁଡ଼ିକ ସ୍ମରଣରେ ରଖ, ଏଥିନିମନ୍ତେ ଉଭୟ ପତ୍ରରେ ମୁଁ ତୁମ୍ଭମାନଙ୍କୁ ସେହିସବୁ ସ୍ମରଣ କରାଇ ତୁମ୍ଭମାନଙ୍କ ସରଳ ମନକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଅଛି।

Gade chapit la Kopi

ଓଡିଆ ବାଇବେଲ

2 ତୁମ୍ଭେମାନେ ଯେପରି ପବିତ୍ର ଭାବବାଦୀମାନଙ୍କ ଦ୍ୱାରା ପୂର୍ବକାଳରେ ଉକ୍ତ ବାକ୍ୟସବୁ ପୁଣି, ତୁମ୍ଭମାନଙ୍କ ପ୍ରେରିତମାନଙ୍କ ଦ୍ୱାରା କଥିତ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କର ଆଜ୍ଞାଗୁଡ଼ିକ ସ୍ମରଣରେ ରଖ, ଏଥି ନିମନ୍ତେ ଉଭୟ ପତ୍ରରେ ମୁଁ ତୁମ୍ଭମାନଙ୍କୁ ସେହି ସବୁ ସ୍ମରଣ କରାଇ ତୁମ୍ଭମାନଙ୍କ ସରଳ ମନକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତୁମ୍ଭେମାନେ ଯେପରି ପବିତ୍ର ଭାବବାଦୀମାନଙ୍କ ଦ୍ୱାରା ପୂର୍ବକାଳରେ ଉକ୍ତ ବାକ୍ୟସବୁ ପୁଣି, ତୁମ୍ଭମାନଙ୍କ ପ୍ରେରିତମାନଙ୍କ ଦ୍ୱାରା କଥିତ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କର ଆଜ୍ଞାଗୁଡ଼ିକ ସ୍ମରଣରେ ରଖ, ଏଥିନିମନ୍ତେ ଉଭୟ ପତ୍ରରେ ମୁଁ ତୁମ୍ଭମାନଙ୍କୁ ସେହିସବୁ ସ୍ମରଣ କରାଇ ତୁମ୍ଭମାନଙ୍କ ସରଳ ମନକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଅଛି।

Gade chapit la Kopi

ପବିତ୍ର ବାଇବଲ

2 ପବିତ୍ର ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ଅତୀତରେ ଯାହାକିଛି କହି ଯାଇଛନ୍ତି ମୁଁ ଗ୍ଭହେଁ ଯେ, ସେଗୁଡ଼ିକୁ ତୁମ୍ଭେମାନେ ମନେ ପକାଅ। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯେଉଁ ଆଜ୍ଞା ଦେଇଛନ୍ତି, ସେଗୁଡ଼ିକୁ ମଧ୍ୟ ମନେ ପକାଅ। ତୁମ୍ଭମାନଙ୍କ ପ୍ରେରିତମାନଙ୍କ ମାଧ୍ୟମରେ ସେ ଆମ୍ଭକୁ ଏହି ଆଜ୍ଞା ଦେଇଥିଲେ।

Gade chapit la Kopi




୨ ପିତର 3:2
20 Referans Kwoze  

ବନ୍ଧୁଗଣ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷମାନେ ତୁମ୍ଭମାନଙ୍କୁ ଯାହା କହି ଯାଇଛନ୍ତି, ତାହା ସ୍ମରଣ କର।


ଧର୍ମପଥ ଜ୍ଞାତ ହୋଇ ସେଥିରେ ପ୍ରଦତ୍ତ ପବିତ୍ର ପବିତ୍ର ଶିକ୍ଷାରୁ ବିମୁଖ ହେବା ଅପେକ୍ଷା, ବରଂ ତା’କେବେ ନ ଜାଣିବା ଅଧିକ ଭଲ ହୋଇଥାଆନ୍ତା।


ବହୁ ପୂର୍ବରୁ ସେ ତାଙ୍କ ପବିତ୍ର ଭାବବାଦୀମାନଙ୍କ ମୁଖ ଦେଇ ପ୍ରତିଜ୍ଞା କରିଥିଲେ ଯେ,


ତା’ପରେ ସେ ସେମାନଙ୍କୁ କହିଲେ, “ମୁଁ ତୁମ ସଙ୍ଗରେ ଥିବା ସମୟରେ ଠିକ୍ ଏହି କଥା ସବୁ କହିଥିଲି। ମୋଶାଙ୍କ ବ୍ୟବସ୍ଥା, ଭାବବାଦୀ ଗ୍ରନ୍ଥ ଓ ଦାଉଦଙ୍କ ଗୀତଗୁଡ଼ିକରେ ମୋ’ ବିଷୟରେ ଉଲ୍ଲିଖିତ ହୋଇଥିବା ପ୍ରତ୍ୟେକ ବିଷୟ ସଫଳ ହୋଇଛି।”


ସେହି ଦୂତଙ୍କୁ ପୂଜା କରିବା ପାଇଁ ମୁଁ ତାଙ୍କ ପାଦ ତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ସେପରି କର ନାହିଁ। ତୁମ ପରି ଓ ତୁମ ଭାଇମାନଙ୍କ ପରି ମୁଁ ଯୀଶୁଙ୍କର ଜଣେ ଦାସ ମାତ୍ର। ତୁମ୍ଭମାନଙ୍କ ପରି ମୁଁ ମଧ୍ୟ ଯୀଶୁ ପ୍ରକାଶ କରିଥିବା ସତ୍ୟକୁ ଗ୍ରହଣ କରିଛି। କେବଳ ଈଶ୍ୱରଙ୍କର ପୂଜା କର। କେବଳ ଯୀଶୁ ପ୍ରକାଶ କରିଥିାବ ସତ୍ୟ, ଭାବବାଦୀମାନଙ୍କୁ ପ୍ରେରଣା ଦିଏ।”


ତୁମ୍ଭେମାନେ ମଧ୍ୟ ପ୍ରେରିତ ଶିଷ୍ୟ ଓ ଭାବବାଦୀମାନଙ୍କ ଦ୍ୱାରା ସ୍ଥାପିତ ଭିତ୍ତିମୂଳ ଉପରେ ନିର୍ମିତ ଗୃହ ସଦୃଶ। ସେହି ଗୃହର କୋଣ ପ୍ରସ୍ତର ସ୍ୱୟଂ ଯୀଶୁ ଖ୍ରୀଷ୍ଟ।


ସେମାନେ ଗୋଟିଏ ତାରିଖ ନିର୍ଦ୍ଦିଷ୍ଟ କଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକେ ସେ ଦିନ ପାଉଲ ରହୁଥିବା ସ୍ଥାନକୁ ଆସିଲେ। ସକାଳୁ ରାତ୍ରିଯାଏ ପାଉଲ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟସଂକ୍ରାନ୍ତ ବାର୍ତ୍ତା ବୁଝାଇଲେ ଓ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଲେଖାରୁ ବାକ୍ୟ ଉଦ୍ଧାର କରି ଯୀଶୁଙ୍କଠାରେ ସେମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ।


ସବୁ ଭାବବାଦୀମାନେ ତାଙ୍କ ବିଷୟରେ ପ୍ରଚାର କରି ଏହି କଥା କହିଥିଲେ, ଯେ କେହି ତାଙ୍କଠାରେ ବିଶ୍ୱାସ କରିବ, ତାଙ୍କ ନାମର ଶକ୍ତିରେ ତାହାର ପାପ କ୍ଷମା ହେବ।”


ପୁରାକାଳର ଧାର୍ମିକ ଭାବବାଦୀମାନଙ୍କ ଦ୍ୱାରା ଈଶ୍ୱରଙ୍କ ଘୋଷଣାନୁସାରେ ସମସ୍ତ ବିଷୟର ନବୀକରଣ ହେବା ପର୍ଯ୍ୟନ୍ତ ସେ ସ୍ୱର୍ଗରେ ଅବସ୍ଥାନ କରିବେ।


ବହୁପୂର୍ବେ ସମସ୍ତ ଭାବବାଦୀମାନଙ୍କୁ ମୁଖରେ ଈଶ୍ୱର ଘୋଷଣା କରିଥିଲେ ଯେ, ମସୀହଙ୍କୁ ଦୁଃଖଭୋଗ କରିବାକୁ ହେବ। ଏହିପରି ଭାବର ବର୍ତ୍ତମାନ ତାହା ସଫଳ ହୋଇଛି।


ଯୀଶୁ, ମୋଶଶଙ୍କ ପୁସ୍ତକ ଓ ଅନ୍ୟାନ୍ୟ ଭାବବାଦୀମାନଙ୍କ ଦ୍ୱାରା ଲିଖିତ ଭାବବାଣୀଠାରୁ ଆରମ୍ଭ କରି ସମୁଦାୟ ଧର୍ମଶାସ୍ତ୍ରରେ ତାଙ୍କ ବିଷୟରେ ଯାହା ଯାହା ଉଲ୍ଲେଖ ଥିଲା, ସେସବୁ ସେମାନଙ୍କୁ ବୁଝାଇଦେଲେ।


କିନ୍ତୁ ଆମେ ଈଶ୍ୱରଙ୍କର। ଯେ କେହି ଈଶ୍ୱରଙ୍କୁ ଜାଣେ, ସେ ଆମ ପ୍ରତି କର୍ଣ୍ଣପାତ କର। ଯେଉଁମାନେ ଈଶ୍ୱରଙ୍କ ନୁହଁନ୍ତି, ସେମାନେ ଆମ କଥଶ ଶୁଣନ୍ତି ନାହିଁ। ସତ୍ୟ ଆତ୍ମା ଓ ପ୍ରଞ୍ଚକ ଆତ୍ମା ମଧ୍ୟରେ ଏହି ପାର୍ଥକ୍ୟ ଆମେ ଲକ୍ଷ୍ୟ କରିପାରିବା।


ଭାବି ଦେଖ, ପ୍ରଭୁ କେଡ଼େ ସହିଷ୍ଠୁ। ତୁମ୍ଭମାନଙଙ୍କ ପରିତ୍ରାଣ ପାଇଁ ସେ କେତେ ସୁଯୋଗ ଦେଉଛନ୍ତ। ଆମ ପ୍ରିୟ ଭ୍ରାତା ପାଉଲ ଈଶ୍ୱରଙ୍କଠାରୁ ପ୍ରାପ୍ତ ଜ୍ଞାନ ଦ୍ୱାରା ତୁମ୍ଭମାନଙ୍କ ନିକଟକୁ ଏହି ମର୍ମରେ ପତ୍ର ଲେଖିଛନ୍ତି।


ପରସ୍ପରର ଭାର ବହନ କରିବା ନିମନ୍ତେ ସାହାଯ୍ୟ କର। ଏହା କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଆଜ୍ଞା ପାଳନ କରିବ।


ଅତୀତରେ ମାନବ ଜାତିକୁ ଏହି ନିଗୂଢ଼ ତତ୍ତ୍ୱ ସମ୍ବନ୍ଧରେ କୁହାଯାଇ ନ ଥିଲା। କିନ୍ତୁ ଈଶ୍ୱର ବର୍ତ୍ତମାନ ତାଙ୍କର ପବିତ୍ର ପ୍ରେରିତ ଶିଷ୍ୟ ଓ ଭାବବାଦୀମାନଙ୍କୁ ଆତ୍ମାଙ୍କ ଦ୍ୱାରା ଏହା ପ୍ରକାଶ କରିଛନ୍ତି।


ପ୍ରଭୁ ଯୀଶୁଙ୍କ ପୁନରାଗମନ ପର୍ଯ୍ୟନ୍ତ ତୁମକୁ ଦିଆଯାଇଥିବା ଆଜ୍ଞାଗୁଡ଼ିକୁ ବିଶ୍ୱସ୍ତଭାବେ ପାଳନ କର।


ତାଙ୍କ ଲିଖିତ ପତ୍ରମାନଙ୍କରେ ଏହି ବିଷୟ ସେ ଉଲ୍ଲେଖ କରିଛନ୍ତି। ଅବଶ୍ୟ ତାଙ୍କ ପତ୍ରଗୁଡ଼ିକରେ କେତେକ ବିଷୟ ବୁଝିବା କଷ୍ଟକର। କିନ୍ତୁ ନିର୍ବୋଧ ଚପଳମତି ଲୋକମାନେ ଶାସ୍ତ୍ରର ଅନ୍ୟାନ୍ୟ ଅଶଂ ପରି ପାଉଲଙ୍କ ପତ୍ରଗୁଡ଼ିକର ମଧ୍ୟ ବିକୃତ ଅର୍ଥ କରନ୍ତି। ଏହି ଦ୍ୱରା ସେମାନେ ନିଜ ନିଜର ବିନାଶ ସାଧନ କରୁଛନ୍ତି।


Swiv nou:

Piblisite


Piblisite