Biblia Todo Logo
Bib sou entènèt

- Piblisite -




୨ ପିତର 3:1 - ପବିତ୍ର ବାଇବଲ (CL) NT (BSI)

1 ପ୍ରିୟ ବନ୍ଧୁଗଣ, ତୁମ ପାଖକୁ ଲେଖିବା ଏହି ମୋର ଦ୍ୱିତୀୟ ପତ୍ର। ଉଭୟ ପତ୍ରରେ ଏହିସବୁ ବିଷୟ ସ୍ମରଣ କରାଇ ତୁମ୍ଭମାନଙ୍କ ମନରେ ପବିତ୍ର ଚିନ୍ତା ଉଦ୍ରେକ କରିବା ପାଇଁ ଚେଷ୍ଟା କରିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ହେ ପ୍ରିୟମାନେ, ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟକୁ ଏହି ଦ୍ଵିତୀୟ ପତ୍ର ଲେଖୁଅଛି।

Gade chapit la Kopi

ଓଡିଆ ବାଇବେଲ

1 ହେ ପ୍ରିୟମାନେ, ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟକୁ ଏହି ଦ୍ୱିତୀୟ ପତ୍ର ଲେଖୁଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ପ୍ରିୟମାନେ, ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟକୁ ଏହି ଦ୍ୱିତୀୟ ପତ୍ର ଲେଖୁଅଛି।

Gade chapit la Kopi

ପବିତ୍ର ବାଇବଲ

1 ମୋ’ ମିତ୍ରଗଣ, ଏହି ଦ୍ୱିତୀୟ ପତ୍ର ମୁଁ ତୁମ୍ଭକୁ ଲେଖୁଅଛି। ତୁମ୍ଭକୁ କେତେଗୁଡ଼ିଏ ବିଷୟ ମନେ ପକାଇ ଦେବା ଲାଗି ମୁଁ ଦୁଇଟି ପତ୍ର ଲେଖିଛି।

Gade chapit la Kopi




୨ ପିତର 3:1
15 Referans Kwoze  

ମୁଁ ତୁମ ଉପରେ ହସ୍ତାର୍ପଣ କଲାବେଳେ ତୁମେ ଈଶ୍ୱରଙ୍କଠାରୁ ଯେଉଁ ଶକ୍ତି ପାଇଥିଲ, ତାକୁ ସଜୀବ ରଖିବାକୁ ମୁଁ ତୁମକୁ ସ୍ମରଣ କରାଇ ଦେଇଛି।


ବର୍ତ୍ତମାନ ତୁମ୍ଭେମାନେ ସତ୍ୟର ଅନୁଗାମୀ ହୋଇଥିବାରୁ ନିଜ ନିଜକୁ ଶୁଚି କରିଛ ଓ ବିଶ୍ୱାସୀ ଭାଇମାନଙ୍କୁ ପ୍ରେମ କରିବାକୁ ଇଚ୍ଛୁକ ଅଛ। ପରସ୍ପରକୁ ଆନ୍ତରିକତା ସହ ପ୍ରେମ କର।


ତରବର ହୋଇ ହସ୍ତାର୍ପଣ ଦ୍ୱାରା ଈଶ୍ୱରଙ୍କ କାର୍ଯ୍ୟ ପାଇଁ କାହାକୁ ନିଯୁକ୍ତ କର ନାହିଁ। ଅନ୍ୟମାନଙ୍କ ପାପରେ ନିଜକୁ ଲିପ୍ତ କର ନାହିଁ। ତୁମେ ନିଜକୁ ସମ୍ପୂର୍ଣ୍ଣ ପବିତ୍ର ରଖ।


ଯେଉଁମାନଙ୍କ ହୃଦୟ ନିର୍ମଳ ସେମାନେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ।


ଅତୀତରେ ପାପ କରିଥିବା ଲୋକମାନଙ୍କୁ ଓ ଅନ୍ୟ ସମସ୍ତଙ୍କୁ ମୁଁ ଦ୍ୱତୀୟ ଥର ସେଠାକୁ ଯାଇ କହିଥିଲି ଏବଂ ଏବେ ଦୂରରେ ଥାଇ ମଧ୍ୟ କହୁଛି ଯେ, ମୁଁ ଏଥର ଗଲେ, କେହି ଦଣ୍ଡରୁ ଛାଡ଼ ପାଇବେ ନାହିଁ।


ପ୍ରିୟ ବନ୍ଧୁଗଣ, ଆମେ ଏହିପରି କଥା କହିଲେ ସୁଦ୍ଧା ତୁମ୍ଭମାନଙ୍କ ଉପରେ ଆମର ଆସ୍ଥା ଅଛି; ତୁମ୍ଭେମାନେ ପରିତ୍ରାଣ ପାଇବା ନିମନ୍ତେ ଆର୍ଶୀବାଦର ପାତ୍ର ହୋଇ ରହିଛ।


ବନ୍ଧୁଗଣ, ତୁମ୍ଭେମାନେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ ତୁଲ୍ୟ। ତେଣୁ ଅନୁରୋଧ କରୁଛୁ, ତୁମ୍ଭେମାନେ ସର୍ବଦା ଆତ୍ମା ବିରୁଦ୍ଧରେ ଯୁଦ୍ଧ କରୁଥିବା ଶାରୀରିକ ଅଭିଳାଷର ବଶବର୍ତ୍ତୀ ହୁଅ ନାହିଁ।


କିନ୍ତୁ, ପ୍ରିୟ ବନ୍ଧୁଗଣ, ଗୋଟିଏ ବିଷୟ ଭୁଲି ଯାଅ ନାହିଁ। ଈଶ୍ୱରଙ୍କ ଦଅଷ୍ଟିରେ ଏକ ଦିନ ଓ ସହସ୍ର ବର୍ଷ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ। ତାଙ୍କ ନିକଟରେ ଏ ଦୁଇଟି ସମାନ।


ଅତଏବ, ବନ୍ଧୁଗଣ, ସେହି ଦିନର ଅପେକ୍ଷା କରିବା ସମୟରେ ତୁମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ପବିତ୍ର ଓ ନର୍ଦ୍ଦୋଷ ହୋଇ ଶାନ୍ତିରେ ରହିବା ପାଇଁ ଆନ୍ତରକ ଚେଷ୍ଟା କର।


କିନ୍ତୁ ବନ୍ଧୁଗଣ, ତୁମ୍ଭେମାନେ ଏହିସବୁ ପୂର୍ବରୁ ଗାଣିଛ। ତେଣୁ ସାବଧାନ, ଯେପରି ଉତ୍ସୃଙ୍ଖଳ ବ୍ୟକ୍ତିମାନଙ୍କର ଭ୍ରାନ୍ତ ଶିକ୍ଷାରେ ଚାଳିତ ହୋଇ ତୁମ ଦୃଢ଼ ବିଶ୍ୱାସରୁ ବିଚ୍ୟୁତ ନ ହୁଅ।


ଏକଦା ଈଶ୍ରାଲୀୟମାନଙ୍କୁ ଈଶ୍ୱର କିପରି ମିସର ଦେଶରୁ ଉଦ୍ଧାର କରି ଆଣିଥିଲେ, କିନ୍ତୁ ପରେ ସେମାନଙ୍କ ମଧ୍ୟରେ ଥିବା ଅବିଶ୍ୱାସୀମାନଙ୍କୁ ବିନଷ୍ଟ କରିଥିଲେ, ତୁମେ ଏ ସବୁ କଥା ଜାଣିଥଲେ ସୁଦ୍ଧା; ତାହା ମୁଁ ତୁମକୁ ସ୍ମରଣ କରାଇ ଦେବାକୁ ଚାହେଁ।


Swiv nou:

Piblisite


Piblisite