Biblia Todo Logo
Bib sou entènèt

- Piblisite -




୨ ପିତର 3:11 - ପବିତ୍ର ବାଇବଲ (CL) NT (BSI)

11 ଯଦି ଏହିପରି ସବୁ ବିଷୟ ବିଲୁପ୍ତ ହେବ, ତେବେ ଭାବି ଦେଖ, ତୁମ୍ଭମାନଙ୍କର କି ପ୍ରକାର ଜୀବନ ହେବା ଉଚିତ। ତାହା ପବିତ୍ର ଓ ଈଶ୍ୱରଙ୍କଠାରେ ଉତ୍ସର୍ଗିତ ହେବା ଏକାନ୍ତ ଆବଶ୍ୟକ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଏହିସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ, ଈଶ୍ଵରଙ୍କ ଯେଉଁ ଦିନରେ ଆକାଶମଣ୍ତଳ ଜ୍ଵଳିଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁସବୁ ପ୍ରଚଣ୍ତ ଉତ୍ତାପରେ ତରଳିଯିବ,

Gade chapit la Kopi

ଓଡିଆ ବାଇବେଲ

11 ଏହି ସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ, ଈଶ୍ୱରଙ୍କ ଯେଉଁ ଦିନରେ ଆକାଶମଣ୍ଡଳ ଜ୍ୱଳିଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏହି ସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ, ଈଶ୍ବରଙ୍କ ଯେଉଁ ଦିନରେ ଆକାଶମଣ୍ଡଳ ଜ୍ୱଳିଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ,

Gade chapit la Kopi

ପବିତ୍ର ବାଇବଲ

11 ମୁଁ କହିଲା ଭଳି, ଏପରି ଭାବରେ ସବୁକିଛି ନଷ୍ଟ ହୋଇଯିବ। ଅତଏବ, ତୁମ୍ଭେ କିପରି ଲୋକ ହେବା ଉଚିତ୍? ତୁମ୍ଭେ ପବିତ୍ର ଜୀବନଯାପନ କରି ପରମେଶ୍ୱରଙ୍କ ସେବା କରିବା ଉଚିତ୍।

Gade chapit la Kopi




୨ ପିତର 3:11
27 Referans Kwoze  

କିନ୍ତୁ ତୁମ ଆହ୍ୱାନକାରୀ ଈଶ୍ୱର ଯେପରି ପବିତ୍ର, ତୁମ୍ଭେମାନେ ନିଜ ନିଜ ଆଚରଣରେ ସେପରି ପବିତ୍ର ହୁଅ।


ମୁଁ ତୁମ୍ଭମାନଙ୍କୁ ଦେଖିପା ପାଇଁ ଯିବାକୁ ସମର୍ଥ ହୁଏ ଅବା ନ ହୁଏ, ବର୍ତ୍ତମାନ ପ୍ରଧାନ ବିଷୟ ହେଉଛି, ତୁମ୍ଭମାନଙ୍କର ଜୀବନ ପ୍ରଣାଳୀ ଯେପରି ଖ୍ରୀଷ୍ଟଙ୍କ ସୁସମାଚାରର ଅନୁରୂପ ହେବ - ମୁଁ ଯେପରି ଶୁଣିବି, ତୁମ୍ଭେମାନେ ଏକ ଉଦ୍ଦେଶ୍ୟ ନେଇ ଦୃଢ଼ ରୂପେ ଠିଆ ହୋଇଛ ଓ ଏକ ଆକାଂକ୍ଷା ନେଇ ସୁସମାଚାର ବିଶ୍ୱାସ ନିମନ୍ତେ ଏକକ ସଂଗ୍ରାମ କରୁଛ।


ବିଜାତୀୟମାନଙ୍କ ମଧ୍ୟରେ ତୁମ୍ଭମାନଙ୍କର ସଦାଚରଣ ପ୍ରକାଶ ପାଉ; ତାହାହେଲେ, ସେମାନେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ଅପବାଦ ଦେଉଥିଲେ ମଧ୍ୟ, ତୁମ୍ଭମାନଙ୍କୁ ସତ୍କର୍ମ ଦେଖି ଖ୍ରୀଷ୍ଟଙ୍କ ଆଗମନ ଦିନରେ ଈଶ୍ୱରଙ୍କ ପ୍ରଶଂସା କରିବେ।


ତୁମ୍ଭେମାନେ ପ୍ରଭୁଙ୍କ ଦିନର ଅପେକ୍ଷା କରି ରହିବା ବେଳେ, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ନିଜକୁ ପ୍ରସ୍ତୁତ କର। ସେହି ଦିନ ଆକାଶମଣ୍ଡଳ ଜଳି ଧ୍ୱଂସ ପାଇବ। ଆକାଶର ଗ୍ରହ ନକ୍ଷତ୍ରାଦି ପ୍ରଚଣ୍ଡ ତାପରେ ତରଳି ଯିବେ।


ତୁମେ ଈଶ୍ୱରଙ୍କ ଭକ୍ତ - ସୁତରାଂ ଏ ସମସ୍ତଠାରୁ ତୁମେ ଦୂରେଇ ରୁହ। ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ, ପ୍ରେମ, ସହିଷ୍ଣୁତା ଓ ସୌଜନ୍ୟ ପ୍ରଭୃତି ସଦ୍ଗୁଣରେ ପରିପୂର୍ଣ୍ଣ ହେବାକୁ ଚେଷ୍ଟା କର।


ତୁମ୍ଭମାନଙ୍କ ମଧ୍ୟରେ କେହି କ’ଣ ଜ୍ଞାନୀ ଓ ବିଦ୍ଧିମାନ? ସେ ବିଜ୍ଞାତା ଓ ନିମ୍ରତା ସହିତ ସତ୍କର୍ମ କରି ତା’ ଜୀବନରେ ଏହାର ପ୍ରମାଣ ଦେଉ।


ସେ ଯାହାହେଉ, ଆମ୍ଭେମାନେ ସ୍ୱର୍ଗ ରାଜ୍ୟର ପ୍ରଜା। ସ୍ୱର୍ଗରୁ ଆମ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ଆମେ ଆଗ୍ରହରେ ପ୍ରତୀକ୍ଷା କରୁଛୁ।


ଯଥାର୍ଥଭାବେ ଧାର୍ମିକ ଜୀବନ କାଟିବା ପାଇଁ ଆମର ଯାହା କିଛି ଆବଶ୍ୟକ, ତାହା ଈଶ୍ୱର ନିଜ ଐଶ୍ୱରିକ ଶକ୍ତିରେ ଆମକୁ ଦାନ କରିଛନ୍ତି। ଯେ ନିଜ ମମହିମା ଓ ଧାର୍ମିକତାରେ ଅଂଶୀ ହେବା ପାଇଁ ଆମକୁ ଆହ୍ୱାନ କରିଛନ୍ତି, ତାଙ୍କୁ ଜାଣିବା ଦ୍ୱରା ଆମେ ଏହି ଦାନ ପାଇଛୁ।


ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ସହିତ ସାମଞ୍ଜସ୍ୟ ନ ଥିବା ଏବଂ ଆମ ଧର୍ମଶିକ୍ଷାର ବିରୋଧ କରୁଥିବା ଅନ୍ୟ ପ୍ରକାର ମତ ପ୍ରଚାର କରନ୍ତି,


ତୁମେ ନିଜର କଥାବାର୍ତ୍ତା, ଆଚରଣ, ପ୍ରେମ, ବିଶ୍ୱାସ ଓ ଚରିତ୍ରର ନିର୍ମଳତାରେ ଆଦର୍ଶ ଦେଖାଇ ପାରିଲେ, ଅଳ୍ପ ବୟସ୍କ ହୋଇଥିଲେ ସୁଦ୍ଧା ତୁମକୁ ମଣ୍ଡଳୀରେ କେହି ଅବଜ୍ଞା କରିପାରିବେ ନାହିଁ।


ଏଥିରେ ସମସ୍ତେ ବିସ୍ମିତ ହେଲେ। ସେମାନେ ପରସ୍ପର କଥାବାର୍ତ୍ତା ହେଲେ “ଏ କିପରି ଲୋକ? ପବନ ଓ ଲହରୀ ମଧ୍ୟ ତାଙ୍କ ଆଦେଶ ମାନୁଛନ୍ତି।”


ସେ ଭଲ କରି ନିଜ ରୂପକୁ ନିରୀକ୍ଷଣ କରେ, କିନ୍ତୁ ସେଠାରୁ ଚାଲିଯିବା ମାତ୍ରେ ତା’ର ପ୍ରକୃତ ରୂପ ସେ ଭୁଲିଯାଏ।


ଆମ ଧର୍ମବିଶ୍ୱାସର ଏହି ମହାରହସ୍ୟ କେହି ଅସ୍ୱୀକାର କରିପାରିବେ ନାହିଁ: ମାନବ ଦେହ ଧରି ସେ ଅବତୀର୍ଣ୍ଣ ହେଲେ, ସ୍ୱର୍ଗଦୂତମାନଙ୍କ ସାକ୍ଷାତରେ ପରମାତ୍ମାଙ୍କ ସମର୍ଥନ ଲାଭ କଲେ, ସମସ୍ତ ଜାତିମାନଙ୍କ ମଧ୍ୟରେ ତାଙ୍କ ବାର୍ତ୍ତା ପ୍ରଚାରିତ ହେଲା, ପୃଥିବୀର ସର୍ବତ୍ର ସେ ବିଶ୍ୱାସଭାଜନ ହୋଇ ସଗୌରବେ ସ୍ୱର୍ଗକୁ ଉତ୍ଥାପିତ ହେଲେ।


କାରଣ କେବଳ ବାକ୍ୟରେ ନୁହେଁ, ପବିତ୍ର ଆତ୍ମାଙ୍କ ସହାୟତାରେ ଶକ୍ତିର ସହିତ, ସୁସମାଚାରର ସତ୍ୟତା ସମ୍ପୂର୍ଣ୍ଣଭାବେ ଉପଲବ୍ଧି କରି ଆମେ ତାହା ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ। ତୁମ୍ଭେମାନେ ଜାଣ, ତୁମ ସହିତ ଥିବାବେଳେ ଆମେ କିପରି ଜୀବନ ଯାପନ କରିଥିଲୁ; କିପରି କେବଳ ତୁମ୍ଭମାନଙ୍କର ମଙ୍ଗଳ ଆମ ଜୀବନର ଲକ୍ଷ୍ୟ ଥିଲା।


ଧର୍ମପରାୟଣ ବ୍ୟକ୍ତି ପ୍ରକୃତରେ ଧନୀ, କାରଣ ତା’ର ଯେତିକି ଅଛି, ସେତିକିରେ ସେ ସନ୍ତୁଷ୍ଟ।


ଜ୍ଞାନ ସହିତ ଆତ୍ମସଂଯମ; ଆତ୍ମସଂଯମ ସହିତ ସହିଷ୍ଣୁତା; ସହିଷ୍ଣୁତା ସହିତ ଈଶ୍ୱରପରାୟଣତା;


ଧନ ଲାଳସାରୁ ନିବୃତ୍ତ ହୁଅଏବଂ ତୁମର ଯାହା ଅଛି, ସେଥିରେ ସନ୍ତୁଷ୍ଟ ରୁହ। କାରଣ ଈଶ୍ୱର କହିଛନ୍ତି, “ମୁଁ ତୁମକୁ ପରିତ୍ୟାଗ କରିବ ନାହିଁ, ମୁଁ ତୁମକୁ କେବେ ବଜୀନ କରିବି ନାହିଁ।”


ଜଗତରେ ଜୀବନ ଓ ବିଶେଷରେ ତୁମ୍ଭମାନଙ୍କ ସହିତ ଆମର ସର୍ମ୍ପକ ଈଶ୍ୱରଦତ୍ତ ପବିତ୍ରତା ଓ ବିଶ୍ବସ୍ତତା ଦ୍ୱାରା ପରିଚାଳିତ ବୋଲି ଆମ ବିବେକର ସାକ୍ଷ୍ୟ। ଏଥିପାଇଁ ଆମ ମନରେ ଗର୍ବ ହୁଏ। ମାନବିକ ଜ୍ଞାନରେ ନୁହେଁ, ମାତ୍ର ଐଶ୍ୱରିକ ଜ୍ଞାନରେ ଏହା କରିବାକୁ ଆମେ ସକ୍ଷମ ହୋଇଛୁ।


ଏବେ ଏ ସମସ୍ତ ତୁମକୁ ଅବଶ୍ୟ କରିବାକୁ ହେବ, କାରଣ ନିଦ୍ରାରୁ ଜାଗ୍ରତ ହେବା ସମୟ ଉପସ୍ଥିତ। ପରିତ୍ରାଣ ପାଇବାର ସମୟ ପୂର୍ବାପେକ୍ଷା ଏବେ ଅଧିକ ସନ୍ନିକଟ।


ରାତ୍ରି ଶେଷ ହେଲାଣି, ଦିବସ ଆଗତପ୍ରାୟ। ଆସ, ଅନ୍ଧକାରର କାର୍ଯ୍ୟସବୁ ପରିତ୍ୟାଗ କରିବା ଓ ଆଲୋକରେ ଯୁଦ୍ଧ କରିବା ପାଇଁ ଉପଯୁକ୍ତ ସାଜ ପରିଧାନ କରିବା।


କିନ୍ତୁ ପ୍ରଭୁଙ୍କର ଦିନ ଚୋର ପରି ଆସିବ। ସେହି ଦିନ ଏକ ତୀବ୍ର ଧ୍ୱନି ଭିତରେ ଆକାଶମଣ୍ଡଳ ବିଲୁପ୍ତ ହେବ। ଆକାଶର ଗ୍ରହ ନକ୍ଷତ୍ରାଦି ପୋଡ଼ି ଜଳି ଧ୍ୱସ ପାଇବେ। ପୃଥିବୀ ତା'ର ସମସ୍ତ ବସ୍ତୁ ସହ ବିଲୀନ ହେବ।


Swiv nou:

Piblisite


Piblisite