Biblia Todo Logo
Bib sou entènèt

- Piblisite -




୨ ପିତର 3:15 - ପବିତ୍ର ବାଇବଲ (CL) NT (BSI)

15 ଭାବି ଦେଖ, ପ୍ରଭୁ କେଡ଼େ ସହିଷ୍ଠୁ। ତୁମ୍ଭମାନଙଙ୍କ ପରିତ୍ରାଣ ପାଇଁ ସେ କେତେ ସୁଯୋଗ ଦେଉଛନ୍ତ। ଆମ ପ୍ରିୟ ଭ୍ରାତା ପାଉଲ ଈଶ୍ୱରଙ୍କଠାରୁ ପ୍ରାପ୍ତ ଜ୍ଞାନ ଦ୍ୱାରା ତୁମ୍ଭମାନଙ୍କ ନିକଟକୁ ଏହି ମର୍ମରେ ପତ୍ର ଲେଖିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ପୁଣି, ଆମ୍ଭମାନଙ୍କ ପ୍ରଭୁଙ୍କର ଦୀର୍ଘସହିଷ୍ଣୁତା ତ୍ରାଣଜନକ ବୋଲି ଜ୍ଞାନ କର। ଆମ୍ଭମାନଙ୍କ ପ୍ରିୟ ଭ୍ରାତା ପାଉଲ ମଧ୍ୟ ଆପଣାର ଦତ୍ତ ଜ୍ଞାନାନୁସାରେ ତୁମ୍ଭମାନଙ୍କ ନିକଟକୁ ସେପରି ଲେଖିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

15 ପୁଣି, ଆମ୍ଭମାନଙ୍କ ପ୍ରଭୁଙ୍କର ଦୀର୍ଘସହିଷ୍ଣୁତା ତ୍ରାଣଜନକ ବୋଲି ଜ୍ଞାନ କର। ଆମ୍ଭମାନଙ୍କ ପ୍ରିୟ ଭ୍ରାତା ପାଉଲ ମଧ୍ୟ ଆପଣାକୁ ଦିଆଯାଇଥିବା ଜ୍ଞାନାନୁସାରେ ତୁମ୍ଭମାନଙ୍କ ନିକଟକୁ ସେପରି ଲେଖିଅଛନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ପୁଣି, ଆମ୍ଭମାନଙ୍କ ପ୍ରଭୁଙ୍କର ଦୀର୍ଘସହିଷ୍ଣୁତା ତ୍ରାଣଜନକ ବୋଲି ଜ୍ଞାନ କର। ଆମ୍ଭମାନଙ୍କ ପ୍ରିୟ ଭ୍ରାତା ପାଉଲ ମଧ୍ୟ ଆପଣାକୁ ଦିଆଯାଇଥିବା ଜ୍ଞାନାନୁସାରେ ତୁମ୍ଭମାନଙ୍କ ନିକଟକୁ ସେପରି ଲେଖିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

15 ପ୍ରଭୁ ଧୈର୍ଯ୍ୟବାନ ବୋଲି ଆମ୍ଭେ ରକ୍ଷା ପାଇଛୁ, ଏହା ମନେରଖ। ପରମେଶ୍ୱରଙ୍କ ପ୍ରଦତ୍ତ ଜ୍ଞାନ ବଳରେ ଆମ୍ଭର ପ୍ରିୟ ଭାଇ ପାଉଲ ତୁମ୍ଭକୁ ଲେଖିଲା ବେଳେ ସେ ସେହି କଥା କହିଥିଲେ।

Gade chapit la Kopi




୨ ପିତର 3:15
27 Referans Kwoze  

ହୁଏତ, ତୁମେ ଈଶ୍ୱରଙ୍କ ଅସୀମ କୃପା, ଉଦାରତା ଓ ସହିଷ୍ଣୁତାକୁ ଅବଜ୍ଞା କରୁଛ। ତୁମେ ଅବଶ୍ୟ ଜାଣିଛ ଯେ, ତୁମେ ମନରେ ଅନୁତାପ ଆଣିବା ପାଇଁ ଈଶ୍ୱର ଏଡ଼େ ଦୟା କରୁଛନ୍ତି।


ପ୍ରଭୁ ତାଙ୍କ ପ୍ରତିଜ୍ଞା ପୂରଣ କରିବପାକୁ ବିଳମ୍ବ କରନ୍ତି ନାର୍ହିଁ, ଯଦିଓ କେତେକ ଏହାକୁ ବିଳମ୍ବ ବୋଲି ମନେ କରନ୍ତି। ବରଂ ପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅତୀବ ସହନଶୀଳ। ସେ ଚାହାନ୍ତି ନାହିଁ କେହି ଜଣେ ହେଲେ ବିନଷ୍ଟ ହେଉ। ସମସ୍ତେ ନିଜ ନିଜ ପାପରୁ ଫେରନ୍ତି, ଏହି ତାଙ୍କର ଇଚ୍ଛା।


କିନ୍ତୁ ମୋ’ ପରି ଗୋଟିଏ ନରାଧମ ପ୍ରତି ମଧ୍ୟ ଈଶ୍ୱରଙ୍କ କୃପା ଓ ଖ୍ରୀଷ୍ଟ ଯୀଶୁଙ୍କ ସହନଶୀଳତା ମୋତେ ଏକ ଦୃଷ୍ଟାନ୍ତ କରି ରଖିଛି - ଅନ୍ୟମାନେ ଯେପରି ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରି ଅନନ୍ତ ଜୀବନ ଲାଭ କରିବେ।


ନୋହ ଜାହାଜ ନିର୍ମାଣ କରିବା ସମୟରେ ଈଶ୍ୱର ଧୈର୍ଯ୍ୟର ସହିତ ଅପେକ୍ଷା କରୁଥିଲେ। ସେତେବେଳେ ଦେଉଁ ଲୋକମାନେ ଈଶ୍ୱରଙ୍କର ଅବୋଧ୍ୟ ହେଲେ, ଉପରୋକ୍ତ ଆତ୍ମାଗଣ ସେହିମାନଙ୍କର। ଯେଉଁ ଅଳ୍ପ କେତେ ଜଣ ସର୍ବମୋଟ ଆଠ ଜଣ ମାତ୍ର- ଜଳପ୍ଳାବନରୁ ରକ୍ଷା ପାଇଲେ,


କିନ୍ତୁ ଉଦ୍ଧ୍ୱର୍ରୁ ଆଗତ ଜ୍ଞାନ ପ୍ରଥମତଃ, ବିଶୁଦ୍ଧ; ତାହା ମଧ୍ୟ ଶାନ୍ତି ପ୍ରଦାୟକ, ସୁଶାନ୍ତ ଓ ମୈତ୍ରୀ-ଭାବାପନ୍ନ। ତାହା ଅନୁକମ୍ପାରେ ପରିପୂର୍ଣ୍ଣ ଓ ହୁଳଭାବେ ସତ୍କର୍ମରୂପେ ଫଳ ଉତ୍ପାଦସନ କରେ; ତାହା ନିରପେକ୍ଷ ଓ ଛଳନାଶୂନ୍ୟ।


କାରଣ ମୁଁ ତୁମକୁ ଏପରି ବାକ୍ଶକ୍ତି ଓ ଜ୍ଞାନ ଦେବି ଯେ ତୁମ୍ଭମାନଙ୍କ କଥାକୁ ତୁମ ଶତ୍ରୁମାନେ ମିଥ୍ୟା ପ୍ରମାଣିତ କରି ଖଣ୍ଡନ କରି ପାରିବେ ନାହିଁ।


କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଯଦି ଜ୍ଞାନର ଅଭାବ ଥାଏ, ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ, ତାହାହେଲେ ଈଶ୍ୱର ତାହାକୁ ଜ୍ଞାନ ଦେବେ, କାରଣ ସେ ଅକୁଣ୍ଠିତ ଜିତ୍ତରେ ଓ ଉଦାରଭାବେ ସମସ୍ତଙ୍କୁ ଦାନ କରନ୍ତି।


ତେଣୁ ଆମେ ସମସ୍ତେ ଏକ ମତ ହୋଇ କେତେ ଜଣ ସମ୍ବାଦ ବାହାକଙ୍କୁ ମନୋନୀତ କରି ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ସ୍ଥିର କରିଛୁ। ସେମାନେ ଆମ ପ୍ରିୟ ବନ୍ଧୁ ବର୍ଣ୍ଣବା ଓ ପାଉଲଙ୍କ ସହିତ ଯିବେ।


ତେଣୁ ଆଧ୍ୟାତ୍ମିକମନା ଲୋକମାନଙ୍କ ନିକଟରେ ଆଧ୍ୟାତ୍ମିକ ସତ୍ୟ ପ୍ରକାଶ କଲାବେଳେ ଆମେ ଜାଗତିକ ଜ୍ଞାନରେ କଥା କହି ନ ଥାଉ; ପବିତ୍ରଆତ୍ମାଙ୍କ ଶିକ୍ଷାନୁଯାୟୀ ସେହି ସତ୍ୟସବୁ ବ୍ୟାଖ୍ୟା କରିଥାଉ।


ଈଶ୍ୱର ତାଙ୍କର ଗୁପ୍ତ ଯୋଜନା ପ୍ରକାଶ କରି ମୋତେ ଜଣାଇଛନ୍ତି। (ଏ ବିଷୟରେ ମୁଁ ସଂକ୍ଷିପ୍ତଭାବେ ଲେଖୁଛି।


ପବିତ୍ରଆତ୍ମାଙ୍କ ଅନୁଗ୍ରହରୁ କେହି ବୁଦ୍ଧିମାନ ହୋଇ ବାକ୍ପଟୁ ହୁଏ ଓ ଆଉ କେହି ଜ୍ଞାନର କଥା କହେ।


ଈଶ୍ୱରଦତ୍ତ ଅନୁଗ୍ରହ ଅନୁଯାୟୀ ଜଣେ ଦକ୍ଷ ନିର୍ମାଣକାରୀ ଭାବରେ ମୁଁ ମୂଳଦୁଆ ପକାଇଛି। ଅନ୍ୟ ଜଣେ ଏହି ମୂଳଦୁଆ ଉପରେ ନିର୍ମାଣ କରୁଛି। କିନ୍ତୁ ନିର୍ମାଣ କଲାବେଳେ ଆମେ ପ୍ରତ୍ୟେକେ ସତର୍କ ହେବା ଆବଶ୍ୟକ,


କିନ୍ତୁ ଈଶ୍ୱର ଯୋସେଫଙ୍କ ସହିତ ଥିଲେ ଓ ସମସ୍ତ ଦୁଃଖକଷ୍ଟ ମଧ୍ୟରେ ତାଙ୍କୁ କଢ଼ାଇ ଆଣିଲେ। ଯେତେବେଳେ ଯୋସେଫ ମିସରର ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ, ଈଶ୍ୱର ତାଙ୍କୁ ପ୍ରୀତିକର ଆଚରଣ ଓ ଜ୍ଞାନ ପ୍ରଦାନ କଲେ ଏବଂ ରାଜା ଯୋସେଫଙ୍କୁ ଦେଶର ଶାସକ ଓ ରାଜପ୍ରାସାଦର ଅଧ୍ୟକ୍ଷ ରୂପେ ନିଯୁକ୍ତ କଲେ।


ହନନିୟ ଗଲେ, ଶାଉଲ ଥିବା ଗୃହରେ ପ୍ରବେଶ କରି ତାଙ୍କ ଉପରେ ହାତ ରଖିଲେ। ସେ କହିଲେ, “ଭାଇ ଶାଉଲ, ଏଠାକୁ ଆସିବା ପଥରେ ଯେଉଁ ପ୍ରଭୁ ଯୀଶୁ ତୁମକୁ ଦର୍ଶନ ଦେଲେ, ସେ ମୋତେ ପଠାଇଛନ୍ତି, ଯେପରି ଆଉ ଥରେ ତୁମେ ଦୃଷ୍ଟି ପାଇବ ଓ ପବିତ୍ରଆତ୍ମାରେ ପୂର୍ଣ୍ଣ ହେବ।”


ବହୁ ପୂର୍ବେ ପବିତ୍ର ଭାବବାଦୀମାନେ ଯେଉଁସବୁ ଭାବବାଣୀ ପ୍ରକାଶ କରିଥିଲେ ଏବଂ ତ୍ରାଣକର୍ତ୍ତା ପ୍ରଭୁଙ୍କର ଯେଉଁସବୁ ଆଜ୍ଞା ତୁମ୍ଭମାନଙ୍କୁ ପ୍ରେତରିତ ଶିଷ୍ୟମାନେ ପ୍ରଦାନ କରିଛନ୍ତି, ତାହା ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ମୁଁ ଚାହେଁ।


Swiv nou:

Piblisite


Piblisite